STORYMIRROR

Anup kumar

Drama Romance Fantasy

3.7  

Anup kumar

Drama Romance Fantasy

ପରକ୍ରୀୟ ପ୍ରୀତି

ପରକ୍ରୀୟ ପ୍ରୀତି

4 mins
28

ପରକ୍ରୀୟା ପ୍ରୀତି... ଯାହା କାଲି ବି ହେଉଥିଲା ଆଜି ବି ହେଉଚି ଆଗକୁ ବି ହେଉଥିବ.... ସ୍ବାମୀ ସ୍ତ୍ରୀ କୁ ସ୍ତ୍ରୀ ସ୍ବାମୀ ଙ୍କୁ ମିଛ କହିବାକୁ ବି ପଛାଉ ନାହାନ୍ତି... ଏବେ ସିନା ସୋସିଆଲ ମିଡିଆ ଜମାନା ବୋଲି କଥା ଟା ବେଶୀ ମାତ୍ରା ରେ ଭାଇରାଲ ହେଉଚି କିନ୍ତୁ ଏ କଥା ଟି ହେବ....... 2018 ର ର କଥା.......


ହିଂମାଶୁ ଆଉ ସୁରେଶ ଦି ଜଣ ଯାକ ଭଲ ସାଙ୍ଗ ଥିଲେ

ଆଉ ହିମାଂଶୁ ସବୁବେଳେ ସୁରେଶ ଘରକୁ ଯିବା ଆସିବା କରେ...

ସୁରେଶ ବାହା ହେଇ ସାରିଛି ତା ସ୍ତ୍ରୀ ସହିତ ତାର ଚାରି ବର୍ଷ ର ଝିଅ ଟିଏ ବି ଅଛି...... 

ଏମିତି ହଟାତ୍ ହିଂମାଶୁ ସବୁ ବେଳେ ସୁରେଶ ଘର କୁ ଯିବା ଆସିବା କରେ ଆଉ ଏମିତି ଯିବା ଆସିବା କରି.... ସୁରେଶ ର ସ୍ତ୍ରୀ ସହିତ ତାର ବନ୍ଧୁତା ସ୍ଥାପନ ହେଲା.......

ଆଉ ସୁରେଶ ର ଅନୁପସ୍ଥିତି ରେ ହିମାଂଶୁ ଆଉ ସୁରେଶ ର ସ୍ତ୍ରୀ ଭେଟ ହେବାକୁ ଲାଗିଲେ.... 

ଦି ଜଣଙ୍କ ମଧ୍ୟ ରେ ଗଢି ଉଠିଲା ଐନିତିକ ସମ୍ପର୍କ........

କିନ୍ତୁ ସୁରେଶ ଆଗରେ ତା ସ୍ତ୍ରୀ ଏମିତି ବ୍ୟବହାର କରେ ବିଚରା ସୁରେଶ କେବେ ସନ୍ଦେହ ବି କରେ ନାହିଁ.....

ଏମିତି କିଛି ଦିନ ଗଲା ସୁରେଶ ର ସ୍ତ୍ରୀ ଗର୍ଭବତୀ ହେଲା..... ଆଉ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲା.....

ସମସ୍ତେ ବେଶ୍ ଖୁସି ଥାଆନ୍ତି ସବୁଠୁ ବେଶୀ ଖୁସି ଥାଏ ସୁରେଶ........

ଆଉ ଏମିତି  ଭଲ ରେ ତାଙ୍କର ଜୀବନ କଟୁଥାଏ.....

ଦିନେ ସୁରେଶ କୁ କଉ କାମ ପାଇଁ ଭୁବନେଶ୍ୱର ଆସିବାର ଥିଲା ଆଉ ସେ ବ୍ୟାଗ୍ ଧରି ନାଇଟ୍ ବସ୍ ରେ ଯିବା ପାଇଁ ବାହାରି ପଡ଼ିଲା..... ସ୍ତ୍ରୀ ଛୁଆ ପିଲା ଙ୍କ ଠୁ ବିଦାୟ ନେଲା......


ଯେମିତି ସୁରେଶ ଯାଇଚି ଠିକ୍ ସେତିକି ବେଳେ ସୁରେଶ ର ସ୍ତ୍ରୀ ହିମାଂଶୁ କୁ ଫୋନ୍ କରି ଡାକିଲା ଆଉ ଦି ଜଣ ଘର ଭିତରକୁ ଯାଇ କଥା ହେଉଥାନ୍ତି ତାଙ୍କର ପ୍ରେମ ଆନନ୍ଦ ରେ ମାତି ଥାଆନ୍ତି.....

ଆଉ ସୁରେଶ ବସ୍ ଷ୍ଟାଣ୍ଡ ଯାଇ ଦେଖେତ ବସ୍ ପଳେଇ ଗଲାଣି ଉଦାସ ହେଇ ଘରକୁ ଫେରୁ ଥାଏ ଆଉ ଭାବୁଥାଏ ଭଲ ହେଲା ଗଲି ନାହିଁ ନଚେତ ସ୍ତ୍ରୀ ବିଚାରି ଛୁଆ ପିଲାଙ୍କୁ ଧରି ଏକା କେମିତି ଶୋଇବ ଯେ......  

ସୁରେଶ ଘରକୁ ଆସି କବାଟ ବାଡାୟେ ତ କେହି କବାଟ ଖୋଲୁ ନାହାନ୍ତି ଜୋର୍ ଜୋର ରେ ବାଦେଇଲା..... ତା ସ୍ତ୍ରୀ ଆସି କବାଟ ଖୋଲିଲା....

 ତା ସ୍ତ୍ରୀ ର ରୂପ ଦେଖି ସେ ଆଚମ୍ବିତ.... ମୁକୁଳା କେଶ ଅଧା ବସ୍ତ୍ର ଦେହରେ ପଡିଚି.... ଆଖିରେ ଆଖିୟେ ଭୟ ଆଉ ଦେହରେ ଗମ୍ ଗମ୍ ଝାଳ......  ସୁରେଶ ଦେଖି ବୁଝିଗଲା କିଛି ତ ଚାଲିଛି.....

ଘର ଅଣ୍ଡାଳି ଅଣ୍ଡାଳି ଖୋଜିଲା ବେଳେ ପଲଙ୍କ ତଳୁ ତା ସାଙ୍ଗ ହିମାଂଶୁ ବାହାରିଲା..... 

ଆଉ ସୁରେଶ ର ସ୍ତ୍ରୀ ଚିତ୍କାର କରି କହିଲା ତମେ ଏଇଠୁ ଜାଓ ବାକି କଥା ମୁଁ ବୁଝିବି.......

ହିମାଂଶୁ ଦୌଡିକି କି ଘରୁ ପଳେଇଲା..  ।

ଏପଟେ ସୁରେଶ ଆଉ ତା ସ୍ତ୍ରୀ ଭିତରେ ଘୋମାଘୋଟ ଝଗଡ଼ା ଚାଲି ଥାଏ..... ଆଉ ସେଇ ସମୟ ରେ ସୁରେଶ ର ସ୍ତ୍ରୀ ସୁରେଶ କୁ କହିଲା...... ତୁମେ କଣ ଭାବୁଛ ଏ ସାନ ଛୁଆ ଟା ତୁମର... ନା ୟେ ତୁମ ଛୁଆ ନୁହ ଏ ହିମାଂଶୁ ର ରକ୍ତ ହିମାଂଶୁ ର ଛୁଆ....... 

ଆହା ଶୁଣି ସୁରେଶ ପୁରା ସ୍ତବ୍ଦ ହେଇ ଯାଇଥିଲା ଆଉ ବହୁତ୍ ଜୋର୍ ରେ ଚିତ୍କାର କରି କରି କାନ୍ଦିଲା ଯେଉଁ ପୁଅ ର ଏକୋଇସୀୟା ରେ ସେ ଡେଇଁ ଡେଇଁ ନାଚିଥିଲେ ସେ ପୁଅ ର ବାପ ସେ ନୁହଁ ଆଉ କିଏ...... 

ବିଚାର କାନ୍ଥ ରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁ ଥାଏ..... ଆଉ ତା ସ୍ତ୍ରୀ ସେ ଦ୍ୱିତୀୟ ଛୁଆ କୁ ଧରି ଘରୁ ବାହାରୀ ଗଲା...... ତା ବଡ଼ ଝିଅ ତା ପଛରେ ମା ମା କହି ଗୋଡ଼ାଉ ଥାଏ କିନ୍ତୁ ସେ ମା ଜମାବି ଶୁଣିଲା ନାହିଁ କେବଳ ହିମାଂଶୁ ର ଛୁଆ କୁ ଧରି ଘରୁ ପଳେଇ ଆସିଲା........

କଥା କୁ ଛ ମାସ ବିତିଗଲା ସୁରେଶ ର ସ୍ତ୍ରୀ ବାହାରେ ଘର ଭଡ଼ା କରି ରହୁଚି.... ହିମାଂଶୁ ମଝିରେ ମଝିରେ ଆସି ତା କଥା ବୁଝି କି ଯାଏ......

ଏପଟେ ସୁରେଶ ନିଜର ସାତ ବର୍ଷ ର ଝିଅ କୁ ଧରି ଦୁଃଖ କଷ୍ଟ ଚାଲୁଥାଏ .....

 କିନ୍ତୁ ସମସ୍ତେ ମନେ ରଖିବା ଜରୁରୀ କର୍ମ ର ଫଳ ନିଶ୍ଚୟ ଫେରି କି ଆସେ....... 

ହଟାତ୍ ଦିନ.... ହିମାଂଶୁ ଚା ଦୋକାନ ରେ ଚା ପି ମଟର ସାଇକେଲ ରେ ଘରକୁ ଫେରୁଥାଏ.....   

ଆଉ ରାସ୍ତା ରେ ଗୋଟେ ଛଡ ଗାଡ଼ି ଛିଡ଼ା ହେଇଥାଏ ଯେହେତୁ ଦିନ ବେଲା ର କଥା ଗାଡ଼ି ରେ ଥିବା ଲୁହା ଛଡ ସେତିକି ଠିକ୍ ରେ ଦେଖା ଯାଉ ନଥାଏ.......

ଆଉ ଏପଟେ ହିମାଂଶୁ ଗୀତ ଗାଇ ଗାଇ ଗାଡ଼ି ଜୋର୍ ରେ ଧରି ଆସୁଥାଏ ଆଉ ହତତ୍ ବାଇକ୍ ର ବ୍ରେକ ଫେଲ ହେଇ ଗଲା ବାଇକ୍ ର speed ବେଶୀ ଥିବାରୁ ସେ ଲୁହା ଛଡ ଗାଡ଼ି ସହିତ ତାର ଦୁର୍ଘଟଣା ହେଇ ଗଲା...... ଆଉ ବିଶେଷ କରି ତା ମୁଣ୍ଡ ରେ ଛଡ଼ ପୁରା ଆର୍ ପାର୍ ହେଇ ଗଲା ଆଉ ସେଇଥି ତା ପ୍ରାଣ ଗଲା...... 

ଯେମିତି ଦିନେ ସୁରେଶ କାନ୍ଥ ରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁ ଥିଲା ଠିକ୍ ସେହି ପରି ହିଂମାଶୁ ର ମୁଣ୍ଡ ବାଡେଇ ହେଇ ଜୀବନ ଗଲା........ 

କିନ୍ତୁ ଜାଣିଛ ସୁରେଶ ର ସ୍ତ୍ରୀ ର କାଇଁ କିଛି ହେଲା ନାହିଁ କାରଣ ତାର କର୍ମ ର ଫଳ ସେ ଗୋଟି ଗୋଟି କରି ଭୋଗିବ......

ବାପ ଘରେ ତାକୁ ପସେଇ ଦେଲେ ନାହିଁ.... 

ସୁରେଶ ତାର ହାତ ଛାଡି ଦେଲା....

ଶାଶୁ ଘରେ ଛି ଛାକର ମିଳିଲା.....

ଆଉ ଆଜି ହିଂମାଶୁ ବି ଛାଡ଼ି ଚାଲିଗଲା...... 

ଆଉ ଏ ରୂପ ଯୌବନ କେତେ ଦିନ ଆଜି ନ ହେଲେ କାଲି ଏ ସବୁ ଢଳି ଯିବ...... ସେତେବେଳ ଆଉ ସେ କଣ ଟୋକା ଙ୍କୁ ପ୍ରେମରେ ଫସେଇ ପାରିବ....???? ଆଉ ତାର ଶେଷ ସମୟ ବହୁତ୍ ଭୟଙ୍କର ହେବ ସେଇଥି ପାଇଁ ଠାକୁର ତାକୁ ନ ମାରି ଛାଡ଼ି ଦେଇଛନ୍ତି.....

କିନ୍ତୁ ସୁରେଶ ଏବେ ବେଶ୍ ଖୁସି ରେ ଅଛି...... ଆଉ ସେ ଦ୍ଵିତୀୟ ବିବାହ ବି କରିନାହିଁ......


ଆହା ହେଉଚି ମୋର ଆଖିଦେଖ କଥା...... ସେ ନାରୀ ହେଉକି ପୁରୁଷ ସମସ୍ତେ ମନେରଖିବା ଉଚିତ୍ କି ପରକ୍ରୀୟ ପ୍ରତି କେବଳ ଅଳ୍ପ ଦିନ ର ଖୁସି..... ଏଥିରେ ସମୟ ନଷ୍ଟ ନ କରି ନିଜର ପରିବାର ପ୍ରତି ଧ୍ୟାନ ଦିଅନ୍ତୁ....

🖊️🖊️🖍️🖋️🖊️ ଅନୁପ୍ କୁମାର 


Rate this content
Log in

Similar oriya story from Drama