STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ରହିଛି ରହିବି ତୋରି ପାଇଁ

ରହିଛି ରହିବି ତୋରି ପାଇଁ

2 mins
380

ଅବସର ପରେ ନବଘନ ବାବୁ ଚିଡିଚିଡ଼ା ପ୍ରକୃତିର ହୋଇଛନ୍ତି କହିଲେ ଅନ୍ୟ କେହି ସିନା ବିଶ୍ୱାସ ଅବିଶ୍ୱାସ ଦୋଛକିରେ ପଡିବେ ହେଲେ ୠତୁମତୀ ବେଶ ଚିହ୍ନନ୍ତି ଏଇ ନବଘନବାବୁଙ୍କୁ, ଏମିତି ମାଆ ପୁଅ ଦିଟାଙ୍କୁ ସେ ଚିଡି ଆସୁଛନ୍ତି ଆବଲ୍ୟରୁ l

   କେତେବେଳେ ବହିଗୁଡା ଦେଖି ପୁଅକୁ କୁଳାଙ୍ଗାର କହୁଥିବେ ତ କେତେବେଳେ ମାର୍କସିଟ ଦେଖି, କେତେବେଳେ ମାଆ ପୁଅକୁ କୋଳରେ ପୁରାଇ ଶୁଆଇ ପାଠ ଟିକେ ପଢ଼େଇଥିଲେ ହୋଇନଥାନ୍ତା କହୁଥିବେ ତ କେତେବେଳେ ମାଆ ଖାଲି ପୁଅକୁ ସର ଲବଣୀ ଖୁଆଇ ପୁଅର ବପୁ କାଢ଼ିବାରେ ସହାୟକ ହେଲା କହି ଗାଳି ଦେଉଥିବେ. ଏମିତିକି ଭଲ ପ୍ୟାକେଜରେ ପୁଅ କମ୍ପାନୀ ଚାକିରୀ ପାଇଲା ତ ଅନ୍ୟ ସାଙ୍ଗସାଥୀମାନଙ୍କ ପୁଅମାନଙ୍କ ପ୍ୟାକେଜ ସହ ତୁଳନା କରି ଭାଗ୍ୟକୁ ନିନ୍ଦୁଥିବେ, ଏସବୁ ୠତୁମତୀଙ୍କର ଦେହସୁହା ହେଲେ ବି ଅନ୍ୟମାନେ ଜାଣିବାକୁ ନବଘନ ବାବୁ ପୁଅ ପାଇଁ କେତେ ଭାବୁଛନ୍ତି ତ ୠତୁମତୀ ଭାବନ୍ତି କେଜାଣି କେମିତିକା ଲୋକ ଏ ନବଘନ ବାବୁ, ଆଙ୍କ ହାର୍ଟର ରଂଗ ବୋଧେ ପାଣିଚିଆ l

  ପୁଅ ଦିଲ୍ଲୀରେ ରହେ ତ ଫ୍ଲାଇଟ ଟିକେଟ କାଟି ବାପା ମାଆ ଦୁହିଁଙ୍କୁ କେତେଥର ଆଗ୍ରା, ମଥୁରା, ବୃନ୍ଦାବନ, ହରିଦ୍ୱାର, ହୃଷିକେଶ ବୁଲେଇ ଆଣିଲାଣି, ତଥାପି ନବଘନ ବାବୁ ଦିନେ ପୁଅର ପ୍ରଶଂସା କରି ନାହାଁନ୍ତି, ପୁଅ ଆହୁରି ବୁଝାଏ ମାଆକୁ ତାଙ୍କର ସବୁ ରୋଗ ବାହାରିଲାଣି, ତ ତାଙ୍କ ସହ ଭଲ ବ୍ୟବହାର କରିବା ଦରକାର, ପୁଅର ଏହି କଥା ସବୁ ନବଘନ ବାବୁଙ୍କୁ କହିବାରେ ସେ ଥମିବେ କଣ ବେଶୀ ବେଶୀ ରାଗ, ହ ମୋ ଦେହ କଣ ହେଲେ ସବୁ ଯେମିତି ତୁମ ଗୁଣମଣି ବୁଝିଦେବ, କୁଳାଙ୍ଗାର ପିଲାଦିନୁ ଭଲ ପାଠ ପଢିଲାନି, କି ଭଲ ପ୍ୟାକେଜ ପାଇ ଚାକିରୀ କଲାନି, ମତେ ଶେଷକୁ ନିଜ ପାଇଁ ପତିତପାବନ ପ୍ୟାକେଜ ଯୋଗାଡ଼ କରିବାକୁ ପଡିବ, ସେଇଟା ପୁଣି କଣ, ପଚାରୁଥିଲେ ୠତୁମତୀ ତ ନବଘନ ବାବୁ କହୁଥିଲେ ମଲା ପରେ ଶୁଦ୍ଧି କ୍ରିୟା କରିବା ପାଇଁ ସବୁଠୁ ଶସ୍ତା ପ୍ୟାକେଜ ସେଇଟା, ନବଘନ ବାବୁଙ୍କ ପାଟିରେ ହାତ ଦେଇ ୠତୁମତୀ ନିଜକୁ ସିନା ସମ୍ଭାଳି ନେଲେ, ହେଲେ ସମ୍ଭାଳି ପାରିଲା ନାହିଁ ପୁଅ, ଓରିଏଣ୍ଟାଲ ଇନ୍ସୁରାନ୍ସ ଦୁଇଟି ଧରାଇ କହୁଥିଲା ତୁମ ଆଣ୍ଠୁ ଓ ଆଖି ଅପରେସନ କରାଇନିଅ, ପ୍ରତି ବର୍ଷ କୋଲାପ୍ସ କରିଯାଉଛି, ଏଵେ ତ କାମରେ ଲାଗୁ, ନବଘନ ବାବୁ ପୁଅ ହାତରୁ ଇନ୍ସୁରାନ୍ସ ଦୁଇଟି ନେଇ ଚଷମା କାଢ଼ି ପଢୁଥିଲା ବେଳେ ୠତୁମତୀ କିନ୍ତୁ ଗର୍ବ ଅନୁଭବ କରୁଥିଲେ ପାଣିଚିଆ ଦିଲବାଲା ବାପାଙ୍କ ପୁଅର ଦିଲଟା ରଙ୍ଗୀନ ଦେଖି, ହାତ ଯୋଡୁଥିଲେ ମାଆ ଲୋ ମାଆ, ମୋ ପୁଅକୁ କୋଟି ପରମାୟୁ ଦେ ଲୋ ମାଆ l ପୁଅ ଆଖିର ଚମକରେ ସତେ ଯେମିତି ଆହ୍ୱାନ ରହିଛି ରହିବି ତୁମରି ପାଇଁ, କୃତ୍ୟକୃତ୍ୟ ହେଇଯାଉଥିଲେ ମାଆ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational