STORYMIRROR

Adyasa Sharma

Fantasy Others

3  

Adyasa Sharma

Fantasy Others

ରାଧାର ଭାବନା

ରାଧାର ଭାବନା

1 min
269

ବହିଚାଲିଥାଏ ଧିର ପବନ ସେହି ପବନ ସୁଅରେ, ମନ ରୂପକ ଗାଡ଼ିରେ ଭାସି ଚାଲିଥାଏ ରାଧା। ଅନେକ ଭାବନା, ଅନେକ ଆଶା, ଆକାଂକ୍ଷା ଢାଳି ହେଇଯାଉଥାଏ ତା' ହୃଦୟରେ। ଆଖିଯୋଡ଼ିକ ଖୋସି ହୋଇଯାଉଥାଏ ସୁନେଲି ସ୍ୱପ୍ନର ଭିଡ଼ରେ। ସତେ ଯେମିତି ସେ ପହଞ୍ଚିଯାଇଥାଏ ଏକ ଭିନ୍ନ ରାଇଜରେ। ହଠାତ, ଘୋଡ଼ାଟାପୁର ଶବ୍ଦ ଶୁଭିଲା, "ଟପ, ଟାପ ଟପ, ଟାପ"। ସୁସଜ୍ଜିତ ଘୋଡ଼ା ମାନଙ୍କ ଉପରେ ବସିଥିଲେ କିଛି ଲୋକ, ବେଶଭୂଷାରୁ କୌଣସି ରାଜସଭାର ଲୋକ ଭଳି ଲାଗୁଥିଲେ। ସେମାନଙ୍କ ପଛରେ ଏକ ବିରାଟ ସଜ୍ଜିତ ହସ୍ତୀ; ତା' ଉପରେ ବିଦ୍ୟମାନ ହୋଇ ତା'ର ଶୋଭା ବର୍ଦ୍ଧନ କରୁଥିଲେ ନିକଟ ରାଜ୍ୟର ରାଜା। ହସ୍ତୀର ଠିକ ପରେ, ସ୍ବର୍ଣ୍ଣ, ହୀରକ ଜଡ଼ିତ ପାଲିଙ୍କିରେ ଶୋଭା ପାଉଥିଲେ ରାଜାଙ୍କର ନବବିବାହିତା ପତ୍ନୀ। ପବନ ସୁଅରେ ପାଲିଙ୍କି ପରଦା ଟିକେ ଆଡ଼େଇ ହେଲାବେଳେ, ତାଙ୍କର ମୁହଁ ଦେଖାଗଲା। ନାହିଁ ନ'ଥିବା ସୁନ୍ଦରତା; ସ୍ୱର୍ଗର କୌଣସି ଅପ୍ସରୀ ପରି ଲାଗୁଥିଲେ ସେ। ପିତୃଗୃହଠୁ ଦୂରେଇବାର ଦୁଃଖ ସହିତ ଏକ ନୂତନ ସଂସାର ଗଢ଼ିବାର ଇଚ୍ଛା, ତାଙ୍କୁ ଦେଖିହିଁ ବୁଝି ହେଇଯାଉଥିଲା। ଜଣେ ନବବିବାହିତା ସ୍ତ୍ରୀ ମନରେ ଯେ, କେତେ ଆଶା ପୁଣି କେତେ ଆଶଙ୍କା ରହିଥାଏ, ତାହା କେବଳ ସେ ହିଁ ବୁଝିପାରେ। 

ଏହିସବୁ ଦୃଶ୍ୟ ଦେଖି; ନିଜ ଯୌବନରେ ପ୍ରବେଶ କରୁଥିବା ରାଧା, ନିଜର ସୁଖର ସଂସାରର ଭାବନାର ଆସର ମେଲାଇଥାଏ। ହଠାତ କୋଉଠୁ ଶଙ୍ଖଧ୍ୱନି ଶୁଣାଗଲା। ରାଧାର ନିଦ ଭାଙ୍ଗିବା ସହିତ ସେ ରାଜା, ନବବଧୂ ସବୁ କୁଆଡ଼େ ଉଭେଇଗଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy