STORYMIRROR

Durga Prasad Panda

Abstract Drama

3  

Durga Prasad Panda

Abstract Drama

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
291

ଆଉ କ'ଣ ସେ ସମୟ ଅଛି?

ଯେବେ ମାମୁଁ ଘରୁ ପ୍ରଥମାଷ୍ଟମୀ ପାଇଁ ନୂଆ ଗଞ୍ଜି ଟିଏ ଆସୁଥିଲା। ପ୍ରଥମାଷ୍ଟମୀ ଦିନ ରାତି ନ ପାହୁଣୁ ବୋଉ କନ୍ଥା ଟାଣି ଉଠେଇ ଦେଇ ଗାଳି କରି ପୋଖରୀ କୁ ଗାଧୋଇବା ପାଇଁ ପଠାଇବ। ପୋଖରୀ ର ମଗୁଶିର ପାଣି ତ ନୁହେଁ ସେ ସତେ ଯେମିତି ଆଇସକ୍ରିମ କାରଖାନା ର ପାଣି । ସେଥିରେ ପୁଣି ମୁଣ୍ଡ ଧୋଇ ଗାଧୋଇ ଥରି ଥରି ଘରେ ପହଞ୍ଚିଲା ବେଳକୁ ବୋଉର ହଳଦୀ ପତ୍ର ର ଏଣ୍ଡୁରି ପିଠା ସାଙ୍ଗରେ ଚାଉଳ ଖିରି ରୁ ବାମ୍ଫ ବାହାରୁଥିବ। ଠାକୁର କାନ୍ଥରେ ଗୋବର ପ୍ରସ୍ତୁତ ଷଠୀ ପ୍ରତିମା ହଳଦୀ ସିନ୍ଦୂର ସହ କୁସୁମ ଫୁଲ ମାଖି ହୋଇ ବସିଥିବେ। ତାଙ୍କ ଆଗରେ ପିଢା ପକେଇ ନୂଆ ଗଞ୍ଜି ପିନ୍ଧେଇ ବସେଇ ଦେବ।ମଥାରେ ଚନ୍ଦନ ସିନ୍ଦୂର ଟିପା ଦେଇ ମୁଣ୍ଡ ଉପରେ ଦୂବ ଅରୁଆ ଚାଉଳ ଫୁଲ ବରକୋଳି ପତ୍ର ପକେଇ ଦୀପରେ ଯେତେବେଳେ ବୋଉ ବନ୍ଦଉ ଥିବ ସେତେବେଳେ ମନ ଯାଇ ଥିବ ଥାଳିରେ ବଢା ହୋଇ ଥିବା ପିଠା ଓ ଖିରି ଉପରେ। ବୋଉ ଭୋଗ ସାରି ଖୁଆଇ ଦେବ ଏଣ୍ଡୁରି ପିଠା ରୁ ଖଣ୍ଡେ। ଦିନ ଆଠଟା ବେଳକୁ ପିଠା ଓ ଖିରି ଗର୍ଭସ୍ଥ କରି ବାହାରି ପଡିବୁ ସାଂଗ ସାଥି ଙ୍କ ମେଳକୁ । କାରଣ ସେଦିନ ଘରର ବଡ ପିଲାଙ୍କୁ କେହି ଆକଟ କରିବେନି।

ଆଜି ଯୁଗ ବଦଳିବା ସହ ପରମ୍ପରା ରେ ପରିବର୍ତ୍ତନ ଆସିଛି। ମାମୁଁ ଙ୍କ ସ୍ନେହ ପୁର୍ବକ ଧୋତି ବଦଳରେ ଆମକୁ ଟଙ୍କା ଦରକାର ପଡୁଛି। ଆଉ ଗୋବରର ଷଠି କି ସାତଦିନିଆ ଅଥାରର ପିଠା ନାହିଁ। ଗୁଡିଆ ଦୋକାନର ଏଣ୍ଡୁରି ଠାକୁର ଙ୍କ ପାଇଁ ଆସୁଛି। ସକାଳ ୧୦ ରେ ପହଡ ଭାଙ୍ଗି ଗିଜରର ଉଷୁମ ପାଣିରେ ଗାଧୁଆ ହଉଛି। ତଥାପି ଏତିକି ଗର୍ବର ସହ କହିବି ଆଜିବି ଓଡ଼ିଆ ପରମ୍ପରା ବଞ୍ଚିଛି।

ଏତିକି ଅନୁରୋଧ ସଭିଙ୍କୁ ସ୍ନେହ ଆଶା କର ଧନ ନୁହେଁ। ବଡ ବୋଲି ଖାଲି ନୂଆ ପିନ୍ଧନି ବଡର କର୍ତ୍ତବ୍ୟ କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract