STORYMIRROR

Bijaya Digi

Children Stories Horror Action

4  

Bijaya Digi

Children Stories Horror Action

ଏକ ଭୟଙ୍କର ସ୍ଵପ୍ନ

ଏକ ଭୟଙ୍କର ସ୍ଵପ୍ନ

2 mins
8

ପ୍ରାରମ୍ଭ: ଏକ ସୁଖୀ ପରିବାର
ସନ୍ଧ୍ୟା ନଇଁ ଆସୁଥିଲା। ଆକାଶରେ କଳାହାଣ୍ଡିଆ ମେଘ ସାଙ୍ଗକୁ ଝୁପୁରୁ ଝୁପୁରୁ ପବନ ବୋହିବାକୁ ଲାଗିଲା। ଏକ ଛୋଟ ପରିବାରରେ ରାଜୁ, ତାଙ୍କ ପତ୍ନୀ ମାଳତୀ ଏବଂ ପୁଅ ବିଜୁ ହସଖୁସିରେ ରହୁଥିଲେ। ରାଜୁ ଜଣେ କିରାଣୀ ଭାବେ କାମ କରୁଥିବା ବେଳେ ବିଜୁ ଷଷ୍ଠ ଶ୍ରେଣୀରେ ପଢ଼େ। ମାଳତୀ ଜଣେ ଗୃହିଣୀ ଭାବେ ଘର ସମ୍ଭାଳିବା ସହ ପୁଅର ପାଠପଢ଼ା ଓ ସ୍କୁଲ ଯିବା କଥା ବୁଝନ୍ତି।

ନୂଆ ଘରର ଯୋଜନା:
ରାତି ବଢ଼ିବା ସହ ମାଳତୀ ରାଜୁଙ୍କୁ ପଚାରିଲେ, "ତମେ ପରା କହିଥିଲ କୁଆଡେ ଏକ ନୂଆ ଘର ଦେଖିଛ? କ’ଣ ହେଲା ସେ କଥା? ଏହି ପୁରୁଣା ଘରେ ଆଉ ଆଦୌ ରହି ହେଉନି।" ରାଜୁ ଉତ୍ସାହର ସହ ଉତ୍ତର ଦେଲେ, "ହଁ, କାଲି ସେଥିପାଇଁ ତ ଯାଇଥିଲି। ସେଇଟା ଘର ନୁହେଁ, ଗୋଟେ ରାଜପ୍ରାସାଦ ଭଳି। କାଲି ସକାଳେ ଆମେ ସେଠାକୁ ଯାଉଛେ, ତୁମେ ସବୁ ଜିନିଷପତ୍ର ପ୍ୟାକିଂ କରି ପ୍ରସ୍ତୁତ ହୋଇଯାଅ। ମୁଁ ବିଜୁ ପାଇଁ ସେଠାରେ ଏକ ଭଲ ସ୍କୁଲ ମଧ୍ୟ ଦେଖି ସାରିଛି।"
ଏତିକି ବେଳେ କବାଟରେ 'ଠକ୍ ଠକ୍' ଶବ୍ଦ ହେଲା। ବାହାରୁ କେହି ଜଣେ ଡାକିଲେ, "କିଏ ଅଛ କି?" ରାଜୁ ଗଳା ସଫା କରି କହିଲେ, "ହଁ ଅଛୁ, ଭିତରକୁ ଆସନ୍ତୁ।" ଭିତରକୁ ଆସିଲେ ରାଜୁର ପୁରୁଣା ସାଙ୍ଗ ହରି। ଦୁଇ ବନ୍ଧୁ ବହୁ ଦିନ ପରେ ପରସ୍ପରକୁ ଦେଖି ଖୁବ୍ ଖୁସି ହୋଇଗଲେ।

ପୁରୁଣା ଘର ବିକ୍ରି:
ହରି କହିଲା, "ସାଙ୍ଗ, ମୁଁ ଶୁଣିଲି ତୁ ଏ ଘର ଛାଡ଼ି ଚାଲିଯାଉଛୁ?" ରାଜୁ କିଛିଟା ଉଦାସ ହୋଇ କହିଲା, "ହଁ ସାଙ୍ଗ, ଏଠାରେ ଆଉ ରହିବାକୁ ଇଚ୍ଛା ହେଉନି, ତେଣୁ ଏକ ନୂଆ ଘର ଦେଖିଛି।" ହରିଙ୍କୁ ମଧ୍ୟ ରହିବା ପାଇଁ ଏକ ଘର ଦରକାର ଥିଲା, କାରଣ ତାଙ୍କ ଅଫିସ ସେହିଠାରୁ ଖୁବ୍ ପାଖ ହେବ। ହରି ପଚାରିଲା, "ତୁ ଏ ଘରଟା ମୋତେ ବିକିବୁ କି?" ମାଳତୀ ଖୁସିରେ କହିଲେ, "ଖୁବ୍ ଭଲ ହେବ! ଏମିତିରେ ବି ଆମେ କାଲି ଯାଉଛୁ, ଘରଟା ବିକ୍ରି ହୋଇଗଲେ ଆମ ଚିନ୍ତା ଦୂର ହେବ।" ରାଜୁ ମଧ୍ୟ ରାଜି ହୋଇଗଲେ ଏବଂ ହରିଙ୍କ ସହ ଘରର ସବୁ କଥାବାର୍ତ୍ତା ସରିଲା।

ନୂଆ ଉଆସରେ ଅଜବ ଘଟଣା:
ପରଦିନ ସକାଳୁ ସମସ୍ତେ ବାହାରିଲେ ସେହି ନୂଆ ଘରକୁ। ସତକୁ ସତ ଘରଟି ଏକ ରାଜପ୍ରାସାଦ ପରି ଦିଶୁଥିଲା। ଏତେ ବଡ଼ ଘର କିନ୍ତୁ ରହିବା ପାଇଁ ମାତ୍ର ତିନି ଜଣ ଲୋକ। ପ୍ରଥମ ଦିନଟି ହସଖୁସିରେ କଟିଗଲା, କିନ୍ତୁ ରାତି ବଢ଼ିବା ସହ ଅଜବ ଅଜବ ଶବ୍ଦ ଶୁଣାଗଲା। ଭୟରେ ସମସ୍ତେ ଗୋଟିଏ କୋଠରୀରେ ହାତକୁ ହାତ ଧରି ବସିଲେ। ଚାରିଆଡ଼େ ଭୟଙ୍କର ଚିତ୍କାର ଶୁଭିଲା ଏବଂ ସମସ୍ତଙ୍କ ଦେହ ଥରିବାକୁ ଲାଗିଲା।
ହଠାତ୍ ବିଦ୍ୟୁତ ସଂଯୋଗ କଟିଗଲା। ଅନ୍ଧାର ଭିତରେ କେବଳ ଏକ ବିକଟାଳ ଛାଇ ସେମାନଙ୍କ ଆଡ଼କୁ ମାଡ଼ି ଆସୁଥିବାର ଦେଖାଗଲା। ରାଜୁ ଥରଥର ସ୍ୱରରେ ପଚାରିଲେ, "କିଏ... କିଏ ସେଠି? କହୁନାହଁ କାହିଁକି?" କୌଣସି ଉତ୍ତର ମିଳିଲା ନାହିଁ, ବରଂ ଶୁଭିଲା ଏକ ଭୟଙ୍କର ସୈତାନି ହସ— "ହା ହା ହା...!"

ଶେଷ ପରିଣତି:
ଘରର ଆସବାବପତ୍ର ସବୁ ଆପେ ଆପେ ତଳେ ପଡ଼ି ଭାଙ୍ଗି ଚୂରମାର ହୋଇଗଲା। ସେହି ଅଦୃଶ୍ୟ ଶକ୍ତିଟି ବିଜୁର ଗୋଡ଼ ଧରି ଟାଣି ଟାଣି ମଶାଣି ଆଡ଼କୁ ନେଇଗଲା। ରାଜୁ ଓ ମାଳତୀ ଚିତ୍କାର କରୁଥାନ୍ତି, କିନ୍ତୁ କେହି ସାହାଯ୍ୟ କରିବାକୁ ନଥିଲେ। ସେହି ଭୂତଟି ଏକ ବଡ଼ ଖଣ୍ଡା ବାହାର କରି ବିଜୁର ଛାତିରେ ବସାଇଦେଲା।
"ଆଃ...!" ବୋଲି ଏକ ଜୋରରେ ଚିତ୍କାର କରି ବିଜୁ ନିଦରୁ ଉଠି ପଡ଼ିଲା।
ତା’ର ପାଟି ଶୁଣି ବାପା-ବୋଉ ଦୌଡ଼ି ଆସିଲେ। ପଚାରିଲେ, "କ’ଣ ହେଲା ପୁଅ? ଏମିତି କାହିଁକି ଚିଲାଉଛୁ?" ବୋଉ ସାଙ୍ଗେ ସାଙ୍ଗେ ବିଜୁକୁ ପାଣି ପିଇବାକୁ ଦେଲେ। ବିଜୁ ଟିକେ ଦୀର୍ଘଶ୍ୱାସ ନେଇ ସବୁ କଥା କହିଲା। ସେ କହିଲା, "ସେ ସ୍ୱପ୍ନଟା ଏତେ ଭୟଙ୍କର ଥିଲା ଯେ ସତରେ ତୁମେ ଦେଖିଥିଲେ ଡରିଯାଇଥାନ୍ତ!"


Rate this content
Log in