Lata Behera

Abstract

4.4  

Lata Behera

Abstract

ପ୍ରତୀକ୍ଷା

ପ୍ରତୀକ୍ଷା

7 mins
249



ଟ୍ରେନ୍ ଆସିଲା । ଏଇ ଟ୍ରେନ୍ ଆସିଲା କହି ବୃଦ୍ଧା ସ୍ତ୍ରୀ ଲୋକଟି ଟ୍ରେନ୍ ଆଡେ ଦୌଡି ଗଲା । ଟ୍ରେନ୍ ମାଷ୍ଟର ରହ ରହ ମାଉସୀ କହି ତା ପଛେ ପଛେ ଦୌଡିବାକୁ ଲାଗିଲେ । କିନ୍ତୁ ଟ୍ରେନ୍ ର ଆଘାତରେ ବୁଢୀ ଲୋକଟି ଦୂରକୁ ଛିଟିକି ପଡିଲା । ତାକୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରି ଦିଆଗଲା । କିନ୍ତୁ ଡକ୍ଟର କହିଲେ ଆଶା କମ୍ । ଟ୍ରେନ୍ ମାଷ୍ଟର ଡକ୍ଟରଙ୍କୁ ଅନୁରୋଧ କଲେ ତାକୁ ବଞ୍ଚେଇ ଦେବା ପାଇଁ । କିନ୍ତୁ ଡକ୍ଟର କହିଲେ ମୋ ହାତରେ କିଛି ନାହିଁ । ବରଂ ତୁମେ ଭଗବାନଙ୍କୁ ଡାକ । ସିଏ ଯାହା କରି ପାରିବେ । ମୁଁ ତ କେବଳ ନିମିତ୍ତ ମାତ୍ର । ମୋ କର୍ତ୍ତବ୍ୟ କରୁଛି । ସବୁ ସେଇ ଉପରବାଲା ହାତରେ । ଏହା କହି ଡକ୍ଟର ଉଟି ଭିତରକୁ ଛାଲି ଗଲେ । ଟ୍ରେନ୍ ମାଷ୍ଟରଟି ଆସି ପାଖରେ ଥିବା ମାଆଙ୍କ ମୂର୍ତ୍ତି ପାଖରେ ବସିଗଲେ । ଆଖିରୁ ତାଙ୍କର ଝରି ପଡୁଥିଲା ଅନୁତାପର ଅଶ୍ରୁ । ସେ ଦିନ ତାଙ୍କ ଆଖି ଆଗରେ ଘଟି ଯାଇଥିଲା ଏଇ ଦୁଃଖାନ୍ତପୂର୍ଣ୍ଣ ମୃତ୍ୟୁ ବିଭୀଷିକାରେ ଦୃଶ୍ୟ । ତାଙ୍କ ଆଖି ଆଗରେ ଭାସି ଆସିଲା ସେଇ ଅତୀତର ମର୍ମନ୍ତୁକ କାଳରାତ୍ରୀର କାଳ ଦୃଶ୍ୟ ।


      ସେ ଦିନ ସେମାନେ ସମସ୍ତେ ହସ ଖୁସିରେ ଫେରୁଥିଲେ । ହଠାତ୍ ଟ୍ରେନ ଟି ମାଡି ଆସିଥିଲା । ଜିତୁକୁ ବଞ୍ଚେଇବାକୁ ଯାଇ ଶିବୁ ଅଙ୍କଲ ଗାଡିରୁ ଓହ୍ଲାଇ ଟ୍ରେନ୍ ଆଡେ ଦୌଡି ଯାଇଥିଲେ । ଆଉ ଜିତୁକୁ ବଞ୍ଚେଇ ସବୁ ଦିନ ପାଇଁ ଆଖି ବୁଜି ଦେଲେ । ବହୁତ କଷ୍ଟରେ ଏଇ ବୁଢୀ ମାଉସୀ ସଂଗ୍ରାମକୁ ପାଠ ପଢେଇ ମଣିଷ କରିଥିଲେ । ଅବଶ୍ୟ ଇଏ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ନିଜେ ଟଙ୍କା ଦେଇ ଏଇ ଟଙ୍କା ଶିବୁ ଅଙ୍କଲଙ୍କର କହି ସିଏ ତାଙ୍କୁ ଦେଇଛନ୍ତି । କାହିଁକି ନା ସତ କହିଥିଲେ ସିଏ ନେଇ ନ ଥାନ୍ତେ । ଯାହା ହେଉ ଝରଣା ମାଉସୀଙ୍କର ପୁଅ ସଂଗ୍ରାମ ଗୋଟିଏ ବଡ ଚାକିରି କରି ବାହାରକୁ ଚାଲି ଗଲା । ଆଗ ଆଗ ମାଆ ସହିତ ଦିନେ କଥା ନ ହେଲେ ପାଗଳ ହେଇ ଯାଉଥିଲା । ଖାଉ ନ ଥିଲା । ମଝିରେ ମଝିରେ ଛୁଟି ନେଇ ଆସେ । ଝରଣା ମାଉସୀ କେତେ ପିଠା ପଣା କରି କୋଳରେ ବସେଇ ତାକୁ ନିଜ ହାତରେ ଖୋଇ ଦିଏ ।ପଣତ କାନିରେ ପୋଛି ଦିଏ । କୋଳରେ ଧରି ଆ ଜହ୍ନ ମାମୁଁ , ଧୋ' ରେ ବାଇଆ ଧୋ' ଗୀତ ଗାଇ ଶୁଆଇ ଦିଏ । ସତରେ ତାଙ୍କ ମାତୃତ୍ବର ମମତାକୁ ଦେଖିଲେ ଖୁସିରେ ଆଖିରେ ଆସିଯାଏ ଅନନ୍ଦ ଅଶ୍ରୁ । ପୁଅ ମାଆକୁ ନ ଦେଖିଲେ ପାଗଳ ।ମାଆ ପୁଅକୁ ନ ଦେଖିଲେ ପୂରା ବାୟାଣୀ ହେଇ ଚାରି ଆଡେ ଖୋଜି ବୁଲେ । ଦିନେ ସଂଗ୍ରାମ ମୋ ପାଖକୁ ଆସିଥିଲା । ପ୍ରବଳ ବଃଗରେ ଖରା ହେବାରୁ ମୁଁ ତାକୁ ରହି ଯିବାକୁ କହିଲି । ନିଘି ନିଘିଆ ଦ୍ୱିପହ । କବାଟ ଠକ୍ ଠକ୍ ଶଦ୍ଦ ଶୁଭାଗଲା । ମୁଁ ଆସି ଦେଖେ ତ ଝରଣା ମାଉସୀ । ପାଦରେ ଚପଲ ନାହିଁ । ଗୋଟାପଣି ଝାଳନାଳ । ସଂଗ୍ରାମ ଦେଖି କାନ୍ଦି ପକେଇଲା । ଏସି ରୁମ୍ ରେ କିଛି ସମୟ ରହିଲା ପରେ ତା ମାଆର ପାଦ ସଂଗ୍ରାମ ଦେଖି ସାଙ୍ଗେ ସାଙ୍ଗେ ଅଏଣ୍ଟମେଣ୍ଟ ଲଗେଇ ଦେଲା । ତା ମାଆ ଥିଲା ତାର ଜୀବନ । ତାକୁ ଏଥର ସାଥିରେ ନେଇ ଯିବା ପାଇଁ ସଂଗ୍ରାମ ଜିଦି ଧରି ବସିଲା । ମୁଁ କିନ୍ତୁ ତାକୁ ମନା କଲି । କହିଲି ତୁ ଆଗ ବାହା ହେଇ ଯାଆ । ମାଉସୀ ଆଗ ବୋହୂ ପରଶା ଖାଆନ୍ତୁ । ତାପରେ ଶାଶୁ ବୋହୂ ସାଥି ହେଇ ଯିବେ । ସେଇ ଦିନ ମାଉସୀ ନିଜେ ଆମ ଘରେ ରୋଷେଇ କଲେ । ଆମେ ତିନି ଜଣ ଗୋଟେ ଥାଳିରେ ଖାଇଲୁ । ମାଉସୀ ଆମ ଦୁଇ ଜଣଙ୍କୁ ନିଜ ହାତରେ ଖୋଇ ଦେଲେ । ସଂଗ୍ରାମ ମଧ୍ୟ ମାଉସୀକୁ ଖୁଆଇ ଦେଲା । ସେଇ ଦିନ ରାତିରେ ମୁଁ ତାଙ୍କୁ ଗାଡିରେ ନେଇ ତାଙ୍କ ଘରେ ଛାଡି ଆସିଲି । ସେଇ ଦେଖା ମୋର ତାଙ୍କ ସହିତ ଥିଲା ଶେଷ ଦେଖା । ତା ପରେ ମୋର ବଦଳି ହେଇଗଲା । ମୁଁ ଏଇଠାକୁ ଚାଲି ଆସିଲି । ଭଗବାନଙ୍କର ବିଚିତ୍ର ଲୀଳା । ସନ୍ଧ୍ୟା ସମୟରେ ମୁଁ ପ୍ଲାଟଫର୍ମରେ ବୁଲୁ ଥିଲି । ଅଚାନକ ମୋ ଦୃଷ୍ଟି ପଡିଲା ଟ୍ରେନ୍ ଧାରଣା ଉପରେ । ମୁଁ କାଳ ବିଳମ୍ବ ନ କରି ଦୌଡି ଯାଇ ଧାରଣା ଉପରୁ ତାଙ୍କୁ ହଟେଇ ଦେଲି । ସିଏ ପୁଅ ପୁଅ କହି ଚିତ୍କାର କଲେ । ଟ୍ରେନ୍ ଟାଲି ଗଲା । କିନ୍ତୁ ତାଙ୍କ ପୁଅ ଓହ୍ଲାଇଲାନି । ସିଏ ନିରାଶ ହେଇ କାନ୍ଦି କାନ୍ଦି ସେଇ ଫୁଟଫାଥକୁ ଚାଲି ଗଲେ । ରାତି ବାରଟା ପୁଣି ଟ୍ରେନ୍ ଆସିବା ସମୟ । କିଏ ଏଇ ବୁଢୀ ଲୋକ । ମୋ ନିଦ ହଜିଗଲା । ମୁଁ ବାହାରକୁ ଆସିଲି । ଦେଖିଲି ଟ୍ରେନ ଆସିବା ଦେଖି ସିଏ ପୁଅ ପୁଅ କହି ସବୁ ବଗି ପାଖକୁ ଧାଇଁ ଯାଉଥାଏ । ଆଉ ଟ୍ରେନ୍ ଚାଲି ଗଲା ପରେ କାନ୍ଦି କାନ୍ଦି ମନ ଦୁଃଖରେ ଫେରିଲା ସେଇ ପ୍ଲାଟଫର୍ମକୁ । ମୁଁ ୱାଚ୍ ମ୍ୟାନକୁ ପଚାରିଲି । ସିଏ କହିଲା , ବାଇଶି ବର୍ଷ ହେଲାଣି ସିଏ ଏଇଠି ରହୁଛି । ଯିଏ ଯାହା ଦେଲେ ସିଏ କିଛି ଖାଉନି । କହୁଛି ମୋ ପୁଅ ଖାଇ ନ ଥିବ ମୁଁ କେମିତି ଖାଇବି ? ମୋ ପୁଅ ଫୋନ୍ କଲେ ମୁଁ ଖାଇବି । ସେମିତି ସିଏ ଖାଇବା ଧରି ତା ପୁଅ କଲକୁ ପ୍ରତୀକ୍ଷା କରିଥାଏ । ହେଲେ ତା ପୁଅ ଫୋନ୍ କରେନି । ଆଉ ସିଏ ଖାଏନି । ଆଉ କହେ ମୋ ପୁଅ ଟ୍ରେନ୍ ରେ ଆସୁଛି । ମୁଁ ଯାଉଛି । ତାକୁ ନେଇକି ଆସିବି । ମୋ ପୁଅ ମୁଁ ସାଥି ହେଇ ଖାଇବୁ । ତାପରେ ସିଏ ଟ୍ରେନ୍ ଆଡେ ଦୌଡି ଯାଏ । ଏକ ଲୟରେ ଟ୍ରେନ୍ ଆସିବା ବାଟକୁ ପ୍ରତୀକ୍ଷା କରି ରହେ । ହେଲେ ତା ପୁଅ ଆଉ ଆସେନି । ସିଏ ଖାଏନି କି ଶୁଏନି । ତାର ବିଶ୍ୱାସ ତା ପୁଅ ଏଇ ପ୍ଲାଟଫର୍ମକୁ ଆସିବ । ତାକୁ ସାଥିରେ ନେଇ କି ଯିବ । ତାକୁ ଶୋଇବାକୁ ଯେତେ କହିଲେବି ସିଏ ଶୁଏନି । ତା ମନରେ ଭୟ , ସିଏ ଶୋଇ ପଡିଲେ ତା ପୁଅ ତାକୁ ପାଇବନି । ତାକୁ ନ ପାଇଲେ ତା ପୁଅ ବଞ୍ଚି ପାରିବନି । ଏତିକି କହି ସିଏ କାନ୍ଦେ । ଟ୍ରେନ୍ ମାଷ୍ଟର ପଚାରିଲେ ତାଙ୍କ ପରିଚୟ ? ଆମେ କିଛି ଜାଣିନୁ । କିନ୍ତୁ ତା ପୁଅ ତାକୁ ଜାଣି ଶୁଣି ଏଇଠାରେ ଛାଡି ଚାଲି ଗଲା । କିନ୍ତୁ କାହିଁକି ? ଟ୍ରେନ ମାଷ୍ଟର ପଚାରିଲେ ? ଜିତୁ ମାଆ କହି ପାରିବ ? ଜିତୁ ମାଆ । ସିଏ କିଏ ? ତା ପୁଅକୁ ବଞ୍ଚେଇବାକୁ ଯାଇ ସେଇ ବୁଢୀ ମାଉସୀର ସ୍ୱାମୀ ସେ ଦିନ ମରି ଯାଇଥିଲେ । 


      ଏହା ଶୁଣି ସେମାନେ ସେଇ ପ୍ଲାଟଫର୍ମର ଫୁଟଫାଥକୁ ଗଲେ । ପଚାରିବାରୁ ଗୋଟିଏ ଅନାଥ ପିଲା ଆସି କହିଲା, କିଛି ଦିନ ପରେ ତା ପୁଅ ଜିତୁ ମରି ଗଲା ପରେ ସିଏ ଏଇ ପ୍ଲାଟଫର୍ମରେ ରହୁଥିଲା । ଦିନେ ରାତି ବାରଟା । ବୁଢୀ ମାଉସୀ ,ତା ପୁଅ , ବୋହୁ ଟ୍ରେନରୁ ଓହ୍ଲାଇଲେ । ତାକୁ ବସେଇ ଦେଇ ଖାଇବା ଆଣିବା କହି ସିଏ ଚାଲି ଗଲେ । ଆଉ ଫେରିଲେନି । ପୁଅକୁ ନ ପାଇ ସିଏ ଜୋରରେ କାନ୍ଦିଲା । ତା କାନ୍ଦ ଶୁଣି ଜିତୁର ମାଆ ଦୌଡିଗଲା । ତାକୁ ଚିହ୍ନି ତା ପାଖରେ ରଖିଲା । ସତେ ଯେମିତି ସିଏ ମାଆ ଝିଅ । କିନ୍ତୁ ଥରେ ଟ୍ରେନ୍ ଆସିବାରୁ ଏଇ ବୁଢୀ ମାଉସୀ ଟ୍ରେନ ଆଗକୁ ଚାଲି ଯାଇଥିଲା । ତାକୁ ବଞ୍ଚେଇବାକୁ ଯାଇ ସିଏ ସେଇଠି ମରି ଯାଇଥିଲା । ତା ପୁଅକୁ ବଞ୍ଚେଇବାକୁ ଯାଇ ତା ସ୍ୱାମୀ ମରି ଯାଇଥିଲା । ଆଉ ତାକୁ ବଞ୍ଚେଇବାକୁ ଯାଇ ସିଏ ମରିଗଲା । ଟ୍ରେନ୍ ମାଷ୍ଟର କହିଲେ ତାହାହେଲେ ଚାଲ ସେଇ ବୁଢୀ ମାଉସୀ ପାଖକୁ ଯିବା । ଟିକିଏ ଅପେକ୍ଷା କର ଏବେ ସିଏ ଆସି ଯିବ । ତା ପୁଅ ଫଟୋ ଧରି କାନ୍ଦିବ । ଫୋନ୍ କରି ହ୍ୟାଲୋ ହ୍ୟାଲୋ କହିବ । ଆଛା ପୁଅ ତମେ କିଏ ? ମୁଁ ହେଉଛି ଶିବୁ । ଏଇଠି ଜନ୍ମ । ଏଇଠି ବଢୁଛି । ମୁଁ କେତେବେଳେ ତାଙ୍କୁ ବୁଢୀ ମାଉସୀ ଡାକେ ତ , କେବେ କେବେ ଇଚ୍ଛା ହେଲେ ଜେଜେମାଆ ଡାକେ । ଏକାଠି ରହୁ । ଏକାଠି ଶୋଉ । କିନ୍ତୁ ବୁଢୀ ମାଉସୀ କେବେ ବି ଶୁଏନି । ସବୁବେଳେ କୁହେ ମୋ ପୁଅ ଆସିବ । ସେମିତି ଆଖିରେ ପଲକ ନ ପକେଇ ଚାହିଁ ରହିଥାଏ । ଆଚ୍ଛା ଶିବୁ ତମଙ୍କୁ ଜିତୁ ମାଆ କିମ୍ବା ଏଇ ବୁଢୀ ମାଉସୀ କିଛି କହିଛନ୍ତି । ଟ୍ରେନ୍ ମାଷ୍ଟର ପଚାରିଲେ । ଶିବୁ କହିଲା ହଁ , ଦିନେ ବୁଢୀ ମାଉସୀର ଦେହ ଖରାପ ଥିଲା । ତା ସାଙ୍ଗ ମାନେ ଜିତୁ ମାଆ ତାର ବହୁତ ସେବା କରୁଥିଲା । ସିଏ ତା ପୁଅ ଫଟୋ ଧରି କେତେ ଗଲ କରି ଶୋଇ ପଡିଲା । ଏଇ ସମୟରେ କଲ ଆସିଲା । ବୁଢୀ ମାଉସୀ ଉଠି ପଡିବେ ଭାବି ସିଏ ଫୋନ ଉଠାଇ କଥା ହେଲେ । ତାଙ୍କ ପୁଅ କହିଲା , ତୁ ସେଇଠି ରହ । ମୁଁ ତୋତେ ଯାଇ ଆଉ ନେଇ କି ଆସିବିନି । ପିଙ୍କି ତୋ ସହିତ ଚଳି ପାରିବନି । ତୋ ବେଶଭୂଷା ତାକୁ ଭଲ ଲାଗୁନି । ମୋର କେତେ ବଡ ବଡ ସାଙ୍ଗ । ତୁ ସେମାନଙ୍କ ପାଖକୁ ଆସିଲେ ମୋତେ ଲାଜ ଲାଗୁଛି । ମାଆ କହିବାକୁ ଘୃଣା ଲାଗୁଛି । ତୁ ଗାଉଁଲି ପରି ଚଳୁଛି । ତୋ ସହିତ ମୁଁ ଆଉ ଆଜେଷ୍ଟ କରି ପାରିବିନି । ତୋତେ ରେଷେଇ ଆସୁନି । ପିଙ୍କି ରୋଷେଇ କରି ତୋତେ କ'ଣ ଖାଇବାକୁ ଦେଉଥିବ ? ତୁ ଯେଉଁ ରୋଷେଇ କରୁଛୁ ଏଠିକାର କୁକୁର ବି ଖାଉନି । ଆମ ଟାଇପର ରୋଷେଇ ତୋ ସାତ ପୁରୁଷରେ ବି କରି ପାରିବୁନି । ମୁଁ ତୋତେ ବସେଇକି ଖୁଆଇ ପୋଷି ପାରିବିନି । ମୋତେ ତୁ ଆଉ ଖୋଜି ବୁନି । ସେଇ ଫୁଟଫାଥ ତୋର ଘର । ସେଇଠି ରହି ତୁ ତୋ ଜୀବନ କଟା ।  ଏତିକି ବେଳେ ବୁଢୀ ମାଉସୀ ନିଦ ଭାଙ୍ଗି ଗଲା । ଫୋନ୍ ନେଇ ହ୍ୟାଲୋ ହ୍ୟାଲୋ କଲା । କିନ୍ତୁ ତା ପୁଅ ଫୋନ୍ କାଟି ଦେଲା । ତା ପରଠୁ ସିଏ ଆଉ କେବେବି ଫୋନ୍ କରନି ବାବୁ । ଏଇ ସମୟରେ ବୁଢୀ ଲୋକଟି କାନ୍ଦି କାନ୍ଦି ଫେରିବାର ଦେଖି ତା ପାଖକୁ ଧୀରେ ଧୀରେ ଏମାନେ ଗଲେ । 


      ଲାଇଟ୍ ଆଲୋକରେ ତାକୁ ଟ୍ରେନ୍ ମାଷ୍ଟର ଦେଖି ଚମକି ପଡିଲେ । ଇଏ ଆଉ କେହି ନ ଥିଲେ ଇଏ ହେଉଛନ୍ତି ସେଇ ଝରଣା ମାଉସୀ । ଦୀର୍ଘ ପଚିଶି ବର୍ଷ ପରେ ଦେଖା । ସିଏ ପ୍ରଥମେ ଚିହ୍ନି ପାରିଲେନି । ପରେ ପରିଚୟ ଦେଲା ପରେ ଚିହ୍ନିଲେ । କୂଣ୍ଢେଇ ପକେଇ ବହୁତ କାନ୍ଦିଲେ । ମୋ ପୁଅକୁ ଖୋଜି ଆଣି ମୋତେ ଦିଅ କହିଲେ । ଟ୍ରେନ ମିଷ୍ଟର କହିଲେ ମାଉସୀ ତମ ପୁଅ ମୋତେ ଫୋନ୍ କରି କହିଲା ଅଙ୍କଲ ମୋ ମାଆକୁ ମୁଁ ଖୋଜିକୁ ପାଉନି । ତମେ ପାଇଲେ ତମ ପାଖରେ ରଖିଥିବ । ମୁଁ ଗଲେ ନେଇ କି ଆସିବି । ତମେ ଏବେ ମୋ ସହିତ ମୋ କ୍ୱାଟରକୁ ଚାଲ ମାଉସୀ । ତୁମ ପୁଅ ଆସିଲେ ତା ସହିତ ଯିବ । ଏହା ଶୁଣି ଝରଣା ମାଉସୀ ଖୁସି ହେଇ ତାଙ୍କ ସହିତ ଆସିଲେ । ହେଲେ ଟ୍ରେନ୍ ଆସିଲେ ତାଙ୍କୁ କେହି ଅଟକେଇ ପାରୁ ନ ଥିଲେ । ଟ୍ରେନ୍ ମାଷ୍ଟର ନିଜେ ଚିଠି ଲେଖି ପୋଷ୍ଟାଲ କରେ । ପୋଷ୍ଟ ମାଷ୍ଟର ଆଣି ତାକୁ ଦିଏ । ସିଏ ପଢି ଖୁସି ହୁଏ । ଟ୍ରେନ ମାଷ୍ଟର ଜାଣି ଥିଲେ ଏଇ ପ୍ରତୀକ୍ଷା ତାର ପ୍ରତୀକ୍ଷା ହେଇ ରହି ଯିବ । କିନ୍ତୁ ଖୁସିରେ ବଞ୍ଚିବ । ପୋଷ୍ଟ ମାଷ୍ଟର ଯେତେଥର ଟଙ୍କା ଆଣି ଦେଇଛି , ସିଏ ନେଇନି । ଫେରେଇ ଦେଇଛି । କହିଛି ମୋ ପୁଅର ପଇସା ନାହିଁ । ସେଇଥିପାଇଁ ସିଏ ଆସି ପାରୁନି । ଏଇ ଟଙ୍କା ତା ପାଖକୁ ପଠେଇ ଦିଅ । ସିଏ ଗାଡି ଭଡା ଦେଇ ଆସିବ । ପୋଷ୍ଟ ମାଷ୍ଟର ଓ ଟ୍ରେନ୍ ମାଷ୍ଟର ଆଖିରେ ଲୁହ ଆସି ଯାଏ । ସତରେ ମମତାର ମୂଲ ଶୁଝିବା ପାରିବ କିଏ ? ସେଇ ଦିନ ଠାରୁ ପୋଷ୍ଟମାଷ୍ଟର ଓ ଟ୍ରେନ ମାଷ୍ଟର କଥା ହେଇ ବୁଢୀ ମାଉସୀ ଓଠରେ ହସ ଦେବାକୁ ଚେଷ୍ଟା କଲେ । ପୁଅ ଫେରି ଆସି ସାଥିରେ ନେଇ ଯିବ ବୋଲି କହିଛି ବୋଲି କହିଲେ । ସେଇ ଦିନଠୁ ଏମାନଙ୍କ କଥାକୁ ବିଶ୍ୱାସ କରି ବୁଢୀ ମାଉସୀଟି ତା ପୁଅର ପ୍ରତୀକ୍ଷାକୁ ସେମିତି ଆପେକ୍ଷା କରି ରହିଛି । ଆଜି ସିଏ ମୃତ୍ୟୁ ସଙ୍ଗେ ଲଢୁଛି । ଏ ସମୟେରେ ଡକ୍ଟର ଆସି କହିଲେ ସିଏ ତା ପୋଅକୁ ଦେଖିବାକୁ କହୁଛି । ତା ସହିତ କଥା ହେବାକୁ ଚାହୁଁଛି । ଏଇ ଇଚ୍ଛା ତାର ପୂରଣ କରି ଦିଅ । ଟ୍ରେନ୍ ମାଷ୍ଟରକୁ ସିଏ ମୋବାଇଲ୍ ଦେଲା । ତା ପୁଅ ପାଖକୁ ଫୋନ୍ କରିବାକୁ କହି କରୁଣ ଚାହାଁଣୀରେ ପ୍ରତୀକ୍ଷା କରି ରହିଲା । ଟ୍ରେନ୍ ମାଷ୍ଟର ଫୋନ୍ କଲେ । ସେପଟେ ସଂଗ୍ରାମ ଉଠାଇ କହିଲା , ସିଏ ଯଦି ମରିଗଲା , ତାକୁ ତମେମାନେ ପୋଡି ଦିଅ । ମୋତେ ଫୋନ୍ କରି ଡିଷ୍ଟବ କରନ୍ତୁ ନି । କହି ଫୋନ୍ କାଟି ଦେଲା । ପୁଅର ପ୍ରତୀକ୍ଷା କରି କରି ଶେଷରେ ଝରଣା ଦେବୀ ଶେଷ ନିଃଶ୍ବାସ ତ୍ୟାଗ କଲେ । ହେଲେ ପୁଅର ଦେଖା ମିଳିନାନି । ଶବ ସତ୍କାରକୁ ବି ଆସିଲାନି । ଟ୍ରେନ ମାଷ୍ଟର ନିଜେ ମୁଖାଗ୍ନି ଦେଇ ଶବ ସତ୍କାର କଲେ । ସେଇ ଜୁଇକୁ ଏକ ଲୟରେ ଚାହିଁ ରହି ଥିଲେ ।


Rate this content
Log in

Similar oriya story from Abstract