Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sunita Barik

Tragedy

2  

Sunita Barik

Tragedy

ଗୋଲାପର ମୋହ

ଗୋଲାପର ମୋହ

7 mins
218


ସକାଳୁ ସକାଳୁ ଘର ମାଲିକଙ୍କ ଝିଅର ଅଶ୍ରାଵ୍ୟ ଗାଳି ରେ ନିଦ ଭାଙ୍ଗି ଗଲା ସୁଜିତ୍ ର। ଡେରି ରାତି ରେ ଘରକୁ ଫେରି ଥିଵାରୁ ଆଜି ଏତେ ବେଳ ଯାଏଁ ଶୋଇ ଯାଇଛି ତାକୁ ଜଣା ଵି ପଡ଼ିନି। ଏମିତି ରେ ବି ପୁଅ ରୋଶନ୍ ଆଉ ସ୍ତ୍ରୀ ରିୟା କିଛି ଦିନ ହେଲା ଗାଁ କୁ ଯାଇଥିବାରୁ ତାର ସବୁ କାମରେ ବ୍ୟତିକ୍ରମ ହୋଇ ଚାଲିଛି।

ନିଦ ମଳମଳ ଆଖିରେ ପ୍ରଥମେ ନିଜ ହାତ ପାପୁଲିକୁ ଦେଖି ପ୍ରାତଃ ମନ୍ତ୍ର କୁ ତିନି ଥର ଉଚ୍ଚାରଣ କରି ଅଧୁଆ ମୁହଁ ରେ ତିନି ଥର ହାତ ବୁଲେଇ ଆଣିଲା ସୁଜିତ୍। ବେସିନ୍ ପାଖକୁ ଯାଇ ମୁହଁ ଧୋଇ ହୋଇ ଵ୍ରସ ରେ ପେଷ୍ଟ ଲଗେଇ ବାହାରୁ ଶୁଭୁଥିଵା ପାଟି ଆଡେ ଟିକେ କାନ ଡେରିଲା କଥା କ'ଣ ଜାଣିବାକୁ। କଥାଟି ଏହିପରି ଘର ମାଲିକଙ୍କ ଝିଅ ଭାରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଚାଲିଛି କାହିଁକି ନା ସେ ଲଗେଇଥିଵା ଗୋଲାପ ଗଛରୁ କିଏ କାଳେ ଫୁଲ ଛିଣ୍ଡେଇ ନ‌ଉଛି। ସେଇ କଥା କୁ ନେଇ ସକାଳୁ ସକାଳୁ ସେ ଚଣ୍ଡୀ ରୂପ ଧାରଣ କରିଛି ତା କଥା କୁ ତାଳ ଦେଇ ତା ମାଆ କଥା ର ମଙ୍ଗ କୁ ଜୋର୍ କରି ଧରିଛି। ଆଖପାଖରେ ଥିବା ପଡୋଶୀ ମାନେ ଏସବୁ ଶୁଣି ବି ନଶୁଣିଲା ପରି ଯେଝା କାମରେ ବ୍ୟସ୍ତ ଅଛନ୍ତି। ତା ଛଡା ଚାରିପଟେ ପାଚେରୀ ଉପରେ ଛୋଟ ଛୋଟ କାଚ ଟୁକୁଡା ତା ସହ ବଡ ଲୁହା ଗେଟ୍ ରେ ପଡୁଛି ଦୁଇ ଦୁଇଟି ବଡ ତାଲା। ଏସବୁ କୁ ଡେଇଁ ଏତେ ସକାଳୁ କାହିଁକି ବା କିଏ ସେ ଗୋଲାପ ମାନଙ୍କୁ ଛୁଇଁ ନିଜ ଇଜ୍ଜତ ମହତ ସାରିବା ପାଇଁ ଏଠିକି ଆସିବ?

ଶିକ୍ଷିତ ଲୋକ ମାନେ ବି ଏତେ ଅସଭ୍ୟ ଭାଷାରେ କଥା କହି ପାରନ୍ତି ଭାବି ସୁଜିତ୍ କୁମାର ଯେତିକି ହସ ଲାଗୁଥିଲା ତାଠାରୁ ଅଧିକ ଖରାପ ଲାଗୁଥିଲା। ଏ ବିଷୟରେ ତା ସ୍ତ୍ରୀ କେତେ ଥର କହିବାକୁ ଚେଷ୍ଟା କରିଛି ଅଥଚ ସେ ତା କଥାକୁ ସେତେ ଗୁରୁତ୍ଵ ଦେଇନି ବରଂ ତାକୁ ବୁଝୋଉଥିଲା ବାହାର ଜାଗାରେ ପର ଘରେ ରହିଲେ ନିଜକୁ ଟିକେ ଆଡଜଷ୍ଟ କରିବାକୁ ପଡ଼ିବ ନଚେତ୍ ଏତେ ଗୁଡ଼ାଏ ଜିନିଷ ଧରି ଏ ସହରରେ ଖାଲି ହନ୍ତସନ୍ତ ହବାକୁ ପଡ଼ିବ ସିନା କିଛି ଲାଭ ମିଳିବନି। ସୁଜିତ୍ ର କଥାକୁ ରିୟା କିଛି ସମୟ ସିନା ଗ୍ରହଣ କରି ମନ କୁ ବୁଝେଇ ନିଏ କିନ୍ତୁ ପରଦିନ ସକାଳୁ ପୁଣି ସେଇ ସମାନ ପ୍ରକାରର ସ୍ଥିତି ହୋଇ ଯାଏ। ଯଦିଓ ସେମାନେ ପ୍ରତ୍ୟକ୍ଷ ରେ ତାକୁ କୁହନ୍ତିନି କିନ୍ତୁ ରିୟା ମନ କୁ ଏସବୁ ଭାରି ଵାଧେ। ସେଥିପାଇଁ ସେ ରାଗରେ ଗାଁ କୁ ପୁଅ କୁ ନେଇ ପଳେଇଛି ଏଇ ଜିଦ୍ ରେ ଯେ ଏ ଭଡ଼ାଘର ନ ଛାଡ଼ିଲା ଯାଏଁ ସେ ଆଉ ଆସିଵନି।

ଏଇ ଛଅ ମାସ ହେଲା ସେ ସ୍ତ୍ରୀ ପୁଅ କୁ ନେଇ ବହୁ ଖୋଜାଖୋଜି ପରେ ନିଜ ଅଫିସ ଠାରୁ ତିନି କିଲୋମିଟର ଦୂରରେ ଭଡ଼ା ଘରେ ଆସି ରହୁଛି। ସବୁ ଦୃଷ୍ଟିରୁ ଘରଟି ଉଭୟ ଙ୍କ ମନକୁ ପାଇଥିଲା। କିନ୍ତୁ ଜିନିଷ ପତ୍ର ଆଣି କିଛି ଦିନ ରହିଲା ପରେ ଖାଲି ଅଶାନ୍ତି ଛଡ଼ା କିଛି ବି ନାହିଁ।

ଏକ ବିଚିତ୍ର ପରିସ୍ଥିତି ରେ ପଡ଼ି ଯାଇଥିଲା ସୁଜିତ୍। କାହିଁକି ନା ସେ ରିୟା କୁ ଭଲ ଭାବରେ ଜାଣେ। ସେ ଅନ୍ୟ କାହାର ଜିନିଷ ରେ ହାତ ଦେବା ଭଳି ଝିଅ ନୁହେଁ। ଏମିତି ରେ ବି ଗୋଲାପ ତାର ପ୍ରିୟ ବୋଲି ସୁଜିତ୍ ସବୁ ଦିନ ସଂଧ୍ୟା ରେ ତା ପାଇଁ ନିହାତି ଗୋଲାପ ଫୁଲ ଟିଏ ମନେ ପକେଇ ଆଣି ଥାଏ। ବାହାଘର ପରଠାରୁ ତାର ଇଏ ଗୋଟେ ନିତି ଦିନିଆ କାମ କହିଲେ ବି ଭୁଲ୍ ହେବ ନାହିଁ। 

ଏତେ ପରେ ବି ଗୋଲାପ ଚୋରି କୁ ନେଇ ଉଭୟ ଙ୍କ ଭିତରେ ଏକ ଅଦିନିଆ ଝଡ଼ ବୋହି ଚାଲିଛି ଭିତରେ।

କଥାରେ ନାହିଁ ଅନ୍ୟ କେହି କହିବା ଆଉ ନିଜେ ସେ ସବୁ କୁ ଭୋଗିବା ଭିତରେ ଆକାଶ ପାତାଳ ର ଫରକ୍ ଥାଏ। ତେଣୁ ରିୟା ଠୁ ସବୁଦିନ ଶୁଣିବା ଆଉ ଆଜି ନିଜେ ନିଜ କାନରେ ଏସବୁକୁ ଶୁଣି ସେ ନିଜକୁ ଭାରି ଦୋଷୀ ଦୋଷୀ ଭାଵୁଥିଲା।

ନିଜ ଭାବନା ଭିତରେ ବୁଡ଼ି ରହି ନିଜ ଅଫିସ ଯିବା ର ସମୟ କୁ ବି ସେ ଭୁଲି ସାରିଥିଲା। କାନ୍ଥ ଘଣ୍ଟା ର ପେଣ୍ଡୁଲମ୍ ର ଟଂ ଟଂ ୯ ଥର ଭାଜି ଉଠିବାରୁ ସେ ଜାଣି ପାରିଲା ଯେ ସମୟ ଅତିକ୍ରାନ୍ତ ହୋଇଗଲାଣି। ତାକୁ ଶିଘ୍ର କାମ ସାରି ବାହାରକୁ ଯିବାକୁ ପଡ଼ିବ। 

ତରବରରେ ନିଜ ନିତ୍ୟକର୍ମ ସାରି ଫ୍ରିଜ୍ ରେ ଥିବା କ୍ଷୀର, କଦଳୀ, କିଛି କର୍ଣ୍ଣଫ୍ଲେକ୍ସ କୁ ଖାଇ ଘର ତାଲା ପକେଇ ବାହାରିଗଲା ଅଫିସ।

ସକାଳୁ ସକାଳୁ ଏମିତି ରେ ତା ମନ ଟା ଭଲ ନଥିଲା। ଅଫିସ୍ ରେ ବି ମନ ଦେଇ ପାରିଲା ନି କାମରେ। ତେଣୁ ଅଫିସରୁ ଅଧା ଦିନ ର ଛୁଟି ନେଇ ଚାଲି ଆସିଲା ସେ ଘରକୁ। ବାଟରେ ଫେରିବା ବେଳେ ତାର ଜଣେ ବନ୍ଧୁଙ୍କ ସହ ଦେଖା ହେଲା। ଦୁହେଁ ମିଶି ରେଷ୍ଟୁରାଣ୍ଟ ରେ ବସିଲେ ଖାଇବା ପାଇଁ। ଅଥଚ ସୁଜିତ ତା ଭାବନା ରାଜ୍ୟ ରେ ବୁଡି ରହି ଗୋଲାପ ଚୋରି ର ସତ୍ୟାସତ୍ୟ ସନ୍ଧାନର ରାସ୍ତା ଖୋଜିଵାରେ ବ୍ୟସ୍ତ। ତାର ଏଭଳି ଅନ୍ୟମନସ୍କ ଭାଵ ଦେଖି ଵନ୍ଧୁ ସୁରଜିତ କ'ଣ ହେଇଛି ବୋଲି ପଚାରିବାରୁ ସେ ଆମୂଳଚୁଳ ସବୁ କହିଗଲା। ଏସବୁ ଶୁଣି ବନ୍ଧୁ ସ୍ମିତ ହାସ୍ୟ ଟେ ହସି ଦେଇ କହିଲେ ଖାଇଦେ। ଆଜି ଦୁହେଁ ମିଶି ତାର ସମାଧାନ ବାହାର କରି ନେବା। ବଡ଼ ଆଶ୍ଚର୍ଯ୍ୟ ରେ ସୁଜିତ୍ ତା ମୁହଁକୁ ଚାହିଁ ରହିଲା। ଏଥର ସୁରଜିତ କହିଲା ତୁ ବ୍ୟସ୍ତ ହ‌ଅନା ମୋ ପାଖରେ ସମାଧାନର ରାସ୍ତା ଅଛି। ଖାଇ ଦେଇ ଚାଲ୍ ତୋ ଘରକୁ ଯିବା।

ଦୁହେଁ ଖାଇ ପିଇ ଵାଟରୁ କିଛି ଜିନିଷ କିଣି ଘରକୁ ଫେରିଲେ।

ଘରକୁ ଫେରି ଫ୍ରେସ୍ ହୋଇ ନିଜ କାମରେ ଲାଗି ପଡିଲେ।

କିନ୍ତୁ ମଝିରେ ମଝିରେ ସୁଜିତ୍ କହୁଥାଏ ସାଙ୍ଗ ଘର ମାଲିକ ଙ୍କୁ ନଜଣେଇ ଏମିତି କାମ କରିବା କଣ ଠିକ୍ ହେଵ? ଅଥଚ ସୁରଜିତ୍ ସେସଵୁ କୁ ଧ୍ୟାନ ନଦେଇ ନିଜ କାମରେ ଵ୍ୟସ୍ତ। କିଛି ସମୟରେ ସଵୁ କିଛି ଠିକ୍ ଠାକ୍ କରିଦେଇ କେମିତି କଣ କରିବାକୁ ହେଵ ଵୁଝାଇ ଦେଇ ସୁରଜିତ୍ ତା ଘରକୁ ଫେରି ଆସିଲା।

ଏକ ଅନିଶ୍ଚିତ ଆଶଙ୍କା ରେ ସାରା ରାତି ଶୋଇ ପାରିଲାନି ସୁଜିତ୍। ରିୟା ପାଖକୁ ଫୋନ୍ ଲଗେଇ କହିଲା ମୁଁ ସଵୁ ଵନ୍ଦୋଵସ୍ତ କରି ଦେଇଛି ତମେ ପୁଅ କୁ ଧରି ଆସ। ଆମେ କାଲି ଘର ଛାଡୁଛେ। ଏକଥା ଶୁଣି ରିୟା ଖୁସି ରେ ଅଧିର ହୋଇ ଉଠିଲା। କହିଲା ହ‌ଉ ଠିକ୍ ଅଛି କାଲି ସକାଳୁ ମୁଁ ପହଞ୍ଚିଯିଵି।

ଦୁହେଁ ଅନେକ ଦିନ ପରେ ଟିକେ ମନଖୋଲା ହସ ହସି ଦୂରରେ ଥାଇ ମଧ୍ୟ ନିକଟତାର ଅନୁଭବ କରୁଥିଲେ। କିଛି ସମୟ ର ଆଲୋଚନା ପରେ ଉଭୟେ ନିଜ ନିଜର ଫୋନ୍ କାଟି ଶୋଇ ପଡିଲେ ଏକ ଶାନ୍ତ ସକାଳର ଅପେକ୍ଷା ରେ।

ସୂର୍ଯ୍ୟଙ୍କର କ‌ଅଁଳ ଖରା ଝରକାର ରେଲିଂ ଦେଇ ପଶି ଆସିବା ସହ ଭାସି ଆସୁଥିଲା ଚିରାଚରିତ କଥାସଵୁ ଘର ମାଲିକଙ୍କ ଝିଅ ଠାରୁ। ସୁଜିତ୍ ର ନିଦ ଭାଙ୍ଗିଗଲା ଫୋନ୍ ର ଘଣ୍ଟି ଶୁଣି। ରିୟା ଫୋନ୍ କରିଥିଲା ଵସଷ୍ଟାଣ୍ଡରୁ। ଛୁଆ ଟା କୁ ଧରି ଠିଆ ହୋଇଛି ସେ କେତେଵେଳୁ। ଆଉ କିଛି କଥା ତା କାନକୁ ଶୁଭୁ ନଥିଲା। ମୁହଁ ଧୋଇ ହୋଇ ଗାଡି ଚାବି ଧରି ଵାହାରି ପଡିଲା ବସଷ୍ଟାଣ୍ଡ୍ କୁ। କିଛି ସମୟ ମଧ୍ୟରେ ସମସ୍ତ ଙ୍କୁ ଧରି ପହଞ୍ଚିଗଲା ରହୁଥିବା ଭଡା ଘରେ। ସେତେ ଵେଳ ଯାଏଁ ବି ଉପର ଘରୁ ପାଟି ଶୁଭୁଥିଲା ଗୋଲାପ ଫୁଲ କୁ ନେଇ। ରିୟା ର ମନ ଫିକା ପଡିଗଲା। ସେ ଵିରକ୍ତି ଭରା କଣ୍ଠରେ କହିଲା ଘରେ ପଶୁ ପଶୁ ପୁଣି ସେଇ ଅବସ୍ଥା। ତୁମେ ପା କହୁଥିଲ ସଵୁ ଠିକ୍ କରି ଦେଇଛ ଵୋଲି। ଏକଥା ଶୁଣି ତାର କିଛି ମନେ ପଡିଗଲା ପରି ସେ ଦୌଡିଗଲା ଘର ଭିତରକୁ ତାଲା ଖୋଲି। ପଛେ ପଛେ ରିୟା ସହ କୁନି ପୁଅ। ଘରେ ଥିବା କମ୍ପ୍ୟୁଟର ରେ କିଛି ରେକଡିଂ ହୋଇଛି ଭୋର୍ ୪ ଟା ଵେଳୁ। ହେଲେ ଏ କଣ ଚୋର ଙ୍କ ପରି ଘର ମାଲିକ ନିଜେ କିଛି ଗୋଲାପ ଫୁଲ ତୋଳି ଚୁପ୍ କିନା ଗେଟ୍ ଖୋଲି ଵାହାରକୁ ଯାଉଛନ୍ତି ଆଉ କିଛି ସମୟ ପରେ ହାତରେ କିଛି ଧରି ଲେଉଟି ଆସୁଛନ୍ତି। ପୂର୍ଵଵତ୍ ଗେଟ୍ ରେ ତାଲା ପକେଇ ଉପରକୁ ଚାଲି ଯାଉଛନ୍ତି। ଏସଵୁ ଦେଖି ଦୁହେଁ ଏକବାର୍ ସ୍ତଵ୍ଧ ହୋଇଗଲେ। କଥା କଣ ଜାଣିବାକୁ ଦୁହେଁ ସ୍ଥିର କଲେ କିଛି ଦିନ ଏସଵୁ ଲକ୍ଷ ରଖିଵାକୁ। ଦୁଇ ଚାରିଦିନ ଦୁହେଁ ଧୈର୍ଯ୍ୟଧରି ନିରୀକ୍ଷଣ କଲେ ସଵୁ କିଛି ଜାଣିଶୁଣି।

ପଞ୍ଚମ ଦିନ ସ୍ଥିର କଲେ ଯେ ଆଜି ଯେମିତି ହେଉ ତାଙ୍କୁ ଫୁଲ ତୋଳିଲା ଵେଳେ ଧରିବାକୁ। ସମୟ ଭୋର୍ ୪ ଟା। ସଵୁ ଦିନ ଭଳି ଗୋଲାପ ଫୁଲ ତୋଳି ଗେଟ୍ ଆଉଜେଇ ବାହାରି ଗଲେ ଘର ମାଲିକ। ତାଙ୍କ ପଛେ ପଛେ ସୁଜିତ୍ ଆଉ ରିୟା। କିଛି ବାଟ ଗଲା ପରେ ଦେଖିଲେ ଘର ମାଲିକ ରାସ୍ତା କଡରେ ଥିବା ଫୁଲ ଦୋକାନରେ ଫୁଲ ଗୁଡିକ ଦେଇ କିଛି ପ‌ଇସା ଧରି ତରଵରରେ କିଛି ବାଟ ଆସିବା ପରେ ରାସ୍ତାକଡ ଦୋକାନରୁ କପେ ଚା ଆଉ ଵିସ୍କୁଟ ଖାଇ ତରଵରରେ ବାଟରେ ଏମାନଙ୍କୁ ଦେଖି ଭୟ ପାଇଗଲା ଭଳି କଣ୍ଠରେ କହିଲେ ତମେ ମାନେ ଏଠି କଣ କରୁଛ। ଏକଥା ଶୁଣି ରିୟା କହିଲା ମ‌ଉସା ଏଇ କଥା ଆମେ ଆପଣଙ୍କୁ ପଚାରିବା କଥା। ସଵୁଦିନ ଆପଣ ଗୋଲାପ ଫୁଲ ଚୋରି କରି ଆଣି ଵିକୁଛନ୍ତି ଅଥଚ ସଵୁ ଅସଭ୍ୟ ଅଶ୍ରାବ୍ୟ ଗାଳି ଗୁଡା ଅନ୍ୟ ମାନେ ଶୁଣୁଛନ୍ତି। ଏ ଵୟସ ରେ ଆପଣଙ୍କୁ କଣ ଏସଵୁ ଶୋଭା ଦ‌ଉଛି। ଆଜି ସକାଳ ହେଉ ଏସଵୁ ର ଗୋଟେ ଫ‌ଇସଲା ହେଵ। ଆମ ପାଖରେ ପ୍ରମାଣ ଵି ଅଛି। ସେ ସଵୁ କୁ ଦେଖାଇ ଆମେ ଏ ଚୋର କଳଙ୍କରୁ ଟିକେ ତ୍ରାହି ପାଇଵୁ।

ଏସଵୁ ଶୁଣି ଵୃଦ୍ଧ ଜଣକ ପିଲାଙ୍କ ପରି କାନ୍ଦି ଉଠିଲେ। ଉଭୟ ଙ୍କର ହାତ ଧରି କହିଲେ ନାଇରେ ପିଲା ମାନେ ଜାଣି ଶୁଣି ଏସଵୁ କରୁନିରେ। ନା କୁ କେଵଳ ମୁଁ ଘର ମାଲିକ। ପୁଅ ଗଲା ପରେ ସଵୁ ଛଡେଇ ନେଇଛନ୍ତି ଏ ମାଆ ଛୁଆ ଦିଇଟା। ମୋ ଶାନ୍ତ ସରଳ ପୁଅ ଟା ଯେ କେମିତି ଏ ଦୁଷ୍ଟ ସ୍ତ୍ରୀ ଆଉ ଝିଅ ମାନଙ୍କ ଦାଉ ସହି ମୋତେ ଏକା ଛାଡି ଚାଲି ଯାଇଛି ସେ କଥା କେଵଳ ମୁଁ ଜାଣେ। ଖାଇବାକୁ ମୁଠେ ଦିଅନ୍ତିନି କି ଚା ଟୋପେ ଦିଅନ୍ତିନି ସେଇଥି ପାଇଁ ଏଇ ଫୁଲ ବିକି ଯୋଉ ପ‌ଇସା ହୁଏ ଟିକେ ପେଟକୁ ଖାଇ ଜୀବନ ବଞ୍ଚିବା ପାଇଁ ଯାହା କାମ ଦିଏ। ନଚେତ୍ ଏମାନେ ତ ମୋତେ ନିତି ନିତି ମାରୁଛନ୍ତି । ଏଇ ଆଶାରେ ଅନେଇ ଵସିଛନ୍ତି ଯେ କେବେ ମୁଁ ମରିଵି ଆଉ ସଵୁ ସମ୍ପତ୍ତି କୁ ସେମାନେ ମନଭରି ଭୋଗ କରିଵେ। ଏସଵୁ କହିଲା ବେଳେ ସେ ଭିତରୁ ଭାଙ୍ଗି ପଡୁଥିଲେ।

ସୁଜିତ୍ ଆଉ ରିୟା ଵିଶ୍ବାସ କରି ପାରୁ ନଥିଲେ ଵାହାରକୁ ଭଲ ଦେଖା ଯାଉଥିଵା ଲୋକ ମାନଙ୍କ ଭିତରେ କେତେ ଯେ ଦୁଃଖ ଯନ୍ତ୍ରଣା କୁ ଵୋହି ଲୁହ ପିଇ ବଞ୍ଚି ରହୁଛନ୍ତି।

ରିୟା ଘର ମାଲିକ ଙ୍କ ହାତ ଧରି କହିଲା ନାଇ ମ‌ଉସା ଆପଣ ଆଉ ଏସଵୁ କାମ ଜମା ବି କରନ୍ତୁନି। ଆମକୁ ନିଜ ପୁଅ ଝିଅ ଭଳି ଭାବନ୍ତୁ। ଆପଣ ଯେମିତି ଭୋରୁ ଉଠୁଛନ୍ତି ଉଠନ୍ତୁ କିନ୍ତୁ ଫୁଲ ଚୋରି ନକରି ମୋ ପାଖରେ ସକାଳର ଚା ଆଉ ଜଳଖିଆ ଖାଆନ୍ତୁ। କେହି ଵି ଜାଣିବେନି। ସମୟ ସୁଵିଧା ଦେଖି ଏ ଵିଷୟରେ ମୁଁ ଆପଣଙ୍କ ବୋହୂ ଆଉ ନାତୁଣୀ ସହ କଥା ହେଵି। କେଵଳ ଧନ ସମ୍ପତ୍ତି ସାରା ଜୀଵନ ପାଇଁ ନୁହେଁ ଵରଂ ଏକ ନିଵିଡ ସମ୍ପର୍କ ଜୀବନ ଜିଇଁଵା ପାଇଁ ଆବଶ୍ୟକ। ଆଉ ଵାକି ରହିଲା ଗୋଲାପ ଫୁଲ କଥା ଏସଵୁ କେଵଳ ଆମ ତିନି ଜଣକ ଭିତରେ ରହିଲା। ଏସଵୁ କେଵେ ଘଟିଛି ଵୋଲି ଜୀବନର ଏକ ଦୁଃସ୍ଵପ୍ନ ଭାବି ଭୂଲି ଯିବା। ହଁ ମ‌ଉସା ଆଉ ଗୋଟିଏ କଥା ଯିଏ ଘର ଭଡ଼ା ରଖୁଛି ରଖୁ କିନ୍ତୁ ଏ ଘରର ଅସଲ ମାଲିକ ଯେ ଆପଣ ଏକଥା କେହି ବି ଅସ୍ଵୀକାର କରି ପାରିବେନି। ଆପଣଙ୍କ ହଜିଲା ଧନ ଯେ ଆପଣ ଙ୍କ କୋଳକୁ ପୁଣି ଥରେ ଲେଉଟି ଆସିବ ଏ ବିଶ୍ଵାସ ଆଉ ଭରସା ଈଶ୍ୱର ଙ୍କ ଉପରେ ଦୃଢ଼ କରି ରଖି ଥାଆନ୍ତୁ। ଘର ମାଲିକ ଙ୍କ ଆଖିରୁ ଲୁହ ପୋଛି ଉଭୟ ଗେଟ୍ ଭିତରକୁ ପ୍ରଵେଶ କରୁଥିଲେ ଏକ ନୂତନ ପରିଵର୍ତ୍ତନ କୁ ଆଖିରେ ରଖି


Rate this content
Log in

More oriya story from Sunita Barik

Similar oriya story from Tragedy