suchismita Panda

Classics Fantasy Inspirational

3  

suchismita Panda

Classics Fantasy Inspirational

ପରିବର୍ତ୍ତନ

ପରିବର୍ତ୍ତନ

2 mins
396


    ଆମେରିକାରେ ବାସ କରିବାର ଆମକୁ ସାତ ବର୍ଷ ବିତିଯାଏ । ଭାରତ ଠାରୁ ଦୂରେଇ ରହିବାକୁ ମନ ନଥିଲେ ମଧ୍ୟ ଆମେ ତ ପଇସା ପାଇଁ ମୁଣ୍ଡ ବିକିଦେଇଥାଉ ତେବେ ଆଉ କରିବୁ କଣ ଯେ । ସେଇ ପରିବେଶର ପାଣି ପବନଠୁ ଆରମ୍ଭ କରି ଋତୁ ଯାନି ଯାତରା ସବୁକିଛି ଭିନ୍ନ ଥାଏ । 

     ଏଇ ଭିତରେ ମୁଁ ଦୁଇଟି ସନ୍ତାନର ମା ହୋଯାଇଥାଏ । ସେମାନଙ୍କ ଗହଣରେ ନିଜକୁ ଛୋଟ ଛୁଆଟିଏ ପରି କରିଦେଇ ମୁଁ ମୋ ନିଜସ୍ୱ ଇଚ୍ଛା ପ୍ରାୟ ୯୦% ଭୁଲି ସାଥିଥାଏ । ସ୍ବାମୀ, ସନ୍ତାନଙ୍କ ପାଇଁ ଜୀବନଟା ସଂପୂର୍ଣ୍ଣ ବଦଳି ଯାଇଥାଏ । 

      ସମୟ ଯେତେ ବଢି ଚାଲେ ପରିସ୍ଥିତି ସେଇ ଭିନ୍ନ ରୂପ ନେଇଚାଲେ । ଦି ଛୁଆଁଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସେ । ବ୍ୟସ୍ତ ବହୁତ ଜୀବନ ଭିତରେ ସମୟ କ୍ଷୀପ୍ରଗତିରେ ଦୌଡି ଚାଲୁଥାଏ ।

     ଏଇ ଭିତରେ ଥରେ ମୁଁ ଦି ଛୁଆଁଙ୍କ ସହ ଯାଇଥାଏ ବଜାରକୁ । ସେଠି ଦେଖାହୁଏ ସେମାନଙ୍କ ଜଣେ ଶିକ୍ଷକଙ୍କ ସହ । ତାଙ୍କ ସହ ଦେଖା ହେଲା ପରେ ଭାରି ଖୁସି ଲାଗେ କାରଣ ସେ ଜଣେ ଥିଲେ ଭାରତୀୟ । ହଁ ଭାରତର ଅନେଇ ସେଠି ରହୁନ୍ତି ସତ ହେଲେ ଭେଟ ହୁଏନି କି ପରିଚୟ ମିଳେନି । ଏମିତି ଜଣେ ମିଳିଯିବା ସୌଭାଗ୍ଯ । ସେଇ ଶିକ୍ଷକଙ୍କ ସହ ଦେଖା ହେବା ପରଠୁ ମଝିରେ ମଝିରେ କେବେ କେମିତି ୱାଡସପ ରେ କଥା ମଧ୍ୟ ହୋଇଥାଉ । ଦିନେ ରବିବାର ଥାଏ । ଛୁଟିଦିନ ବୋଲି ସଭିଙ୍କ ମନ ପସନ୍ଦର ଖାଇବା ତିଆରି କରୁଥାଏ । ଛୁଆ ଦି ଜଣଙ୍କୁ ସମ୍ଭାଳିନେବା ଦାୟିତ୍ବ ଥାଏ ତାଙ୍କର । ସେତେବେଳେ ହଠାତ୍ ମୋ ମୋବାଇଲ୍ ରେ ଲଗାତାର କିଛି ମେସେଜ ଏମିତି ଆସେ ଯେମିତି ମୁଁ ବାଧ୍ୟ ହୁଏ ଦେଖିବାକୁ । ଦେଖେ ସେଇ ଶିକ୍ଷକଙ୍କ ମେସେଜ । 

      ୱାଡସପ ଖୋଲି ଦେଖେ ତ ସେ ମୋତେ ଗୋଟିଏ ଗୁଗୁଲ ମିଟ୍ର ଲିଙ୍କ ଦେଇ ଅନୁରୋଧ କରିଛନ୍ତି ଯୋଗ ଦେବାକୁ । ଯାଇ ଦେଖେ ସେଠି ଅନଲାଇନ୍ ଆସର ଚାଲିଛି । ଓଡିଶା ମାଟିର କେତେକ ଓଡିଆ ମଧ୍ୟ ଯୋଗ ଦେଇଛନ୍ତି । କଥା, ଭାଷା, ଭାବ, ସବୁକିଛି ମହକି ଉଠୁଛି । ମୁଁ ସେ ଭିତରେ ହଜିଯାଇଥାଏ । 

      ମୋ ମିଷ୍ଟର୍ ମଧ୍ୟ ମୋତେ ସାହାଯ୍ୟ କରନ୍ତି । ମୋତେ ଭାରି ଶାନ୍ତି ଲାଗୁଥାଏ । ସତେ ଯେମିତି ଆମେରିକାର ମାଟି ଆକାଶରେ ଓଡିଶାର ପବନ ପାଇପାରୁଥାଏ ମୁଁ । ହଠାତ୍ ଜଣେ ମୋତେ ମୋ ପରିଚୟ ମାଗନ୍ତି । ମୁଁ ଦ୍ବନ୍ଦରେ ପଡିଯାଏ । ମୁଁ ପ୍ରକୃତରେ କିଏ । କଣ କେବଳ ନାଁ ଟିଏ ହିଁ ମୋ ପରିଚୟ କି । ନା ନାଁ ବ୍ୟତୀତ ମଧ୍ୟ ମୋର କିଛି ନିଜସ୍ୱତା ଅଛି । ସେଇଠୁ ହିଁ ମୁଁ ମୋ ନିଜସ୍ୱତା ପୁଣି ଖୋଜିବାକୁ ଚାହେଁ । ମୁଁ ମୁଁ ଟିଏ ହୋଇ ବଂଚିବାକୁ ଚାହେଁ । 

      

      


Rate this content
Log in

Similar oriya story from Classics