Niranjan Mishra

Fantasy

3  

Niranjan Mishra

Fantasy

ପରୀ କାହାଣୀ

ପରୀ କାହାଣୀ

1 min
157



     ଅନେକ ବର୍ଷ ତଳର କଥା। ପରୀ ରାଇଜରେ କେତେ କେତେ ପରୀ ସବୁ ବସବାସ କରୁଥିଲେ।ସେହି ପରୀମାନେ ଏଡେ ସୁନ୍ଦର ଦିଶୁଥିଲେ ଯେ ଯିଏ ତାଙ୍କୁ ଦେଖୁଥିଲା ଆଉ ଘଡିଏ କେମିତି ଦେଖିବ ବୋଲି ଭାବୁଥିଲା।

           

     ସହଜରେ ତ ପରୀମାନେ ଦେଖିବାକୁ ବହୁତ ସୁନ୍ଦର।

ସେହି ପ୍ରେମାନନ୍ଦ ଭିତରେ ଗୋଟିଏ ନୀଳ ପରୀ ଥିଲା। ସିଏ ସମସ୍ତଙ୍କଠାରୁ ବହୁତ ସୁନ୍ଦର ଦେଖାଯାଉଥିଲା । ତା ପାଇଁ ଗୋଟିଏ ସୁନ୍ଦର ବର ଖୋଜା ଚାଲିଲା । ବହୁତ ଖୋଜାଖୋଜି ସତ୍ତ୍ଵେ ସୁନ୍ଦର ବରର ସନ୍ଧାନ ପରୀ ରାଇଜରେ ମିଳିଲା ନାହିଁ ।


      ପରୀ ରାଇଜରେ ସମସ୍ତେ ଚିନ୍ତାରେ ପଡିଲେ। ଏଡେ ସୁନ୍ଦର ଝିଅ ନୀଳ ପରୀଟି। ତା ପାଇଁ ବର ଖୋଜି ଖୋଜି ସବୁ ପରୀମାନେ ନୟାନ୍ତ ହେଲେଣି। ହେଲେ ବର ତ ମିଳୁନି।

କରିବେ କଣ ? ସମସ୍ତେ ମନ ଦୁଃଖରେ ଥାଆନ୍ତି। 


      ପରୀ ରାଇଜର ରଜାଙ୍କ କାନକୁ ଏକଥା ଗଲା। ରଜା ସମସ୍ତଙ୍କର ମଙ୍ଗଳ ଚାହୁଁଥିଲେ। ସେ ନୀଳ ପରୀକୁ ତାଙ୍କ ପାଖକୁ ଡକାଇ ତାର ଭଲମନ୍ଦ ସବୁ କଥା ପଚାରି ବୁଝିଲେ ।

ନୀଳ ପରୀ ଆମ ଏଇ ପୃଥିବୀରେ ଜଣକୁ ଭଲ ପାଉଛି ଏବଂ ତାକୁ ବାହା ହେଲେ ଖୁସିରେ ରହିବ ବୋଲି କହିଲା ।


         ନୀଳ ପରୀର କଥା ଶୁଣି ରଜା ବହୁତ ଖୁସି ହେଲେ ।

ପରୀ ରାଇଜରେ ଡେଙ୍ଗୁରା ପିଟା ହେଲା ନୀଳ ପରୀର ବିବାହ ଉତ୍ସବ ପାଳନ କରିବା ପାଇଁ । ପରୀମାନେ ତ ମ୍ୟାଜିକ୍ କରିବାରେ ଧୁରନ୍ଧର। ସବୁ ପରୀମାନେ ଏକାଠି ହୋଇ ନୂଆ ନୂଆ ପୋଷାକ ପରିଧାନ କରି ସାଙ୍ଗରେ ନୀଳ ପରୀକୁ ଆଣି ପୃଥିବୀକୁ ଆସିଲେ। ନୀଳ ପରୀର ବାହାଘର ଭଲରେ ଭଲରେ ହେଲା । ନୀଳ ପରୀଟି ପୃଥିବୀର ଆକର୍ଷଣରେ ଏଇଠି ବୋହୁ ହୋଇ ରହିଗଲା। ସେଇଦିନଠାରୁ ଆମ ପୃଥିବୀରେ ନୀଳ ପରୀ ନାଆଁଟି ପ୍ରଚଳିତ ହେଲା।


Rate this content
Log in

Similar oriya story from Fantasy