STORYMIRROR

Sudhansu Sekhar Jena

Romance Classics

3  

Sudhansu Sekhar Jena

Romance Classics

ପ୍ରିୟା

ପ୍ରିୟା

1 min
694

ଅଭିମାନୀ ପ୍ରିୟା ମୋର

ଅଭିସାରିକା ପରି,

ନୀଳ ଭୂଧରମାଳାରେ

ଶ୍ୱେତ ବାଲିଟିଏ ପରି।


ତା ପାଦ ପଦ୍ମରେ ବାଜି ଉଠେ

ରୁଣୁ ଝୁଣୁ ପାଉଁଜିର ଶଦ୍ଦ,

ମୁଁ ଧରିବାକୁ ଗଲେ ହେଇଯାଏ

ସେ ନିଶବ୍ଦର ଶଦ୍ଦ।


ଅନାମିକା ପରି ସେ

ଆସେ ମୋ ଜୀବନେ,

ଆଖି ଖୋଲି ଦେଖେ ତ

ସେ ନଥାଏ ମୋ ସପନେ।


ଚନ୍ଦ୍ରମା ର ଆଲୁଅ ପରି

ସେ ଅଟେ ସ୍ବଚ୍ଛ,

ଅମାବାସ୍ୟାର ଅନ୍ଧକାର ପରି

ହଜିଯାଉଅଛି ସେ ମାସ ମାସ।


କହିବା ପାଇଁ ଚାହେଁ ଯେବେ

ମୁଁ ମୋ ମନର ଅଢେ଼ଇ ଅକ୍ଷର,

ପରିଟିଏ ହେଇ ଉଡ଼ି ଚାଲିଯାଏ

ଦେଖା ମିଳେନା ଯେ ତାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Sudhansu Sekhar Jena

Similar oriya story from Romance