Niranjan Mishra

Classics

4.5  

Niranjan Mishra

Classics

ଭକ୍ତ ଅମ୍ବରୀଷ

ଭକ୍ତ ଅମ୍ବରୀଷ

1 min
384



            ଶ୍ରୀମଦ୍ଭାଗବତରେ ରାଜଚକ୍ରବର୍ତ୍ତୀ ଅମ୍ବରୀଷଙ୍କର କଥା ଆସେ ।ରାଜା ଅମ୍ବରୀଷ ବିଷ୍ଣୁଙ୍କର ପରମ ଭକ୍ତ ।

       ଦିନେ ରାଜା ନିଷ୍ଠାର ସହ ଏକାଦଶୀ ବ୍ରତ ପାଳନ କରି ସାରି ଦ୍ବାଦଶୀ ପାରଣପାଇଁ ବସିବା ସମୟରେ ଦୁର୍ବାସା ଋଷି ପହଞ୍ଚି ରାଜାଙ୍କର ଅତିଥି ହେଲେ ।ସ୍ନାନ କରିବା ଉଦ୍ଦେଶ୍ଯରେ ଯାଇ ଦୁର୍ବାସା ବହୁ ସମୟ ପର୍ଯ୍ୟନ୍ତ ଆଉ ଫେରିଲେ ନାହିଁ । ବ୍ରତ ପାଳନର ଶେଷ ସମୟ ଦେଖି ରାଜା ମାତ୍ର ଗଣ୍ଡୁଷେ ଜଳଗ୍ରହଣ କରିବାକୁ ଯାଉଥିବା ସମୟରେ ଋଷି ଦୁର୍ବାସା ଫେରି ଆସି କ୍ରୋଧ ପ୍ରକାଶ କରି କହିଲେ, ରାଜା , "ତୁମେ ଅତିଥିଙ୍କର ଅବଜ୍ଞା କରିଛ। ତୁମର ବିନାଶ ହେବ।" ଏହା କହି ଦୁର୍ବାସା ନିଜର ଜଟାରୁ ଏକ କୃତ୍ୟା (ଭୟଙ୍କର ରାକ୍ଷସ) ସୃଷ୍ଟି କଲେ । ରାଜାଙ୍କୁ ମାରିବା ପାଇଁ ତାକୁ ଆଦେଶ ଦେଲେ ।

       ଧାର୍ମିକ ରାଜା ଅମ୍ବରୀଷ ବିଷ୍ଣୁଙ୍କର ପରମ ଭକ୍ତ ଥିବାରୁ ବିଷ୍ଣୁ ପ୍ରସନ୍ନ ହୋଇ ରାଜାଙ୍କୁ ତାଙ୍କର ସୁୁରକ୍ଷା ପାଇଁ ନିିଜର ସୁଦର୍ଶନ ଚକ୍ର ଦାନ କରିଥିଲେ । ସୁଦର୍ଶନ ଚକ୍ର କୃତ୍ୟାକୁ କାଟି ଦେଲା ଓ ଦୁର୍ବାସାଙ୍କ ଆଡକୁ ଅଗ୍ରସର ହେଲା । ଦୁର୍ବାସା ଭୟରେ ଚାରିଆଡେ ଦୌଡିଲେ । ସେ ବ୍ରହ୍ମା , ଶିବ ଓ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । କେଉଁଠି ହେଲେ ସୁରକ୍ଷା ନପାଇ ବିଷ୍ଣୁଙ୍କ ପରାମର୍ଶରେ ଶେଷରେ ସେ ରାଜା ଅମ୍ବରୀଷଙ୍କର ଶରଣାପନ୍ନ ହେଲେ । ରାଜା ଭକ୍ତ ଅମ୍ବରୀଷ ସୁଦର୍ଶନ ଚକ୍ରକୁ ପ୍ରାର୍ଥନା କରି ଋଷି ଦୁର୍ବାସାଙ୍କର ପ୍ରାଣ ରକ୍ଷା କରିଥିଲେ ।ଦୁର୍ବାସା ଅମ୍ବରୀଷଙ୍କୁ ଆଶୀର୍ବାଦ କରି ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

 


Rate this content
Log in

Similar oriya story from Classics