ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ଯେଉଁ ବୟସରେ ପାଠପଢ଼ିବା କଥା ମୁଁ କଲି ପ୍ରେମ। ସାଧାରଣତଃ ଏହା ସମସ୍ତଙ୍କ ଜୀବନ ପଥ ର ଏକ ଅଂଶ। ପ୍ରଥମ ପ୍ରେମ ମୁଁ ମୋ ଉପରେ ଆଧାରିତ ଆପଣଙ୍କ ଆଗରେ ରଖୁଛି ।
ଆମେ ଚାରି ସାଙ୍ଗ ବାହାରି ପଡ଼ିଲୁ ମାଗେ ପର୍ବ ପାଇଁ। ଏହା ହୋ ଆଦିବାସୀ ମାନଙ୍କ ବଡ଼ ପର୍ବ ବୋଲି ଜଣାଯାଏ।ମୋ ସାଙ୍ଗ ଗୋବିନ୍ଦ ତାଙ୍କ ମାଈ ଗାଁରେ ପଡ଼ିଥିଲା ମାଗେ ପର୍ବ। ମାର୍ଚ୍ଚ ମାସ ର ପହିଲା ଦିନରେ କନ୍ତୋ ରୁ ଡ଼ୁବୁରୀ ଡାଇରେକ୍ଟ ବସ୍ ରେ ଗଲୁ । ଡ଼ୁବୁରୀ ରୁ ପ୍ରାୟ ତିନି ଚାରି କିଲୋମିଟର ଚାଲି ଚାଲି ଗଲୁ । ନୂଆ ଜାଗା ବୁଲି ବୁଲି କେତେବେଳେ ପହଞ୍ଚିଲୁ ଜଣାପଡ଼ିଲା ନାହିଁ। ପହଞ୍ଚିଲା ପରେ ଭାଇ ଭାଉଜ ଭଲ ଭାବରେ ସ୍ବାଗତ କଲେ । କିଛି ଝିଅ ପିଲା ଆସିଲେ। ଗୋବିନ୍ଦକୁ ହ୍ୟାଣ୍ଡସେକ କଲେ । ସେହିଦିନ ଥିଲା ମୋ ପ୍ରଥମ ପ୍ରେମ ସହ ଦେଖା । ସେହି ଅଭୁଲା ସ୍ମୃତି ଆଜି ବି ମନେ ପଡ଼ିଯାଏ। ମନରେ ଡର ଥାଏ ତଥାପି ସାହସ କରି କଥା ହେଲି । କେତେବେଳେ କେମିତି ମିଶିଗଲୁ ଜଣାପଡ଼ିଲା ନାହିଁ। ପ୍ରଥମ ଦେଖାରୁ ମୁଁ ଭଲ ପାଇ ବସିଲି । ଆଦିବାସୀ ନାଚରେ ଧୁମ୍ ରାତିରେ ନାଚିଲୁ । ପ୍ରାୟ ତିନି ଦିନ ଧରି ଏହି ପର୍ବ ଚାଲି ଥିଲା। ସେ ମୋ ହାତ ଆଉ ମୁଁ ତା ହାତକୁ ଧରି ନାଚୁଥାଏ। ବଡ଼ ସାହାସ କରି କହିଦେଲି କି ତାକୁ ଭଲପାଏ ବୋଲି। ସେ ଏତେ ଜଲଦି ହଁ କହିବ ବୋଲି ଆଶା କରିନଥିଲି ।
ମୋ ମନ ଆକାଶରେ ଉଡ଼ିଲା ପରି ପ୍ରଫୁଲ୍ଲିତ ହେଲା।
ପର୍ବ ର ସରିଲା ପରେ ଆମେ ଫେରି ଆସିଲୁ।
ପ୍ରାୟ ମାସେ ପରେ ପୁଣି ଥରେ ଗୋବିନ୍ଦ ଡ଼ୁବୁରୀ ଗଲା।
ମୋ ଜାଣିବାକୁ ପାଇଲି ସେ ଯାଇଛି ବୋଲି। ମୋ ଦ୍ଵାରା ଆଉ ଧୈର୍ଯ୍ୟ ରହିଲା ନାହିଁ। ଫୋନ କଲି ଗୋବିନ୍ଦକୁ କହିଲି ସେ ଝିଅ ସହ କଥା କରେଇବା ପାଇଁ। କଥା ହେଲି କିନ୍ତୁ ତା ଭାଇଙ୍କ ଡରରେ ବେଶି କଥା ହେଇପାରିଲୁ ନାହିଁ। ଗୋବିନ୍ଦ ହାତରେ ଗୋଟିଏ ଚିଠି ଦେଇ ପଠେଇଥିଲା ମୋ ପାଇଁ। ସେହି ଚିଠିର ଗୋଟିଏ ଗୋଟିଏ ଅକ୍ଷର ଭୁଲି ପାରିନି ଏ ପର୍ଯ୍ୟନ୍ତ।
ଦୁଇ ବର୍ଷ ପରେ ପୁଣି ଥରେ ଫୋନ କଲି। ସେତେବେଳକୁ ତା ପାଖରେ ବି ଫୋନ ଥିଲା। ଧିରେ ଧିରେ ପ୍ରେମ ର ଗଭୀରତା କୁ ପଶିଗଲି । ମତେ ଖାଲି ତା ଚେହେରା ହିଁ ଦେଖାଯାଉଥାଏ ଚାରିଆଡ଼େ। ସେମିତି ଚାଲୁ ଚାଲୁ ଟିକେ କଥାବାର୍ତ୍ତା କମିଗଲା। କିନ୍ତୁ ତା ପ୍ରତି ମୋ ଭଲ ପାଇବା ଆଗରୁ ଯେମିତି ଥିଲା ଏବେ ବି ସେମିତି ଅଛି, ଆଗକୁ ମଧ୍ୟ ସେମିତି ରହିବ। ହଠାତ୍ ଦିନେ ଶୁଣିବାକୁ ପାଇଲି ଯେଉଁଟା କି ମୋ ପାଇଁ ଥିଲା ଅସହ୍ୟ। ସେ ଏମିତି କହିବା ବୋଲି କେବେ ସ୍ବପ୍ନରେ ବି ଭାବି ନ ଥିଲି। ସେ କହିଲା,"ସେ ଆଉ ଜଣଙ୍କ ସହ ରିଲେସନସିପ ରେ ଅଛି। ମୋ ଛାତିରେ ପବନ ଅଟକି ଗଲା ପରି ଲାଗିଲା। ବୋଧହୁଏ ସେ ମୋତେ ଭଲ ପାଉନଥିଲେ , ଆକର୍ଷଣ ହୋଇଥିଲା। ବେଳେ ବେଳେ ଆମେ ଆକର୍ଷଣ କୁ ପ୍ରେମ ବୋଲି ଭୁଲ୍ କରି ବସୁ।
ପୁଅ ପିଲା ହେତୁ ମନରେ ବହୁତ କାନ୍ଦିଲି । ତା'ପରେ ଭାବିଲି କାନ୍ଦିଲେ କିଛି ଫାଇଦା ନାହିଁ। ନିଜକୁ ସାନ୍ତ୍ଵନା ଦେଲି ।
ବୋଧହୁଏ ସେ ମୋ ଭାଗ୍ୟରେ ନ ଥିଲା। ଭଗବାନ ଆଉ କିଛି ଚାହୁଁଥିଲେ। କିଛି କଥା ଭୁଲ୍ କଲେ ହିଁ ଆମକୁ କିଛି ଶିଖିବାକୁ ମିଳିଥାଏ। ଏତିକି କହିବି ସେ ଯେଉଁଠି ରହୁଛି ଭଲରେ ରହୁ।
କିଛି ଲୋକ ଅଛନ୍ତି ପ୍ରେମକୁ ଖେଳ ପରିକା ଦେଖନ୍ତି। ଯାହା ଫଳରେ ପ୍ରେମରେ ଆଉ ବିଶ୍ୱାସ ରହେନି । ଶେଷରେ କହିବି ଯାହା କରୁଛ କର ପାଠକୁ ପ୍ରେମ କର ଦିନେ ଦେଖିବ ଏକ ଉଚ୍ଚ ସ୍ଥାନରେ ପହଞ୍ଚେଇ ଦେବ । ପ୍ରଥମେ ନିଜ ଭବିଷ୍ୟତ ତିଆରି କର ପ୍ରେମ ତ ଯିଏ ହେଲେ ବି କରି ପାରେ । ତୁମେ ସମସ୍ତଙ୍କ ଠାରୁ ଅଲଗା କର ।
(ଧନ୍ୟବାଦ)
ଲେଖକ- ବିଜୟ ଦିଗି

