ପୃୃଷ୍ଠାଟିର କଥା
ପୃୃଷ୍ଠାଟିର କଥା
କବିତାଟି ବହିରେ ଛପା ହେଲେ ଅନେକ ଆନନ୍ଦ ଲାଗୁଛି ସତେ ଯେମିତି କବିତାଟି ଅନ୍ୟର ମନଛୁଆଁ ହେଲା ଏଣୁ ପୁସ୍ତକରେ ସ୍ଥାନ ପାଇଲା ।କବିତା ଆସରରେ ହେଉ ଅବା ପୋଷ୍ଟରେ ପଠାଇବା କବିତା।ମ୍ୟାଗାଜିନ୍ ରେ ଛପା ହୋଇଥିବା କବିତାଟିକୁ ଦେଖି ଅତି ଆନନ୍ଦରେ ମୁଁ ଫେସ୍ ବୁକ୍ ହେଉ କି ହ୍ବାଟ୍ସ୍ ଆପରେ ବାଣ୍ଟୁଥିଲି ।ଅନ୍ୟମାନଙ୍କ ସହ ବାଣ୍ଟିବାର ଆନନ୍ଦ କହିଲେ ନ ସରେ ।କିଏ ଲେଖେ ଚମତ୍କାର ତ କିଏ କିଏ ଲେଖନ୍ତି ହୄୄଦୟସ୍ପର୍ଶୀ।କିଏ ଲେଖେ କମେଣ୍ଟ ବକ୍ସରେ ୱାଉ ତ କିଏ ଢେର ସାରା ଆଶୀର୍ବାଦ ଦେଈ ଅଧିକ ଲେଖିବାକୁ ପ୍ରେରଣା ଦିଏ ।
ଦିନେ ଘରେ ରୋଷେଇ କଲା ବେଳେ ଚାରୁପାଣି କରିବାକୁ ଭାରୀ ଈଛା ହେଲା ।ଫୁଟଣରେ ସୋରିଷ,ରସୁଣ,ମେଥି,ପାନମହୁରୀ,ଶୁଖିଲା ଲଙ୍କା ଆବଶ୍ୟକ ।ପାନମହୁରୁ ଘରେ ନଥିଲା । ତେଜରାତି ଦୋକାନରୁ ପାନମହୁରୀ ଆଣିବା ପାଇଁ ଝିଅକୁ ପଠାଇଲି ।ଦୋକାନୀ କାହାଠାରୁ କିଣି ଆଣିଛି ଗଣ୍ଡାଏ ଖାତାବହି ।ପରୀକ୍ଷା ସରିଲାଣି ।ନୁଆ ପାଠ ଆରମ୍ଭ ହେବ ।ଏଣୁ ପୁରୁଣାତକ କିଏ ବିକ୍ରି କରିଦେଇଛି ।ସେଥିରୁ ଗୋଟିଏ ମ୍ୟାଗାଜିନ୍ ରୁ କବିତା ପୄୄୄୄଷ୍ଠା ଟି ଚିରି ପାନମହୁରୀ ଶହେ ଗ୍ରାମ୍ ରଖି ପୁଡା କରି ଦେଇଥିଲା ।ଝିଅ ଘରେ ଆଣି ମୋତେ ଦେଲା ।କିନ୍ତୁ ମୁଁ ପାନମହୁରୀ ଗୁଡିକ ଡବାରେ ପୁରାଇ ତରବରରେ ଡଷ୍ଟବିନ୍ ରେ କାଗଜ ପୄୄୄୄଷ୍ଠାଟି ଫୋପାଡିଦେଲି ।ହାତରେ ସେତେବେଳେ ଏକ ମୁଣ୍ଡରେ ବାନ୍ଧିବା ରବରବ୍ୟାଣ୍ଡ ଧରିଥିଲି ।ତାହା ବି ଖସିପଡିଲା ଡଷ୍ଟବିନ୍ ରେ ।
ହଠାତ୍ କଣ ହେଲା କି ମୋ ଚୁଟି ମୁକୁଳା ଦେଖି ଶାଶୁ ରାଗରେ କହିଲେ ଆଲୈ ଚୁଟିତକ ଖୋସା କରେ ତାପରେ ରାନ୍ଧିବୁ ।ଠିକ୍ ସେତିକି ବେଳେ ମୋ ମନେ ପଡିଲା କ୍ଳିପ୍ ଟି ପଡିଯିବା କଥା । ଡଷ୍ଟବିନ୍ ଭିତରୁ ଖୋଜିଲାବେଳେ ପୄୄୄୄଷ୍ଠାଟି ଦେଖିଲି ।ତାକୁ ଝଡାଝଡି କଲି ।ଟିକେ ନିଆଁ ପାଖରେ ଶୁଖାଇଦେଲି ।ଏଥର ପଢିବାକୁ ଭଲ ଲାଗିଲା ।ବ୍ରହ୍ମପୁରର ମ୍ୟାଗାଜିନ୍ ର ଫର୍ଦ୍ଦ ବୋଧେ ।ସେହି ଫର୍ଦ୍ଦ ଦେଖି ମନଟା ବହୁତ କଷ୍ଟ ହେଲା ।କେତେ କଷ୍ଟରେ ମ୍ୟାଗାଜିନ୍ ଟି ତିଆରି ହୋଇଥିବ ।ଆହା କଣ ହେଲାଣି ଏବେ ଦୁନିଆ ।ତା ପରେ ଭାବିଲି ଆଉ ଏଥର ବହି ଛାପିବା ମନ ରଖିବିନି ।ଯେତିକି ଗଳ୍ପ ଓ କବିତା ଲେଖିବାକୁ ଇଛା ହେବ ଇ_ନେଟ୍ ରେ ହିଁ ଲେଖିବି ।ମୁଁ ଭବିଷ୍ୟତରେ ବହି ଛାପିବା କଥା ମନକୁ ବି ଆଣିବିନି ।
ଷ୍ଟୋରିମିରର,ବଣମଲ୍ଲୀ ର ମହକ,ଓଡିଆ ସାହିତ୍ୟ ଇତ୍ୟାଦିରେ ଲେଖା ଦିଏ ।ଆଗକୁ ବି ଏମିତି ଦେବି ।ମୋ ଡାଏରୀ ଥାଉ ,ମୋ ଈଣ୍ଟରନେଟ୍ ଥାଉ ଅମର ।