ପ୍ରୋମିଜ୍
ପ୍ରୋମିଜ୍
-ଏକ-
ରୀମା : ଏଇଥର ମୋ ଜନ୍ମଦିନରେ ମୋତେ କଣ ଗିଫ୍ଟ କରିବ ?
ରୋହିତ : କଣ ଦରକାର କହୁନ?
ରୀମା : ମୁଁ ଅନଲାଇନରେ ମୋ ପାଇଁ ଗୋଟିଏ ସୁନ୍ଦର ଡ୍ରେସଟେ ଦେଖିଛି, ସ୍କ୍ରୀନସର୍ଟ ଦେବି, ଅର୍ଡର କରିଦେବ?
ରୋହିତ : ଏଇ ଗୋଟେ କଥା, ନିଶ୍ଚିତ।
ରୀମା : ପ୍ରୋମିଜ୍!!
ରୋହିତ : ପ୍ରୋମିଜ ବେବି।
-ଦୁଇ-
ରୀମା : କାଲି ଡିପାର୍ଟମେଣ୍ଟ ପିକନିକ ରେ ମୁଁ ବ୍ଲାକ କଲର ଟପ ଆଉ ଡେନିମ ଜିନ୍ସ ପିନ୍ଧିବି । ତୁମେ ବି ବ୍ଲାକ ସାର୍ଟ ଆଉ ଡେନିମ ଜିନ୍ସ ପିନ୍ଧିବ।
ରୋହିତ : ଜିନ୍ସ ତ ହେଇଯିବ, ହେଲେ କଳା ରଙ୍ଗର ସାର୍ଟ ମୋ ପାଖରେ ନାହିଁ। ଯୋଉଟା ଅଛି ସେଇଟା ଏବେ ବହୁତ ଟାଇଟ ହେଉଛି।
ରୀମା : ମୋ ସହ ମ୍ୟାଚ କରିବନି ତ?
ରୋହିତ : ଆରେ ରାଗନି ବାବା। ଯାଉଛି ନୂଆଟେ ନେଇ ଆସୁଛି।
ରୀମା : ପ୍ରୋମିଜ!!
ରୋହିତ : ହଁ ବାବା ପ୍ରୋମିଜ।
-ତିନି-
ରୀମା : ମୁଁ ଦେଖୁଛି ଆଜି କାଲି ତୁମେ ଅନ୍ୟ ଝିଅଙ୍କୁ ବହୁତ ଲାଇନ ଦେଉଛ।
ରୋହିତ : ମାନେ?? କଣ କହୁଛ?
ଝିଅ : ତୁମେ କାଲି କଲେଜ ଗେଟ ପାଖରେ ଦୀପା ଆଉ ଲିଜା ସହ କଥା ହେଉଥିଲ କାହିଁକି?
ରୋହିତ : ଆରେ ସେ କିଛି ନାହିଁ। ଏମିତି ବାସ ପଢା ପରେ, କିଏ ଆଗକୁ ସବୁ କଣ କରିବୁ, ସେ ସବୁ ପ୍ଲାନ କରୁଥିଲୁ।
ରୀମା : ପ୍ରୋମିଜ୍ କର ତୁମେ ଆଉ କୋଉ ଝିଅ ସହ କେବେ ଗପିବ ନାହିଁ। ମୋତେ ଏସବୁ ଭଲ ଲାଗେନି।
ରୋହିତ : ଠିକ ଅଛି ଆଉ କୋଉ ଝିଅ ସହ କଥା ହେବି ନାହିଁ। ପ୍ରୋମିଜ ....
-ଚାରି-
ରୀମା : ଗୋଟିଏ କଥା କହିବି!! ହେଲେ ପ୍ରୋମିଜ କର ଯେ ମନ ଦୁଖ କରିବନି।
ରୋହିତ : ଆରେ ବାବା କୁହତ ଆଗ!
ରୀମା : ନା.. ନା ମୁଁ କିଛି ଜାଣେନି, ଆଗ ପ୍ରୋମିଜ କର।
ରୋହିତ : ହୋଉ ହେଲା, ପ୍ରୋମିଜ କରୁଛି ଯେ ମନ ଦୁଖ କରିବିନି।
ରୀମା : ମୁଁ ଭୁବନେଶ୍ୱରକୁ ମେଡିକାଲ କୋଚିଂ ପାଇଁ ଆସନ୍ତା ସପ୍ତାହ ଯାଉଛି।
ରୋହିତ : ଆରେ ଏ ତ' ବହୁତ ଭଲ କଥା। ତୁମେ ଡାକ୍ତରଣୀ ହେଲେ ଆମ ଟଙ୍କା ଗୁଡା ଆଉ କୋଉ ଡାକ୍ତର ପାଖକୁ ଯିବନାହିଁ।
ରୀମା : ଦେଖ ତୁମେ ପ୍ରୋମିଜ କରିଛ ଯେ ମନ ଦୁଃଖ କରିବ ନାହିଁ।
ରୋହିତ : ହଁ ହେଲା। ପ୍ରୋମିଜ
-ପାଞ୍ଚ-
ରୀମା : କୋଉଠି ଅଛ କି... ଗାଡି ସାଉଣ୍ଡ ହେଉଛି।
ରୋହିତ : ହଁ! କେନ୍ଦୁଝର-ଭୁବନେଶ୍ୱର ବସରେ ଯାଉଛି ତ!
ରୀମା : ଆରେ କୁଆଡେ?
ରୋହିତ : ଭୁବନେଶ୍ୱରରେ ତୁମ ଛଡ଼ା ମୋର କିଏ ଅଛି କି....
ରୀମା : ନ' ଜଣେଇକି କେମିତି ଏମିତି ବାହାରି ପଡିଲ। ମୁଁ ଦେଖା କରିପାରିବିନି।
ରୋହିତ : ଆରେ ମୁଁ ଘଟଗାଁ ପାଖାପାଖି ହେଲିଣି।
ରୀମା : ଫେରିଯାଅ। ବସ ମିଳିଯିବ। ଏଠି ହଷ୍ଟେଲରେ ବହୁତ ଷ୍ଟ୍ରିକ୍ଟ।
ରୋହିତ : କଣ ଟିକେ ହେଲେ ବି ଦେଖା କରି ହେବନି?
ରୀମା : ନା... ନା..
ରୋହିତ : ସତ କହୁଛ...?
ରୀମା : ହଁ....
ରୋହିତ : ପ୍ରୋମିଜ
ରୀମା : ହଁ ପ୍ରୋମିଜ।
-ଛଅ-
ରୋହିତ : କଣ ମ! ଏତେ ବ୍ୟସ୍ତ ହେଇ ଯାଉଛ ଯେ ଫୋନ ଟିକେ କରୁନ କି ଉଠାଉନ!
ରୀମା : ବହୁତ କାମ ରହୁଛି। ନିଶ୍ୱାସ ଟିକିଏ ନେବା ପାଇଁ ବି ଫୁରସତ ନାହିଁ।
ରୋହିତ : ମେଡିକାଲ ପାଠଟା ହିଁ ସେମିତି। ହେଲେ ନିଜର ଯତ୍ନ ନେଉଥିବ, ଠିକ ସେ ଖିଆ ପିଆ କରୁଥିବ।
ରୀମା : ଓକେ...ଓକେ। ମୁଁ ରଖୁଛି ଏବେ, ବହୁତ କାମ ବାକି ଅଛି।
ରୋହିତ : ପ୍ରୋମିଜ ତ' କର !
ରୀମା : କୋଉଥିପାଇଁ....?
ରୋହିତ : ନିଜର କେୟାର ନେବା ପାଇଁ।
ରୀମା : ଓକେ......... ପ୍ରୋମିଜ
-ସାତ-
ରୋହିତ : ଘଣ୍ଟାଟାଏ ହେଲାଣି ୱେଟିଂ ରେ ରଖିଥିଲ। କାହା ସହ ଏତେ ରାତିରେ କଥା ହେଉଥିଲ?
ରୀମା : ମମି ଫୋନ କରିଥିଲା ତ! କଥା ହେଉଥିଲି ଆଉ...
ରୋହିତ : ତୁମେ ଗଲା ପରେ ମୋ ଭଳି ଆଣ୍ଟିଙ୍କୁ ବି ନିଦ ହେଉନି ବୋଧେ। ଆଣ୍ଟି କଣ କହୁଥିଲେ??
ରୀମା : ଛାଡ଼ ସେ କଥା, ଶୁଣ ତୁମେ ଆଉ ଫୋନ କରିବନି। ଜାଣିଛ ବିପ ସାଉଣ୍ଡ ରୁ ମମି ସନ୍ଦେହ କରୁଛି। ଏଥର ମୁଁ ଫ୍ରି ହେଲେ ଫୋନ କରିବି।
ରୋହିତ : ସରି ସରି... ଆଉ କରିବିନି। ପ୍ରୋମିଜ।
-ଆଠ-
ରୋହିତ : ରୀମା ମୁଁ କିଛି ଭୁଲ କରିଛି କି?
ରୀମା : କାଇଁ, କଣ ହେଲା କି?
ରୋହିତ : ମୋତେ ଲାଗୁଚି ତୁମେ ମୋତେ ଏଥର ଆଭୋଏଡ଼ କରୁଛ।
ରୀମା : ସେମିତି କିଛି ନାହିଁ ମ। ସବୁ ପାଠର ଷ୍ଟ୍ରେସ।
ରୋହିତ : ସତ କହୁଚ ତ!
ରୀମା : ଆରେ ହଁ।
ରୋହିତ : ପ୍ରୋମିଜ
ରୀମା : ହଁ ମ!! ପ୍ରୋମିଜ।
-ନଅ-
ରୀମା : ମୋତେ ଭୁଲି ଯାଅ।
ରୋହିତ : କଣ ହାର୍ଟ ଆର୍ଟକ କରେଇବ ନା କଣ?
ରୀମା : ମୁଁ ଜୋକ ମାରୁନି। ମୋତେ ଲାଗୁନି ଯେ ତୁମେ ମୋ ସୋଲମେଟ ବୋଲି।
ରୋହିତ : କଣ ହେଇଛି? ଏମିତି କଣ କହୁଛ...?
ରୀମା : ଦେଖ ମୁଁ ବ୍ରେକଅଫ ଚାହେଁ। ମୁଁ ଆଉ ଜଣଙ୍କୁ ଭଲ ପାଏ।
ତୁମକୁ ଗଡ଼ ପ୍ରୋମିଜ ମୋତେ ଆଉ ଫୋନ କରିବନି। ଭୁଲି ଯାଅ ମୋତେ। ମୋ ନମ୍ବର ଡିଲିଟ କର।
-ଦଶ-
ରୀମା : ଆଇ ଆମ ସରି ରୋହିତ। ମୁଁ ଅଙ୍କିତ କୁ ତୁମଠୁ ବେଟର ଭାବିକି ତୁମକୁ ଛାଡି ତାକୁ ଭଲ ପାଇଥିଲି। ହେଲେ ସେ ବହୁତ ବଡ଼ ଚିଟର। ତା'ର ବହୁତ ଝିଅଙ୍କ ସହ ପ୍ରେମ ସମ୍ପର୍କ ଅଛି।
ରୋହିତ : ହେଲୋ!! ଆପଣ କିଏ? ଅଙ୍କିତ କିଏ? ସରି ଭୁଲରେ ବୋଧେ ମୋତେ ଫୋନ କରି ଦେଇଛନ୍ତି।
ରୀମା : ଆରେ ମୁଁ ରୀମା। କଣ ଗୋଟେ ବର୍ଷ କଥା ହେଲିନି ବୋଲି ଭୁଲିଗଲ କି...?
ରୋହିତ : ସରି ମ୍ୟାମ। ମୁଁ ଜାଣିପାରୁନି।
ରୀମା : ପ୍ରୋମିଜ କର ଯେ ମୋତେ ଜାଣି ପାରୁନ।
ରୋହିତ : ପ୍ରୋମିଜ!! ସେଇଟା ପୁଣି କଣ...... ସରି ରଂଗ ନମ୍ବର।।