STORYMIRROR

LALIT MOHAN DASH

Romance Inspirational Children

4  

LALIT MOHAN DASH

Romance Inspirational Children

ପ୍ରତିଶୋଧ

ପ୍ରତିଶୋଧ

2 mins
253

ଗୋଟିଏ ରାଜୋଦ୍ଯାନରେ ରହୁଥିଲେ ଗୋଟିଏ ମାଙ୍କଡ଼ ପରିବାର । ସମୟକ୍ରମେ ସେମାନଙ୍କର ସଂଖ୍ୟା ବଢିବାରେ ଲାଗିଲା । ସେମାନେ ରାଜୋଜ୍ଯାନରେ ଥିବା ଗଛଗୁଡିକରୁ ଫୁଲଫଳ ଛିଣ୍ଡାଛିଣ୍ଡି କରିବା ସହ ଭଦ୍ୟାନର ସୌନ୍ଦର୍ଯ୍ୟକୁ ନଷ୍ଟ କଲେ । ଏ ଘଟଣା ଦେଖି ଦିନେ ରାଜା ତାଙ୍କର ରକ୍ଷୀମାନଙ୍କୁ ଡାକି ମାଙ୍କଡ଼ ପଲଙ୍କ ମଧ୍ୟରୁ କେବଳ ମାତ୍ର ସେମାନଙ୍କର ଦଳପତି ବୁଢ଼ା ମାଙ୍କଡ଼କୁ ଛାଡ଼ି ଅନ୍ୟ ସବୁ ମାଙ୍କଡ଼ଙ୍କୁ ନିପାତ କରି ଦେବାକୁ ଆଦେଶ ଦେଲେ ।

ରାଜାଜ୍ଞା ଅବିଳମ୍ୱେ ପାଳନ କରାଗଲା । ବୁଢା ମାଙ୍କଡ଼ଟି ତା' ଆଖି ଆଗରେ ଦେଖିଲା, ତା'ଆତ୍ମୀୟ ସ୍ୱଜନଙ୍କ ନିର୍ମମ ହତ୍ୟାକୁ । ତେବେ, କେବଳ ମାତ୍ର ଆଖିରୁ ଲୁହ ଗଡ଼ାଇବା ବ୍ୟତୀତ ତା' ନିକଟରେ ଅନ୍ୟ କୌଣସି ପନ୍ଥା ନଥିଲା । ତାପରେ ସେ ରାଜୋଦ୍ଯାନ ଛାଡ଼ି ଜଙ୍ଗଲ ଅଭିମୁଖେ ପଳାଇଯିବା ପାଇଁ ସ୍ଥିର କଲା । ଜଙ୍ଗଲ ଭିତର ଦେଇ ଯିବାବେଳେ ତାକୁ ଶୋଷ ଲାଗିଲା । ଏହି ସମୟରେ ମାଙ୍କଡ଼ଟିର ଆଖିରେ ପଡ଼ିଲା ଏକ ସୁନ୍ଦର ବଡ଼ ପୋଖରୀ । ପୋଖରୀଟିରେ ଥିଲା କାଚ଼କେନ୍ଦୁ ପରି ପାଣି । ତେବେ ପାଣି ପିଇବାକୁ ଗଲାବେଳେ ମାଙ୍କଡଟି ଦେଖିବାକୁ ପାଇଲା ଯେ, ସେଠାକୁ ଖାଲି ଯିବାବେଳର ପାଦଚିହ୍ନ ପଡ଼ିଛି । କିନ୍ତୁ ଫେରିବାର ଗୋଟିଏ ହେଲେ ପାଦଚିହ୍ନ ନାହିଁ । ଏ ଘଟଣା ଦେଖି ତା' ମନରେ ସନ୍ଦେହ ଜାତ ହେଲା । ସେ ଆଉ ପୋଖରୀ ଭିତରକୁ ପାଣି ପିଇବାକୁ ନଯାଇ ଏକ ପଦ୍ମନାଡ ସଂଗ୍ରହ କରି ନିରାପଦ ଦୂରତ୍ଵରେ ରହି ପାଣି ପିଇଲା ।

ଏହି ସମୟରେ ପୋଖରୀ ମଧ୍ୟରୁ ବାହାରି

ଆସିଲା ଏକ ବିରାଟ ରାକ୍ଷସ । ତା' ବେକରେ ଥିଲା ନୀଳାର ହାର । ମାଙ୍କଡଟିର ବୁଦ୍ଧିକୁ ତାରିଫ୍ କଲା ରାକ୍ଷସ । ସେ କହିଲା, ଏ ପୋଖରୀକୁ ଯିଏ ବି ଥରେ ପାଣି ଦିଇବାକୁ ଆସେ ସେ ଆଉ ଫେରେନାହିଁ । ତୁ କେବଳ ତୋ ବୁଦ୍ଧି ଯୋଗୁଁ ବଞ୍ଚିଗଲୁ । ତହୁଁ ମାଙ୍କଡଟି ରାକ୍ଷସକୁ ପଚାରିଲା , ତୁମକୁ ଭୋକ ହେଉଥିବ ତୁମେ ଖାଇବ କି ? ରାକ୍ଷସଟି ମାଙ୍କଡ କଥାରେ ହଁ ଭରନ୍ତେ ମାଙ୍କଡ଼ଟି କହିଲା ମୋ ଉପରେ ବିଶ୍ଵାସ ରଖି ମୋତେ ଖାଲି ଦିନକ ପାଇଁ ତୁମର ନୀଳାହାରଟି ଦିଅ, ତା'ପରେ ଦେଖିବ, ତୁମକୁ କେମିତି ଖାଇବା ପାଇଁ ଦେବି । ମାଙ୍କଡ଼ ଉପରେ ବିଶ୍ଵାସ ରଖି ରାକ୍ଷସ ତାର ନୀଳା ହାରଟିକୁ ମାଙ୍କଡ଼କୁ ଦେଲା । ବୁଢ଼ା ମାଙ୍କଡଟି ତା' ବେକରେ ସେଇ ହାରଟିକୁ ଗଳାଇ ଚାଳିଲା ରାଜଭବନ ଅଭିମୁଖେ ।

ରାଜଭବନରେ ରାଣୀ ମାଙ୍କଡ଼ ବେକରେ ନୀଳା ହାରଟିକୁ ଦେଖିଦେବା ପରେ ସେଇଟିକୁ ଆଣି ତାଙ୍କୁ ଦେବାପାଇଁ ଜିଦ୍‌ କଲେ । ରାଜାଙ୍କ ଆଦେଶ ଅନୁଯାୟୀ ରକ୍ଷୀମାନେ ମାଙ୍କଡ଼ଟିକୁ ଧରି ତାଙ୍କ ନିକଟକୁ ଆଣିଲେ । ରାଜା ମାଙ୍କଡ଼ଟିକୁ ହାର ସମ୍ପର୍କରେ ପଚାରନ୍ତେ ମାଙ୍କଡଟି କହିଲା, ସେ ଏକ ସ୍ଥାନର ସନ୍ଧାନ ପାଇଛି , ଯେଉଁଠାରେ ଏପରି ହାର ଗଦାଗଦା ରହିଛି ।

ମାଙ୍କଡ଼ କଥା ଶୁଣିବା ପରେ ରାଜାଙ୍କ ମନରେ

ଲୋଭ ହେଲା ! ପରଦିନ ସକାଳୁ ସେ ତାଙ୍କର ପରିବାରର ସମସ୍ତ ସଦସ୍ୟଙ୍କୁ ଧରି ଚାଲିଲେ ମାଙ୍କଡ ପଛେ ପଛେ ।ସେଇ ପୋଖରୀ ନିକଟରେ ପହଞ୍ଚିବା ପରେ ମାଙ୍କଡଟି କହିଲା, ଏହାରି ମଧ୍ୟରେ ଅଛି ସେଇ ନୀଳା ହୀରର ଗଦା ।

ଏହା ଶୁଣି ରାଜା ସେଇ ପୋଖରୀ ଭିତରେ ପଶିବାକୁ ତର ତର ହୁଅନ୍ତେ ମାଙ୍କଡ଼ କହିଲା, ପ୍ରଥମେ ଅନ୍ୟମାନେ ଯାଆନ୍ତୁ ଶେଷରେ ଆପଣ ଯିବେ । ତାହାହିଁ ହେଲା । କିନ୍ତୁ ଯେଉଁମାନେ ଗଲେ, ଆଉ ଫେରିଲେ ନାହିଁ । ଏହା ଦେଖି ରାଜା ବ୍ୟସ୍ତ ହୁଅନ୍ତେ ମାଙ୍କଡ଼ କହିଲା, ଏବେ ତୁମର ସମସ୍ତ ଲୋକଙ୍କୁ ରାକ୍ଷସ ଖାଇ ସାରିଲାଣି । ଏବେ ତୁମେ ବୁଝ ନିଜ ଆଖି ଆଗରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ବିୟୋଗ ଦେଖିଲେ କେମିତି ଲାଗେ । ଏହା ଥିଲା ମୋର ପ୍ରତିଶୋଧ । ମାଙ୍କଡ଼ଟିର କଥା ଶୁଣିବା ପରେ ରାଜା ପାଗଳ ହୋଇଗଲେ ।

               


Rate this content
Log in

Similar oriya story from Romance