Sandhyarani dash

Drama

4  

Sandhyarani dash

Drama

ବାପ ଥିବା ପୁଅ ସଭାରେ ହାରେନା

ବାପ ଥିବା ପୁଅ ସଭାରେ ହାରେନା

4 mins
191



ସମୁଦ୍ର ବେଳା ଭୂମିଉପରେ ଠିଆ ହୋଇ ଦୂରକୁ ଚାହିଁଲେ ଦେଖା ଯାଏ ବିସ୍ତୀର୍ଣ୍ଣ ବାଲୁକା ରାଶି। କେତେବେଳେ ଘୁ ଘୁ ଗର୍ଜନ କରି ଢେଉ ଗୁଡ଼ିକ ମାଡ଼ି ଆସେ, ଆଉ କେତେବେଳେ ଢେଉ ପୁଣି ଫେରିଯାଏ ତାର ମାତ୍ରୁକୋଳକୁ। ଆହୁରି ଦୂରକୁ ଚାହିଁଲେ ଲାଗେ ସତେ ଅବା ପୃଥିବୀ ଆଉ ଆକାଶ ମିଶିଯାଇ ତାଙ୍କର ଗଭୀରତା ପ୍ରେମ ପରିପ୍ରକାଶ କରୁଛନ୍ତି। କେତେ ବିଶାଳ ତାଙ୍କର ହୃଦୟ, ଯେମିତି ବାପାଙ୍କ ହୃଦୟ ଉପରେ ରାଗିବା ଭିତରେ ପିଲାଙ୍କ ବହୁତ ଭଲ ପାଆନ୍ତି। ବେଳା ଭୂମିର ବାଲି ଉପରେ ବସି ସୁଧାକର ତାର ଅତୀତ ଆଉ ବର୍ତ୍ତମାନ କୁ ତର୍ଜମା କରି ଚାଲିଛି।ସତରେ କେତେ ସ୍ୱାର୍ଥପର ଥିଲା ମାୟା । ତାର ମାୟା ଜାଲରେ ଫସାଇ ମୋତେ ଭଲ ପାଏ ବୋଲି କହିଥିଲା। କେତେ ହୃଦୟ ଦେଇ ଭଲ ପାଉଥିଲି। ହେଲେ ମାୟା ଯେ ମାୟା କରୁଥିଲା, ସେ କଥା ମୋତେ ଜଣା ନ ଥିଲା। ପାଖ ଗାଁ ର ଝିଅ। ବହୁତ ଭଲ ପଢ଼ୁଥିଲା। ସେଥି ପାଇଁ ବହୁତ ଗର୍ବି ଥିଲା। ବାପା ବି ତାର ବଡ଼ ବିଜିନେଶ୍ କରୁଥିଲେ। ମୁଁ ମାମୁଁ ଘରେ ରହି ପାଠ ପଢ଼ୁଥିଲି। ବାପାଙ୍କୁ କେହିଜଣେ ଆସି କହିଲେ, ତୁମ ପୁଅ ସେଇଠି ଜମା ପଢୁନି। ବାପା ସଙ୍ଗେ ସଙ୍ଗେ ନିଜ ପାଖକୁ ନେଇ ଆସିଲେ। ବୋଉ କୁ କେତେ କଥା କହିଲେ। ନେଇକି ବାପ ଘରେ ଛାଡ଼ି ଥିଲୁ, ମୁଁ ନ ଜାଣିଥିଲେ ମାେ ପୁଅ ଟା ଖରାପ ହୋଇ ଯାଇ ଥାଆନ୍ତା। ଏଇ କଥା ରେ ବାପା ଆଉ ବୋଉ ର ମୁହଁ ଫୁଲାଫୁଲି ହୋଇ ଗଲା। ବୋଉ ପାଖକୁ ଯାଇ ସୁଧାକର ପଚାରିଲା ବୋଉ ରାଗିଚୁକି?ନାଇଯେ ତୋ ବାପାଙ୍କ କଥା ଶୁଣି ମୋତେ ବିରକ୍ତ ଲାଗିଲା। ମୁଁ କଣ ଚାହିଁ ବି ତୋ ଜୀବନ ଖରାପ ହେଉ

ମୋ ବାପା ଭାଇ କଣ ତୋତେ ଭଲ ପାଆନ୍ତି ନାହିଁ?ତୁ କାହଁକି ପାଠ ପଢା କଲୁନି। ବୋଉର ଅଭିମାନ ଭରା କଥାରେ ମାେ ମନ କଷ୍ଟ ହେଲା। ସେଇଦିନ ଠାରୁ ଶପଥ କଲି ମନ ଦେଇ ପାଠ ପଢିବି।ମୋ ପାଠ ପଢ଼ାରେ ମନୋନିବେଶ ଦେଖି ବାପା ବେଶ୍ ଖୁସି ହେଉଥିଲେ। ମୋର ଉନ୍ନତି ଦେଖି ବୋଉ ବି ବେଶ୍ ଖୁସି ହେଲା। ଯାହାର ସନ୍ତାନ ଉପରକୁ ଉଠେ ତା ବାପା ମା କେତେ ଯେ ଖୁସି ହୁଅନ୍ତି କେବଳ ଯିଏ ଅଙ୍ଗେ ଲିଭାଇ ଛନ୍ତି ସେଇ ହିଁ ଅନୁଭବ କରିପାରିବ।ମୋର ପାଠ ପଢ଼ାରେ ନମ୍ବର ମାୟା ଠାରୁ ଯେବେ ଅଧିକ ଆସିଲା, ସେବେ ଠାରୁ ମାୟା ଧୀରେ ଧୀରେ ମାେ ସହିତ ମିଶିବା ଆରମ୍ଭ କରିଲା। ମାେ ସହିତ ମିଶିବା ହସିବା ଖାଇବା ଇତ୍ୟାଦି ଯେମିତି ତାର ଗୋଟାଏ ବିରାଟ ଅଭ୍ୟାସ ରେ ପରିଣତ ହେଲା। ନିଜେ ବି ତାକୁ ଗୋଟେ ଦିନ ନ ଦେଖିଲେ ଭଲ ଲାଗେନା।

ସ୍କୁଲ୍ ରୁ କଲେଜ୍ ପର୍ଯ୍ୟନ୍ତ ଏମିତି ସାଙ୍ଗ ହୋଇ ଆମେ ପାଠ ପଢିଲୁ। କେତେବଳେ ମାେ ଅଜଣା ତ ରେ ମାେ ହୃଦୟକୁ ଦେଇ ବସିଲି ମାୟାକୁ। ଅନୁଭବ କଲି ସେ ବି ମୋତେ ବହୁତ ଭଲ ପାଉଥିଲା।


ମୋ ଭଲପାଇବା ତାର ବାପା ମା କୁ ପସନ୍ଦ ନ ଥିଲା। ସିଏ ବାରମ୍ବାର ଆକଟ କଲେ। ମୋର ତାକୁ ଭଲ ପାଇବା ଯଦିଓ ମାେ ବାପା ମା ଜାଣିଥିଲେ, କିଛି କହୁ ନ ଥିଲେ। ଅର୍ଥର ଅଭାବ ଥାଇ ମୋତେ କେଉଁଥିରେ ଅବହେଳା କରି ନ ଥିଲେ।

ମାୟାର ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ ତାର ବାପା ମା। ସେତେବେଳକୁ ମୋର ପାଠ ପଢା ଚାଲିଥାଏ । କଲେଜ ପାଖରେ ଥିବା ଏକ ଷ୍ଟୁଡ଼ିଓ ରେ ବସି ଆମେ ଅନେକ ସମୟ ବିତାଇ ଥିଲୁ।ଅନେକ ସ୍ବପ୍ନ ଦେଖିଥିଲୁ।ସାତ ଜନ୍ମର ସାଥି ହେବାପାଇଁ ଶପଥ କରିଥିଲୁ।ଅନେକ ଉପହାର ଦେବନେବା ହେଉଥିଲା।କେବେ ତାର ଅନ୍ୟ କେଉଁଠି ବିବାହ ପ୍ରସ୍ତାବ ପଡିଛି ମୋତେ କୁହେନା।ମୋର ବାପା ମୋତେ ବହୁତ ଥର କହିଛନ୍ତି, ବାପାରେ ସେ ଝିଅଟି ଭଲ ନୁହେଁ, କିନ୍ତୁ କେବେ ତାଙ୍କ କଥା ଶୁଣିବାକୁ ଇଚ୍ଛା କରିନି।କାରଣ ଥିଲା ମାୟା କୁ ହୃଦୟରେ ସାଇତି ରଖିବା, ଗଭୀର ବିଶ୍ୱାସ କରିବା ଆଉ ତାକୁ ଛାଡି ବଂଚିବା ସମ୍ଭବ ନ ଥିଲା।ହଠାତ ଶୁଣିଲି ତାର ଵିଵାହ ତାରିଖ ସ୍ଥିର ହୋଇ ଯାଇଛି କୌଣସି ଏକ ଡାକ୍ତର ସହିତ।ବାରମ୍ବାର ତାକୁ ଫୋନ କଲି, ଧରିଲା ନାହିଁ।ବାଧ୍ଯ ହୋଇ ସାଙ୍ଗ ଚାରି ପାଞ୍ଚ ଜଣ କୁ ଧରି ତାର ଘର ପାଖକୁ ଯାଇ ଡକାଇଲି।ଆଶ୍ଚର୍ଯ୍ୟ ର କଥା ମୋତେ ନ ଚିନ୍ହିବା ର ବାହାନା କରି ଘର ଅଭିମୁଖେ ଚାଲି ଗଲା।ଖୁବ କଷ୍ଟ ହେଲା ମୋତେ।ହୃଦୟ ଟା ଜଳି ଦଗ୍ଧ ହୋଇଗଲା।ନିଜକୁ ସମ୍ଭାଳି ପାରିଲି ନାହିଁ।ଚିତ୍କାର କରି କାନ୍ଦିଲି।ଭାବିଲି ମୋତେ ଧ୍ୱକା ଦେଇଛି, ମୁଁ ବି ତାକୁ ଶାନ୍ତିରେ ରଖାଇ ଦେବିନି।


ଶେଯରେ ମୁଂହ ମାଡି ଶୋଉଥିଲି ପୁଣି ଉଠି ବସୁଥିଲି।କାହାର ସ୍ନେହ ବୋଳା ହାତ ଆସି ମୋ ମୁଣ୍ଡକୁ ଛୁଇଁ ଦେଉଥିଲା।ବୋଉ କହି କୁଣ୍ଢେଇ ଧରିଲି, କିନ୍ତୁ ବୋଉ ମୋର ଏପରି ଭାଙ୍ଗିପଡ଼ିବା ଦେଖି ସେ ଦୂରରେ ଠିଆ ହୋଇ କାନ୍ଦୁଥିଲା।ବାପା କୋଳକୁ ଆଉଜାଇ ଆଣି କହିଲେ, ମୁଁ ତୋତେ ମୂଳରୁ କହିଥିଲି ସେ ଝିଅ ଭଲ ପିଲା ନୁହେଁ।ତୁ ଯେତେବେଳେ ତାକୁ ପସନ୍ଦ କରିବାକୁ ଲାଗିଲୁ ସେତେବେଳେ ମୁଁ ତାର ତଥ୍ୟ ନେଇଥିଲି, ଜାଣି ଥିଲି ସେ ତୋର ମନ ହୃଦୟକୁ ଭାଙ୍ଗି ଦେଇ ତୋତେ ବରବା ଦ କରିଦେବ।ଜୀବନରେ ଏମିତି ଘଟଣା ଆସେ ପୁଣି ଯାଏ।କିଛି ବ୍ୟସ୍ତ ହେବା ଦରକାର ନାହିଁ।ସେ ଡାକ୍ତର ଦେଖି ବିବାହ କରିଛି ତ, ତୁ ବି ଡାକ୍ତର ହେବୁ।ତାକୁ ଦେଖାଇ ଦେବୁ ତୁ ତା ଠାରୁ ଆହୁରି ବଡ଼ ମହାନ।ମାର ମମତା ବାପାଙ୍କ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ,ଭାଙ୍ଗି ପଡିଥିବା ମନ ଦୁଃଖରେ ଜର୍ଜରିତ ହୃଦୟ ପୁଣି ବଞ୍ଚିବାର ବାଟ ଖୋଜିଲା।ପାଠ ପଢି ବଡ଼ ଚାକିରୀ ନିଶାରେ ରହିଲି।ବାପାଙ୍କ ଉପଦେଶ ଆଉ ସାହସ କୁ ପାଥେୟ କରି ଡାକ୍ତର ହେଲି।"ବାପ ଥିବା ପୁଅ କେବେ ସଭାରେ ହାରେନି" ସେଇଦିନ ଅନୁଭବ କଲି।


ହଠାତ ଦିନେ ସେଇ ସମୁଦ୍ର କୂଳରେ ମାୟାବିନୀ ମାୟା ସହିତ ଭେଟ ହୋଇ ଗଲା।ବହୁତ ଘୃଣା କରୁଥିଲି ତାକୁ।ସୁଧାକର ଡାକ ମାରି ପାଖକୁ ଆସିଲା।ଦେଖିଲି, ଜଣା ପଡୁଥିଲା ବହୁତ ଦୁଃଖରେ ଅଛି।ମୋର ଶୁଣିବାକୁ ଇଚ୍ଛା କି ଆଗ୍ରହ ନ ଥିଲେ ବି ବାଧ୍ୟ କରି ନିଜର କାହାଣୀ ଶୁଣାଇବାକୁ ପାଞ୍ଚ ମିନିଟ ସମୟ ମାଗିଲା।


ସ୍ୱାମୀ ଟି ନିହାତି ମଦୁଆ ଥିଲା।ଶାଶୁ ଶଶୁର ଚାକିରୀ କରିଥିଲେ।ବିରାଟ ଧନୀ ଘର ଥିଲା।ଏମିତି ଅନେକ କହି ବସିଲା।ଟିକେ ସମୟ ପରେ ମୁଁ ମୋ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବାକୁ କହି ବିଦାୟ ନେଲି।ଭାବିଲି ସତରେ ଏଇ ଝିଅ ମାନେ କଣ ସବୁ ଏମିତି।ମୁଁ ଯାହାକୁ ବିବାହ କରିଛି ସେ କାହାର ହୃଦୟକୁ ଭାଙ୍ଗି ମୋତେ ନିଜର କରିନି ତ।ସମାଜରେ ସବୁ ପୁଅ ମାନଙ୍କର ଏମିତି ବୁଝାଇଲା ଭଳି ବାପା ତ ନ ଥିବେ।ଏଇପରି ଝିଅ ଯଦି କାହା ଭାଗ୍ୟରେ ଆସନ୍ତି, ତାଙ୍କ ପରିବାର ଲୋକେ ତାଙ୍କ ପୁଅ କୁ ହରାଇ ବସିବେ।



Rate this content
Log in

Similar oriya story from Drama