Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Akshayakumar Dash

Romance

2  

Akshayakumar Dash

Romance

ପ୍ରତିମା ର ପ୍ରେମରେ

ପ୍ରତିମା ର ପ୍ରେମରେ

2 mins
205


ପ୍ରତିମା ଦିନି ଯେଉଁ ରାସ୍ତାଦେଇ କଲେଜ ଯାଏ ସେଇ ବାଟକଡରେ ଅରୂପର କ୍ଲିନିକ । ହୋମିଓପାଥୀ ଡାକ୍ତର ଅରୂପ । ନୂଆକରି ହୋମିଓପଥୀ ପ୍ରାକ୍ଟିସ କରୁଛି । ତାର ବି ସୁନାମ ଅଛି । ଗ୍ରାମାଞ୍ଚଳରେ ଆର୍ଥିକ ଅନାଟନ ଲୋକଙ୍କର କମ ଖର୍ଚ୍ଚରେ ସେବା କରି ସୁନାମ ରହିଛି । ଅରୂପ ସହିତ ପ୍ରଥମ ଭେଟ ପ୍ରତିମାର ହେବାଦିନ ଦୁହିଁଙ୍କ ଭିତରେ ଧୂଆଁ ପରି କୁହୁଲୁଚି ପ୍ରେମ । ଜଣେ ଯୁବକ ଏମିତି ମୁହୁର୍ତ୍ତରେ କେତେ ଯୁବତୀକୁ ଦେଖେ ,ହେଲେ ମନରେ କେମିତି ବିଶେଷ ଜଣକ ପାଖରେ ମନ ଲାଗିଯାଏ । ତାହା ଏକପ୍ରକାର ସଂଯୋଗ କହିବାକୁ ପଡେ । ପ୍ରତିମା ସହିତ ଅରୂପ ର ଦେଖାହେଲା ନଦୀବନ୍ଧ ଉପରେ । ପ୍ରତିମାର ସାଙ୍ଗ ଝିଅକେତେଜଣ ନଦୀବଂଧ ଉପରେ ବୁଲି ବନ୍ୟା ଦେଖୁଥିଲେ । ସେଇବାଟ ଦେଇ ଅରୂପ ଫେରୁଥିଲା ଘରକୁ । ଝିଅମାନଙ୍କ ଭିତରୁ ଡାକ୍ତର ବାବୁ ଟିକେ ଶୁଣିବେ ଯିଏ ଡାକିଲା ସେଥିଲା ଅରୂପର ପେସେଣ୍ଟ । ଅରୂପ ସାଇକେଲରେ ତଳକୁ ଗୋଟେ ଗୋଡ଼ ଥୋଇ ପଛକୁ ଚାହିଁଲା । ଲାଜେଇ ଗଲା ଝିଅ ଦଳଙ୍କୁ ଦେଖି । ଝିଅ ମାନେ ଅରୂପ ଚାରିପଟେ ଘେରିଗଲେ । ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ଅରୂପକୁ । ଝିଅଟି ପାଖକୁ ଆସି କହିଲା ଆଜ୍ଞା ଆପଣଙ୍କ ଔଷଧରେ ମୋର ମୁଣ୍ଡବିନ୍ଧା କମିଯାଇଛି,ଆଉ ଖାଇବି? ଅରୂପ ହଁ ଦୁଇମାସ ଖାଇବେ କହିବା ଭିତରେ ଆଉଜଣେ କହିଲା ,ମୋ ମାକୁ ଟିକେ ଭଲ କରିଦିଅନ୍ତୁନା । ଅରୂପ କହିଲା ତୁମ ମା କିଏ କଣ ହୋଇଛି ତାଙ୍କର,ସେ ଝିଅ କହିଲା ସେ ଆପଣଙ୍କ ପାଖରୁ ଖାଉଛି ତାର ନିଦ ହେଉନାହିଁ ତ ଭୋକବି ନାହିଁ । ବୁଝିଲି ସେ ତୁମର ମା ଠିକ ଅଛି ତାଙ୍କର ତ ଦେହ ଭଲ ହୋଇଗଲାଣି ହଁ ଝିଅଟି କହିଲା କେତେ ଆଡୁ ଖାଇଥିଲା କାମଦେଉନଥିଲା ଆପଣଙ୍କ ଔଷଧ ତାକୁ ଧରିଛି । କଥାବାର୍ତା ରେ ଘନିଷ୍ଟତା ବଢିବାରୁ ପ୍ରତିମାକୁ ଦେଖେଇ ତାର ସାଙ୍ଗ ସବିତା କହିଲା ମୋ ସାଙ୍ଗ ଆର ମୁହଁରେ ବ୍ରଣ ବାହାରୁଛି ଆପଣଙ୍କ ଔଷଧରେ ଭଲହେବ? ଦେଖି କହି ଅରୂପ ନିଜ ହାତନେଇ ଗୋଟିଏ ଗେଟା ପରି ଆକୃତି ବ୍ରଣ ଉପରେ ଥୋଇ ପରୀକ୍ଷା କଲେ । ଠିକ ଅଛି ଭଲତ ହେବ ତୁମକୁ ମୁହଁରେ କିଛି ଲଗେଇବା ଠିକ ନୁହେଁ । ଫେଆର ଆଣ୍ଡ ଲୋଭଲି କ୍ରିମ ଲଗେଇବା ମନା। ପ୍ରତିମା କହିଲା,ଅନ୍ୟ ତାର ସାଙ୍ଗ ଜଣେ କହିଲା ଆରେ ଭଲ ହୋଇଗଲେ ରଖିଥା ବୋଳିବୁ । ଆଉଜଣେ କହିଲା ଭଲହେଲେ ଡାକ୍ତର ବାବୁଙ୍କୁ କଣ ଦେବୁ ପାଟିରୁ କଥା ଛଡ଼େଇ ଆଉଜଣେ କହିଲା ଭଲପାଇବ ସମସ୍ତେ ହସିଲେ ପ୍ରତିମା ଓ ଅରୂପ ଲାଜେଇ ଗଲେ, ପ୍ରେମର ପହିଲି ପରସ ଦୁହିଁଙ୍କ ହୃଦୟକୁ ତୀର ମାରିଲା । ପ୍ରତିମା ଟିକେ ଅପ୍ରସ୍ତୁତ ହୋଇ କହିଲା କିଛି ଖରାପ ଭାବିବେନି ଏମାନେ ମତେ କମେଟ କରୁଛନ୍ତି । ଅରୂପ ଅଳ୍ପ ହସି କହିଲେ ତୁମ ସାଙ୍ଗ ମାନେ କିଛିତ ଭୂଲ କହିନାହାନ୍ତି । ହଁ ଜଣକୁ ଭଲପାଇବାର ମୂଲ୍ୟ ଦେଇଛନ୍ତି । ପ୍ରତିମା ଅରୂପ କୁ କିଛି ନକହି କଣେଇ କଣେଇ ଚାହିଁ ସ୍ମିତ ହାସ୍ୟ ଦେଇ ନଖ କୁ ଦାନ୍ତରେ କାଟୁଥିଲା । ଅରୂପ ଧନ୍ୟବାଦ ଦେଇ ଫେରିଲା । ପଛରୁ କିଏ କହୁଥିଲା ପ୍ରେମ ହେଲା ।


Rate this content
Log in

More oriya story from Akshayakumar Dash

Similar oriya story from Romance