STORYMIRROR

Dr Jharana Satapathy

Romance

3  

Dr Jharana Satapathy

Romance

ପ୍ରୀତି ପ୍ରଣୟୀ

ପ୍ରୀତି ପ୍ରଣୟୀ

1 min
895


ମଥାର ଓଢଣାରୁ ଝାପସା ଦିଶୁଥାଏ ନବବଧୂର ମୁହଁଟିଏ।ଚଉଠି ରାତି।ନିଜର ଅନିଛା ସର୍ତ୍ତେ ଘରେ ଯୋରଜବରଦସ୍ତ ବାହାଘର କରିଦିଅନ୍ତି ଦୀପୁକୁ ଅଜଣା ଅଚିହ୍ନା ଝିଅ ସହ।ସେଥିପାଇଁ ମନଦୁଃଖରେ ଥାଏ।ତାର ପସନ୍ଦ ଥିଲା ପ୍ରୀତି ଯିଏ କଲେଜ ବେଳର ସାଥିଟିଏ ।ସିଏ ତାକୁ ଭଲପାଉଥିଲା ଏବଂ ତାର ପ୍ରେମିକା ଥିଲା।ମନେ ମନେ ତାକୁ ଭାରିଭଲ ପାଉଥିଲା।ଦିନେ ସେ ଏକଥା ତା ହାତ ଧରି କହିଥିଲା ମଧ୍ୟ।ଭଲ ପ୍ରେମିକାଟିଏ ବାଛିଛି ବୋଲି ତା ମନ ସବୁବେଳେ ଭାରି ଖୁସିଥାଏ।ତାର ସାଙ୍ଗମାନଙ୍କୁ କହିଦିଏ ସିଏ ମୋ ପ୍ରେମିକା।


କିନ୍ତୁ ଉପଯୁକ୍ତ ବୟସରେ ଯେତେବେଳେ ଦୀପୁର ବାହାଘର ଅନ୍ୟତ୍ର କରାଗଲା ସେହି ଝିଅ ବିଷୟରେ ଭାବି ଭାବି ପାଗଳ ହୋଇଗଲା।ତା ବାପା ମାଆଙ୍କ କଥାକୁ ଅସ୍ବୀକାର କରି ନପାରି ବେଦୀରେ ଦଶଦିଗ ସାଖି ରଖି ବାହାହୋଇଗଲା ଅନ୍ୟ ଜଣ ସହ।ମନଟି ଭାରି ଉଦାସ ଥାଏ ଦୀପୁର।ଝିଅଟି ପ୍ରକୃତରେ ଜାଣିଥାଏ ସିଏ ତାର ପ୍ରେମିକ ବୋଲି କିନ୍ତୁ ଦୀପୁକୁ ଏକଥା ଜଣାନଥାଏ।ପଙ୍ଖାର ପବନରେ ଯେତେବେଳେ ମଥାର ଓଢଣାଟି ଖସିଗଲା ଦୀପୁର ନଜର ପଡିଗଲା ତାର ପ୍ରେମିକା ନିଜେ ବସିଛି ବଧୂବେଶରେ ସଜାଇ ହୋଇ ଚଉଠି ରାତିରେ।ତାର ଆନନ୍ଦର ଆଉ ସୀମା ରହିଲା ନାହିଁ ଆଖିକୁ ମନ୍ଥି ମନ୍ଥି ଦେଖିଥାଏ ପ୍ରକୃତରେ ସିଏ ମୋର ପ୍ରେମିକା ପ୍ରୀତି !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance