ରଙ୍ଗ
ରଙ୍ଗ


ବସନ୍ତର ରଂଗ କିପରି? ପ୍ରଶ୍ନ ର ଉତ୍ତର ଦେଇ ଅନୁଭବ କହିଥିଲେ ଗାଡ ନାଲି । ନା , ଅନୁଭୂତି କହିଲେ । ଅନୁଭବ ପଚାରିଲେ ତେବେ ତୁମେ କୁହ? ଅନୁଭୂତି କହିଲେ ତୁମେ ରଙ୍ଗ ଲାଲ ବୋଲି କହୁଛ, ହେଲେ ରୂପ ଆଉ ରଙ୍ଗ ମୋ ମତରେ ସମାନ ନୁହେଁ । ରୂପ ଆକୃତି କୁ ବୁଝେ,ଯେମିତି ଝିଅର ଗୋରା ବା ସାବର୍ଣ ବର୍ଣ୍ଣ ସେମିତି ବସନ୍ତରେ ଲାଲ ରଙ୍ଗର ପଳାସ ଫୁଲର ସମ୍ଭାର । ରଙ୍ଗ କିନ୍ତୁ ତାହା ନୁହେଁ । ଅନୁଭବ ଲାଲ ଗୋଲାପ ଟିକୁ ଅନୁଭୂତିକୁଁ ଦେଇଥିଲେ । ଅନୁଭୂତି ଗୋଲାପ ଟିକୁ ଧରି ପ୍ରଶ୍ନକରିଥିଲେ, ବସନ୍ତର ରଙ୍ଗ କିପରି?
ଅନୁଭୂତି ଯୁବତୀ,ପ୍ରେମ ନିବେଦନ କେତେ ଯୁବକ ମାନଙ୍କ ଠାରୁ ପାଇଛନ୍ତି ତାର ଶୀମା ନାହିଁ । ବାଟେ ଘାଟେ ବନ୍ଧୁଘରେ ଠାରୁ ଆରମ୍ଭ କରି କଲେଜରେ । କେତେ ପ୍ରେମିକ ତାର ସାନିଧ୍ୟ ପାଇଁ କେତେକେତେ ଛଳନା କରିଛନ୍ତି । କାରଣ ତ ରୂପରେ ପାଗଳ ହୋଇ ଧାଇଁଛନ୍ତି ଯେମିତି ଧନାଢ୍ୟ ବ୍ୟକ୍ତି ଆମ୍ବପଲ୍ଲୀ ର ରୂପରେ । ପୁରୁଷର ଆଖିକୁ ଜଣେ ନାରୀ ବୁଝିପାରେ ସହଜରେ । ନାରୀ ର ଚରିତ୍ର କୁ କେବଳ ନିନ୍ଦା କରନ୍ତି ଲମ୍ପଟ ମାନେ । ଅନୁଭୂତି କହୁକହୁ କହିଦେଲେ ଯଦି ମୋର ଦେହର ତାତିରେ କିଛି ଭୂଲ କରିବସେ ତେବେ କାହିଁକି ମତେ ସମାଜ ନାକଟେକେ? କଣ ଚରିତ୍ର କେବଳ ନାରୀ ପାଇଁ, ପୁରୁଷଙ୍କ ଚରିତ୍ର ପିତଳହାଣ୍ଡି, ମାଜିମୁଜି ଦେଲେ ସଫାସୁତର । ଆମ ସମାଜ କେବଳ ନାରୀକୁଁ ନାଲିଆଖି ଦେଖାଏ । ଅନୁଭବ ସୁଣିଯାଉଥିଲେ ଅନୁଭୂତି ର ଅଭିଯୋଗକୁ। କଥା ର ଯଥାର୍ଥତା ଉପଲବ୍ଧି କରୁଥିଲେ ।
ଅନୁଭୂତି ବିଷୟ ବିନ୍ଦୁ କୁ ଦୋହରାଇ କହିଲେ । ମୁଁ ଜଣେ ନାରୀ, ଜୀବନ ସାଥି ବାଛିବା ସମୟ ଆସିଛି । ତୁମେ ମତେ ଭଲପାଇଛ ସତ ,ହେଲେ ମୋ ବିଚାରରେ ଜଣେ ନାରୀର ରୂପକୁ ଦେଖି ଭଲ ପାଇବାର ଛଳନା କରିବା ଉଚିତନୁହେଁ । ହୁଏତ ଆଗକୁ ବିଚାର କରିବା ଦରକାର । ଅନୁଭବ ଆଖିରୁ ଡିଟୋପା ଲୁହ ଗଡ଼ିଗଲା । ଅନୁଭୂତି ତରଳିଗଲେ, ନିଜ ଆଖିରେ ଅନୁଭବର ହୃଦୟ ର ଭାଷାକୁ ପଢି । କହିଲେ ଜଣେ ଯୁବକ ତୁମେ ,ତୁମର ଜୀବନରେ କେତେ କେତେ ସୁନ୍ଦରୀଝିଅ ଆସିବେ,ତୁମେ କାନ୍ଦିବା ଶୋଭା ପାଉନି ।
ଅନୁଭବ ସାହସରେ କହିଲେ, ଅନୁଭୂତି ତୁମେ ମୋ ସହିତ ବିବାହ ନ କରିବାକୁ ଚାହୁଁଛ ମୁଁ ତୁମ କଥାରେ ଏକମତ ହେଲେ ଗୋଟିର ମୋର ଅଳି ଯେମିତି ମତେ ନିରାଶ କରିବନାହିଁ । ହଁ ମୁଁ ତୁମର ଅଳି ବୁଝୁଛି ତୁମେ କହିବାକୁ ଚାହୁଁଛ ମୁଁ ତୁମର ପ୍ରେମରେ ନାଲି ହୋଇ ସଦା ବାହାର ହୋଇ ରହିବାକୁ ନା । ନା ତାହାବି କରିବାକୁ ମୁଁ ତୁମକୁ ଅଧିକାର ଦେବିନି । କାରଣ ଏ ବିଚାର ତୁମ ମୋ ଭିତରେ କ୍ଷଣିକ ଉତେଜନା । ବାସ୍ତବ କ୍ଷେତ୍ରରେ ତାହା ହଳଦୀର ରଙ୍ଗ ବି ଉଡିଯାଇ ଥାଏ । ଅପ୍ରସ୍ତୁତ ଭାବରେ ଅନୁଭବ କହିଲେ ତେବେ କଣ ଥରେ କ୍ଷୀରରେ ଚିନି ମିଶିଗଲା ପରେ ଚିନିକୁ ଅଲଗା କରିହେବ? ନିରବ ରହିଲେ ଅନୁଭୂତି,କି ଉତର ଦେବେ ଅନୁଭବକୁ। ତୁମେ ଚିନି ନା କ୍ଷୀର ,ସ୍ମିତହାସ୍ୟ ଦେଇ କହୁଥିଲେ । ସେତେବେଳେ ଅଭିମାନରେ ଉଠି ଠିଆହେଲେଣି ଅନୁଭବ । ଅନୁଭୂତି ହାତ ଧରି ଟାଣିନେଲେ ନିଜ ଛାତିକୁ ,ଅନୁଭବ ର ମସ୍ତକରେ ଅଙ୍କିଦେଲେ ନିଜର ଭଲପାଇବାର ମିଠା ଚୁମାଟିଏ । କହିଲେ ତୁମେମାତ୍ର ମୋର କେତୋଟି କଥାରେ ଏତେ ଅଭିମାନ କରୁଛ କଣ ମୋ ଛାତି ତଳର ତାତିକୁ ବୁଝିପାରୁନ କେମିତି ତାର ସାଥି ପାଇଁ ଛଟପଟ ହେଉଛି? ଅକୁହା ତୃପ୍ତିରେ ପାବନ ହୋଇଯାଉଥିବ ଦୁହିଁଙ୍କ ଅନ୍ତର ଆତ୍ମାରୁ ଆନନ୍ଦ ଅଶୃ ଶାଶ୍ୱତ ପ୍ରେମରେ ପଲ୍ଲବିତ ହେଲା । ଅନୁଭୂତି ମୁକୁଳି ଆସି କହିଲେ , ଏବେ ବସନ୍ତ ର ରଙ୍ଗକେବଳ ଲାଲ ନୁହେଁ ସାତ ରଙ୍ଗ । ବୁଝୁଛ ତ?