STORYMIRROR

Niranjan Mishra

Others

4  

Niranjan Mishra

Others

ଜଣେ ରାଣୀ ଥିଲେ

ଜଣେ ରାଣୀ ଥିଲେ

2 mins
244


       ଗୋଟିଏ ଦେଶରେ ଜଣେ ରାଜା ଥିଲେ। ତାଙ୍କ ନାଁ ଥିଲା ସୁମନ। ତାଙ୍କ ରାଣୀଙ୍କ ନାଁ ଥିଲା ବିକ୍ଷିପ୍ତା । ଥରେ ରାଜା ରାଣୀଙ୍କୁ ସେ ଦେଶରୁ ନିର୍ବାସିତ କରାଗଲା। ରାଜାରାଣୀ କାହାକୁ କିଛି ନକହି ଜଙ୍ଗଲରେ ଚାଲି ଚାଲି ବୁଲୁଥାନ୍ତି। ସାଙ୍ଗରେ ତାଙ୍କର ଅନ୍ୟ କେହି ନଥିଲେ।ଜଙ୍ଗଲରେ ରାଜାରାଣୀ ବହୁ ସମୟ ବୁଲାବୁଲି କଲେ।ରାଣୀଙ୍କୁ ଭାରି ଭୋକଶୋଷ ହେଲା । ସେ କିଛି ଖାଦ୍ୟ ଆଉ ପାଣି ଆଣିବା ପାଇଁ ରାଜାଙ୍କୁ କହିଲେ ।ରାଜାରାଣୀଙ୍କୁ ଗୋଟିଏ ଗଛମୂଳରେ ବସିବାକୁ କହି ଖାଦ୍ୟ ଓ ଜଳ ଖୋଜିବା ପାଇଁ

ବାହାରିଗଲେ। କେଉଁଠୁ କିଛି ନପାଇ ରାଜା ଗୋଟିଏ ଉପାୟ ପାଞ୍ଚିଲେ। ପତ୍ରଠୋଲା କରି ନିଜ ଦେହରୁ କିଛି ମାଂସ କାଟି ଗୋଟିଏ ଠୋଲାରେ ରଖିଲେ। ଆଉ ଗୋଟିଏ ଠୋଲାରେ ନିଜ ଦେହର କିଛି ରକ୍ତ ରଖିଲେ । ତାକୁ ନେଇ ରାଣୀଙ୍କୁ

କହିଲେ ଏଇ କଞ୍ଚାମାଂସ ଖାଇଦେଇ ପାଣିତକ ପିଇଦିଅ। ରାଣୀ କହିଲେ ଏ ପାଣି ତ ରକ୍ତ ଭଳିଆ ଦିଶୁଛି ।ଇଏ କି ପାଣି ? ରାଜା କହିଲେ ଜଙ୍ଗଲରେ ଏଇ ପାଣି ମିଳେ । ରାଣୀଙ୍କୁ ତ

ଜୋରରେ ଭୋକ ଶୋଷ ହେଉଥିଲା । ସେ କିଛି ନକହି ସେଇ କଞ୍ଚାମାଂସ ଖାଇ ରକ୍ତତକ ପିଇଦେଲେ । ତାପରେ ରାଜାରାଣୀ କେତେଦୂର ଚାଲିଲେ। ଗଙ୍ଗା ଯମୁନା ନଦୀ ପଡିଲା ।ନଦୀରେ ଗୋଟିଏ ଡଙ୍ଗା ଥିଲା । ଡଙ୍ଗାରେ ଗୋଟିଏ ନାଉରିଆ ଥିଲା । ନାଉରିଆଟି ବଡ ସୁନ୍ଦର ଗୀତ ବୋଲୁଥାଏ। ରାଜାରାଣୀ ଦୁହେଁ ଡଙ୍ଗାରେ ବସିଲେ । ନାଉରିଆ ଗୀତ ଗାଇ ଗାଇ ଡଙ୍ଗା ଚଲାଉଥାଏ। ରାଣୀ ନାଉରିଆର ଗୀତରେ ମୋହିତ ହୋଇ ନାଉରିଆକୁ ଇସାରା ଦେଲେ ରାଜାଙ୍କୁ ପାଣି ଭିତରକୁ ଠେଲି ଦେବାପାଇଁ । ନାଉରିଆ ରାଜାଙ୍କୁ ନଦୀର ଗଭୀର ପାଣିକୁ ଠେଲିଦେଲା ।  ଭାଗ୍ଯକୁ ରାଜା ଭାସି ଭାସି କୂଳରେ ଲାଗିଲେ । କେତେ ବର୍ଷ ପରେ ରାଜା ପୁନର୍ବାର ତାଙ୍କ ରାଜ୍ଯ ଫେରି ପାଇଲେ । ନାଉରିଆ ସହିତ ରାଣୀ କେତେ ବର୍ଷ ରହିବା ପରେ ନାଉରିଆ ତାଙ୍କୁ ଘରୁ ବାହାର କରିଦେଲା। ସେ ବୁଲି ବୁଲି ଭିକ ମାଗିଲେ। ଥରେ ସେ ଯାଇ ରାଜା ସୁମନଙ୍କ ରାଜ୍ୟରେ ଭିକ ମାଗୁଥିଲେ। ଏତେ ସୁନ୍ଦରୀ ସ୍ତ୍ରୀଲୋକଟି ଭିକ ମାଗୁଥିବା ଦେଖି ଲୋକମାନେ ତାକୁ ନେଇ ରାଜାଙ୍କ ପାଖରେ ପହଞ୍ଚାଇଲେ ।  ରାଜା, ରାଣୀ ବିକ୍ଷିପ୍ତାଙ୍କୁ ଠିକ୍ ଭାବରେ ଚିହ୍ନି ପାରି କହିଲେ, ମୋ ଦେହର ମାଂସ ଖାଇଥିବା , ମୋ ଦେହର ରକ୍ତ

ପିଇ ନାଉରିଆର ଗୀତରେ ମୋହିତ ହୋଇ ମୋତେ ପରିତ୍ଯାଗ କରିଥିବା ଏହି ବ୍ୟଭିିଚାରିିଣୀକୁ ରାଜ ଦରବାରରୁ ବାହାର କରିଦିଅ ।ଭିକାରୁଣୀ ବିକ୍ଷିପ୍ତା ଉତ୍ତର ଦେଲା ଗଛରେ ଫଳ

ନଥିଲେ ପକ୍ଷୀମାନେ ସେହି ଗଛକୁ ପରିତ୍ଯାଗ କରନ୍ତି ।ପୁଷ୍କରିଣୀର ଜଳ ଶୁଷ୍କହୋଇଗଲେ ସାରସମାନେ ତାକୁ ପରିତ୍ଯାଗ କରନ୍ତି ।ଫୁଲ ଶୁଷ୍କ ହେଲେ ମଧୂପ ତାକୁ ପରିତ୍ଯାଗ କରେ ,ବନ ପୋଡିଗଲେ ମୃଗମାନେ ସେହି ବନକୁ ପରିତ୍ଯାଗ

କରନ୍ତି , ଅଣପୁରୁଷକୁ ସ୍ତ୍ରୀ ପରିତ୍ଯାଗ କରେ , ମନ୍ତ୍ରୀମାନେ ଭ୍ରଷ୍ଟ ରାଜାଙ୍କୁ ପରିତ୍ଯାଗ କରନ୍ତି । ସମସ୍ତେ ଅର୍ଥର ବଶୀଭୂତ।

ହେ ନରପତି ! କିଏ କାହାର ସ୍ତ୍ରୀ ? କିଏ କାହାର ସ୍ବାମୀ ?


Rate this content
Log in