Gitanjali Pujapanda

Inspirational

3  

Gitanjali Pujapanda

Inspirational

ପତି-ପତ୍ନୀ ଭାଗ ୧୮

ପତି-ପତ୍ନୀ ଭାଗ ୧୮

3 mins
123


ଆଗରୁ ପଢିଥିଲେ ଦିପକ ମେଡ଼ିସିନ ଆଣିବାକୁ, ଯାଏ ରୋଜି ହସ୍ପିଟାଲ ରୁମରେ ବସି ବସି ଖାଉ ଥାଏ ହଠାତ ତାକୁ ବାନ୍ତି ବାନ୍ତି ଲାଗେ ତେଣୁ ସେ ବହୁତ କଷ୍ଟରେ ଉଠି ବାଥ୍ ରୁମ ଯାଏ।

ଦିପକର ମନ ଭଲ ଲାଗେନି, ସେ ବେଶି ଦୂର ନ ଯାଇ, ହସ୍ପିଟାଲର ତଳ ଫ୍ଲୋରରୁ ଅଧିକ ଟଙ୍କା ହେଲେ ବି, ସବୁ ମେଡ଼ିସିନ ନେଇ ଫେରେ, ରୁମରେ ରୋଜିକୁ ନ ଦେଖି ରୋଜି ରୋଜି ଡାକେ । ହେଲେ ରୋଜି କିଛି କୁହେ ନାହିଁ, କାରଣ ତା ଦେହଟା କିଛି ବି ଭଲ ଲାଗୁନଥାଏ, ବାନ୍ତି କରି କରି ତଣ୍ଟି ତାର ଛିଣ୍ଡି ଯାଇଥାଏ, ମନେ ମନେ ଭାବେ କି କଷ୍ଟ ଯନ୍ତ୍ରଣା ସତେ ଏ ମାଆ ହବା, ଦେହରେ ବେଶି ଯନ୍ତ୍ରଣା ହେଲେ, ମନରେ ଗୋଟେ କେମିତି କେମିତି ବିରକ୍ତି ଭାବନା ସହିତ ଏକ ମିଠା ଅନୁଭବ, ଦିପକ ବାଥ୍ ରୁମରେ ପାଣି କଳ ଖୋଲିବାର ଶବ୍ଦ ଶୁଣି ଭାବେ ରୋଜି ବାଥ୍ ରୁମରେ ଅଛି ବୋଲି, ରୋଜି ବହୁତ କଷ୍ଟରେ ଆସି ବେଡ଼ ଉପରେ ବସିଯାଏ,ଦିପକ କୁହେ, କଣ ହେଲା, ତୁମର ଦେହ ବେଶି ଖରାପ ଲାଗୁଛି କି, ରୋଜି କୁହେ ହଁ କାହିଁକି???ଏବେ ଟିକେ ଦେହ ଖରାପ ଲାଗୁଛି ।


ଦିପକ କୁହେ ଵ୍ୟସ୍ତ ହୁଅନି ଜମା ଟିକେ ମେଡିସିନେ ନେଇ ଶୋଇ ଯାଅ, ଭଲ ଲାଗିବ, ମୁଁ କରିଡୋରରେ କିଏ ଅଛି, ତାକୁ କହୁଛି ଆସିବ ପାଇଁ, ରୋଜି କୁହେ ତିନି ଦିନ ଇଂଜେକସନ ନେବ ଦିନକୁ ଗୋଟେ, ରୋଜି ରାଗି ଯାଇ କୁହେ ନାହିଁ ମୁଁ ନେବିନି, ଦୀପକ କୁହେ ତାହେଲେ କାହିଁକି ବାଥ୍ ରୁମରେ ପଡିଯାଉଥିଲ ?? ଦେଖିକି ଚାଲିଲନି, ଏସବୁ ଶୁଣି ରୋଜି ରାଗି ଯାଇ ଦିପକକୁ ଚାହିଁ, ସେତେବେଳେକୁ ଦୀପକ ଫୋନଟି ବାଜି ଉଠେ ।ଦୀପକର ବଡ଼ ବାବୁଙ୍କର ଫୋନ, କଣ ହେଲା ଦୀପକ ରୋଜି ଠିକ ଅଛି ତ, ଦିପକ ହଁ କୁହେ, ତାହେଲେ ଏତେ ଚିନ୍ତା କଣ ପାଇଁ, ହଁ ସାର ଟିକେ ଚିନ୍ତାରେ ପଡିଛି ମୋ ଘରେ ମୁଁ ଆଉ ରୋଜି, ମୁଁ ଅଫିସ ଗଲେ ରୋଜି ସ୍କୁଲ ଯାଏ, ହେଲେ ଏବେ ସେ ବାଥ୍ ରୁମରେ ପଡି ଗୋଡ଼ ଖସି ଯାଇଛି ତାର ଆଉ ମୁଁ ଆପଣଙ୍କୁ inform କରିବାକୁ ଭୁଲିଯାଇଥିଲି, ମୁଁ ଏବେ ରୋଜିକୁ ନେଇ ହସ୍ପିଟାଲରେ କେହି ନାହାନ୍ତି ସାର ରୋଜି ଆଉ ମୁଁ ଏଠି ଏକୁଟିଆ, ରୋଜି ପେଟରେ ଭୀଷଣ କଷ୍ଟ ଅନୁଭବ କରୁଛି ତେଣୁ ତାକୁ ଛାଡି ଯିବାଟା ସମ୍ଭବ ନୁହେଁ, ମୋ ପାଇଁ, ଗୋଟେ ମିଟିଙ୍ଗ ଥିଲା,ମୋର ଆପଣ ଯଦି କାହାକୁ କହିକି କରିଦିଅନ୍ତେ ତା ହେଲେ ଭଲ ହୁଅନ୍ତା,


ଦୀପକର ବଡ଼ ବାବୁ ରୋଜିକୁ ଝିଅ ପରି ଦେଖନ୍ତି ଟିକେ ଖଡୁସ ହେଲେ, ରୋଜିକୁ ବହୁତ ଭଲ ପାଆନ୍ତି, ଏତେ ସବୁ ହେଇଗଲା, ତୁମେ ମତେ ଟିକେ କହିଲାନି, ଆଉ ମେଟିଙ୍ଗ ତ ପରେ ହେଇପାରିବ, ଆଗ ରୋଜିକୁ ଭଲ କରନ୍ତୁ, ବିଚାରି ଟାର କେହି ନାହାନ୍ତି, ତା ପାଖରେ ହଉ ମୁଁ ତୁମକୁ ରୋଜି ପାଇଁ ଦୁଇ ଦିନ ଛୁଟି ଦେଉଛି, ଦିପକ ଖୁସି ହୋଇଯାଇ ସାରଙ୍କୁ ଧନ୍ୟବାଦ ଜଣାଇ ଫୋନ ରଖି ଦିଏ।


ରୋଜି କୁହେ କିଏ, ବଡ଼ବାବୁ ଫୋନ କରିଥିଲେ, କି ?? ଦିପକ କୁହେ ହଁ ତମେ କେମିତି ଜାଣିଲ ରୋଜି ମାଡ଼ାମ? ରୋଜି କୁହେ ମୋ କଥା ପଚାରୁଥିଲେ କି??ଦୀପକ କୁହେ କାହିଁକି ତମେ କଣ ରାଣୀ ଏଲିଜବେଥ ତମ କଥା ପଚାରିବେ ।

ରୋଜି ରାଗି କି ନା ମ ରାଣୀ ଭିକ୍ଟୋରିଆ ବୁଝିପାରିଲ, ମୁଁ କଣ ପଚାରୁଛି, ତମେ ମତେ କଣ ଉତ୍ତର ଦେଉଛ, ହସ୍ପିଟାଲରେ ତ ଭଲରେ କଥା ହୁଅ, ମୋ ସହିତ, କଳି କରୁଛ ଯେ, ଦୀପକ ହସି ହସି ଆରେ ତୁମ ସହିତ ଏମିତି କଥା ନ ହେଲେ, ମତେ ଭଲ ଲାଗେ ନାହିଁ, ଦେଖିଲ ମୋ କଥାରେ କେମିତି ତୁମର ସବୁ କଷ୍ଟ ଚାଲିଗଲା ଆଉ ତମେ ମୋ ସହିତ ଉଃ ଆଃ ନ ହେଇ ଭଲରେ କଥା, ହେଲରୋଜି କୁହେ, ହଁ ମ ପିଲା ଗୁଡିକ ମୋ ପେଟରେ ତୁମ କଥା ଶୁଣିବା ପାଇଁ ଅନେଇ ବସିଛନ୍ତି, ଧୀର ସ୍ଥିର ହୋଇ, ଯାଉ ନ କାହିଁକି ??ମ ଅତି ଭଉ ନ ଖାଇ, କିଛି ଖାଦ୍ୟ ଖାଇ ନିଅ ।



ଦୀପକ କୁହେ, କୁଆଡେ ଯିବି ତୁମକୁ ଛାଡି, ରୋଜି କୁହେ ତୁମକୁ କଣ ଭୋକ ଆଜି ଲାଗୁନି, ହେଲେ ମତେ ଲାଗିଲାଣି, ସବୁ ବାନ୍ତି ହେଇଯାଇଥିଲା, ମୋର, ଅନୁରାଧାକୁ ଫୋନ କରିଥିଲି ମୁଁ, ତା କ୍ଲାସ ସାରି କିଛି ଚଟପଟା ମୋ ପାଇଁ ନେଇ ଆସିବାକୁ, ଆଉ ତୁମେ ଯାଇ, ହସ୍ପିଟାଲ କ୍ୟାନଟିନ ଖାଇ ନିଅ । ଦିପକ ରୋଜିକୁ ଗାଳି କରେ, ବାହାରୁ ଖାଇବ ପୁଣି ଦେହ ଖରାପ ଲାଗିବ, ରୋଜି କୁହେ ନା ମ ମୋର ସବୁଠାରୁ ପସନ୍ଦ ରେସ୍ତୋରାଣ୍ଟରୁ ଆଣିବ, ପୁରା ହ୍ୟାଜିନିକ, ତୁମେ ବ୍ୟସ୍ତ ହୁଅନି ।ଫୋନଟା ଦେଇ କି ମତେ ଯାଅ, ଖାଇକି ଆସିବ, ବୋଉ କଥା ଆଜି ଭାରି ମନେ ପଡୁଛି କାହିଁକି ?,ଟିକେ ଫୋନ କରିବି, ଯାଉ ନ କାହିଁକି??ଖାଇ ନେବ ଲଞ୍ଚ hour ସାରିଯିବାଣି ବୋଧେ ହଉ କିଛି ଖାଇବା ଅଛି tiffinରେ ତୁମେ ଖାଇ ନିଅ ଦୟା କରି, ମୋ ଉପରେ ନ ହେଲେ ଦେହ ଖରାପ ହେବ।

ଦିପକ ରୋଜି କେତେ କହୁଚ ହଉ ମୁଁ ଖାଇନେବି, ତୁମେ ବ୍ୟସ୍ତ ହୁଅନି, ଏତିକି ବେଳେ ନର୍ସ ଆସେ ଇଂଜେକସନ ରୋଜିକୁ ଦେବା ପାଇଁ, ଏସବୁ ଶୁଣି ସେ କୁହେ, ତୁମେ ଦୁଇ ଜଣ ଭିତରେ ବହୁତ ଭଲ ପାଇବା ଅଛି ।ଦିପକ କୁହେ ଏବେ ବାହାରିବ ଭଲ ପାଇବା ରୋଜିର ଇଂଜେକସନ ନେଲେ ।


ରୋଜି ରାଗିକି ଦିପକକୁ ଅନାଇ, ଆଉ ଦୀପକ ତାକୁ ଦେଖି ହସି ଦିଏ, ନର୍ସ କୁହେ ଆପଣ ଟିକେ ବାହାରକୁ ଯିବେ, ଦିପକ ଯାଉ ଯାଉ ବାହାରକୁ କବାଟ ପାଖରେ ଅନୁ ସହିତ ଧକା ହୁଏ ।ଓଃ ଅନୁକୁ କୁହେ ଯେ ସେ ଅନ୍ଧୁଣି ହେଇଯାଇଛିକି ??ନା ଜାଣି ଶୁଣି ତା ସହିତ ଧକ୍କା ଖାଉଛି, ଅନୁ କିଛି ନ କହି ସେଠାରେ ଛିଡା ହୁଏ, ରୁମରୁ ରୋଜିର କାନ୍ଦ ଶୁଭେ, ବାହାରେ ଦୁଇ ଜଣଙ୍କର ମନ ବିଚଳିତ ହୋଇ ଯାଏ ।ଆଉ ତାପରେ ..............


କ୍ରମଶଃ...........



Rate this content
Log in

Similar oriya story from Inspirational