ପରିବର୍ତ୍ତନ
ପରିବର୍ତ୍ତନ
ସେଦିନ ସବୁ କାମ ସରିବା ପରେ ପୀୟାଲି ଆଉ ପ୍ରତୀକ ବସି ପଡ଼ିଲେ ପରିବାର ସହିତ ବିବାହ ଭୋଜି ରେ ମିଳିଥିବା ସବୁ ଉପହାର ଖୋଲିବା ପାଇଁ । ଗୋଟିଏ ପରେ ଗୋଟିଏ ସବୁ ଉପହାର ଖୋଲୁ ଥାନ୍ତି , ହଠାତ୍ ପିୟାଲି ଉପହାର ବାକ୍ସ ରୁ ପାଇଲା ଗୋଟିଏ କାଠ ର କଣ୍ଢେଇ ଟିଏ, କଣ୍ଢେଇ ଟି କୁ ଦେଖି ଚମକି ପଡ଼ିଲା ସେ , ଆଉ ଉପହାର ବାକ୍ସ ର ଉପରେ ଦେଖିଲା ନାମ ଲେଖା ହେଇ ନ ଥିବା ବାକ୍ସ ଟିଏ ସେ । ପ୍ରତୀକ ପିୟାଲି ହାତ ରୁ କଣ୍ଢେଇ ଟି କୁ ନେଇ କହିଲେ ଆରେ ବାଃ ବହୁତ୍ ସୁନ୍ଦର୍ ହେଇଛି ତ କଣ୍ଢେଇ ଟି , ଏଇଟା କିଏ ଦେଇଛି ଯେ ! ନାଁ ବି ଲେଖିନି ?
ପୀୟାଲି କହିଲା ହଁ ଏତେ ସାଙ୍ଗ ଆସିଥିଲେ କିଏ ଗୋଟିଏ ଦେଇ ଥିବ, ନାଁ ଲେଖିବାକୁ ଭୁଲି ଯାଇଛି ବୋଧ୍ ହୁଏ ।
ସବୁ ଉପହାର ଖୋଲା ସରିଗଲା, କଣ୍ଢେଇ କୁ ନେଇ ପୀୟାଲି ନିଜ ରୁମ୍ ରେ ଅତି ଯତ୍ନ ସହକାରେ ରଖିଦେଲା । ପରଦିନ ଯେତେବେଳେ ପ୍ରତୀକ ଅଫିସ୍ ଚାଲିଗଲେ ପୀୟାଲି କଣ୍ଢେଇ ଟି କୁ ଆଣି ହାତ ରେ ଧରି ନିରିଖେଇ ଦେଖୁଥାଏ ଆଉ ମନେ ମନେ ଭାବୁଥାଏ , ତାହେଲେ ତମେ ଆସିଥିଲ ଚନ୍ଦନ ମୋ ବାହାଘର କୁ, କଣ ପାଇଁ ଆସିଥିଲ ଆଉ ? କଣ ପାଇଁ ଦେଇ ଯାଇଛ ଏ ନିର୍ଜୀବ କାଠ କଣ୍ଢେଇ କୁ ? ଏଇ ନିର୍ଜିବ କାଠ କଣ୍ଢେଇ ତୁମର ଏ ଜୀବିତ କଣ୍ଢେଇ କୁ ଖୁବ୍ ଆଘାତ ଦେଉଛି ଚନ୍ଦନ ଖୁବ୍ ଜୋରରେ ।
ହଠାତ୍ ପୀୟାଲି ର ନଜର ପଡ଼ିଲା କଣ୍ଢେଇ ର ପଛ ପଟେ ଥିବା ଗୋଟିଏ ଛୋଟ ଲକ୍ ଉପରେ , ପୀୟାଲି ଲକ୍ କୁ ଖୋଲି ଦେଖେ ତ ଛୋଟ ଚିଠି ଟିଏ ଅଛି ତା ଭିତରେ । ଚିଠି ଟି କୁ ବାହାର କରି ପଢିବାକୁ ଲାଗିଲା ପୀୟାଲି ......
ଜାଣେ ପୀୟାଲି ତମେ ଏ କଣ୍ଢେଇ କୁ ଦେଖି ଜାଣି ପାରିଥିବ ମୁଁ ଆସିଥିଲି ବୋଲି ! ମନ କୁ ବି ପ୍ରଶ୍ନ କରୁଥିବ ମୁଁ କାହିଁକି ଆସିଥିଲି ବୋଲି ? ହେଲେ ବିଶ୍ବାସ କର ପୀୟାଲି ଏଥର ମୁଁ କିଛି ବି ବଦମାସ୍ କାମ କରିବାକୁ ଯାଇ ନ ଥିଲି ବାସ୍ ତମକୁ ଟିକେ ଶେଷ ଥର ପାଇଁ ଦେଖିବାକୁ ଯାଇଥିଲି । ତମକୁ ମୁଁ ବହୁତ୍ କଷ୍ଟ ଦେଇଛି ନା , ବହୁତ୍ କାନ୍ଦିଛ ତମେ ମୋ ପାଇଁ । ମୋତେ କ୍ଷମା କରିଦେବ ପୀୟାଲି ତମେ , ହୁଏତ ଭଗବାନ୍ ଚାହିଁ ନ ଥିଲେ ମୋ ଭଳି ପିଲା ତମ ଜୀବନରେ ଆସୁ । ହେଲେ ଜାଣିଛ ପୀୟାଲି ଏବେ ମୁଁ ବଦଳି ଯାଇଛି ସମ୍ପୂର୍ଣ୍ଣ ବଦଳି ଯାଇଛି , ଆଉ ମୋର ସବୁ ବଦଳିବା ର ଶ୍ରେୟ ମୁଁ ତମକୁ ଦେବି । ହେଲେ ଅବଶୋଷ ରହିଗଲା ଯେ ଯାହା ପାଇଁ ମୁଁ ନିଜକୁ ବଦଳେଇ ଦେଲି ସେ ମୋର ହେଇ ପାରିଲା ନାହିଁ । ତମେ ସିନା ମୋ ସହ ଛଳନା କଲ ପ୍ରେମ ର ହେଲେ ମୁଁ ତୁମକୁ ହୃଦୟ ରୁ ଭଲ ପାଇଥିଲି ।ତମକୁ ପାଇବା ପାଇଁ ମୁଁ ମୋର ସବୁ ଖରାପ ଅଭ୍ୟାସ କୁ ଛାଡ଼ି ଦେଇଥିଲି ହେଲେ ତମେ ମୋତେ ହିଁ ଛାଡ଼ି ଦେଲ । ସେଥିପାଇଁ ମୋର ଦୁଃଖ ନାହିଁ, ଜମା ବି ନାହିଁ ହେଲେ ତମକୁ କଥା ଦଉଛି ତମେ ମୋ ଜୀବନରେ ଆଣିଥିବା ପରିବର୍ତ୍ତନ ସବୁଦିନ ପାଇଁ ଅପରିବର୍ତ୍ତିତ ରହିବ ମୁଁ ବଞ୍ଚିଥିବା ଯାଏଁ ।
ଦେଖୁଛ ଏ କଣ୍ଢେଇ ର ହସ କୁ , ମୁଁ ଚାହେଁ ତମେ ସବୁବେଳେ ଏମିତି ହସୁଥାଅ ଆଉ ଖୁସି ରେ ଥାଅ । ଯଦି କେବେ ଜୀବନରେ ଦେଖା ହୁଏ କଥା ନ ହୁଅ ପଛେ ହେଲେ ଥରୁ ଟିଏ ଏ ଅମଣିଷ ଆଖି ରେ ଆଖି ମିଶେଇ କିଛି କହିବ । ଭଗବାନ୍ ମୋତେ କଣ ଦେଇଛନ୍ତି କଣ ନାଇଁ ଦୁଃଖ କରୁନି ବାସ୍ ଦୁଃଖ ଏତିକି ଯିଏ ମୋତେ ପ୍ରେମ କରିବା ଶିଖେଇ ଥିଲା ସେ ହିଁ ମୋତେ ପ୍ରତାରଣା ଶିଖେଇ ଚାଲିଗଲା ।
ମୋର ସବୁ ଭୁଲ୍ ପାଇଁ କ୍ଷମା କରିଦେବ ମୋତେ ପୀୟାଲି କ୍ଷମା କରିଦେବ । ।
ଚିଠି କୁ ପଢି ସାରିଲା ବେଳକୁ ଅନୁତାପ ର ଲୁହ ରେ ଭିଜି ସାରିଥିଲା ପୀୟାଲି ର ଆଖି । ନିଜକୁ ସେ ଭାରି ଦୋଷୀ ଦୋଷୀ ମାନୁ ଥିଲା । ଆଉ ଫେରି ଗଲା ଜୀବନର ସେଇ ଫର୍ଦ୍ଦ କୁ ଯୋଉଠି ସେ ଚନ୍ଦନ ସହିତ ପ୍ରେମ ର ଲୁଚକାଳି ଖେଳିଥିଲା ।
ପିଲା ଟି ଦିନରୁ ଖୁବ୍ ଅଲି ଅଳିରେ ବଢିଥିଲା ପୀୟାଲି, ବାପା ମା ଙ୍କ ର ଗୋଟିଏ ବୋଲି ସନ୍ତାନ ହେଇଥିବାରୁ ସେ ସବୁ କିଛି ନିଜ ହାତ ପାହାନ୍ତା ରେ ପାଇ ଯାଉଥିଲି ନିମିଷକ ରେ । ହେଲେ ପୀୟାଲି ର ଗୋଟିଏ ଖରାପ ଅଭ୍ୟାସ ଥିଲା ସେ କଥା କଥା ରେ ବାଜି ମାରି ଦେଉଥିଲା ସବୁ କଥା ପାଇଁ ଅନ୍ୟ ମାନଙ୍କ ସହିତ ।
ଯେତେବେଳେ ସେ କଲେଜ୍ ରେ ପଢ଼ୁଥିଲା ସେତେବେଳେ ଚନ୍ଦନ କୁ ସେ ଦେଖିଥିଲା କଲେଜ୍ ଯିବା ବାଟ ରେ , ଚନ୍ଦନ ର ଗୋଟିଏ ଗ୍ୟାରେଜ ଥିଲା ଆଉ ସେ ସେଇ ଗ୍ୟାରେଜ ରେ କାମ କରେ । ସେ ଦେଖିବାକୁ ଖୁବ୍ ହ୍ୟାଣ୍ଡସମ୍ ଥିଲା, ହେଲେ ତାର ଖରାପ ଅଭ୍ୟାସ ଥିଲା କି ସେ ସବୁବେଳେ ମଦ ଆଉ ସିଗାରେଟ୍ ରେ ବୁଡି କି ରହୁଥିଲା ।
ଦିନେ ପୀୟାଲି ଆଉ ତାର ସାଙ୍ଗ ମାନେ କିଛି କାମରେ ଚନ୍ଦନ ର ଗ୍ୟାରେଜ କୁ ଯାଇଥିଲେ ଆଉ ସେଇଠି ପୀୟାଲି ର ସାଙ୍ଗ ମାନେ କହିଲେ ପୀୟାଲି ତୁ କହୁଥିଲୁ ନା ଏମିତି କୌଣସି କାମ ନାହିଁ ଯାହା ତୋ ପାଇଁ ଅସମ୍ଭବ ତାହେଲେ ତୁ ଏ ଚନ୍ଦନ କୁ ପ୍ରେମ ଜାଲ ରେ ପକେଇ କି ଦେଖା ଆଉ ତାର ସବୁ ଖରାପ ଅଭ୍ୟାସ ଛଡାଇ କି ଦେଖା ।
ପୀୟାଲି କିଛି ଆଗ ପଛ ନ ଭାବି କଥା ଛଳରେ ବାଜି ମାରି ନେଲା । ଆଉ ସେଇ ଦିନ ଠୁ ସେ ଲାଗି ପଡ଼ିଲା ତା କାମ ରେ । ଏମିତି ସୁନ୍ଦର୍ ଅଭିନୟ କରି ସେ ଚନ୍ଦନ କୁ ପ୍ରେମ ଜାଲ ରେ ବାନ୍ଧି ଦେଲା ଯେ ଚନ୍ଦନ ଖୁବ୍ କମ୍ ଦିନରେ ନିଜକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଲା । ପୀୟାଲି ପାଇଁ ସିନା ଚନ୍ଦନ କେବଳ ଗୋଟିଏ ବାଜି ଥିଲା ହେଲେ ଚନ୍ଦନ ପାଇଁ ପୀୟାଲି ତାର ଜୀବନ ପାଲଟି ଯାଇଥିଲା ।
ହେଲେ ଯେଉଁ ଦିନ ଚନ୍ଦନ ସବୁ ସତ କଥା ଜାଣିଲା ସେଦିନ ସେ ମଦ ପିଇ ଆସି ପୀୟାଲି ଘରେ ପହଞ୍ଚି ଅନେକ ଖରାପ ବ୍ୟବହାର କଲା, ଆଉ ପୀୟାଲି ର ବାପା ମା ଙ୍କୁ ଖୁବ୍ ଅପମାନ ଦେଲା । ଏଥିପାଇଁ ପୀୟାଲି କୁ ଖୁବ୍ ଗାଳି ଶୁଣିବାକୁ ପଡ଼ିଲା ଘରେ ଆଉ ତାର ବାପା ନିଷ୍ପତି ନେଲେ ଯଥା ଶୀଘ୍ର ତାର ବାହାଘର କରିଦେବା ପାଇଁ ।
ହେଲେ ଧିରେ ଧୀରେ ପୀୟାଲି ନିଜ ଭୁଲ୍ କୁ ବୁଝି ପାରିଲା ଆଉ ଦିନେ ଯାଇ ଚନ୍ଦନ କୁ କ୍ଷମା ମାଗିଲା । ଆଉ ଅନୁରୋଧ କଲା କି ଚନ୍ଦନ ବାପା ମୋର ବାହାଘର ଅନ୍ୟ ଜାଗାରେ ଠିକ୍ କରି ଦେଇଛନ୍ତି ହେଲେ ମୋ ବାପା ଙ୍କୁ ଭୟ ଏଇ କଥା ପାଇଁ କି ତମେ ହୁଏତ ଆସି ବାହାଘର ରେ କିଛି ତାମସା କରିବ । ହେଲେ ଚନ୍ଦନ ହାତ ଯୋଡ଼ି କହିଲା କ୍ଷମା କରିବ ମ୍ୟାଡମ ଆମେ ତମ ଭଳି ପଇସା ବାଲା ଲୋକ ନୁହେଁ ଯେ ବାଜି ମାରି ନିଜର ଚାହିଦା ମେଣ୍ଟାଇବୁ । ଆମ ପାଇଁ ଆମର ସବୁ ଅନୁଭବ ଆଉ ଅନୁଭୂତି ସତ ହେଇଥାଏ । ଛଳନା କରିବା ମୁଁ ଶିଖି ନାହିଁ । ତମେ ନିଶ୍ଚିନ୍ତ ରେ ରୁହ ତମେ ଜୀବନରେ ମୁଁ କିଛି ବି ଝଡ଼ ଆଣିବି ନାହିଁ ।
ସବୁ ଶୁଣି ନୀରବ ହେଇ ଛିଡ଼ା ହେଇ ରହିଥାଏ ପୀୟାଲି , ସେ ଚନ୍ଦନ ର ଆଖି ରେ ଦେଖି ବୁଝି ପାରୁ ଥାଏ ତା ହୃଦୟ ର ଦରଦ କୁ । ନିଜ ପିଲାଳିଆମି ପାଇଁ ସେ ଖୁବ୍ ଅନୁତାପ କରୁଥାଏ ।
ଦିନ ଯେତେ ବିତି ଚାଲିଲା ପୀୟାଲି ତା ଭୁଲ୍ ପାଇଁ ବେଶୀ ରୁ ବେଶୀ ଅନୁତାପ କଲା ହେଲେ ସବୁ କିଛି ତା ହାତ ରୁ ହାତ ଛଡା ହେଇ ସାରିଥାଏ । ବାପା ମା ଠିକ୍ କରିଥିବା ଜାଗା ରେ ସେ ବିବାହ କରିଲା ହେଲେ ସେଦିନ ର ସେ ଭୁଲ୍ ତାକୁ ସବୁବେଳେ ଅସ୍ତ ବ୍ୟସ୍ତ କରି ପକାଏ । ।
ଆଜି ଚନ୍ଦନ ର ଚିଠି ପଢି ପୀୟାଲି ଆଖି ର ଲୁହ ଆଉ ବୋଲ ମାନିଲେ ନାହିଁ । ନିଜ ଭୁଲ୍ ପାଇଁ ସେ କେତେ ଯେ କଷ୍ଟ ଦେଇଛି ଗୋଟିଏ ନିରୀହ ପିଲା କୁ । ।
ଏତିକିବେଳେ ଡୋର୍ ବେଲ୍ ବାଜିବାରୁ ଭାବନା ରାଇଜ ରୁ ଫେରି ଆସିଲା । । । ।
