Akshayakumar Dash

Romance

2  

Akshayakumar Dash

Romance

ପୁରୁଷର ପ୍ରେମ

ପୁରୁଷର ପ୍ରେମ

2 mins
173


• ବିଚିତ୍ର ବିବାହିତ। ଗୋଟିଏ ସନ୍ତାନର ଜନକ । ପତ୍ନୀ ଓ ଝିଅଟି ଗାଁରେ ରୁହନ୍ତି।ପତ୍ନୀ ସୁଲୋଚନା ଜଣେ ବିଚାରବାନ ମହିଳା ।ଗାଁରେ ଶଶୁର ଓଶାଶୁ ବୁଢା ବୁଢ଼ୀ ଦୁହିଁଙ୍କ ସେବା କରିବାକୁ ହେବ ।ସମସ୍ତଙ୍କୁ ନେଇ ସହରରେ ଚଳିବା ବ୍ୟୟ ବହୁଳ ।ପୁଣି ସ୍ୱାମୀ ବିଚିତ୍ର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏହିସବୁ ନେଇ ସ୍ୱାମୀଙ୍କ ପାଖରେ ସହରରେ ରହିବା ସମ୍ଭାବନା ନାହିଁ । ଏହି ସହରରେ ବିଚିତ୍ର ନିଜକୁ ଅବିବାହିତ କହି ପ୍ରେମ କରିବସିଛି ଝିଅମାନଙ୍କୁ ।ନିଜ ଅଫିସର କର୍ମଚାରୀ ମାନେ ଜାଣିଛନ୍ତି ଯଦିଓ ଏହା ଗୋଟିଏ ବ୍ୟକ୍ତିଗତ କାରବାର ଭାବି ଚୁପ ରୁହନ୍ତି । ବିଚିତ୍ର ଝିଅମାନଙ୍କ ଘରକୁ ଯାଇ ସେମାନଙ୍କ ପିତା ମାତାଙ୍କ ସହିତ ସୁସମ୍ପର୍କ ରଖି ଝିଅଙ୍କ ସହିତ ନିଜର ବିବାହର ପ୍ରସ୍ତାପ ଦେଇ ଆଗକୁ ବଢେ । ଏମିତିବି ଶାରୀରିକ ସମ୍ପର୍କ ରଖିବା ତାର ସ୍ଵଭାଵ । କେବଳ ଜଣେ ନୁହେଁ ,ତାର ଛଳନାର ଚକ୍ରାନ୍ତରେ ତିନି ଚାରଟି ଝିଅ ।ଝିଅତ ଘିଅ ପରି । ପୁରୁଷ ପିଲା ପଟେଇ ପାରିଲେ ସବୁ ଦେବାକୁ ପଛେଇବେ ନାହିଁ ।ଆଜିକାଲି ତ ଯେଉଁ ଝିଅର ବୟ ଫ୍ରେଣ୍ଡ ନାହାନ୍ତି ସେ ଝିଅ ବୋକୀ ।ଝିଅମାନେ ବି ଚାଲାକି କରି ଦୁଇ ତିନି ବୟ ଫ୍ରେଣ୍ଡ ରଖୁଛନ୍ତି । ଗୋଟିଏ ରଖିଲେ ଅନ୍ୟଟି ଧରା ଦିଏ । ଏମିତି ବି ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ତାଙ୍କ ପାଇଁ ସୁଯୋଗ ।ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରହିବା ଏବେ ସମାଜ ସ୍ୱୀକୃତି ଦେଲାଣି । ଆଇନ ବି କହୁଛି ନାରୀ ତାର ଇଛା ମତେ ଅନୁପୁରୁଷ ସହ ଯୌନ ସମ୍ପର୍କ ରଖିପାରିବ । ଆମ ରକ୍ଷଣଶୀଳ ସମାଜରେ ନାରୀକୁ ତାର ସ୍ୱାଧୀନତାର ପୁରୁଷ ଗୋଲାମ କରି ରଖିଥିଲା ।ନାରୀର ଶରୀର ବି ପୁରୁଷ ପରି ଉପଭୋଗ ଚାହେଁ । ଏହି ସବୁ ନେଇ ବିଚିତ୍ର ସହରରେ ରହି ସୁଯୋଗ ହାତଛଡା କରୁନି ।ଦିନେ ଏକ ପାର୍କରେ ବିଚିତ୍ର ତାର ଗାଲ ଫ୍ରିଏଣ୍ଡ ସହିତ ବସି ଆଳାପ କରୁଥିଲା ।ପୂର୍ବରୁ ପ୍ରେମ କରି ବିବାହ କରିବାର ପ୍ରତିଶୃତି ଦେଇଥିବା ଜଣେ ଝିଅର ନଜର ପଡିଲା ଏହି ତାର ଭାବି ସ୍ୱାମୀ ଉପରେ ।ତତ୍କ୍ଷଣାତ ଯାଇଁ ବିଚିତ୍ରକୁ ଝିଙ୍କି ଆଣିଲା ସେହି ଝିଅ ଠାରୁ ।ଏବେ ଆରଂଭ ହେଲା ଦୁଇ ଝିଅଙ୍କ ଭିତରେ ବଚସା । କଥା ଗଲା ଥାନାକୁ । ଥାନାରେ ପ୍ରମାଣିତ ହେଲା ବିଚିତ୍ର ବିବାହିତ ।ଦୁଇ ଝିଅ ବିଚିତ୍ରର ଛଦ୍ମ ବେଶ ଜାଣି ବହେ କୁଟିଲେ । ବିଚିତ୍ର ଅଫିସକୁ ଖବର ଗଲା । ଭ୍ରଷ୍ଟାଚାରି ଚିଟିଙ୍ଗ କେସରେ ପଡ଼ି ଚାକିରିରୁ ବହିଷ୍କାର କରାଇ ଦିଆଗଲା । ବାପା ମା ଶେଷ ନିଃଶ୍ୱାସ ନେଲେ ।ଦୁଃଖରେ ଭାଙ୍ଗିପଡି ପତ୍ନୀ ରୋଗାକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ ।ବିଚିତ୍ର ଏବେ ପାନ ଦୋକାନ କରି ଭୁବନେଶ୍ୱରରେ ଅଛନ୍ତି । ବାପାଙ୍କ ପାଖରେ ଝିଅ ରହି କଲେଜରେ ପଢୁଛି । ପ୍ରତିଦିନ ଦୁଇ ଚାରି ଟୋକା ତା ପଛରେ ଲାଇନ ମାରୁଛନ୍ତି । ବିଚିତ୍ର ତାଗିଦ କରେ, ଲାଭ କିଛି ହୁଏନି । ଝିଅ କହେ, ତୁମେତ ମାମାକୁ ଛାଡି ଝିଅଙ୍କ ପଛରେ ପଡ଼ି ଚାକିରୀ ହରେଇଲ । ମତେ କାହିଁକି କହୁଛ ।



Rate this content
Log in

Similar oriya story from Romance