Sunita Barik

Classics

1  

Sunita Barik

Classics

ପରିଚୟ

ପରିଚୟ

7 mins
149


ରାମ ଯେଉଁ ନାମ ତୁଣ୍ଡ ରେ ଧରିଲେ ମିଳେ ପରମ ଶାନ୍ତି ।


ଆଗ କାଳରେ ଶିକ୍ଷା ଲାଭ ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିଲା। ଲୋକ ମାନେ ବେଶି ପାଠ ପଢି ପାରୁ ନଥିଲେ।  


ତେଣୁ ଗାଁ ର ପୁରୁଖା ବ୍ରାହ୍ମଣ ପଣ୍ଡିତ ମାନେ ଗାଁ ମାନଙ୍କରେ ଭାଗବତ ଟୁଙ୍ଗିରେ କୃଷ୍ଣ ରାମଙ୍କ ଗାଥା, ପୋଥି ସବୁ ପଢ଼ି ଶୁଣୋଉଥିଲେ ସଂଧ୍ୟା ସମୟରେ। 


ଲୋକେ ଦିନ ଯାକର କାମ ଧନ୍ଦା ସାରି ସେଇଠି ଏକାଠି ବସି କିଛି ସମୟ ଭଗବତ୍ ଚିନ୍ତନ କରୁଥିଲେ ଶେଷ ସମୟରେ ମୋକ୍ଷ ପାଇବେ ବୋଲି। 


ମହା ମହା ପଣ୍ତିତ ମାନେ କହନ୍ତି ଏବଂ ପୋଥି ପୁରାଣ ରେ ବି ଉଲ୍ଲେଖ ଅଛି ଶେଷ ସମୟରେ ଯେତେ କଷ୍ଟ ରେ ଥିଲେ ବି ଯଦି ପ୍ରଭୁ ନାମ ତୁଣ୍ଡ ରେ ନିଆଯାଏ ଶିଘ୍ର ନର୍କ ଯନ୍ତ୍ରଣା ରୁ ବି ମୁକ୍ତି ମିଳିଯାଏ। 


ତେଣୁ ଅପାଠୁଆ ମୁରୁଖ ଲୋକ ମାନେ ନିଜ ପିଲା ମାନଙ୍କ ର ନାମ କୌଣସି ଭଗବାନ ଙ୍କ ନାମ ଅନୁସାରେ ହିଁ ରଖୁଥିଲେ। ଯେମିତି କି ରାମ, କୃଷ୍ଣ, ପାର୍ବତୀ, ଲକ୍ଷ୍ମୀ ଏମିତି କେତେ କ'ଣ! ଯେମିତି କି ସେ ନା ସବୁ ତୁଣ୍ଡ ରେ ଲେଉଟୁ ଥିବ ଆଉ ସେମାନେ ଶିଘ୍ର ମୁକ୍ତି ପାଇବେ ଏ ସଂସାର ସାଗରୁ।


ଯୁଗ ବଦଳିଛି। ଲୋକ ମାନଙ୍କ ର ମାନସିକତା ରେ ବି ଏବେ ଢେର୍ ପରିବର୍ତ୍ତନ ଘଟିଛି। ଏବେ ସେ ରାମ , କୃଷ୍ଣ ନାଁ ସଵୁ ଆଉଡେଟେଡ୍ ହେଲାଣି। ଏସବୁ ନାଁ ପିଲାମାନଙ୍କର ଭବିଷ୍ୟତ ପାଇଁ ଏକ କଳା ବୋଲି ଅନେକ ଙ୍କ ମତ।


ସେମାନଙ୍କ ମତରେ ନାଁ ଏମିତି ହବା ଦରକାର ଯେଉଁ ଥିରେ ଆଧୁନିକତାର ଛାପ ଥିବା ନିହାତି ଜରୁରୀ।


ନଚେତ୍ ସାଙ୍ଗ ସାଥି ମାନଙ୍କ ଠାରୁ ଅପମାନିତ ହେବା ସାର।


ଏମିତି ଏକ ସମୟ ରେ ଜମିଦାର ବୀର ଭଦ୍ର ଙ୍କ ଘରେ ବହୁ ବର୍ଷର ଖୋଜା ଲୋଡା, ଅନେକ ଦିଅଁ ଦେବତା ପୂଜି ଜନ୍ମ ହୁଏ ପୁତ୍ର ସନ୍ତାନ ଟି ଏ। ସମସ୍ତ ପରିବାର ଲୋକ ଙ୍କ ମତ ରେ ପୁଅ ଟି ର ନାଁ ଦିଆ ଯାଏ ରାମଚନ୍ଦ୍ର ଭଦ୍ର। 


କିନ୍ତୁ ଶ୍ରଦ୍ଧାରେ ସମସ୍ତେ ଡାକନ୍ତି ରାମ ବୋଲି।


ବୟସ ବଢିବା ସହ ରାମ ର ଚାଲି ଚଳଣିରେ ରେ ଘୋର ପରିବର୍ତ୍ତନ ଘଟେ। 


ବିଶେଷ କରି ନିଜ ନାଁ ଏବଂ ନିଜ ପରିଚୟ କୁ ନେଇ। ଏତଦବ୍ୟତୀତ ହଠାତ୍ ରାଗିବା,ଗୁରୁଜନ ମାନଙ୍କୁ ଅସମ୍ମାନ କରିବା, ଅଯଥା ଝଗଡ଼ା କରିବା ଏହି ଭଳି ଅନେକ କିଛି। ଯଦ୍ୟପି ଵୀର ଭଦ୍ର ଜଣେ ସୁଶୀଳ ଚିନ୍ତା ଧାରା ର ବ୍ୟକ୍ତି । 


ଏ ବିପରୀତ ଧର୍ମୀ କାର୍ଯ୍ୟ କଳାପ ରେ କେବଳ ବୀର ଭଦ୍ର କାହିଁକି ଗାଁ ଲୋକ ମାନେ ବି ଆଶ୍ଚର୍ଯ୍ୟ ଚକିତ ହେଉଥିଲେ। ଗାଁ ର ଚାଲି ଚଳଣିରେ ସନ୍ତୁଷ୍ଟ ନ ଥାଏ ରାମ।  ଧିରେ ଧିରେ ଯୁଗ ପରିବର୍ତ୍ତନ ସହ ଗାଁ ସବୁ ସହରାଭିମୁଖି ହେବାରେ ଲାଗିଥାଏ। 


ତାର ଏକା ଜିଦ୍ ସହରରେ ରହି ପଢିବ। ନଚେତ୍ ନାହିଁ।  ଏକମାତ୍ର ପୁଅ ର ଜିଦ୍ କୁ ଆଡେଇ ନ ପାରି ବୀର ଭଦ୍ର ରାମଙ୍କୁ ସହର ଛାଡ଼ନ୍ତି ବାଧ୍ୟ ହୋଇ। ତାଙ୍କ ପତ୍ନୀ କିନ୍ତୁ ଏସବୁ କୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। 


ଏଣେ ଧିରେ ଧିରେ ଜମିଦାରୀ ବି କମିବା କୁ ଲାଗେ। 


ପୁଅ ସହରର ଚାକଚକ୍ୟ ରେ ଭିଟାମାଟି ମାଡିବାକୁ ଇଛା କରେନି। 


ଯେବେ ବି ବୀର ଭଦ୍ର ସହରକୁ ପୁଅ ସହ ଦେଖା କରି ବାକୁ ଯାଆନ୍ତି ରାମ ର ବ୍ୟବହାର ତାଙ୍କୁ ବ୍ୟତିବ୍ୟସ୍ତ କରେ।


ତା ସାଙ୍ଗସାଥି ଙ୍କ ସାମ୍ନା ରେ ବାପା ଙ୍କୁ ଏକ ଅଚିହ୍ନା ଲୋକ ପରି ବ୍ୟବହାର କରେ।


ବାପ ମନ ଅସହାୟ ହୋଇ ଉଠେ।


ହାତରେ ପ‌ଇସା ଗୁଞ୍ଜି ଦେଇ ସେଇ ସାଙ୍ଗେ ସାଙ୍ଗେ ଲେଉଟି ଆସନ୍ତି ନିଜ ଗାଁକୁ ।


ନିଜ ରକ୍ତ ତ ଦୋଷ ଦେବେ ଯଦି ଦେବେ ବା କାହାକୁ।


ଅଜାଗା ଘାଆ। ନା ନେଖି ହୁଏ ନା ଦେଖେଇ ହୁଏ। 


ପୁଅ କୁ ଦେଖିବା ଆଶା ଆଶାରେ ରହେ ମାଆ ସୁଶୀଳା ଙ୍କ ର। ଦୁଇଜଣ ଯାକ ଆଗପଛ ହୋଇ ଫେରନ୍ତି ଅଫେରା ରାଜ୍ୟ କୁ। ଏକ ଯୁଗର ଅବସାନ ଘଟେ।


ଏତେ ସବୁ ସତ୍ତ୍ଵେ ସହର ମୋହରେ ଅନ୍ଧ ପୁଅ ନିଜ ଶେଷ କର୍ତ୍ତବ୍ୟ ପାଇଁ ବି ଫେରେନି।


ହାଏ...


ଏମିତି ବି ହୁଏ ।


ସମୟ ଵଦଳେ । 


ଜମିଦାରୀ ର ପରିସମାପ୍ତି ଘଟେ।


ସହରୀ ମାୟାରେ ପଡ଼ିଥିବା ରାମ ଏବେ ସହରୀ ଝିଅକୁ ପ୍ରେମ ବିବାହ କରି ଘର ସଂସାର ରେ ବ୍ୟସ୍ତ ରହି ପଛ କଥା ସବୁ ଭୂଲି ଯାଏ।


ସତରେ କଣ ସେ ସବୁ କୁ ଭୁଲିବା ଏତେ ସହଜ କଥା। କଥାରେ ଅଛି ପା ଯେମିତି ରୋଇବ ସେମିତି କାଟିବ।


କର୍ମ ର ଫଳ ସଭିଙ୍କୁ ଏଇଠି ହିଁ ଭୋଗ କରିବାକୁ ପଡିବ ହିଁ ପଡ଼ିବ।


ହାତରେ ପୁଳା ପୁଳା ଟଙ୍କା ଧରୁଥିବା ରାମ ଅଚାନକ କାଳର ଫାଶରେ ପଡି ରାଜ ରାସ୍ତା କୁ ଓହ୍ଲାଏ କାମ କରିବା ପାଇଁ। ବ୍ୟବସାୟ ରେ ବଡ଼ ଧରଣର କ୍ଷତି ଯୋଗୁଁ ସର୍ବସ୍ବ ହରାଇବାକୁ ପଡେ ତାକୁ। 


ଏମିତି କି ଵେଘର ହୋଇ ସ୍ତ୍ରୀ ଆଉ ଝିଅ କୁ ଧରି ବାର ଦୁଆର ହେବାକୁ ପଡ଼େ ।


ଯେଉଁଠି କି ବି ସାହାଯ୍ୟ ପାଇଁ ଯାଏ ସମସ୍ତେ ଅଜଣା ପରି ବ୍ୟବହାର କରିବାକୁ ଲାଗନ୍ତି।


ଦିନ ଥିଲା ଯେଉଁ ମାନଙ୍କ ପାଇଁ ସେ ହାତ ଖୋଲା ଖର୍ଚ୍ଚ କରୁଥିଲା ଆଜି ସେମାନେ ତାକୁ ଘୃଣା ଚକ୍ଷୁରେ ଦେଖୁଥିଲେ।


ସବୁ ରାସ୍ତା ବନ୍ଦ ହୋଇ ସାରିଥିଲା ଏବେ ତା ପାଇଁ।


ଏ ଅସମୟରେ ତା ଗାଁ ଆଉ ତା ବାପା ମାଆ କଥା ଭାରି ମନେ ପଡ଼ୁଥିଲା ତାର।


ଅନ୍ୟୋପାୟ ନ ପାଇ ଦୀର୍ଘ ଦିନ ପରେ ରାମ ସ୍ତ୍ରୀ ଆଉ ଝିଅ କୁ ଧରି ତା ଜନ୍ମ ଭୂଇଁ ରେ ପାଦ ଦିଏ ସେ। 


କିଛି ଲୋକ ତାକୁ ଚିହ୍ନି ନପାରି କାହାକୁ ଖୋଜୁଛ ବୋଲି ପଚାରି ଵସନ୍ତି।  


ଚିହ୍ନା କିଛି ଵୟୋଵୃଦ୍ଧ ଏତେ ଦିନ ପରେ ତାକୁ ଗାଁ ରେ ଦେଖି ଆଃ ବୋଲି କୁହନ୍ତି।


କେତେ ଛିଃ ଛାକର ମଧ୍ୟ କରନ୍ତି।  


ଏମିତି କି କେହି କେହି ଏମିତିକା ପୁଅ ଟେ କାହା ଭାଗ୍ୟରେ ନ ଜୁଟୁ ବୋଲି ଭଗବାନ ଙ୍କୁ ଦେଖେଇ କହନ୍ତି।  


ହେଲେ ସେସବୁ କୁ ନ ଶୁଣି ରାମ ଗାଁ ରେ ଥିବା ତାଙ୍କ ପୈତୃକ ଘର‌ଆଡେ ଏକ ମୁହାଁ ହୋଇ ଚାଲିବାକୁ ପାଦ ବଢାଏ।


ଅଳ୍ପ ବାଟ ହୋଇଛି କି ନାହିଁ ମଧୁ ଯିଏ ପିଲା ବେଳେ ତାଙ୍କ ଘରେ କାମ ଦାମ କରୁଥିଲା ତା ସହ ରାମ ର ଭେଟ ହୋଇଯାଏ। 


ରାମ ଚିହ୍ନିବା ଆଗରୁ ସେ ଦୌଡ଼ି ଆସି ବାବୁ ବାବୁ କହି ବ୍ୟାଗ୍ ପତ୍ର ବୋହି ପାଦ ବଢାଏ କୋଠି ଆଡେ ।


ବାହାରେ ବିରାଟ ତାଲା। 


ଅନେକ ଦିନ ହେଲା ଖୋଲା ହୋଇନଥିବା ଯୋଗୁଁ କଳଙ୍କି ଲାଗି ଯାଇଥିଲା ବୋଧ ହୁଏ। 


ତଥାପି ବହୁ ଚେଷ୍ଟା ରେ କବାଟ ଟି ଖୋଲି ଯାଏ। 


ଯେଉଁଠି ପିଲାଦିନେ ସେ କେତେ ଅଳି କରିଛି,କେତେ ଧୂଳିରେ ଗଢିଛି।


ମାଆଙ୍କ ହାତରୁ ଡାଲି ଭାତ ଖାଇବା ନ ସରିବା ଯାଏଁ ବାପାଙ୍କ ଜମିଦାରୀ ଚେୟାର ପଛ ପଟେ ଛପିଛି। 


ଯଦିଓ ବାପାଙ୍କୁ ଏସବୁ କଥା ଭଲ ଭାବରେ ଜଣା ଥାଏ।


ସାଙ୍ଗ ମାନଙ୍କ ସହ ଲୁଚକାଳି,ବୋହୂ ଚୋରୀ ଖେଳିଛି।


ମାଆଙ୍କ ସହ ଘର ମନ୍ଦିର ରେ ପୂଜା କରିଛି।


ହାତ ଯୋଡିଛି କୂଳ ଦେବୀ ଙ୍କ ଆଗରେ।


ଆଃ ସେ ପିଲା ଦିନ।


ଅଥଚ ଏବେ ସବୁ ବିସ୍ତୃତି ର ଗର୍ଭରେ ଲୀନ।


ନିଜକୁ ନିଜେ ଦୋଷୀ ସାବ୍ୟସ୍ତ କରି ସେ ଠିଆ ହୋଇଥିଲା ବାପା ମାଆ ଙ୍କ ଫୁଲ ଲଗା ଫଟୋ ତଳେ।


ଫଟୋରୁ ଅଳନ୍ଧୁ ଝାଡି ନିଜ କଲା କର୍ମ ପାଇଁ କ୍ଷମା ମାଗୁଥିଲା ନିର୍ବିକାର ଭାବରେ।


ଯାହାର ଫଳ ଏବେ ସେ ଓ ତା ପରିବାର ଭୋଗୁଛି କେବଳ ନିଜର କଲା କର୍ମ ପାଇଁ।


ଭିତରେ ଅନାବନା ଗଛ ,କାନ୍ଥ ସାରା ଅଳନ୍ଧୁ,ଵୁଢୀଆଣୀର ଘର,ଠାଏ ଠାଏ ଶିଉଳି ସତେ ଯେମିତି ଘର ନୁହେଁ ଗୋଟେ ଭୂତ କୋଠି।


ଅଳ୍ପ ସମୟ ଭିତରେ ମଧୁ ସବୁ ଝଡାଝଡି କରି ସଜାଡି ଦେଲା। ଏ ସମୟ ଭିତରେ ସ୍ତ୍ରୀ ଅରୁ ଝିଅ ପାଇଁ ଚୁଲ୍ଲୀ ଲଗେଇ ଖାଇବା ପାଇଁ କିଛି ରାନ୍ଧି ସାରିଥିଲା।


ମାନସିକ ଅଶାନ୍ତି ଏଣେ ଅନେକ ଦିନ ହେବ ଅନିଦ୍ରା ଯୋଗୁଁ ଅଳ୍ପ କିଛି ଖାଇ ସଭିଏଁ ଟିକେ ଶାନ୍ତିରେ ଶୋଇ ପଡିଲେ।


ପରଦିନ ସକାଳୁ ରାମ ଉଠି ମୁହଁ ହାତ ଧୋଇ ମଧୁ ଘର ଆଡେ ଚାଲିଲା। 


ଏତେ ସକାଳୁ ସକାଳୁ ରାମ କୁ ଦେଖି ମଧୁ ଆଶ୍ଚର୍ଯ୍ୟ ହୋଇ କାଳେ କିଛି ଅସୁବିଧା ହୋଇଛି ଭାବି ଘର ଭିତରୁ ଦୌଡ଼ି ଆସିଲା। 


ଚଟେଇ ଟି ଏ ପାରି ଦେଇ ମାଟି ବରଣ୍ଡାରେ ରାମଙ୍କୁ ବସିବା ପାଇଁ ଇସାରାରେ କହିଲା। 


କିନ୍ତୁ ରାମ ନ ବସି ମଧୁ ହାତ ଧରି ଛଳ ଛଳ ଆଖିରେ କହିଲା ଭାଇ ମୋ ପରିବାର ଚଳେଇବା ପାଇଁ ମୋର କାମ ଦରକାର। ଯାହା ହେଲେ ବି ଚଳିବ। ସଵୁ କରିବି। 


ଝିଅ କୁ ପାଠ ପଢେଇ ବଡ଼ ମଣିଷ କରିବ।


ଏଇଟା ଖାଲି ମୋର ନୁହେଁ ମୋ ସ୍ତ୍ରୀ ର ବି ଇଚ୍ଛା।


କିଛି ସମୟ ଭାଵିଲା ପରେ ମଧୁ କହିଲା ଦେଖ ବାବୁ! ପୁଣି ଥରେ ମଧୁର ହାତ ଧରି ରାମ କହିଲା ନା ଭାଇ ବାବୁ ନୁହେଁ ମୋତେ ରାମ ବୋଲି ଡାକନ୍ତୁ। 


ନିଜ ଅହଂ ଯୋଗୁଁ ଆପଣାର ଲୋକ ମାନଙ୍କୁ ହରେଇ ସାରିଛି ଏବେ ଆଉ ନୁହେଁ। 


ଦୁହେଁ କୋଳା କୋଳି ହୋଇ ବହୁତ କାନ୍ଦିଲା ପରେ ମଧୁ କହିଲା ବେଶି କିଛି କରି ପାରିବିନି ହେଲେ ତମ ପାଇଁ ଅଟୋ ଟେ ଯୋଗାଡ଼ି ଦେଇ ପାରିବି।


ତମକୁ କୋଉ ଅଛପା ଏବେ ଏବେମାନେ ଗାଁ ଅପେକ୍ଷା ସହରରେ ପଢ଼ିବାକୁ ଭଲ ପାଉଛନ୍ତି। 


ସେଥିପାଇଁ ସେମାନଙ୍କୁ ନେବା ଆଣିବା ପାଇଁ ଅଟୋ ଡ୍ରାଇଭରର ର ଆବଶ୍ୟକତା ଅଛି ମୋ ବାବୁ ଙ୍କ ର। 


କହିବ ଯଦି ତମ ସହ ଦେଖା କରେଇ କାମ ଟା ଠିକ କରିଦେଇ ପାରିବି। 


ହେଲେ ଏ ଛୋଟ କାମ ଗୁଡା ତମେ କ'ଣ ପାରିବୁ? 


ଏତକ ଶୁଣି ରାମ କହିଲା ହଁ ଭାଇ ପାରିବି। ସବୁ ପାରିବି।


ମୋ ସ୍ତ୍ରୀ ଆଉ ଝିଅ ପାଇଁ ସବୁ କାମ କରି ପାରିଵି।


ତାହାଲେ ଠିକ୍ ଅଛି ଆଜିଠୁ ତମ ନୂଆ ନାଁ ହେଲା ରାମ ଅଟୋଵାଲା। 


କ'ଣ ଚଳିବ ତ?


ରାମର ଆଖିର ଏକ ଆନନ୍ଦାଶ୍ରୁ ଖସି ଆସିଲା ସନ୍ତର୍ପଣରେ।


ସମୟ ଵଦଳିବା ସହ ଅନେକ କିଛି ବଦଳି ଚାଲିଲା ସମୟ ର ଚକ୍ରରେ। 


ଧିରେ ଧିରେ ଗାଁ ଲୋକ ମାନେ ରାମକୁ ଆପଣେଇ ନେଲେ। ଆଗ ଅପେକ୍ଷା ତା ପରିବାର ଟିକେ ସ୍ବଛନ୍ଦରେ ଚଳିବାକୁ ଲାଗିଲା।


ଏସବୁ ପରେ ବି ଏକ ଅଦିନିଆ ଝଡ଼ ବୋହି ଯାଇଥିଲା ତା ଜୀବନରେ।


ଏକ ଅଜଣା ରୋଗରେ ଚିକିତ୍ସା ର ଅଭାବରୁ ସାରା ଜୀବନ ସାଥି ହୋଇ ଚାଲିବାର କଣ୍ଟ ଦେଇଥିବା ପ୍ରିୟ ମଣିଷ ଟା ଅଧା ରାସ୍ତାରେ ହାତ ଛାଡି ଚାଲି ଗଲା ରାମର। 


ସ୍ଵପ୍ନ ସବୁ ପୂରା ହେବା ଆଗରୁ ଇହ ଧାମ ତ୍ୟାଗ କରି ଚାଲି ଯାଇ ଥିଲା ଅରୁ ଅଦିନରେ।


ସେବେଠାରୁ ଝିଅ ନିତା କୁ ସେ ବଢେଇ ଆଣିଛି ମାଆ ଆଉ ବାପା ଉଭୟ ଙ୍କ ସ୍ନେହ ଦେଇ।


ସହରରେ ପାଠ ପଢୁଛି ନିତା। 


ଅଟୋ ଚଲେଇ ଯେତିକି ରୋଜଗାର ହୁଏ ସବୁ ଖର୍ଚ୍ଚ ହୁଏ ତା ପାଠ ପଢ଼ାରେ। 


କୌଣସି ଜିନିଷ ରେ ଊଣା କି ଅବହେଳା କରିନି ରାମ। 


ଵୟସ ର ଏଇ ମୋଡରେ ବି ସେ ହସି ହସି ଅଟୋ ଚଲେଇ ଦେଖେ ଝିଅ ପାଇଁ ସ୍ଵପ୍ନ।


ଅନେକ ଦୁଃଖ କୁ ଛାତିରେ ଚାପି ଜୀବନ ପାଇଁ ସଂଘର୍ଷ କରିଥିବା ରାମଚନ୍ଦ୍ର ଭଦ୍ର ଓରଫ୍ ରାମ ପାଇଁ ଆଜି ଖୁବ୍ ଖୁସିର ଦିନ।


ଝିଅ ତାର ଚାକିରି ପାଇଛି ଏକ ନାମୀଦାମୀ କମ୍ପାନୀ ରେ।


ଆଜି ପ୍ରଥମ ଦିନ। ସକାଳୁ ମନ୍ଦିର ଯାଇ ଠାକୁର ଙ୍କୁ ଯାଇ ଭୋଗ ଲଗେଇ ଆସିଛି ଝିଅ ର ସର୍ବସିଦ୍ଧି ପାଇଁ। ଖୁସିରେ ପାଦ ଆଉ ତଳେ ଲାଗୁନି ତାର। ଆଜି ତା ଅଟୋରେ ବସେଇ ସେ ଝିଅକୁ ନିଜେ ନେଇ ଛାଡ଼ି ଆସିବ ତା କର୍ମସ୍ଥଳୀରେ।


ତେଣେ ନିତା ଡାକ ଛାଡି ଚାଲିଥିଲା ଡେରି ହେଲାଣି ବୋଲି। ଅଟୋରେ ବସି ରାମ ଵୁଣି ଚାଲିଛି ସ୍ଵପ୍ନ ସବୁକୁ। ପଛ ସିଟ୍ ରୁ ଝିଅ ନିତା ର ଡାକ ଶୁଣି ତା ସ୍ଵପ୍ନ ରାଇଜରୁ ବାସ୍ତବ ଦୁନିଆ କୁ ଫେରି ଆସିଲା ରାମ। ବାପା, ତୁମେ ଅଟୋକୁ ଏହି ଯାଗାରେ ରଖ। 


ଗାଡିରୁ ବାହାରକୁ ବାହାରିବନି, ଯଦି କିଏ କିଛି ପଚାରେ କୌଣସି ଉତ୍ତର ଦେବନି। ଆଜି ଅଫିସ୍ ରେ ମୋର ପ୍ରଥମଦିନ। 


ମୋ ସହ ବହୁତ ବଡବଡିଆ ଲୋକଙ୍କ ପିଲା ଏ ଯାଗାରେ ନିଯୁକ୍ତି ପାଇଛନ୍ତି। ସେ ପିଲାମାନେ ଦାମୀକାରରେ ନିଜ ବାପାମାଆଙ୍କ ସହ ଆସିଥିବେ ନିହାତି । ପରିଚୟ ସମାରୋହ ଧୂମଧାମରେ ହେବ ବୋଲି ଚିଠିରେ ଲେଖାଥିଲା। 


ସବୁ ସରିଲେ ମୁଁ ଫୋନ୍ କରିଦେବି। ଭୋକ ଲାଗିଲେ କଣ ଟିକେ ଖାଇଦେଇ ଅଟୋରେ ବସିଥିବ। ପକେଟରୁ ମଳିଛିଆ ରୁମାଲ କାଢି ମୁହଁ ପୋଛି ଝିଅ ଆଡକୁ ଚାହିଁଲେ ବୃଦ୍ଧ ରାମ। ତୁ ଜମା ବ୍ଯସ୍ତ ହେବୁନି ରେ ମାଆ, ତୋ ବୁଢାବାପା ଏଇ ଯାଗାରେ ଅପେକ୍ଷା କରିଥିବ। ମୋର ଏତେ ବର୍ଷର ତପସ୍ଯା ଆଜି ସଫଳ ହୋଇଛି, ତୋ ମାଆ ବଞ୍ଚିଥିଲେ ଆଜି କେତେ ଖୁସି ହୋଇଥାଆନ୍ତା ନା !  ସେତିକି ବେଳକୁ ନିତା ରାମଙ୍କ ଆଖି ସାମ୍ନାରୁ ଅଦୃଶ୍ଯ ହୋଇସାରିଥିଲା


ଶ୍ରୀଯୁକ୍ତ ଅରବିନ୍ଦ ରଥ ପ୍ରଦାନ କରିଥିବା ଏଇ କିଛି ବାକ୍ୟାଶଂ ମୋ ମନକୁ ଖୁବ୍ ଆନ୍ଦୋଳିତ କରିଥିଲା।ବାସ୍ତବରେ କହିବାକୁ ଗଲେ ଏମିତି କିଛି ନିଚ୍ଛକ ଘଟଣା ଦେଖିବାକୁ ମିଳୁଛି ଆମ ସମାଜରେ। ସେଥିପାଇଁ ସାର୍ ଙ୍କ ର ଏହି ଲେଖାକୁ ନେଇ ଗଳ୍ପ ଲେଖିବାର ଇଛା କୁ ସମ୍ବରଣ କରି ନ ପାରି ଛୋଟ ପ୍ରୟାସ ଟିଏ କରିଛି ମାତ୍ର।


Rate this content
Log in

Similar oriya story from Classics