ଚିରଞ୍ଜିବୀ ମାର୍କଣ୍ଡେୟ
ଚିରଞ୍ଜିବୀ ମାର୍କଣ୍ଡେୟ
ପୁରାଣର କଥାଟିଏ। ମୃକଣ୍ଡ ଋଷିଙ୍କ ପୁତ୍ର ଥିଲେ ମାର୍କଣ୍ଡେୟ । ଜନ୍ମ ଗ୍ରହଣ କରିବା ପରେ ଜାତକରୁ ଜଣାଗଲା ଯେ ତାଙ୍କର ଆୟୁଷ ମାତ୍ର ବାର ବର୍ଷ। ଋଷି ମୃକଣ୍ଡ ପୁତ୍ର ମାର୍କଣ୍ଡେୟଙ୍କୁ କହିଥିଲେ ଆଶ୍ରମ ପାଖରେ ସେ ଯାହାକୁ ଦେଖିବେ ତାଙ୍କୁ ମୁଣ୍ଡିଆ ମାରିବା ପାଇଁ l ମାର୍କଣ୍ଡେୟ ପିତାଙ୍କର ଆଦେଶ ପାଳନ କରି ଆଶ୍ରମ ପାଖରେ ଯାହାକୁ ଦେଖୁଥିଲେ ତାଙ୍କୁ ମୁଣ୍ଡିଆ ମାରୁଥିଲେ।
ମାର୍କଣ୍ଡେୟ ଭଗବାନ ଶିବଙ୍କର ପରମ ଭକ୍ତ
ଥିଲେ । ମୃତ୍ଯୁ ସନ୍ନିକଟ ହେବା ପୂର୍ବରୁ ମାର୍କଣ୍ଡେୟ ଶିବଙ୍କ
ମନ୍ଦିରରେ ବସି ଶିବଙ୍କର ଆରାଧନା କରୁଥାଆନ୍ତି ।ଶିବଙ୍କର ସ୍ତୁତି କରୁଥାଆନ୍ତି " ରୁଦ୍ରଂ ପଶୁପତିଂ ସ୍ଥାଣୁ ନୀଳକଣ୍ଠମୁମା- ପତିମ୍। ନମାମି ଶିରସା ଦେବଂ କିଂ ମେ ମୃତ୍ଯୁ କରିଷ୍ୟତି।" ଇତ୍ୟାଦି ଶିିବନାମାଷ୍ଟକ ଗାନ କରି କରି ।ଏହି ସମୟରେ ସ୍ୱୟଂ ଯମରାଜ ଆସି ପହଞ୍ଚିଗଲେ। ମାର୍କଣ୍ଡେୟ ତ ଶିବଙ୍କର ସ୍ତୁତି ପାଠ କରୁଥାନ୍ତି ।ଯମ ତାଙ୍କୁ ସେଠାରୁ ନେବେ କିପରି ? ସେ ସେଇଠି ଠିଆ ହୋଇ ରହିଲେ l ମାର୍କଣ୍ଡେୟଙ୍କର ସ୍ତୁତିପାଠ ଶେଷ ହେଲାନାହିଁ ।ସେ ଶିବଲିଙ୍ଗକୁ କୁଣ୍ଢାଇ ଧରି ଥାଆନ୍ତି ।
ଯମ ବ୍ରହ୍ମାଙ୍କୁ ସ୍ମରଣ କଲେ । ବ୍ରହ୍ମା ବିଷ୍ଣୁଙ୍କୁ ସ୍ମରଣ କଲେ । ବ୍ରହ୍ମା ବିଷ୍ଣୁ ଶିବ ସମସ୍ତେ ଏକତ୍ର ଉପସ୍ଥିତ ହେଲେ। ସମସ୍ତେ ମାର୍କେଣ୍ଡେୟଙ୍କର ଶିବଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କୁ ଚିରଞ୍ଜିବୀ ହୋଇ ରହିବା ପାଇଁ ବରଦାନ ଦେଲେ। ଅଷ୍ଟ ଚିରଞ୍ଜିବୀଙ୍କ ମଧ୍ୟରୁ ମାର୍କଣ୍ଡେୟ ଅନ୍ୟତମ ।
ନିଜର ତପ ବଳରେ ମାର୍କଣ୍ଡେୟ ମୃତ୍ଯୁକୁ ଜୟ କରି ପାରିଥିଲେ। ମାର୍କଣ୍ଡେୟକୃତ ଶିବନାମାଷ୍ଟକ ପାଠ କଲେ ମୃତ୍ଯୁଭୟ ଦୂର ହୁଏ ।
