Bishwa ranjan Tripathy

Drama Romance Tragedy

4.8  

Bishwa ranjan Tripathy

Drama Romance Tragedy

ରୋଶନିର ସଂଘର୍ଷ

ରୋଶନିର ସଂଘର୍ଷ

5 mins
31


ରୋଶନି: ନିରଜ ଆଜି ନୁହଁ ,ଆଜି ମତେ ବହୁତ ଥକା ଲାଗୁଛି,ମତେ ଟିକେ ଦୟାକର।

ନିରଜ: କ'ଣ ତୁମର ସବୁଦିନ ସେଇ ବାହାନା, ଆଜି ମୁଣ୍ଡ ବିନ୍ଧୁଛି, ଆଜି ଦେହ ଭଲ ଲାଗୁନି, ଆଜି ଥକା ଲାଗୁଛି। କ'ଣ ଏସବୁ?

ରୋଶନି: ଆଜି ବହୁତ କାମ ଥିଲା, ଘରେ କେହି ବି ଟିକେ କାମରେ ସାହାଯ୍ୟ କରୁନାହାନ୍ତି,ମତେ ଅକେଲା ହିଁ ସବୁକିଛି କରିବାକୁ ପଡୁଛି। ମତେ ଆଜି ଟିକେ ଦୟାକର, ପ୍ଲିଜ।

ନିରଜ: ମୁଁ ସେସବୁ କିଛି ଜାଣିନି, ଜଲ୍ଦି ଆସ ମୋ ପାଖକୁ, ଏତିକି କହି ରୋଶନିର ବାହୁକୁ ଧରି ନିରଜ ଟାଣି ନିଏ ଖଟ ଉପରକୁ। ତାପରେ ସେତେବେଳ ପର୍ଯ୍ୟନ୍ତ ତାକୁ ଛାଡେନି, ଯେତେବେଳ ପର୍ଯ୍ୟନ୍ତ ତାର ଶୋଷ ନମେଣ୍ଟିଛି।

ଏମିତି ପ୍ରାୟ ନିତିଦିନ ଚାଲେ ନିସିଦ୍ଧ ଘର ଭିତରେ ଓ ବିନିଦ୍ର ରଜନୀରେ ସମସ୍ତେ ଶୋଇଗଲା ପରେ । ଇଚ୍ଛା ନଥିଲେ ବାଧ୍ୟ ହୁଏ ସେସବୁକୁ ସହ୍ୟ କରିବା ପାଇଁ। ସବୁଦିନ ଗୁମୁରି ଗୁମୁରି କାନ୍ଦେ, ନିଜ ଲୁହ ନିଜେ ପିଏ ପୁଣି ନିଜକୁ ଖାପ ଖୁଆଇ ନିଏ ସେମାନଙ୍କ ସହ । ଏପଟେ ସ୍ୱାମୀର ଅତ୍ୟାଚାର, ସେପଟେ ଶାଶୁ, ନଣନ୍ଦଙ୍କ ଗାଳି,ତଥାପି ସେସବୁ ସହିଯାଏ ରୋଶନି, ଏକ ଅନିଶ୍ଚିତ ଭବିଷ୍ୟତ ଆଶାରେ। କାହିଁକି ନା ତାର ପେଟରେ ବଢ଼ୁଥିଲା ଏକମାତ୍ର ଆଶା ଓ ଭରସା। ସେହି ଟିକକ ଆଶାରେ ସେ ନୀତି ମରି ମରି ବଞ୍ଚୁଥାଏ। ହେଲେ ସେ କାହାକୁ ଜଣେଇବ ତାର ଦୁଃଖକୁ, ତାର ନିଜର ବୋଲି କେହିନଥିଲେ ଏ ଦୁନିଆରେ। କାହିଁକି ନା ତାର ବାପା ମା' ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବିବାହର ୫ବର୍ଷ ଆଗରୁ। ସେତେବେଳେ ସେ +୨ ପଢୁଥାଏ।

ତାର ବାପା ମା' ଚାଲିଗଲା ପରେ,ଏକମାତ୍ର ସାହାରା ଥିଲେ ତାର ବଡ ବାପା (ତ୍ରିନାଥ), ଓ ବଡ ମା (ବିଳାଶ)। ହେଲେ ସେମାନେ କେବେ ବି ନିଜ ବାପା ମା' ଭଳି ହୋଇପାରିବେନି। ରୋଶନି ର +୨ ଶେଷ ହଉ ହଉ ତାର ବିବାହ ପାଇଁ ଚିନ୍ତା କରନ୍ତି ତାର ବଡ ମା', ହେଲେ ତାର ବଡବାପା ମନା କରନ୍ତି, ଆଉ କୁହନ୍ତି ଏବେ ନୁହଁ ଆଉ କିଛିଦିନ ଯାଉ ଏବେ ସେ ଛୋଟ ଅଛି, ଲୋକମାନେ ଆମକୁ କ'ଣ କହିବେ। ହେଲେ ରୋଶନିର ଜିଦ ଥାଏ ସେ ପଢିବ, କିନ୍ତୁ ତାର ବଡ ମା ଆଉ ତାକୁ ପଢିବାକୁ ଦିଏନି। ଘରର ସବୁ କାମ ରୋଶନି ଦ୍ୱାରା କରାଏ, ଯିଏ ଦିନେ ନିଜ ହାତରେ ପାଣି ଗ୍ଲାସ ଟିଏ ବି ଆଣି ପିଉନଥିଲା ସେ ଆଜି ଘରର ସବୁ କାମ କରୁଛି। ଏମିତି ଭାବରେ ୩ ବର୍ଷ ବିତିଯାଇଥିଲା। 

ଏପଟେ ତ୍ରିନାଥ ବାବୁ ଓ ବିଳାସ ଦେବୀଙ୍କ ଦୁଇ ଝିଅ ବଡ ହେବାକୁ ଲାଗନ୍ତି, ତେଣୁ ବିଳାସ ଦେବୀ ସ୍ଥିର ନିଶ୍ଚିତ ହୋଇଯାନ୍ତି ଯେ ଏ ବର୍ଷ ରୋଶନିର ଯେମିତି ହେଲେ ବିବାହ କରାଇଦେବେ। ସେ ଏ କଥା ବିଶ୍ୱନାଥ ବାବୁଙ୍କୁ କୁହନ୍ତି, ପୁଣି କୁହନ୍ତି, ଯେ ମୋର ଜଣେ ଚିହ୍ନI ସମ୍ପର୍କୀୟ ଅଛନ୍ତି, ତାଙ୍କ ସାନପୁଅ ସହ ବିବାହ କରେଇଦବା, ସେ ବି ବିନା ଯୌତୁକରେ ବିବାହ ପାଇଁ ରାଜି ଅଛନ୍ତି। ବିଶ୍ୱନାଥ ବାବୁ ବି ଏହି କଥାରେ ତାଙ୍କ ସମ୍ମତି ପ୍ରକାଶ କରନ୍ତି। ରୋଶନିକୁ ତାର ବିବାହ ବିଷୟରେ ଟିକେ ପଚାରନ୍ତି ବି ନାହିଁ ଓ ତାର ବିବାହ କରେଇଦିଅନ୍ତି।

ଏମିତି ସବୁଦିନ ଅକଥନୀୟ ଅତ୍ୟାଚାର ଭିତରେ ରୋଶନି ଗର୍ଭବତୀ ହୁଏ। ରୋଶନି ଭାବେ ଯାହା ହଉ ଏବେ କିଛିଦିନ ସେ ଅତ୍ୟାଚାରରୁ ବଂଚିଯିବ। ହେଲେ ସେ ଭୁଲ ଭାବୁଥିଲା, ଅତ୍ୟାଚାର କମିବା ପରିବର୍ତେ ଦିନକୁ ଦିନ ବଢିଚାଲେ। ଗର୍ଭବତୀ ଥିବା ରୋଶନି ଉପରେ ତାର ଟିକେ ବି ଦୟା ଆସେନି, ନିରଜ ତାର କାମନା ଓ ବାସନାକୁ ଚରିଥାର୍ଥ କରିବା ପାଇଁ ସିଂହ ଭଳି ଝାମ୍ପିପଡ଼େ ରୋଶନି ଉପରେ ସବୁଦିନ ରାତିରେ। ଏମିତି କିଛିଦିନ ପରେ ରୋଶନି ଗର୍ଭ ଯନ୍ତ୍ରଣା ପାଏ, ନିରଜ ତାକୁ ବାପା ହବା ଖୁସିରେ ହସ୍ପିଟାଲରେ ଭର୍ତ୍ତି କରାଏ। ବହୁତ ଗର୍ଭ ଯନ୍ତ୍ରଣା ସହିଲା ପରେ ରୋଶନି ଜନ୍ମ ଦିଏ ଏକ କନ୍ୟା ସନ୍ତାନକୁ। ହେଲେ ରୋଶନିର ଶାଶୁ ଘର ଲୋକ ଆହୁରି କ୍ରୋଧିତ ହୁଅନ୍ତି ରୋଶିନୀ ଉପରେ, କାରଣ କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ। ଏହାପରେ ଦିନକୁ ଦିନ ତା ଉପରେ ଆହୁରି ଅତ୍ୟାଚାର ବଢିଚାଲେ। ଏମିତି ଅତ୍ୟାଚାର ଦିନକୁ ଦିନ ବଢିବାରୁ, ସେ ଗୋଟେଦିନ ନିଷ୍ପତି ନିଏ ଯେ ଘର ଛାଡ଼ି ଚାଲିଯିବ,ହେଲେ କୁଆଡେ ଯିବ,କଣ କରିବ, ରହିବ କୋଉଠି ଖାଇବ କ'ଣ? ଏମିତି ବହୁତ କଥା ଭାବୁଥାଏ ଓ ମା' ତାରିଣୀଙ୍କୁ ସ୍ମରଣ କରୁଥାଏ। ଏହିଭିତରେ ତାର ଆଖି କେତେବେଳେ ଲାଗିଯାଇଥାଏ।

ହଠାତ ସେ ଶୁଣିବାକୁ ପାଇଲା ଯେ' ତାକୁ କେହି ଜଣେ ଡାକୁଛି, ସେ ଭୟରେ ଉଠିପଡ଼ିଲା,କହିଲା ନାଇଁ ମୁଁ ଶୋଇନଥିଲି, ଯାଉଛି ମୋର ବହୁତ କାମ ଅଛି, ଶେଷ କରିଦେବି। ଏମିତି କହି ଦେଖେ ତ ତାର ସାମନାରେ ଛିଡ଼ାହୋଇଥିଲା ତାର ପିଲାଦିନର ସାଙ୍ଗ ବୀଣା। ଏମିତି ଅବସ୍ଥା ରୋଶନିର ଦେଖି ତାକୁ ବହୁତ ଦୁଃଖ ଲାଗେ,ଓ ତାକୁ ପଚାରେ ତାର ପରିବାର ବିଷୟରେ। ହେଲେ ରୋଶନି କିଛି କୁହେନି, ଖାଲି ଏତିକି କୁହେ, ତୋ ଫୋନ ନମ୍ବରଟା ଦେ' ମୁଁ ତତେ ପରେ ସବୁକିଛି କହିବି। ଏତିକି କଥା ହଉଛନ୍ତି ରୋଶନିର ଶାଶୁ ଆସିଯାନ୍ତି, ସେହି ବୀଣା ଆଗରେ ବହୁତ ଗାଳି ଗୁଳଜ ବି କରନ୍ତି। ବୀଣା କିଛି ନକହି ସେଠୁ ଚାଲିଯାଏ।

ସୌଭାଗ୍ୟ ବଶତଃ ସେହି ରାତିରେ ନିରଜ ଯାଇଥାଏ ତାର ଏକ ସାଙ୍ଗର ବିବାହ ବରାଯାତ୍ରୀରେ, ତେଣୁ ତାକୁ ସେ ରାତିରେ ଆଉ ଅତ୍ୟାଚାର ସହିବାକୁ ପଡିବନି ଓ ସୁନ୍ଦର ମୌକା ଘରଛାଡି ଯିବାପାଇଁ, ଏମିତି ଭାବି ଭାବି ସେ ତାର ସବୁ ଜିନିଷ ପତ୍ର ବ୍ୟାଗରେ ସଜାଡୁଥାଏ। ସେତେବେଳକୁ ରାତି ୧୨.୦୦ଟା ପରେ ହେବ ସମସ୍ତେ ଶୋଇଗଲା ପରେ ରୋଶନି, ଫୋନ ଲଗାଏ ତାର ପିଲାଦିନର ସାଙ୍ଗ ବୀଣା ପାଖକୁ, ଆଉ କୁହେ ତା ସହ ଯାହା ଯାହା ବି ଘଟୁଛି ଓ ପୂର୍ବରୁ ଘଟିଯାଇଥିଲା। ସେସବୁ ଶୁଣି ବୀଣା ବହୁତ ମନଦୁଃଖ କରେ ଓ ରୋଶନିକୁ ବହୁତ ଗାଳି ବି ଦିଏ। ଏତେ କଷ୍ଟରେ ଅଛୁ ଅଥଚ ମତେ ଟିକେ ବି ଜଣେଇନୁ। ରୋଶନି କୁହେ ବୀଣା ମତେ ଗୋଟେ ସାହାଯ୍ୟ କରିବୁ କି?

ଆରେ କହ କଣ ସାହାଯ୍ୟ ଦରକାର?

ତାପରେ ରୋଶନି ତାର ପ୍ଲାନ ବିଷୟରେ କୁହେ କି ଆଜି ରାତିରେ ଘର ଛାଡ଼ି ଯିବା କଥା। ବୀଣା ତାର ପିଲାଦିନର ସାଙ୍ଗ ଥିବାରୁ ତାକୁ ସବୁପ୍ରକାର ସାହାଯ୍ୟ କରିବା ପାଇଁ ରାଜି ହୁଏ। ତା ସହ ସେ ବି ଓକିଲାତି କରୁଥାଏ। 

ସେହି ରାତିରେ ବୀଣା ସହାୟତାରେ ରୋଶନି ଘର ଛାଡିଦିଏ,ସେଠୁ ଗଲାପରେ ତାକୁ କିଛିଦିନ ନିଜ ପାଖରେ ନେଇରଖେ। ଏହିଭିତରେ ବୀଣା ତା ପାଇଁ ଏକ ଚାକିରୀ ଯୋଗାଡ଼ କରିଦେବା ସହ, ତାକୁ ଆଗକୁ ପଢିବା ପାଇଁ ପ୍ରେରଣା ଯୋଗାଏ। ନିଜ ହାତରୁ ଟଙ୍କା ଦେଇ ତାର IGNOU ରେ B A ଆଡମିଶନ ବି କରେଇଦିଏ। ସେପଟେ ତାର ଶାଶୁ ଘର ଲୋକେ ବି ତାକୁ ଖୋଜିବାକୁ ଚେଷ୍ଟା ବି କରନ୍ତିନି, କୁହନ୍ତି ଯାହା ହଉ ସେଟା ଯାଇଛି ଭଲ ହୋଇଛି। ଏସବୁର କିଛିଦିନ ଭିତରେ ରୋଶନି ଛାଡପତ୍ର ନୋଟିସ ପଠାଏ,ତାପରେ ତାର ଛାଡପତ୍ର ହୋଇଯାଏ।

ଏମିତି ୩ବର୍ଷ ବହୁତ କଷ୍ଟରେ ବିତିଯାଇଥିଲା। ବୀଣା ବି ତାକୁ ଯଥା ସମ୍ଭବ ସାହାଯ୍ୟ କରୁଥିଲା। ଏହିଭିତରେ ରୋଶନି BA ରେ ଫାଷ୍ଟ କ୍ଲାସ ଉଇଥ ଡିଷ୍ଟିଙ୍କସନ ରେ ପାସ ହୋଇଯାଏ। ସେପଟେ ତାର ଝିଅ ବି ବଡ ହେଉଥାଏ, ତେଣୁ ତାର ଭବିଷ୍ୟତ ଯେମିତି ନଷ୍ଟ ନହେବ ସେହି ଚିନ୍ତାରେ ରୋଶନି ବୁଝିଥିବା ଜାଗାରେ କାମ କରିବା ସହ ଟିଉସନ ବି କରେ। ତା' ସହିତ ଓ.ଏସ.ଏସ.ସି ପାଇଁ ଜୋରଦାର ପ୍ରସ୍ତୁତି କରେ, ସେ ଦିନରାତି ଏକ କରିଦିଏ। ଏମିତି ଦୁଇବର୍ଷ ପ୍ରସ୍ତୁତି ଭିତରେ ପରୀକ୍ଷା ବି ଦେଉଥାଏ। ଭଗବାନ ବି ଅନ୍ଧ ନୁହଁନ୍ତି ଏତେ କଷ୍ଟର ପରିଶ୍ରମ ତାକୁ ମିଳିଗଲା, ସେଦିନ ସେ ବହୁତ ଖୁସିଥାଏ,କାରଣ ସେ R.I ଭାବେ ସିଲେକ୍ଟ ହୋଇଯାଇଥାଏ। ଏ ଖୁସି ସେ ପ୍ରଥମେ ତାର ସାଙ୍ଗ ବୀଣାକୁ ଜଣାଏ। ବୀଣା ବି ଶୁଣି ସେସବୁ ବହୁତ ଖୁସିଅନୁଭ କରେ।

ସୌଭାଗ୍ୟ ବଶତଃ ରୋଶନିର ପୋଷ୍ଟିଂ ତା ନିଜ ଗାଁ ସର୍କଲରେ ହୁଏ। ସେତେବେଳେ ସେ ବୁଝିପାରେ ଯେ ତାର ବଡବାପା କେମିତି ତା ବାପାଙ୍କ ସମ୍ପତିକୁ ହଡପ କରିଥିଲେ। ସେସବୁକୁ ବୀଣା ସହାୟତାରେ ପୁନର୍ବାର ହାସଲ କରେ। ନିଜର ଏକ ସୁନ୍ଦର ଘର କରିବା ସହ, ତାର ଝିଅ ଆଶାକୁ ଇଂରାଜୀ ବିଦ୍ୟାଳୟରେରେ ପାଠ ପଢାଏ। ସେହି ଝିଅର ମୁହଁକୁ ଚାହିଁ ସେ ଆଗକୁ ଖୁସିରେ ଚାକିରୀ କରିବା ସହ ବଞ୍ଚିବାକୁ ଲାଗେ। 

କିନ୍ତୁ ସବୁଦିନ ରାତିରେ ଶୋଇଲାବେଳେ ତାର ସେହି ପୁରୁଣା ଅତୀତର ବିନିଦ୍ର ରଜନୀ ଗୁଡିକୁ ମନେ ପକେଇ ପକେଇ କାନ୍ଦେ, ଆଉ ଭାବେ ଆଗରୁ ହେଲେ ଏତିକି ସାହସ କରିଥାନ୍ତି ଯଦି, ଆଜି ଏତେ କଷ୍ଟ ସବୁ ସହିବାକୁ ପଡିନଥାନ୍ତା।


Rate this content
Log in

Similar oriya story from Drama