ରୋଗର ଜ୍ୱାଳା
ରୋଗର ଜ୍ୱାଳା
ବର୍ଣିତ କାହାଣୀ ଟି ଗୋଟେ ସତ ଅନୁଭୂତି ଉପରେ ପର୍ଯ୍ୟବେଷିତ
ମୋର ଏମ. ବି. ବି. ଏସ ପରେ ସୁନ୍ଦରଗଡ଼ ଜିଲ୍ଲାର ଏକମା ପୋଷ୍ଟିଙ୍ଗ ହେଇଥାଏ । ଆଉ ସେଇଟା ମୋର ପ୍ରଥମ ପୋଷ୍ଟିଙ୍ଗ ଥିଲା । ପ୍ରଥମ ଚାକିରୀ ଯେତିକି ଉତ୍ସାହିତ ଲାଗୁଥିଲା ସେତିକି ଶଙ୍କା ବି ଲାଗୁଥାଏ । ମୋତେ ପାଖରେ ଗୋଟେ କ୍ୱାଟାର ମିଳିଥିଲା । କ୍ଵାଟର ତ ନୁହଁ ଭୁତ ଖାନା ଟାଏ । ଚାରିଟା ରୁମ । ମୁଁ କେବଳ ଦୁଇଟା ରୁମ ବ୍ୟବହାର କରୁଥିଲି । ଅନ୍ୟ ଦୁଇଟା ରୁମରେ ଭୁତ କି ସାପ ବେଙ୍ଗ କି ମୂଷା କିଏ ସବୁରହୁଥିଲେ କେବେ ଖବର ରଖେନି ।
ଦିନେ ରାତିରେ ହଟାତ ଗେଟ କବାଟ ନକ୍ ହେଲା । ମୁଁ ଘଣ୍ଟା କୁ ଅନେଇଲିରାତି ଗୋଟେ । ହଁ କିଏ ପେସେଣ୍ଟ ହେଇଥିବ । ମୁଁ କବାଟ ଖୋଲିଲି ଦେଖିଲି ଗୋଟେ ବୁଢା ଆଉ ଗୋଟେ ବୁଢ଼ୀ, ବୁଢ଼ା ଟା ସଁ ସଁ ହେଉଥାଏ ।
-" ଆଜ୍ଞା ମୋର ବୁଢା ଟା ସେଁ ସେଁ ହେସି, ଗହଦୁଛି ଜୀବନ୍ ବାହରଲା ବାଗେର ହଉଛି । କାଣ ଉଷୁଦ ଦିଅ ଆଜ୍ଞା । ମୁଁ ଯାହା ଦେଖିଲି ଆଜମା ଭଳି ଲାଗିଲା ।"
-"ଆରେ ମାଉସୀ ବଡ଼ଗାଁ ପଳେଇଯାଅ ।ପେସେଣ୍ଟ ସିରିଏସ ଅଛି ।
-" କାହିଁ ଯାଇପାରେ ଆଜ୍ଞା । ଇନେ ଯେନଟା ସୁଜା ସୁଜି ଟିକେ ଦିଅ । ବନେ ଗୁଲଗୁଲା ହେଲୁନ ଆଜ୍ଞା ।"
ମୁଁ ବି ଲକ୍ଷ କଲି ଇଏ ଯାଇପାରିବନି । ତାପରେ ଆମ ଡ୍ରାଇଭର ବି ଛୁଟିରେ ଅଛି । ତାପରେ ହସ୍ପିଟାଲ ଯାଇ କିଛି ଇଞ୍ଜେକ୍ସନ ଦେଇ ବୁଢା କୁରେଫେର କରିଦେଲି ।
ତାପର ଦିନ ନିତି ଦିନିଆ ପରି OPDରେ ବସିଥାଏ । କିଛି ସମୟ ପରେ ସେଇ ବୁଢା ବୁଢ଼ୀ କୁ ପୁଣି ଦେଖିଲି ।
-" ଆରେ ମଉସା ତମେ ବଡ଼ଗାଁ ଯାଇନ, କାଲି କହିଥିଲି ପରା ।
-" କାଣ ବଡ଼ଗାଁ ଯିବି ଆଜ୍ଞା, ଭୁବନେଶ୍ୱର କଟକ ବୁର୍ଲା ହାଇଦ୍ରାବାଦ କେନ ଜାଗା ବି ଛାଡ଼ିନି । ସବନେ ଥି ମୋର୍ରୋଗ ଦେଖିସାରଲାନ । ଆପଣ କଟକ ଥି ଆସିଛନ୍ । ଟିକେ ଆଜ୍ଞା ଦେଖ ମୋର ପ୍ରେସକ୍ରିପସନ ସବୁ ।
ଏତିକି କହି ଗୋଟେ ବଡ ଫାଇଲ ମୋ ଆଗରେ ଥୋଇଦେଲା ।
ମଉସା ଟିକେ ଟାକ ଯେ ମୁଇଁ ଆର ତିନି ଚାରି ଟା ପେସେଣ୍ଟ ଦେଖଲା ପରେ ତମର ସବୁ ଦେଖିବି ।
ମୁଁ ସବୁ ତନ୍ନ ତନ୍ନ କରି ଦେଖିଲି । ବୁଢାରାମଲାଲ ଗରଡିଆ 45 ବର୍ଷ ଘର ବିରିମୁଣ୍ଡା । ପାଞ୍ଚଟାରୋଗ ଡାଇବେଟିସ, ପ୍ରେସର, କରନାରୀ ହାର୍ଟରୋଗ, କିଡ଼ନୀ ଫେଳିୟାର ଆଉ ଶ୍ୱାସ । ବିଗତ ବର୍ଷେ ଭିତରେ ପାଖା ପାଖି ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏଗାର ଟା ମେଡ଼ିସିନ ଲେଖା ଅଛି । ପୁଣି ବଡ ବଡ ହସ୍ପିଟାଲରେ ବି ଦେଖେଇଛି । ଲାଷ୍ଟ ବର୍ଷେ ହେଲା ସେ ଆପୋଲୋରେ ଡାଇଲିସିସ ବି ହଉଛି
-" ଆଛା ମଉସା ତମର ତ ବହୁତରୋଗ... ତାପରେ ତମେ କେତେ ବଡ ବଡ ହସ୍ପିଟାଲରେ ଟ୍ରିଟମେଣ୍ଟ ହଉଛ । ଏଠି କାହିଁ ଆସିଲ ଯେ । ମୁଇଁ କାଣ ଆଉ ଉଷୁଦ ଦେବି । ତମେ ଏବେ ସବୁ ମେଡ଼ିସିନ ଖାଉଛ କି ନାହିଁ ।"
କାହିଁ ଘିନିବି ଆଜ୍ଞା । ଦୁଇ ବଛର ହେଇଗଲା । କେତେ ଓଷଦ ଖାଏମି । ଜୀବନ ତକ ଯେନ୍ ଟା ବି କମିଥିଲୁ ଏଇ ଉଷୁଦ ପଛରେ ଗଲା । ଜମିନ ବାଡ଼ି ସବ ବିକ୍ରି ହେଇଗଲା । ପୁଅରାଗିକରି ଭଗଲା । ମୋର କନିଆର ଯେତକ ଗହନା ବି ଥିଲା ସେ ସବ ବି ଏଇ ଉଷୁଦରୋଗ୍ ପଛରେ ସର୍ ଲା । ଆଉ କାହିଁ ପାଇବି । ବୁଢ଼ୀ ଜଙ୍ଗଲ ଗଲେ ଯେନ୍ ଟା ବି ପାଏସି ଟାକୁ ବେଚି କରି ଚାଉଲ ଘିନ୍ ଲେ ହାମର ଚୁଲି ଜଲେ । ଗଲା ମାସ୍ ବୁଢ଼ୀର ଉପରେ ଗୋଟେ ଗଛ ପଡଲା ଯେ ଆଉ ଜଙ୍ଗଲ ଯାଇ ନାଇଁ ପାର୍ଲା ।
କାଣ କରବା ବୁଆ । ହସ୍ପିଟାଲ ଥି ଯେନଟା ବି ଅଛି ଦିଅନ୍ତୁ ଆଜ୍ଞା ବହୁତ ଗୁଲଗୁଲା ହେଲିନ ।
-" ମଉସା ତମର ଛାତିରେ ପାଣି ଜମିଲାଣି । କିଡ଼ନୀର ୟୁରିଆ କ୍ରିଏଟିନିନ ବଢ଼ିଗଲାଣି । ଡାଇଲିସିସ ଦରକାର । ମୁଁ ଏଠି କାଣ କରିପାରିବି ।"
ତାପରେ ମୁଁ ସବୁ ମେଡ଼ିସିନ ଲେଖିଦେଲି । ପନ୍ଦର ଟା ମେଡ଼ିସିନ ହେଲା ।
-" ଡାକ୍ତର ଆଜ୍ଞା କେତେଟା ଉଷୁଦ ଲେଖଲେ ।"
-"କାଣ କରିବା ମଉସା ପନ୍ଦର ଟା ଲେଖିଲି ।"
-" ପନ୍ଦର ଟା ଓଷଦ ବଦଲାରେ ଗୋଟେ ଲେଖି ପାର୍ ବ ବୁଆ ।"
-" କାଣ ମଉସା ।"
-" ଗୋଟେ ବିଷର ଇଞ୍ଜେକେସନ । କିଛି ନିହା କରଲେ ଗୋଟେ ବିଷ ଇଞ୍ଜେକେସନ ଟେ ଦେଥ ତ ଆଜ୍ଞା ।"
ଏତିକି କହି ବୁଢା ହସି ଦେଇ ଉଠି ପଳେଇଲା । ଆଉ ବୁଢ଼ୀ ତାର ପଛେ ପଛେ ।
ଡିଉଟି ସରିଲା । ମୋତେ କାହିଁ ଆଉ ଭଲ ଲାଗିଲାଣି । ଲଞ୍ଚ ବି ଖାଇବାକୁ ଇଛା ହେଲାଣି । ସନ୍ଧ୍ୟା ବେଳେ ମୋ ଫାର୍ମାସିଷ୍ଟ ଘରୁ ଆସି ପହଁଚିଲେ । ତାଙ୍କୁ ସବୁ କଥା କହିଲି ।
- " ହେଲେ ସାର ବିରିମୁଣ୍ଡାର ସେରାମଲାଲ ଗରଡିଆ ଆଉ ତାର କନିଆ ଗତ ସପ୍ତାହରେ ଖରାପ ହେଇଯାଇଛନ୍ତି ମାନେ ମରିଯାଇଛନ୍ତି । ସେରାମଲାଲ ବିଚରା ଗୁଡ଼ାଏରୋଗ ବହୁତ ଡାକ୍ତର ଦେଖେଇଥିଲା । ଆଉ ସେ ବୁଢ଼ୀର ହାଡ ଗୋଟେ ଭାଙ୍ଗି ସେପ୍ସିସ ହେଇଯାଇଥିଲା । ହେଲେ ଆପଣ କାହାକୁ ଦେଖିଲେ?"
ସାହୁ ବାବୁ ଙ୍କ କଥା ଶୁଣି ଭୟରେ ମୋ ଛାତି ଥରିଗଲା । ପାଦ ତଳୁ ମାଟି ଖସିଯିବା ପରି ଲାଗିଲା । ଆଜି ଯାଏଁ ବି ମୁଁ ଜାଣିପାରି ନାହିଁ ସେ ବୁଢା ବୁଢ଼ୀ ଭୁତ ପ୍ରେତ ଥିଲେ କି ତାଙ୍କରି ନାମରେ ଆଉ କେହି ଥିଲେ ଲ
କିନ୍ତୁ ଏତିକି କହିପାରିବି ଯେରୋଗ ଜ୍ୱାଳାରେ ସେମାନେ ଅତୃପ୍ତ ହେଇଯାଇଥିଲେ ।।।
