STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ପ୍ରଣାମୀ

ପ୍ରଣାମୀ

2 mins
140


  ଭଲ ପାଠ ପଢିଲେ ସମସ୍ତେ ଭଲ ପାଇବେ ଓ ଉପହାର ବକ୍ସ ମିଳିବ କହିଥିଲେ ଜେଜେ ଓ ଜେଜେମା. ସେଥିପାଇଁ ଗଣେଷ ଠାକୁରଙ୍କୁ ଭକ୍ତି ଓ ଶ୍ରଦ୍ଧାରେ ଡାକିଲେ ସେ ପ୍ରସନ୍ନ ହୋଇ ବିଦ୍ୟା ବୁଦ୍ଧି ଦେବେ ଶୁଣି ତିନି ପୁଅଙ୍କର ତିନି ନାତି,ଗଣେଷ ପୂଜା ଦିନ ଟୁନା , ମୁନା ଓ କୁନା ସକାଳୁ ଉଠି ଗାଧେଇ ପାଧେଇ ଫୁଲ, ଚନ୍ଦନ ସିନ୍ଦୁର, କସ୍ତୁରୀ, କର୍ପୁର, ଦୀପ ଧୂପ, ଭୋଗ ସଜାଡି, ନବ ବସ୍ତ୍ର ପରିଧାନ କରିବା ସହ ଜେଜେ ଓ ଜେଜେମା ଆୟୋଜନ କରିଥିବା ପୂଜାରେ ଧ୍ୟାନରେ ବସିଲେ. କାରଣ ସେମାନେ ଜାଣିଥିଲେ ଭଲ ପାଠ ପଢୁନଥିବାରୁ ତାଙ୍କୁ କେହି ଭଲ ପାଉନଥିଲେ. ଏମିତିକି ଶାଠ ଅର୍ଥାତ ଖେଳକୁଦ, ଯୋଗ, ବାୟାମରେ ମଧ୍ୟ ସେମାନେ ପଛୁଆ ଥିଲେ ତା ଛଡା କୌଣସି କଳାତ୍ମକ ଯଥା ଗୀତ, ନାଚ, ଡ୍ରଇଂ, ବକ୍ତୃତା ଚିତ୍ରାଙ୍କନ ରଚନା, ପଠନ କି ଲେଖନ ଆଦିରେ ସେମାନଙ୍କର କିଛି ଭୂମିକା ନଥିଲା. ସାଇ ଓ ବାବାଭାଇ ପଡିଶା ଘର ଅଭାବି ପରିବାର ପିଲାମାନଙ୍କୁ ସବୁ ସାର, ଗୁରୁମା, ଉପର ଶ୍ରେଣୀ ଓ ତଳ ଶ୍ରେଣୀ ତଥା ନିଜ ନିଜ ଶ୍ରେଣୀର ପିଲା ଭଲପାଇ, ସୁନ୍ଦର ସୁନ୍ଦର ଉପହାର ଦେଲା ବେଳେ ସେ ତିନିହେଁଙ୍କୁ କେହି ବାସି ମୁଁହରେ ପଚାରୁ ନଥିଲେ. ଏବେ ଏବେ ସେମାନେ ବୁଝିଲେଣି ବିନା ଐଶ୍ଵର୍ଗିକ କରୁଣା ବ୍ୟତିରେକେ ଏସବୁ ସମ୍ଭବ ନୁହେଁ ତେଣୁ ନୟନ ମୁଦ୍ରିତ ଠାଣିରେ ସେମାନେ ଧ୍ୟାନରେ ବସିବା ଦେଖି ତାଙ୍କ ପିତା ମାତା ମାନେ ମଧ୍ୟ ଗଣେଷ ପୂଜାରେ ସାମିଲ ହୋଇ ଜାଣିଲେ ବସି ଖାଇଲେ ନଈ ବାଲି ସରେ . ତେଣୁ ପିଲାମାନେ ଉପଯୁକ୍ତ ବିଦ୍ୟା ବୁଦ୍ଧି ପାଇ ମଣିଷ ନହେଲେ ପିତା ସୁବ୍ରତ ପଟ୍ଟନାୟକଙ୍କ ନାମ ମାଟିରେ ମିଶିବା ସହ ମାତା ଅଳକାଙ୍କର ଉପଯୁକ୍ତ ସହଧର୍ମିଣୀ ଓ ଉପଯୁକ୍ତ ମାତା ହେବାର ଦାମ୍ଭିକତା ରହିବନାହିଁ. ତେଣୁ ସମସ୍ତେ ମିଶି ଗଣେଷ ମହାପ୍ରଭୁଙ୍କ ଯଜ୍ଞ, ହୋମ, ବନ୍ଦାଣ, ଜଣାଣ, ପୁଷ୍ପାଞ୍ଜଳି ସହ ଆଳତୀ ଓ ପ୍ରାର୍ଥନା କରିବାକୁ ଲାଗିଲେ ଆମକୁ ସଦବୁଦ୍ଧି ଦେବା ସହ ଆମ ପିଲାମାନଙ୍କୁ ବୁଦ୍ଧି ବିଦ୍ୟା ପ୍ରଦାନ କରନ୍ତୁ ପ୍ରଭୁ.

  ଏଥର ନନା ସମସ୍ତଙ୍କୁ ପ୍ରଣାମ କରିବାକୁ କହି ହୋମ ନଡ଼ିଆକୁ ସମସ୍ତଙ୍କ ଭିତରେ ସୁଷମ ବଣ୍ଟନ କରିସାରିବା ପରେ ସତ୍ୟ ଓ ପ୍ରିୟ ଭାଇ ସଙ୍ଗେ ମିଶି ଟୁନା , ମୁନା ଓ କୁନା ସ୍କୁଲକୁ ଯାଇ ସବୁ ସାର ଗୁରୁମା ମାନଙ୍କୁ ପ୍ରଣାମ କରିବା ସହ ଉପର କ୍ଲାସର ଭାଇ ଭଉଣୀ ମାନଙ୍କୁ ମୁଣ୍ଡ ଲଗାଇ ପ୍ରଣାମ କରିବା ଓ ସମସ୍ତଙ୍କୁ ଘରୁ ଆଣିଥିବା ଗଣେଷଙ୍କ ପ୍ରସାଦ ସୁଷମ ବଣ୍ଟନ କରିବା ଦେଖି ଗୁରୁ ଓ ଗୁରୁମା ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ହେଁ ତିନି ଭାଇଙ୍କର କିଛି କିଛି ପରିବର୍ତ୍ତନ ଲକ୍ଷକରି ପ୍ରଣାମର ପ୍ରଣାମୀରେ ଆଶୀର୍ବାଦ ଦେଇ ଭଲ ମଣିଷ ହେବାକୁ କହିଥିଲେ. ତା ପରଠୁ ତିନି ଭାଇ ଯିଏ ଯାହା କ୍ଲାସରେ ମନଯୋଗ ସହ ପାଠ ବୁଝି ଶୁଝି ନିଶ୍ଚିନ୍ତ ଭାବେ ଘରେ ପାଠ ପଢି ମନେ ରଖିବା ସହ ଘରକୁ ଦିଆଯାଇଥିବା ପାଠ କରି ଆଣି ଆସୁଥିଲେ ସ୍କୁଲକୁ ତ ସେମାନେ ଏବେ ଯିଏ ଯାହା କ୍ଲାସରେ ଫାଷ୍ଟ ହେବା ଦେଖି ଜେଜେ ଜେଜେମା ଓ ବାପା ମାଆ ମାନେ ଆନନ୍ଦିତ ହେବା ସହ ପ୍ରତ୍ୟେହ ଗଣେଷ ଠାକୁରଙ୍କୁ ପୂଜା କରୁଥିଲେ. ସମସ୍ତେ ବୁଝି ସାରିଥିଲେ, ରାଜା ସିନା ପୂଜା ପାଏ ନିଜ ଅଞ୍ଚଳରେ ବା ରାଜ୍ୟରେ, ବିଜ୍ଞ ଓ ଜ୍ଞାନୀ ଗୁଣୀ ଜନ ପୂଜା ପାଇଥାନ୍ତି ଦେଶ ବିଦେଶରେ.ବିଘ୍ନ କଟି ଯାଇଥିବାରୁ, ଅର୍ଥାତ ତିନି ନାତି ଏଣିକି ମନ ଲଗାଇ ପାଠ ପଢୁଥିବାରୁ ଜେଜେ ଡାକୁଥିଲେ ହେ ବିଘ୍ନେଶ୍ଵର. ଖୁସି ଦେଇଥିବାରୁ ସ୍ନେହ,ଭକ୍ତି, ଶ୍ରଦ୍ଧା ଓ ନିଷ୍ଠାରେ ଜେଜେମା ଡାକୁଥିଲେ ହେ ଗଜାନନ ଗଣନାଥ ଜୟ ହୋ ପ୍ରଭୁ ।



Rate this content
Log in

Similar oriya story from Classics