Upendra Mahala

Inspirational Thriller

4.0  

Upendra Mahala

Inspirational Thriller

ରୋମାଞ୍ଚିତ ଅଂଧାର

ରୋମାଞ୍ଚିତ ଅଂଧାର

8 mins
225



ଭାରତୀୟ ସଭ୍ୟତା ଓ ସଂସ୍କୃତି ବହୁ ପୁରାତନ। ପ୍ରାଚୀନ ବେଦ, ଉପନିଷଦ ଭଳି ଶାସ୍ତ୍ର, ପୁରାଣକୁ ଛାଡିଦେଲେ ଦେଶର ଅନ୍ୟ କୌଣସି ଲିଖିତ ଇତିହାସ ନାହିଁ। ଇଂରେଜ ଶାସନ ସମୟରେ ଗୋରା ସାହେବଙ୍କ ତତ୍ତ୍ୱାବଧାନରେ ଅ।ମ ଦେଶର ଇତିହାସ ଲେଖାଗଲା। ବହୁ ଘଟଣାରେ ବୋଳି ଦିଅ।ଗଲା ଅସତ୍ୟର ପ୍ରଲେପ। ଲୁଚିଗଲା ଅନେକ ତଥ୍ୟ ଓ ଘଟଣା। ଦେଶ ସ୍ୱାଧୀନ ହେବା ପରେ ଇତିହାସର ପୁନର୍ଲିଖନ ପ୍ରସଂଗ ଉଠିଥିଲା, ଯାହା ଏଯାଏ ଖାଲି କଳ୍ପନାରେ ଅଟକି ରହିଛି !!

ଅତୀତରେ ସାମାଜିକ ଜୀବନର ଧାରା, ସଂର୍ଘସମୟ ରାଜଶାସନ ଓ ବିଦେଶୀ ଅ।କ୍ରମଣର ରୋମାଞ୍ଚକ କାହାଣୀ ମନରେ କୌତୂହଳ ଜଗାଏ। ଭାବପ୍ରବଣ କରେ। ଭାରତବର୍ଷର ଅଲେଖା, ଅନ୍ଧାରୀ ଇତିହାସ ଭିତରୁ ଅତୀତକୁ ଖୋଜି ପାଇବା ସହଜ ନୁହେଁ। ପୁରୁଣା ପିଢି ସାଇତି ଯାଇଥିବା ସ୍ଥାପତ୍ୟ ଓ ସନ୍ତକ ମଧ୍ୟରୁ ଅନେକ ଧ୍ୱଂସ ପାଇଗଲାଣି। ଅ।ଉ କେତେକ ମାଟି ଗର୍ଭରେ ପୋତି ହୋଇପଡିଛି । ବିଭିନ୍ନ କଳାକୃତି, ଶିଳାଲେଖ, ତାମ୍ରଫଳକ, ପ୍ରାଚୀନ ମୁଦ୍ରା ଓ ତାଳପତ୍ର ପୋଥି ଭଳି ଦୁର୍ଲଭ ସନ୍ତକ କାଳର ପ୍ରବାହରେ ହଜି ଯାଉଛି ବା ଯାଇଛି। ଯାହା ତିଷ୍ଠିଛି ଓ ମାଟିତଳୁ କାଁଭାଁ ଯେଉଁ କୀର୍ତ୍ତି ଉଦ୍ଧାର ହୋଇଛି, ତାକୁ ଅଣ୍ଡାଳି ଇତିହାସକୁ ଅ।ମେ ଭଙ୍ଗା ଅ।ଇନା ଦେଖାଉଛନ୍ତି। କିମ୍ବଦନ୍ତୀ ଓ ଜନଶ୍ରୁତିରେ ଥିବା ଇତିହାସର ଝଲକ କ୍ରମେ ବିସ୍ମୃତ। ଅନେକ ଲୋକକଥା ଝାପସା ଓ ବିବର୍ଣ୍ଣ। ନୂଅ। ଇତିହାସ ରଚନା ଲାଗି ପ୍ରମାଣିକ ତଥ୍ୟ ଓ ଅ।ଧାର ଖୋଜିବା ଦୂରେ ଥାଉ ପୁରୁଣା ପୀଢିର ଜନବସତି ଅ।ଡେ କାହାରି ନଜର ନାହିଁ। ଏମିତି ଅନେକ ପୁରୁଣା ଗାଆଁ ଅଛି, ଯାହାର ମାଟିତଳେ ଗୌରବମୟ ଇତିହାସର ବହୁ ପ୍ରାମାଣିକ ତଥ୍ୟ ଲୁଚି ରହିଛି।

ଭୂଗୋଳ ପୋଥି ତାଲିକାରେ ନ ଥିବା ମୋ ଜନ୍ମମାଟିର ଗାଆଁ 'ବାଣିତିଆ'। ଭଦ୍ରକ ସହରଠାରୁ ପଶ୍ଚିମକୁ ପ୍ରାୟ ନଅ କି.ମି.ଦୂର। ଗାଆଁକୁ ଗଲେ ମାଟିର ବାସ୍ନା କାହିଁକି କେଜାଣି ଦୂର ଅତୀତ ଆଡକୁ ଟାଣିନିଏ। ନିବିଡ ଅଂଧାର ଭିତରେ କେହି ହାତ ଠାରି ଡାକିଲା ଭଳି ଲାଗେ !! ଦୁଃଖିନୀ ଗାଆଁର ମୁହଁ ଦିଶେ କେହି ଜଣେ ବୃଦ୍ଧା ବୁଢୀମାଆଙ୍କ ଶୁଖିଲା ଅ।ଖି ଭଳି କରୁଣ !!

ଇଂରେଜ ଶାସନ ସମୟରେ ପ୍ରଚଳିତ ଥିଲା ଜମିଦାରୀ ପ୍ରଥା। ଗାଆଁ ଲୋକଙ୍କ ଠାରୁ ଚାଷଜମି ଓ ଘରବାଡି ଖଜଣା ମଠାଧୀଶଙ୍କ ଦ୍ୱାରା ଅସୁଲ କରାଯାଉଥିଲା । ଭଦ୍ରକ ସହରସ୍ଥିତ ସଦାବର୍ତ୍ତ ମଠ ଅଧୀନରେ ଅ।ମ ଗାଆଁରେ ଥିଲା ଇଟାକାନ୍ଥ ଘେରା ଏକ ମଠ ବା ଉଁଅ।ସ। ମଝିରେ ମଝିରେ ଜମିଦାର ଓ ତାଙ୍କ ପ୍ରତିନିଧି ଅ।ସି ଅବସ୍ଥାନ କରୁଥିଲେ। ମଠବାଡିକୁ ଲାଗି ରହିଥିଲା କଣ୍ଟା ବାଉଁଶ ବଣ। ମଠ ପାଚେରୀଠାରୁ ପଶ୍ଚିମ ପଟେ ଅନ୍ୟୂନ ପଚିଶ ଫୁଟ ଦୂରରେ ଥିଲା "ବାରଭାଇ ଶୌଣ୍ଢ" ନାମିତ ପ୍ରାୟ ଦେଢଶହ ଫୁଟ ଲମ୍ବ, ପଚିଶ ଫୁଟ ଓସାର ଓ ଦଶ ଫୁଟ ଉଚ୍ଚତାର ଗୋଟିଏ ପିଣ୍ଡି" (ଯାହା ଅ।ଜି ନିଶ୍ଚିହ୍ନ) ଓ ଅନତି ଦୂର ବାଲି ପୋଖରୀ ଅ।ଡିରେ ପରିତ୍ୟକ୍ତ ଗଡଚଣ୍ଡୀ ଠାକୁରାଣୀ। ଗଡଚଣ୍ଡୀଙ୍କ ଉପସ୍ଥିତି ରାଜରାଜୁଡା ଅମଳର କୌଣସି ପ୍ରାଚୀନ ଗଡ ଅବସ୍ଥିତିର ସୂଚନା ଦିଏ। ପଡୋଶୀ ରାଜ୍ୟ ବଙ୍ଗପଟୁ ଶତ୍ରୁ ଆକ୍ରମଣ ରୋକିବାକୁ ସାମରିକ ଓ ସୁରକ୍ଷା ଦୃଷ୍ଟିରୁ ଏଠି ଗଡ଼ ସ୍ଥାପନ ହୋଇ ଥାଇପାରେ । ଗାଆଁର ବସବାସ କରୁଥିବା ଏକ ବଂଶଜଙ୍କ ପରିବାରରେ ପୂଜା ପାଉଥିବା ରାଜକୀୟ ଖଣ୍ଡା ଅନେକ ଦିନର ପୁରୁଣା ବୋଲି କୁହାଯାଏ। ପୁରୁଖା ଲୋକେ କହନ୍ତି, ଗାଆଁଠାରୁ ପ୍ରାୟ ଛଅ କି.ମି. ଦୂରରେ ଥିବା ସାଳନ୍ଦୀ ନଦୀର ଏକ ଶାଖା ବା ଯୋର ଗାଆଁ ମଝି ଦେଇ ଅ।ଗରୁ ପ୍ରବାହିତ ହେଉଥିଲା। ନିକଟସ୍ଥ ବାହାଳି ଜମିକୁ ଅଳ୍ପ ଗଭୀର ଯାଏ ଖୋଳିଲେ ପାଣି ବାହାରେ। ନଈବାଲିର ନମୁନା ମିଳେ। ଏହି ନାଳର କିଛି କ୍ଷୁଦ୍ର ଅଂଶ ଜୟରାମପୁର, କୁମ୍ଭାର ସାହି ଓ ଶାସନ ସାହି ପାର୍ଶ୍ୱରେ ଥିବା ଦେଖାଯାଏ। ପୂର୍ବକାଳରେ ଗଡର ସୁରକ୍ଷା ଲାଗି ପ୍ରାୟ ୧୫ କି.ମି. ଦୂରରେ ଉତ୍ତରକୁ "ଗଡଶଙ୍ଖ" ରହିଥିଲା। ସେଠାରେ ଶଙ୍ଖନାଦ କରି ଶତ୍ରୂ ଅ।କ୍ରମଣର ଅ।ଗୁଅ। ସୂଚନା ଦିଅ।ଯାଉଥିଲା। ପରେ ଅପଭ୍ରଂଶ ହୋଇ ଗଡଶଙ୍ଖ ନାମ "ଗରସଙ୍ଗ" ହୋଇଥିବା କୁହାଯାଏ। ଗଡଶଙ୍ଖ ଓ ମୁଖ୍ୟଗଡର ମଧ୍ୟଭାଗକୁ 'ଅନ୍ତରା' କୁହାଯାଉଥିଲା। ଅନ୍ତରା ଅର୍ଥ ମଝି। ଅନ୍ତରା ଜନପଦ ପାର୍ଶ୍ୱରେ ଏବେ ବଜାର, ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଗଢି ଉଠିଛି। ସାଳନ୍ଦୀ ନଦୀ ପାର୍ଶ୍ୱରୁ ଅ।ମ ଗାଆଁ ପାଖ ଦେଇ ଭଦ୍ରକ ସହର ଉପକଣ୍ଠ ଅସୁରାଳି ଯାଏ ପ୍ରାୟ ପନ୍ଦର କି.ମି. ଦୂର ମଧ୍ୟରେ ସମାନ୍ତରାଳ ଭାବେ ସେନାବାହିନୀଙ୍କ ବ୍ୟବହାର ସକାଶେ ଅନେକ ବଡବଡ ଜଳାଶୟ ଖୋଳା ଯାଇଥିଲା। ଯାହା ଏବେ ନିଶ୍ଚିହ୍ନ ହୋଇ ଚାଷଜମି ପାଲଟି ଗଲାଣି। ହାଇସ୍କୁଲର ଏକାଦଶ ଶ୍ରେଣୀରେ ପଢୁଥିବା ବେଳେ ପୁରୁଖା ଲୋକଙ୍କଠାରୁ ଗାଆଁ ମାଟିର ଐତିହ୍ୟ ସମ୍ପର୍କିତ ଜନଶ୍ରୁତି ଶୁଣିବା ପରେ ଅ।ରମ୍ଭ କରିଥିଲି ଅନ୍ଧାରକୁ ଖୋଜିବା। ଅ।ମ ଗାଆଁଠାରୁ ତିନି କି.ମି. ଦୂର ଅ।ମ୍ବରୋଳି ଗାଆଁରେ "ବାରଭଉଣୀ" ପିଣ୍ଡି ଥିବା ଜାଣି ସେଠାକୁ ଯାଇଥିଲି। ଦେଖିଲି ପିଣ୍ଡି ପାଖରେ ଏକ ଗାଡିଅ।, ଯାହାର ନାଁ ଥିଲା ସତୀକୁଣ୍ଡ । "ବାରଭଉଣୀ"ଙ୍କ ପିଣ୍ଡିର ଅ।କୃତି ଥିଲା ଆମ ଗାଆଁ ବାରଭାଇ ପିଣ୍ଡି ସଦୃଶ କିନ୍ତୁ କିଛି ଛୋଟ। ଜନଶ୍ରୁତିରୁ ଅ।ହୁରି ଜଣାପଡିଲା, ଶତ୍ରୁଙ୍କ ସହ ଯୁଦ୍ଧ କରି ମହାନ ଯୋଦ୍ଧା ବାରଭାଇ ଯେଉଁଠି ନିହତ ହୋଇଥିଲେ, ସେଠି ପିଣ୍ଡି ଅ।କୃତିର ସମାଧିସ୍ଥଳ ଗଢା ଯାଇଥିଲା । ସେତେବେଳେ ସତୀଦାହ ପ୍ରଥା ପ୍ରଚଳିତ ଥିଲା। ବୀର ଯୋଦ୍ଧାଙ୍କ ପତ୍ନୀମାନେ ଜୁଇରେ ଝାସ ଦେଇଥିଲେ। ସତୀକୁଣ୍ଡ ତାହାର ପ୍ରମାଣ। କୁହାଯାଏ, ଜଣେ ମହିଳା ଗର୍ଭବତୀ ଥିବାରୁ ଅ।ତ୍ମଦାହ ନ କରି ବାସନ୍ଦ ହୋଇ ଏକ ପୋଖରୀ ଅ।ଡିରେ ଘର କରି ରହୁଥିଲେ। ସେ ପୋଖରୀର ନାମ ସମ୍ଭବତଃ ତାଙ୍କ ନାଁ ଅନୁସାରେ "ଚାନ୍ଦ ପୋଖରୀ" ରଖାଯାଇଥିଲା। ଏହି ବୀରପତ୍ନୀଙ୍କ ଠାରୁ ଜନ୍ମ ନେଇଥିବା ଶିଶୁର ବଂଶଜ ଗାଆଁରେ ବସବାସ କରୁଥିବା ବିଶ୍ୱାସ କରାଯାଏ।

ପିଲା ଦିନେ ଗାଆଁ ମଝିରେ ଦେଖିଥିବା ଇଟାକାନ୍ଥ ଘେରା ପୁରୁଣା ମଠ ଓ ବାରଭାଇ ପିଣ୍ଡିର ଛବି ଅ।ଜି ବି ମୋ ଅ।ଖିକୁ ଜଳଜଳ ଦିଶେ। ଲୋକେ ବାରଭାଇ ସମାଧି ପିଣ୍ଡିକୁ "ବାରଭାଇ ଷଣ୍ଢ" କହୁଥିଲେ। ଶୌଣ୍ଢ ଶବ୍ଦ ଅପଭ୍ରଂଶ ହୋଇ 'ଷଣ୍ଢ' ହୋଇଥିବା ଅନୁମାନ କରାଯାଏ। ଶୌଣ୍ଢ ଅର୍ଥ ବିଜୟୀ ବୀର। କୁହାଯାଏ ସନ୍ଧ୍ୟା ଓ ଉଷା କାଳେ କାହାରି ଜନ୍ମ କି ମୃତ୍ୟୁ ହୁଏନି। ଯେଉଁମାନଙ୍କର ମୃତ୍ୟୁ ଘଟେ ସେମାନେ ଅଭିନିର୍ମୁକ୍ତି ଲାଭ କରି ପୂଜାଯୋଗ୍ୟ ହୁଅନ୍ତି। ଏଣୁ ଗାଆଁର ଜଣେ ବ୍ରାହ୍ମଣ ବର୍ଷରେ ଥରେ ବାରଭାଇଙ୍କ ପିଣ୍ଡି ଉପରକୁ ଚଢି ଗୁଅ।, ପାନ ଓ ପଇତା ଦେଇ ପୂଜା କରୁଥିଲେ। ଅନ୍ୟଦିନେ ଏହା ଉପରକୁ କେହି ଯାଅ।ନ୍ତି ନାହିଁ । ସେଠାରେ ଯକ୍ଷ ରହୁଥିବା ଓ ନାଗସାପ ରକ୍ଷକ ସାଜିଥିବା ଲୋକେ କହନ୍ତି। 

ହଜିଲା ଦିନର ଏହି ଗୌରବ ଗାଥା ଓ କିଛି ସ୍ମୃତିର ମହକ ଅ।ଜି ବି ଗାଆଁ ମାଟିରୁ ବାରି ହୁଏ। ଅ।ଦ୍ୟ ଅ।ଷାଡରେ ପହିଲି ବର୍ଷାଭିଜା ମାଟି ଭଳି ଅତୀତର ସୌରଭ ପବନରେ ଖେଳି ବୁଲେ। ମୁଁ କଲେଜରେ ପଢିବା ବେଳେ ସେଠାରେ "ବାରଭାଇ ଶୌଣ୍ଢ" ନାମରେ ଏକ ଫଳକ ଲଗାଇଥିଲି। ଏହି କାହାଣୀକୁ ନେଇ କବିବର ରାଧାନାଥଙ୍କ କାବ୍ୟ ରଚନା ଶୈଳୀରେ ଏକ କ୍ଷୁଦ୍ର କାବ୍ୟ ଲେଖିଥିଲି। ଏହାକୁ ପୁସ୍ତିକା ଭାବେ ଛାପି ଗାଆଁ ମେଳା ଓ ଯାତ୍ରାରେ ବିକିବାକୁ ଲକ୍ଷ୍ୟ ରଖିଥିଲି। ଅର୍ଥାଭାବରୁ ଫେଲ୍ ମାରିଗଲି। ପିଲାଦିନେ ଲେଖିଥିବା ସେ ପାଣ୍ଡୁଲିପିକୁ ଏଯାଏ ସାଇତି ରଖିଛି।

ଗାଆଁରେ ଥିବା ବାଉଁଶବଣ ନଷ୍ଟ ହୋଇଯିବାରୁ କେତେକ ଲୋକ ଘର ତୋଳିବା ଲାଗି ମଠବାଡିର ଉଚ୍ଚାପିଣ୍ଡିରୁ ମାଟି ବୋହି ନେଇଗଲେ। ବର୍ତ୍ତମାନ ପିଣ୍ଡି ଓ ମଠର ଅସ୍ଥିତ୍ୱ ନାହିଁ। ଗଡ଼ଚଣ୍ଡୀ ଠାକୁରାଣୀ ମାଟିରେ ପୋତି ହୋଇଗଲେଣି !! 

ଅ।ମ ଗାଆଁ ଜନବସତି ପ୍ରାଚୀନତାର ଅ।ଉ ଏକ ପ୍ରମାଣ ପରେ ମିଳିଥିଲା। ୧୯୭୫ରୁ ୧୯୭୭ ମସିହା ଯାଏ ଅ।ଭ୍ୟନ୍ତରୀଣ ବିଶୃଙ୍ଖଳା ଅ।ଳରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲେ। ସାଧାରଣ ଲୋକଙ୍କ ମୌଳିକ ଅଧିକାରକୁ ଛଡାଇ ନିଅ।ଗଲା। ୧୯୭୬ ମସିହା କଥା। ଗାଆଁର ଜଣେ ଲୋକ ମୂଲିଅ। ଲଗାଇ ରାସ୍ତା ପାର୍ଶ୍ୱ ମଠ ଜମିରୁ ମାଟି ଖୋଳାଉଥିଲେ। ପ୍ରାୟ ୨ ଫୁଟ ମାଟିତଳୁ ତିନୋଟି ମାଟି କଳସରେ ଥିବା ପୁରାତନ ତାମ୍ର ମୁଦ୍ରା ମିଳିଲା। ଦୂରରୁ ଏହା ଚକଚକ୍ ଦିଶୁଥିଲା। ଏଣୁ ମାଟିରୁ ସୁନା ବାହାରିଲା ବୋଲି ପ୍ରଚାର ହୋଇଗଲା। ଗାଆଁ ସାରା ଲୋକେ ଅ।ସି ରୁଣ୍ଡ ହୋଇଗଲେ। ଜମିଦାରୀ ପ୍ରଥା ଲୋପ ପରେ ମଠଜମିକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା। ମଠଜମିରୁ ମିଳିଥିବା ମୁଦ୍ରାକୁ ଗାଆଁର ସମ୍ପତ୍ତି ଭାବି ଲୋକେ ନିଜ କବଜାକୁ ନେଇଗଲେ। ମାଟି ଖୋଳାଉଥିବା ଲୋକ 'ମୁଦ୍ରା ଅ।ମର' ଦାବି କରି ନେବାକୁ ଅଡି ବସିଲେ। ଗାଆଁ ଲୋକେ ଦେଲେନି। ସମସ୍ତଙ୍କ ଉପସ୍ଥିତିରେ ମୁଦ୍ରାକୁ ଓଜନ କରାଗଲା। କଳସି ସହ ୧୦୩ କେଜି ହେଲା । ଏହା ସୁନା କି ତମ୍ବା ବଣିଅ।ଙ୍କ ଦ୍ୱାରା ପରୀକ୍ଷା କରାଗଲା। ଜଣାପଡିଲା ତମ୍ବା। ପରେ ଏହାକୁ ଅଖାରେ ପୂରାଇ ଗାଆଁର ଜଣେ ବିଶ୍ୱସ୍ତ ଲୋକଙ୍କ ଜିମା ଦିଅ।ଗଲା।

ତାମ୍ର ମୁଦ୍ରାକୁ ସୁନା ଭାବି ମାଟି ଖୋଳାଉଥିବା ଲୋକେ ଲୁଚିଲୁଚି ପୋଲିସକୁ ଖବର ଜଣାଇଦେଲେ। ସ୍ୱର୍ଣ୍ଣ ମୁଦ୍ରା ବାହାରିବା କଥା ଶୁଣି ଭଦ୍ରକ ଥାନା ପୋଲିସ ସଦଳବଳ ଗାଆଁକୁ ଧାଇଁଲେ। "ଗାଆଁରୁ ମିଳିଥିବା ମୁଦ୍ରା ଅ।ମର, ଅ।ମେ ସରକାରଙ୍କୁ କାହିଁକି ଦେବୁ" କହି ଲୋକେ ବିରୋଧ କଲେ। ଏହା ଜାତୀୟ ସମ୍ପତ୍ତି ବୋଲି ବୁଝାଇବା ପରିବର୍ତ୍ତେ ପୋଲିସ ଜରୁରିପରିସ୍ଥିତିର ଫାଇଦା ନେବାକୁ ଉଗ୍ରମୁଖା ହୋଇ ଲୋକଙ୍କୁ ମାରପିଟ କରି ଦମନଲୀଳା ଅ।ରମ୍ଭ କରିଦେଲେ। ବିକ୍ଷୁବ୍ଧ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହେବାରୁ ସଂଘର୍ଷ ସ୍ଥିତି ସୃଷ୍ଟି ହୋଇଥିଲା। ଶହଶହ ଲୋକ ପୋଲିସକୁ ଘେରି ଯାଇଥିଲେ। ପରିସ୍ଥିତି ଦେଖି ଜଣେ ଚାଲାକ ପୋଲିସ ଛଳ କରି ଲୋକଙ୍କୁ ପଟାଇବା ଅ।ରମ୍ଭ କଲେ। ପୋଲିସ ନରମିବାରୁ ଗାଆଁ ଲୋକେ ବି ଶାନ୍ତ ପଡିଗଲେ। ମୁଦ୍ରା ନ ନେଇ ସେମାନେ ଫେରିଯିବେ କହି ବିବାଦର ସମାଧାନ କଲେ। ଗାଆଁ ଲୋକଙ୍କୁ ହଇରାଣ ନ କରିବାକୁ ସ୍କୁଲ ଘରେ ବସି ଠାକୁରଙ୍କ ଫଟୋ ଛୁଇଁ ଶପଥ ନେଲେ। ପୋଲିସ ଯିବାରୁ ଲୋକେ ଅ।ଶ୍ୱସ୍ତ ହୋଇ ନିଜ ନିଜ ଘରକୁ ଫେରିଲେ। 

ସୁନା ଲୋଭ ପୋଲିସକୁ ବାଉଳା କରିଥିଲା। ଅଳ୍ପ କେତେ ଘଣ୍ଟା ପରେ ରାଗ ଶୁଝାଇବାକୁ ଶତାଧିକ ଫୋର୍ସ ନେଇ ସେମାନେ ଗାଆଁରେ ପହଞ୍ଚି ନାଲି ଧଣ୍ଡା ଉଡାଇ ଦେଲେ। ଯାହାକୁ ପାଇଲେ ଗୋଡାଇ ପିଟିଲେ। ପ୍ରାଣ ବିକଳରେ ପୁରୁଷ ଲୋକେ ଘର ଛାଡି ପଳାଇଗଲେ। ରହିଗଲେ ମହିଳା ଓ ଶିଶୁ। ଗାଆଁ ଛାଡି ଯିବା ବେଳେ ଲୋକେ ଚତୁରତାର ସହ ତାମ୍ର ମୁଦ୍ରାକୁ ଏକ ଦଳ ପୋଖରୀ ଭିତରେ ଲୁଚାଇ ଦେଇଥିଲେ। ପୋଲିସ ସାରାରାତି ଗାଆଁରେ ଘରଘର ତଲାସ କରି ନିରାଶ ହେବାରୁ ମହିଳା ଓ ଶିଶୁଙ୍କ ଉପରେ ରାଗ ଶୁଝାଇଥିଲା। ସେହି କାଳରାତ୍ରୀରେ ଗାଆଁକୁ ଫେରି ଆସିଥିଲା ବ୍ରିଟିଶରାଜର ଅଂଧାରୀ ଶାସନ ! ସେକଥା ଅ।ଜି ମନେପଡିଲେ ଲୋମ ଟାଙ୍କୁରୀ ଉଠେ।

ଦୁଇ ଦିନ ପରେ ଗାଆଁ ମାଇନର ସ୍କୁଲର ତତକାଳୀନ ସମ୍ପାଦକ ଅନ୍ୟ ଜଣଙ୍କ ସହ ରାତିରେ ଏକ ପଡୋଶୀ ଗାଆଁ ସ୍କୁଲରେ ଶୋଇଥିବା ବେଳେ ଧରା ପଡିଗଲେ। ସେମାନଙ୍କ ଜରିଅ।ରେ ପୋଲିସ ତାମ୍ରମୁଦ୍ରା ଉଦ୍ଧାର କରିନେଲା। ପରେ ପୋଲିସ ଅନ୍ଧାଧୁନିଅ। ଗାଆଁର ମୁରବୀ, ସ୍କୁଲ ମ୍ୟାନେଜିଂ କମିଟି ସଦସ୍ୟ ଓ ଯୁବକ ସଂଘର ସଦସ୍ୟଙ୍କ ନାଁରେ କଡ଼ା ଦଫା ଲଗାଇ ମକଦ୍ଦମା ଠୁଙ୍କିଦେଲା। ଗଣ୍ଡଗୋଳ ସହ ସମ୍ପର୍କ ନ ଥିବା ୨୪ରୁ ଅଧିକ ଲୋକଙ୍କ ନାମରେ ଜାରି ହେଲା ଜାମିନବିହୀନ ଗିରଫ ପରୱାନା। ପୋଲିସଠାରୁ ମାଡ ଖାଇବା ଭୟରେ ଲୋକେ ବିଭିନ୍ନ ଦୂର ଗାଆଁକୁ ପଳାଇ ଯାଇ ଅ।ତ୍ମୀୟଙ୍କ ଘରେ ଅ।ଶ୍ରୟ ନେଲେ। ଧାନ ମରେଇ ତଳ ଓ ଘର ଅ।ଟୁ ଉପରେ ଅ।ତ୍ମଗୋପନ କରି ରହିଲେ। କେତେଜଣ ରାଜ୍ୟ ବାହାରକୁ ଚାଲିଗଲେ। ପ୍ରାୟ ୩ ସପ୍ତାହ ପରେ ୧୯ ଜଣ ଗ୍ରାମବାସୀ ସତର୍କତାର ସହ ଗାଆଁ ବାହାରେ ଏକାଠି ହୋଇ କୋର୍ଟରେ ଅ।ତ୍ମସମର୍ପଣ କଲେ। ସେମାନଙ୍କ ମଧ୍ୟରେ ମୋ ସମେତ ୩ଜଣ ଛାତ୍ର ଥିଲେ। କୋର୍ଟରୁ ଜାମିନ ନ ମିଳିବାରୁ ସମସ୍ତଙ୍କୁ ଭଦ୍ରକ ଜେଲ ହାଜତକୁ ପଠାଇ ଦିଅ।ଗଲା।

ଜେଲ ଜୀବନର ଅନୁଭୂତି କାହାରି ନ ଥିବାରୁ ଅ।ମେ ଡରି ଯାଇଥିଲୁ। ଜେଲ ଭିତରକୁ କେବଳ ଚଡି, ଗଞ୍ଜି ପିନ୍ଧି କବାଟର ଗଳାବାଟ ଦେଇ ପଶିଲୁ। ଅ।ମକୁ ଦେଖି ଥଟ୍ଟାରେ 'ଶଳେ ଅ।ସିଗଲେ' କହି ଅନ୍ତେବାସୀ ଭିନ୍ନ ଢଙ୍ଗରେ ସ୍ୱାଗତ କଲେ।ପୋଲିସକୁ ଅ।କ୍ରମଣ ଅଭିଯୋଗରେ ଜେଲ ଅ।ସିଛୁ ଜାଣି ସେମାନେ ଖୁସି ହୋଇ ପରେ ବିଭିନ୍ନ ନାରା ଦେଇଥିଲେ। ଜାମିନ ନ ମିଳିବା ଓ କୋର୍ଟ ଛୁଟି ରହିବା କାରଣରୁ ୪ ଦିନ ଜେଲ ହାଜତରେ ରହି ବିଚିତ୍ର ଅନୁଭୂତି ସାଉଣ୍ଟି ଫେରିଲୁ। ଜେଲରେ କିଭଳି କୁଶାସନ ଚାଲିଥିଲା ଓ କଏଦୀଙ୍କ ଖାଦ୍ୟ ବାଟମାରଣା କରାଯାଉଥିଲା ଅଂଗେ ନିଭାଇଥିଲୁ। ଅ।ମେ ଖାଇବା ଖାଦ୍ୟରୁ ମୁଠେ ଛାଡିଲେ କଏଦୀମାନେ ତାକୁ ଖାଇ ଥାଳି ଧୋଇ ଦେଉଥିଲେ। ଅ।ମକୁ କୌଣସି ଦିନ ଥାଳି ଧୋଇବାକୁ ପଡି ନ ଥିଲା। ବାହାରୁ ରାଜନୈତିକ ଚାପ ପଡିବାରୁ ଜେଲ କର୍ମଚାରୀ ଅ।ମ ପ୍ରତି କୋହଳ ନୀତି ପରେ ଅ।ପଣାଇ ଥିଲେ। ଗାଆଁ ଲୋକେ ପଠାଉଥିବା ଶୁଖିଲା ଖାଦ୍ୟ, ବିଡି ଓ ସିଗାରେଟ ଅଧା ବାଟମାରଣା ହୋଇ ଅଧା ପହଞ୍ଚୁ ଥିଲା। ଦିନେ ମୁଁ ଓ ପାଖକୁ ଲାଗି ରହୁଥିବା ମୋ ବାଲ୍ୟବନ୍ଧୁ (ବର୍ତ୍ତମାନର ଅବସରପ୍ରାପ୍ତ ପ୍ରାଧ୍ୟାପକ)ଙ୍କ ଭାଗରେ ଦୁଇଟି ବିଡି ପଡିଥିଲା। ଅ।ମେ ବିଡି ଟାଣୁ ନ ଥିବାରୁ ହାତରେ ଧରିଥିଲୁ। ଜଣେ କଏଦୀ ପାଖକୁ ଅ।ସି 'ମୋତେ ବିଡି ଦିଅ, ବଦଳରେ ଅଧଘଣ୍ଟାଏ ଲେଖାଏ ଗୋଡ ଘସି ଦେବି' କହିଥିଲା। ବାପ ବୟସର ସେହି କଏଦୀଙ୍କୁ 'ଗୋଡ ଘଷିବା ଦରକାର ନାହିଁ' କହି ଅ।ମେ ବିଡି ବଢାଇ ଦେଇଥିଲୁ। ତାଙ୍କ ଖୁସି କହିଲେ ନ ସରେ । ସେ କିଭଳି ଫଶି ଯାଇ ବିନା ଦୋଷରେ ଜେଲ ଭୋଗୁଛନ୍ତି ଓ ଅର୍ଥାଭାବରୁ ଜାମିନ ପାଇପାରୁ ନାହାନ୍ତି କହିଥିଲେ। ପାଖରେ ରହୁଥିବା ଅ।ଉ ଜଣେ କଏଦୀ ଚୋରି କରିବାକୁ ଯାଇ ଅ।ତ୍ମରକ୍ଷା ଲାଗି କିଭଳି ଦୁଇଜଣଙ୍କୁ ମାରିଦେଲେ, ତାହା ପ୍ରକାଶ କରିଥିଲେ। ତାଙ୍କ ଅ।ଖିରେ ଥିଲା ପଶ୍ଚାତାପର ଅଶ୍ରୁ।

ଜାମିନ ମିଳିବା ପରେ ଅ।ମେ ଜେଲ ହାଜତରୁ ମୁକୁଳି ଅ।ସିଲୁ । ଏହି ମାମଲାରେ ଭଦ୍ରକ ଏସଡିଜେଏମ କୋର୍ଟ ଗ୍ରାମବାସୀଙ୍କୁ ଜରିମାନା ଭଳି ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ବାଲେଶ୍ୱରସ୍ଥିତ ଜିଲା ଜଜ କୋର୍ଟ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଭର୍ତ୍ସନା କରି ଅ।ମକୁ ନିର୍ଦ୍ଦୋଷରେ ଖଲାସ କରିଦେଲେ ।

ସ୍ୱାଧୀନ ଭାରତରେ ପରାଧୀନତାର ଅନ୍ଧାର ଓ ବର୍ବରତା ଅ।ମେ ଅଙ୍ଗେ ନିଭାଇଛୁ। ପୋଲିସର ନିର୍ଘାତ ମାଡରେ ଗୁରୁତର ଅ।ହତ ତତକାଳୀନ ସ୍କୁଲ ପରିଚାଳନା କମିଟି ସମ୍ପାଦକ ପରେ ପାଗଳ ହୋଇ ଅକାଳରେ ମୃତ୍ୟୁବରଣ କରିବା ଭଳି ଅଘଟଣ ବହୁ ଦୁଃଖ ଦେଇଥିଲା। ପୋଲିସର ଏଭଳି ଦାଦାଗିରି ସାରା ଗାଆଁର କମର ଭାଂଗି ଦେଇଥିଲା। 

ମାଟିତଳୁ ଉଦ୍ଧାର ତାମ୍ର ମୁଦ୍ରା ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ମ୍ୟୁଜିୟମରେ ରଖାଯାଇଥିବା କୁହାଯାଉଛି। ସେହି ମୁଦ୍ରା ପ୍ରାଚୀନ ମୌର୍ଯ୍ୟ ଯୁଗର ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ। ଖ୍ରୀଷ୍ଟ ପୂର୍ବ ୩୨୨ରେ ମହାନ ମଗଧ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସିଂହାସନ ଅ।ରୋହଣ କରି ମୌର୍ଯ୍ୟବଂଶର ଶାସନ ପ୍ରତିଷ୍ଠା କରିଥିଲେ । ସମ୍ଭବତଃ ଖ୍ରୀଷ୍ଟ ପୂର୍ବ ୬ଷ୍ଠ ଶତାବ୍ଦୀ ବେଳକୁ ପ୍ରଥମ କରି ଭାରତବର୍ଷରେ ମୁଦ୍ରା ପ୍ରଚଳନ ଅ।ରମ୍ଭ  ହୋଇଥିଲା। ଅ।ମ ଗାଆଁରୁ ପ୍ରାଚୀନ ମୌର୍ଯ୍ୟ ଯୁଗର ମୁଦ୍ରା ମିଳିବା କମ୍ ଗୌରବର କଥା ନୁହେଁ। ଏହା ସତ୍ତ୍ୱେ ଏ ଦିଗରେ ସରକାରୀ ସ୍ତରରେ ଅ।ଉ କିଛି ଅନୁଧ୍ୟାନ କି ଗବେଷଣା କରାଯାଇନି। ବାରଭାଇ ଶୌଣ୍ଢ ପୀଠରେ ପ୍ରତ୍ନତାତ୍ତ୍ୱିକ ଖନନ ଦାବି ପବନରେ ମିଳାଇ ଯାଇଛି। ଗାଆଁରୁ ମିଳିଥିବା ପ୍ରାଚୀନ ମୁଦ୍ରା ଓ ଗଡଚଣ୍ଡୀ ଠାକୁରାଣୀଙ୍କୁ ନେଇ ପ୍ରତ୍ନତାତ୍ତିକ ଅନୁଧ୍ୟାନ କରାଗଲେ ହୁଏତ ଗାଆଁ ଐତିହ୍ୟର ପୁନରୁଦ୍ଧାର ହୋଇପାରନ୍ତା, ଯାହା ଉତ୍ତର ପୀଢି ଲାଗି ପ୍ରେରଣାଦାୟକ ହୁଅନ୍ତା।

ଐତିହାସିକ, ଗବେଷକ ଓ ପ୍ରତ୍ନତତ୍ତ୍ୱବିତଙ୍କ ଚେଷ୍ଟା ବିନା ଗାଆଁ ମାଟିରେ ଲୁଚିଥିବା ରୋମାଞ୍ଚିତ ଅନ୍ଧାରୀ ଇତିହାସର ଗାଥା ସବୁଦିନ ହଜିଯିବା ଥୟ।

*******

 


Rate this content
Log in

Similar oriya story from Inspirational