ପରିବାର-୧
ପରିବାର-୧
ପରିବାର କୁ ସୁନ୍ଦର ରଖିବା ଏତେ ସହଜ ନୁହଁ କିନ୍ତୁ କଷ୍ଟ ବି ନୁହଁ ।ଏହି କଥା ପ୍ରମାଣ କରିପାରୁଛି ଜେମାମଣୀ ନାମ୍ନୀ ଝିଅଟି ।
ନନାଙ୍କୁ ସେ କହେ ନାଁ ପଡିଲା ଭଳି କାମ କଦାପି କରିବନି ।ନନା ତେଣୁ ଭାରୀ ଖୁସି ହେଉଥାନ୍ତି ଜେମାମଣୀ ଉପରେ ।ଦିନେ କଣ ହେଲା ନା ତାଙ୍କ ଭାଈମାନଙ୍କ ମଧ୍ଯରେ କଳହ ହେଲା ।ନନା ଭାରୀ ଦୁର୍ବଳ ମନେ କଲେ ଆଉ କହିଲେ ଇଏ କେମିତିକା ପରିସ୍ଥିତି ସାମ୍ନା କରିବାକୁ ପଡୁଛି ।
ଠିକ୍ ସେତିକିବେଳେ ଜେମାମଣୀ କହିଲା ନନା ତୁମେ ଜମା ବ୍ୟସ୍ତ ହୁଅନି ।ଠାକୁରଙ୍କ ଉପରେ ଭରସା ରଖ ସବୁ ଠିକ୍ ହୋଈଯିବ ।
ବାପାମାନଙ୍କ କଟୁକ୍ତି ତାକୁ ବି ଭାରୀ ବାଧୁଥିଲା ତଥାପି ନନାଙ୍କ ଅବସ୍ଥା ଦେଖି ନିଜକୁ ସମ୍ଭାଳିନେଈଥିଲା ।ସେ ଗଣ୍ତଗୋଳର ମୁଖ୍ୟ କାରଣ ଥିଲା ଜେମାମଣିର ବାହାଘର ।
ଏଣୁ ସେ ନନାଙ୍କୁ ବୁଝାଈଲା କି ମୋ ବାହାଘର ଏବେ କରାହେବନି କୁହ ଦେଖିବ ସମସ୍ତେ ଖୁସି ହୋଈଯିବେ ।
ନନା ବି ଠିକ୍ ସେମିତି କହିଲେ କାଳେ ପରିସ୍ଥିତି ବାଟବଣା ହେବନି ଭାବି ।ସତକୁ ସତ ସମସ୍ତେ ପୁଣି ନନାଙ୍କୁ ପ୍ରଶଂସା କରିବାକୁ ଲାଗିଲେ ।ଠିକ୍ ସେତିକିବେଳେ ଜେମାମଣୀ କହିଲା ଖରାପ ଭାବିବେନି କିନ୍ତୁ ମୋ ବାହାଘର ନ ହେଲେ ତୁମେମାନେ ଖୁସି ହେବା କାରଣ ଟି କହିପାରିବ କି ?ବାପାମାନେ କହିଲେ ଅଲଗା ବ୍ରାହ୍ମଣ କୁ ତୁ ପସନ୍ଦ କରିଥିବା ଯୋଗୁଁ ଆମକୁ ଇଛା ନାହିଁ ।
ଜେମାମଣୀ କହିଲା ଠିକ୍ ଅଛି ମୁଁ ତୁମ କଥାରେ ରାଜି ହେବି ।ହେଲେ ତୁମମାନଙ୍କୁ ବ୍ରାହ୍ମଣର ପ୍ରମାଣପତ୍ର କେଉଁଠାରେ ଲେଖାହୋଇଥାଏ କିଏ ଏଇ ନିୟମ ରଚିଛି ପ୍ରଥମେ ପ୍ରମାଣ ଦିଅ ।ବାପାମାନେ ନିଜ ଭୂଲ୍ ବୁଝିପାରିଲେ ।
