Sunanda Mohanty

Comedy Romance Others

4  

Sunanda Mohanty

Comedy Romance Others

ରଙ୍ଗର ନାମ ଏଭରଗ୍ରୀନ

ରଙ୍ଗର ନାମ ଏଭରଗ୍ରୀନ

3 mins
6


 ଘରେ ପହଞ୍ଚି ଆଶ୍ଚର୍ଯ୍ୟ ହେଲେ କ୍ଷିତୀଶ. ବାହୁନା ପକେଇଛନ୍ତି ସ୍ତ୍ରୀ ରାଧିକା. ସବୁ ରଙ୍ଗ ଛାଡିଯିବାକୁ ଘଡିଏ ସମୟ ଲାଗିଲାନି କ୍ଷିତୀଶଙ୍କୁ. ଶ୍ରୀମତୀଙ୍କ ମୁଦି ଦୁଇଟି ତଥାପି ମିଳିନି. ଏଟା ପୁଣି ଏମିତି ସେମିତି ମୁଦି ନୁହେଁ ଗୋଟେ କ୍ଷିତୀଶଙ୍କ ବାପା ନିଜେ ବୋହୁ ଦେଖାବେଳେ ପିନ୍ଧେଇ ଦେଇଥିଲେ ରାଧିକାଙ୍କୁ ଆଉ ଗୋଟେ ଖାସ ସେ ନିଜେ କାରଣ ସେଦିନ ବାପାଙ୍କ ଧଳା ସାର୍ଟ ଚୋରୀ କରି ପିନ୍ଧି ରାଧିକାଙ୍କୁ ଦେଖିଯିବା ବେଳେ ରାଧିକାଙ୍କ ସଙ୍ଗେ ଯୋଉ କେଇ ମିନିଟର ଏକାନ୍ତ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିଲା ସେତିକି ସମୟରେ ରାଧିକା କହିଥିଲେ ଆପଣ ଏ ଧଳା ସାର୍ଟରେ ପୁରା ଏଭର ଗ୍ରୀନ ହିରୋ ଜିତେନ୍ଦ୍ରଙ୍କ ଭଳି ଲାଗୁଛନ୍ତି. ବାସ ଆଉ କିଛି କଥା ବଢିବାର ଆବଶ୍ୟକତା ହିଁ ନଥିଲା. ବାହାଘର ହୋଇଗଲା. ସେଇ ମୁଦିଟା ବାସର ରାତିରେ ରାଧିକାଙ୍କୁ ପିନ୍ଧେଇ ସେ କହିଥିଲେ ତୁମେ ହେମାମାଳିନୀ ପ୍ଲସ ଶ୍ରୀଦେବୀ ପ୍ଲସ ରେଖା ପରି ଲାଗୁଛ ତ ବାସ ସେହିଦିନୁ ସଂସାର ଗାଡି ଗଡି ଚାଲିଛି ଠିକ ଠାକ. ଆଉ ଯେବେ ବି କିଛି ଗଡବଡ ଲାଗେ ମୁଦିଦୁଇଟାକୁ ଦେଖି ବୁଝିଯାଆନ୍ତି ମନକୁ ମନ ରାଧିକା ଓ କହୁଥାନ୍ତି ମୁଁ ଖାଲି ତୁମ ପସନ୍ଦ ନୁହଁ ମୋ ଶଶୁର ମଧ୍ୟ ମତେ ପସନ୍ଦ କରି ଏ ଘରକୁ ତୁମ ପାଇଁ ଆଣିଛନ୍ତି. ହେଲେ ରାଧିକା ଜାଣିନଥିଲେ ତାଙ୍କର ସେଇ ଏଭର ଗ୍ରୀନ ହିରୋ କହିବାରେ ଯୋଉ ମାଦକତା ଥିଲା ବାପାଙ୍କ ବନ୍ଧୁଙ୍କ ଝିଅ ସାବିତ୍ରୀ ସହ ବିବାହ କଲେ ସେ ଜୀବନ ହାରିଦେବେ ବୋଲି ସିଧା ସିଧା ଜଣେଇ ଦେଇଥିଲେ ବାପାଙ୍କୁ. ଆଉ ବୋଉ କାନ୍ଦୁଥିଲା ଠିକ ଏମିତି, ଯେମିତି କାନ୍ଦୁଛନ୍ତି ରାଧିକା ପୁଅର ମୋବାଇଲରୁ ତାର କୋଉ ଝିଅ ସହ ଚାର୍ଟ ଲିଷ୍ଟ ସବୁକୁ ଅନୁସନ୍ଧାନପୂର୍ଣ୍ଣ ଆଖିରେ ପଢି ଦେଖି ଓ ପ୍ରମାଣ ଦେଖାଇ.

   ପୁଅ ଭଲ ମଣିଷ ପରି ମଣିଷ ହେବ ଭାବି ତାକୁ ଆବାସିକ ବିଦ୍ୟାଳୟରେ ପଢ଼ାଉଛନ୍ତି କ୍ଷିତୀଶ. ନିଜେ ସେହି ସ୍କୁଲର ଶିକ୍ଷକ. ଛାତ୍ର ଶିକ୍ଷକ ମଧ୍ୟରେ ଆଜି ଯୋଉ ସମ୍ପର୍କ ରସାତଳକୁ ଯାଉଛି ସେଥିରୁ ଟିକେ ଉର୍ଦ୍ଧରେ ରହିଛି ଏଇ ଆବାସିକ ବିଦ୍ୟାଳୟ. ଆଜିର କଳୁଷିତ ଯୁଗରେ ନିଜକୁ ସେହି ମହାଭାରତର ସନ୍ଦୀପନି, ଦ୍ରୋଣ, କର୍ଣ୍ଣ, ଅର୍ଜ୍ଜୁନଙ୍କ ଭଳି ଛାତ୍ର ଶିଷ୍ୟର ପରମ୍ପରା ଆଜି ବି ଉଜ୍ଜୀବିତ ଏଇ ଆବାସିକ ବିଦ୍ୟାଳୟମାନଙ୍କରେ ରହିଛିର ଧାରଣା ଯଦିଓ ଆଜି ହାଟରେ ନବମ ଶ୍ରେଣୀ ପିଲା ଦୁହିଁଙ୍କର ଆଚ୍ଚରଣ ଓ ଉଚ୍ଚାରଣରୁ କ୍ଷିତୀଶ ମନ ହୃଦୟରେ ଦୋହଲି ଯାଇଥିଲେ ବି ସେ ପୁଅ ହାତରେ ମୋବାଇଲ ଧରାଇଛନ୍ତି ନିର୍ଦୋନ୍ଦରେ. ଗେମ ଖେଳୁଛି ତ ଖେଳୁ.ବିଦ୍ୟା ସହ ବୁଦ୍ଧି ନଥିଲେ ଆଜିକାର ଯୁଗରେ ପଛରେ ପଡିଯିବାକୁ କେତେ ସମୟ!ସେ ନିଜେ ତ ରୋଗ ବୈରାଗର କାରଣ ଓ ନିରାକରଣ ପାଇଁ ୟୁଟୁବ ଦେଖିଚାଲିଛନ୍ତି,ପୁଣି ଘରକାମରୁ ଟିକେ ଫୁରୁସତ ପାଇ ରାଧିକା ରଜ ସୁନ୍ଦରୀ ଚ୍ୟାନେଲ ଦେଖୁଛନ୍ତି ତ କଟକଣା କରିନାହାଁନ୍ତି କେବେ?ଆଛା କୁଆଡେ ଗଲା ସେ? ଆଜି ପରା ରବିବାର. ଯୋଗ କ୍ଲାସ ଯାଇଛି. ଦେଲ ଦେଲ କଣ କାହା ସଙ୍ଗେ ଚାର୍ଟ କରିଛି ଦେଖେ.

   ମୋବାଇଲ ନେଇ ପୁଅର ନବମ ଶ୍ରେଣୀରୁ ନବମ ଶ୍ରେଣୀ ଝିଅ ପ୍ରତି ପ୍ରେମର ଲିଷ୍ଟ ବା ଚାର୍ଟରେ ଗୋଟେ ଟୁଇଷ୍ଟ ମିଳିଗଲା କ୍ଷିତୀଶଙ୍କୁ. ରୁବି ଭଳି ଅନେକ ଝିଅ ପୁଅ ହଷ୍ଟେଲରେ ରହି ପରିବାର ସୁଖରୁ ବଞ୍ଚିତ ଆବାସିକ ସ୍କୁଲରେ. ସେ ଦୃଷ୍ଟିରୁ ତାଙ୍କ ପୁଅ ଶନି ରବିବାର ସ୍କୁଲ କ୍ଵାଟରରେ ଥିବା ପିତା ମାତାଙ୍କ ପାଖରେ ଦିନ କାଟୁଥିବାରୁ ସହପାଠିନୀ ରୁବିର ଜନ୍ମ ଦିନରେ ଉପହାର ଦେଇଛି ମୁଦି ପୁଣି ଭାବି ଶାଶୁ ଶଶୁରଙ୍କ ତରଫରୁ. ଆଶ୍ଚର୍ଯ୍ୟ ହୋଇ ଚାର୍ଟର ଟ୍ଵିଷ୍ଟ ଭିତରେ ଭବିଷ୍ୟତର ପୁନରାବୃତ୍ତିର ଦୃଶ୍ୟ ଦେଖୁ ଦେଖୁ ରାଧିକା ବଡ଼ ପାଟିରେ କହୁଥିଲେ ଦେଖିବ ଆସ ପୁଅ କପବୋର୍ଡରେ ତୁମ ଧଳା ସାର୍ଟ. ଚକିତ ହେଲେନି କ୍ଷିତୀଶ ବରଂ ଆର ମୁଦିଟି ତକିଆ ଖୋଳ ଭିତରୁ ପାଇ ଅଳ୍ପ ଆଶ୍ୱସ୍ତ ଥିବା ସ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ କ୍ଷିତୀଶ. ଆରମୁଦିଟା ମଧ୍ୟ ତୁମର ସୁରକ୍ଷିତ ଅଛି. ତୁମ ପାଖକୁ ଫେରିବ ଦିନେ. ସ୍ୱାମୀଙ୍କ କଥାରୁ କଣ ବୁଝିଲେ କେଜାଣି ଆଜି ପିତା ଶାଗ ବାଛି ଭାଜିବା ସହ ମାଛ ବେସର ଯୋଗାଡୁ ଯୋଗାଡୁ କହୁଥିଲେ ଏଣିକି ସତରେ ପିତା ଶାଗ ଖାଇବା ଉଚିତ. କାହିଁକି?ପଚାରିଲେ କ୍ଷିତୀଶ ତ ରାଧିକା କହୁଥିଲେ ଆଉ କେଇଟା ବର୍ଷ ପରେ ଶାଶୁ ଓ ଜେଜେମାର ଅଭିନୟ କରିବାକୁ ସୁସ୍ଥ ରହିବାକୁ ହେବ ନା. କ୍ଷିତୀଶ ହସୁ ହସୁ ଛାତ୍ରୀ ରୁବିର ମୁହଁ ମନେ ପକାଉଥିଲେ ତ ହସ ଉକୁଟି ଆସୁଥିଲା ତାଙ୍କ ଚେହେରାରେ ତ ରାଧିକାଙ୍କ ଆଶଙ୍କା ଦୂରୀଭୂତ କରି କ୍ଷିତୀଶ କହୁଥିଲେ ତାକୁ ଏ ବିଷୟରେ ଆଉ କିଛି ପଚାରିବନି ଆଗକୁ ପରୀକ୍ଷା ଆସୁଛି. ହସୁଥିଲେ ରାଧିକା ।



Rate this content
Log in

Similar oriya story from Comedy