Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Akshayakumar Dash

Romance

3  

Akshayakumar Dash

Romance

ରାକ୍ଷୀ-୫

ରାକ୍ଷୀ-୫

1 min
5


ଶ୍ରୀୟାର ଏକମାତ୍ର ଭାଇ, ସେପୁଣି ଶ୍ରୀୟା ଠାରୁ ସାନ।ବି.ଟେକ କରୁଛି । ଏଇଟା ଶେଷବର୍ଷ।ତାର ନାମ ଚନ୍ଦନ।ଶ୍ରୀୟା ଠାରୁ ଦଶ ବର୍ଷ ସାନ।ନିଜ ଭଉଣୀର ଭଲ ମନ୍ଦ ବୁଝେ ଚନ୍ଦନ।ଭଉଣୀର ବିବାହ ସମୟରେ ତାର ସେମିଷ୍ଟାର ପରୀକ୍ଷା ଥିଲା। ପରୀକ୍ଷା ଦେଇ ଫ୍ଲାଇଟ ଧରି ଦିଲ୍ଲୀରେ ପହଁଚିଲା। ଶ୍ରୀୟାର ବିବାହ ଦିଲ୍ଲୀ ର ଗୁଡ଼ଗାଁଓରେ ହୋଇଥିଲା।ସନ୍ଧ୍ୟାରେ ପହଂଚି ତତ୍କାଳୀନ ସମସ୍ତ କାର୍ଯ୍ୟରେ ସହଯୋଗ କଲା। ବର ଘର ଲୋକ ମଧ୍ୟ ବହୁ ଭାଇର ଉପସ୍ଥିତି ଚାହୁଁଥିଲେ। ବିଭାଘର ଆଡମ୍ବର ପୂର୍ଣ୍ଣ ହେଲା।ବେଳେବେଳେ ଭାଇଭଉଣୀ ପରସ୍ପର ରାଗିଯାଇ ଦୁୁଇଜନ ତାହା ପାଣିର ଗାରପରି।ଶ୍ରୀୟା ବିଟେକ କରିଛି ବାୟୋଟେକରେ। ହାଇଦ୍ରାବାଦ ଏକ ମଲ୍ଟି ନେକ୍ସନଲ କମ୍ପାନୀ ଯାହାଙ୍କର କାମ ଟେଷ୍ଟ ଟିଉବ ବେବି ଫଟିଲିଟିସେଇ କମ୍ପାନୀରେ ମ୍ୟାନେଜର ଅଛି।ମାସକୁ ଦରମା ପ୍ରାୟ ସତୁରୀ ହଜାର ।

ନିଜ ଭାଇର ପଢାପଢି ତଥା ପିତା ମାତାଙ୍କ ଖବର ରଖେ।ତାର ସ୍ୱାମୀ ଅଂଶୁଲ ମଧ୍ୟ ଏକ ହସ୍ପିଟାଲର ମ୍ୟାନେଜର । ଭାଇ ଭଉଣୀ ଦୁହିଁଙ୍କ ଖୁସିଗପ ବେଳେ ବହୁତ ମଜା ଲାଗେ।ଶ୍ରୀୟା ଟେଲଭାଜି ଓ ଆମିଷ ପ୍ରିୟ। ଚନ୍ଦନ ବଜାରର ସବୁଠୁ ଭଲ ଦୋକାନରୁ ଆଣି ଦିଏ। ବରା ସିଙ୍ଗଡ଼ା ସାଙ୍ଗକୁ ଦହିବରା ଓ ଘୁଗୁନି ବା ଆଲୁକଶା।ଦୁହେଁ ଖାଇଲାବେଳେ ଯେମିତି ସବୁ ଭୁଲିଯାଆନ୍ତି। ରାଗ ଅଭିମାନ ଭାଇ ଭଉଣୀ ଭିତରେ କ୍ଷଣିକ।ଶ୍ରୀୟା ଠାରୁ ଚନ୍ଦନ ଭଲ ପଢେ। ହେଲେ ତାର ରେଜଲ୍ଟ ପରିଶ୍ରମ ଅନୁସାରେ ମିଳେନି।ତେବେ ନାନୀର ଗାଳି ଓ ଭରଛନା ଶୁଣିବାକୁ ପଡେ। ଚନ୍ଦନ ଆଗକୁ ଭଲ କରିବ ବୋଲି ଆତ୍ମବିଶ୍ୱାସ ସହିତ ପ୍ରତିଶୃତି ଦିଏ।ଶ୍ରୀୟାର ପୁଅ ପିଙ୍କୁ କୁ ବହୁତ ଭଲ ପାଏ ଚନ୍ଦନ। ପିଙ୍କୁ ମଧ୍ୟ ମାମୁଁ ପିଛା ଛାଡେନି। ତିନି ଭଣାଯାକୁ ବୁଲାଇ ଆଣେ ଚନ୍ଦନ। ଶ୍ରୀୟା ଓ ଚନ୍ଦନ ଗୋଟିଏ ବୃକ୍ଷର ଦୁଇଟି କଢି।


Rate this content
Log in

More oriya story from Akshayakumar Dash

Similar oriya story from Romance