STORYMIRROR

Akshayakumar Dash

Romance Inspirational

2  

Akshayakumar Dash

Romance Inspirational

ରଙ୍ଗ ଗୋରା

ରଙ୍ଗ ଗୋରା

1 min
139

ପୁଅର ବିଭାଘର ପାଇଁ ଝିଅଦେଖା । ସକାଳୁ ସକାଳୁ ରୁକ୍ମିଣୀ ଦେବୀ ବସିଗଲେ ମୋବାଇଲ ଧରି । ମେର୍ଟିମୋନିଅଳ ରୁ ଝିଅଦେଖି ଚାଲିଲେ ।ସବୁଝିଅ ତ ଗୋରା ଦିସୁଛନ୍ତି। କେଉଁ ଝିଅକୁ ବହୁ କରି ଆଣିବେ? ନିଜ ମନରୁ ବାଛିବା ଅପେକ୍ଷା ପୁଅକୁ ପଚାରି ବୁଝିବା ଉଚିତ ହେବ ।ତେବେ କେତୋଟି ଝିଅକୁ ବାଛି ପୁଅକୁ ଦେଖାଇବା ଉଚିତ ହେବ ।ଏହି ଝିଅଟି ବେଙ୍ଗାଲୁର ରେ ଗୋଟିଏ ବହୁରାଷ୍ଟ୍ରୀୟ କମ୍ପାନୀରେ ଡାଟା ଅପରେଟର ଅଛି । ଘର ତାର ବ୍ରହ୍ମପୁର । ବ୍ରାହ୍ମଣ ।ଗୋରା, ଶରୀର ଗଠନ ଗୋଟିଏ ଚାଉଳରେ ଗଢ଼ା । ନାକ ଠିଆ, ଆଖି ଦୁଇଟି ହରିଣୀ ପରି । ଓଠ ଓ ଗାଲ ସୁନ୍ଦର । କେଶ ଘଂଛ ଲମ୍ବିଛି ଜଙ୍ଘ ପର୍ଯ୍ୟନ୍ତ ।ପାଦ ଦିଅଟି ଲକ୍ଷ୍ମୀ ପରି ।ଟିକିଏ ବାଙ୍ଗରା ହେଲେ ପୁଅ ମୋର ତ ଡେଙ୍ଗା । ବାଛିଥିବା ପୁଅର ପସନ୍ଦ ହେଲେ ଦେଖିବା ।ଆଉଜଣେ ଝିଅ ଡେଙ୍ଗା, ହେଲେ ଗୋରା ନୁହେଁ, ସାବନା, ମୁହଁର ଗଠନ ସୁନ୍ଦର, ହେଲେ କେଶ ଛୋଟ ଛୋଟ ବେକ ତଳକୁ ।ଆଜିକାଲି ଝିଅ ମାନେ ପାଲର ଯାଇ ନିଜକୁ ସୁନ୍ଦର ବନଉଛନ୍ତି, କେମିତି ବାଛିବା ଏହି ଫଟରୁ । ପୁଣି କିଏ ଜାଣିଛି ଏହି ଝିଅମାନେ ତ ଏବେ ଖୋଲା ଖୋଲି ଭାବେ ପ୍ରେମ କରି ବସିଲେଣି। କଣ ନା, ବୟ ଫ୍ରେଣ୍ଡ। ଝିଅ ବିବାହ ପୂର୍ବରୁ ତାଙ୍କ ବୟେ ଫ୍ରେଣ୍ଡ ଧରି ବୁଲୁଛନ୍ତି ।ମାଲୋ, କି ସମୟ ଚାଲିଛି। ଆମେ ମାନେ ଆମ ଅଭିଆଡା ସମୟରେ କୋଉ ପୁଅ ସାଙ୍ଗରେ କଥା ଟିକେ ହେଲେ ଘରେ ତାଗିଦା କରୁଥିଲେ । ସାଇ ଭାଇ ଟୁପୁରୁ ଟପୁରୁ ହେଉଥିଲେ,। ଏବେ ତ ଝିଅମାନେ ପୁଅଙ୍କୁ ଧରି ଜିଅଳ ପକୋଉଛନ୍ତି ।ଛୋଟ ମାଛ ବନିସିରେ ବାନ୍ଧି ବଡ଼ ମାଛ ରୋହି କି ଭାକୁର ଧରୁଛନ୍ତି ।ପୁଣି ବିଭାଘର ସରିଲେ ନିଜ ସ୍ୱାମୀକୁ ନଚୋଉଛନ୍ତି ।କେମିତି କଣ ହେବ ପୁଅର ବିଭାଘର ଈଶ୍ୱର ଜାଣନ୍ତି । କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance