The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ଅରୁନ୍ଧତୀ ଜେନା

Horror Tragedy Crime

4.3  

ଅରୁନ୍ଧତୀ ଜେନା

Horror Tragedy Crime

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

3 mins
231



ଅନେକ ଦିନ ତଳର କଥା।ନୂଆ ନୂଆ କରି କଲେଜ ରେ ପାଦ ଥାପିଥାଏ ଇପ୍ସା।ସେମାନଙ୍କର ହଷ୍ଟେଲ ସେ କଲୋନୀର ପ୍ରଥମ ଘର କାରଣ ଆଉ ଆଖ ପାଖରେ ଅବଶ୍ୟ ସେଇ ତିନି ମହଲାକୁ ଛାଡ଼ିଦେଲେ ଆଉ କିଛି ଜନ ବସତି କି ଦୋକାନ ବଜାର ନାହିଁ।ମାତ୍ର ୧୩ଜଣ ଝିଅ ରୁହନ୍ତି ତଳ ଉପର ହେଇ।ସାଙ୍ଗରେ ହଷ୍ଟେଲ କର୍ତ୍ତୃପକ୍ଷ ଭାବେ ସମସ୍ତ କାର୍ଯ୍ୟ ତୁଲାନ୍ତି ଜୁଲୋଜି ମ୍ୟାମ।ମ୍ୟାମ୍ ଙ୍କ ସାନ ଭଉଣୀ ତାଙ୍କ ପାଖରେ ରହି ପଢନ୍ତି।


 ଇପ୍ସା ର ରୁମ୍ ରେ ତିନି ଜଣ ରୁହନ୍ତି ତାକୁ ମିଶେଇ।ସବୁଠୁ ବେଶି ଡର କୁରି ହେଉଛି କୁଇନ୍।ତା ପାଇଁ ରାତି ସାରା ଲାଇଟ୍ ବନ୍ଦ ହୁଏନି।ବାହାରେ ଗୋଟେ ବଡ଼ ବଉଳ ଗଛ ଅଛି। ମାନେ ଠିକ୍ ଇପ୍ସା ର ରୁମ୍ ର ଝରକା ବାହାରକୁ।ଆଉ ସେ ଗଛର ଡାଳ କି ପତ୍ର ହଲିଲେ ତାର ଛାଇ କାଚ ଝରକାରେ କିଏ ଯିବା ଆସିବା ଭଳି ଭ୍ରମ ସୃଷ୍ଟି କରେ ମନରେ। ଆଉ ରୁମ୍ ଟି ଯେହେତୁ ପୁରା ତଳ ମାନେ ଗ୍ରାଉଣ୍ଡ ଫ୍ଲୋର ରେ ତେଣୁ ରୁମ୍ କୁ ପ୍ରାୟ ଖଣ୍ଡେ ଦୂରରେ କିଏ ଗଲା ଆସିଲା ସବୁ ଦେଖାଯାଏ। ରୁମ୍ ର ପଛ ପାଖରୁ ପ୍ରାୟ ୫୦୦ମିଟର ଦୂରତାରେ କିଛି ଲୋକ କାମ କରୁଛନ୍ତି,ଗୋଟିଏ ନୂଆ ଘର ତିଆରି ହେଉଛି। ସେଦିନ ଶନିବାର ରାତି ଥିବାରୁ ଇପ୍ସାର ରୁମ୍ କୁ ସମସ୍ତେ ଚାଳିଆସିଛନ୍ତି କଥା ହେବା ପାଇଁ। ଜୁଲୋଜି ମାମ ବି ଗୋଟେ ଦୁଇ ଦିନ ସେମାନଙ୍କୁ ଖୋଲା ଛାଡନ୍ତି। ମନ ଭରି ଗପନ୍ତି ସେମାନେ। ଏତେ ଦୂରରେ ରହୁଥିବାରୁ ବନ୍ଧୁମାନେ ପରିବାରର ସଦସ୍ୟ ଭଳି ମନେ ହୁଅନ୍ତି।

    ପିଙ୍କି ବୋଲି ଗୋଟେ ସାଙ୍ଗ ଆରମ୍ଭ କଲା ଜାଣିଛ ପିଲାମାନେ,ମୁଁ ଶୁଣିଥିଲି ଏଇଠି ଗୋଟେ ପ୍ରେତାତ୍ମା ରହୁଛି। ଆଉ ତାର ବିରାଟ ବଡ଼ କୋଠି ଏଠି। ସେ ଡେରି ରାତିରେ ଏଠି ନୀଳ ରଙ୍ଗର ସାଲୱାର୍ ପିନ୍ଧି କେଶ ଖୋଲା କରି ପାଉଁଜି ଝୁମ୍ ଝୁମ କରି ସାରା କଲୋନୀରେ ବୁଲେ।

   ରୀମା ତା କଥା ଶୁଣି କହିଲା ତୁ ମିଛ କହୁଛୁ ପିଙ୍କି।ଆଉ ପ୍ରେତ ନୀଳ ନୁହେଁ ବରଂ ଧଳା ରଙ୍ଗର ଶାଢ଼ୀ ପିନ୍ଧନ୍ତି।

 

    ନାଁ ରେ ମୁଁ ମିଛ କାହିଁକି କହିବି?ମୁଁ ଏସବୁ ଶୁଣିଥିଲି ତପୁ ଦିଦି କହୁଥିଲେ।ତପୁ ଦିଦି ଜୁଲୋଜୀ ମାମ ଙ୍କ ଭଉଣୀ।ସିଏ ନିଜ କାନରେ ଶୁଣିଛନ୍ତି ପାଉଁଜି ର ଝୁମୁଝୁମ୍ ଆଉ ଚୁଡି ର ରୁଣୁଝୁଣୁ ଶବ୍ଦ।ସିଏ କହୁଥିଲେ ସେ ସ୍ପିରିଟ କଲ୍ କରି ଜାଣିଛନ୍ତି ।କାଲି କରିବାକି ସ୍ପିରିଟ କଲ୍? ମାଡ଼ାମ୍ କାଲି ରହିବେନି,ଆମେ କାଲି କରିବା ସ୍ପିରିଟ କଲ୍।ସେ କାଲି ର ଦିନଟା ହେଉଛି ଦିପାଳୀ ଅମାବାସ୍ୟା।ରାତି ରେ କଲେ ସ୍ପିରିଟ କଲ୍ ଡର ଲାଗିବ।କାଳେ ପୁଣି ଆତ୍ମା ରହିଯିବ?ହେଲେ ସାବଧାନ ସହ କରିବା।ଦିନରେ କଲେ ସ୍ପିରିଟ କଲ୍ ଏତେ ଡର ବି ଲାଗିବନି।ରୁମ୍ ର କବାଟ , ଝରକା ବନ୍ଦ କରି ଆମେ ସ୍ପିରିଟ କଲ୍ କରିବା।ଏ କଥା କେହି ଯେମିତି ନ ଜାଣନ୍ତି।ସମସ୍ତେ ଏକମତ ହେଲେ।


     କୁଇନ ଖାଲି ଡରୁଥାଏ। ଇପ୍ସା ପାଖରେ ସେ ଶୋଇଲା।ରାତି ସାରା ତା କାନରେ ପାଉଁଜି ର ରୁଣୁଝୁଣୁ ଶବ୍ଦ ପଡୁଥାଏ ଆଉ ସେ ଶୋଇ ପାରୁ ନ ଥାଏ।ସତେ ଯେମିତି ତା ଆଡକୁ କିଏ ବଡ଼ ବଡ଼ ଆଖି କରି ମାଡିଆସୁଛି।ସେ ଚାଦର ନ ଘୋଡି ହେଇ ବି ଝାଳରେ ଗୋଟା ସୁଦ୍ଧା ଓଦା ଜଡ ସଡ ହେଇସାରିଥାଏ।ସକାଳ ହେଲା।ଦିନ ୧୨ ଟା ବେଳେ ସମସ୍ତେ ଗୋଟେ ଘରେ ପଶିଲେ।କବାଟ ,ଝରକା ବନ୍ଦ କରି ଗୋଟେ  ଠିପି ଆଣିଲେ।ବୃତ୍ତ କାଟି ୦ ରୁ ୯,A to Z ଗୋଟେ ଆଉ ଦିନ,ମାସ ମାନଙ୍କର ନାଁ ଲେଖାଗଲା।ସେ ଠିପି କୁ ବୃତ୍ତ ସବୁର ମଝିରେ ରଖାଗଲା।ଜଣେ ସେ ଠିପି ଉପରେ ହାତ ରଖି ବସିଲା।ଜଣଙ୍କ ପରେ ଜଣେ ପ୍ରଶ୍ନ କଲେ।ଠିପି ଖାଲି ଉତ୍ତର ପାଇଁ ବୁଲୁଥାଏ ।କୁଇନ କିଛି ବୁଝିପାରୁ ନଥାଏ।ପରେ ଖାଲି ଏତିକି ଜଣା ପଡ଼ିଲା ଯେ ସେ ପ୍ରେତାତ୍ମା ଜଣେ ପ୍ଲସ୍ ଟୁ, ବିଜ୍ଞାନ ର ପ୍ରଥମ ବର୍ଷର ଛାତ୍ରୀ ପୁନମ୍।ସେ ବହୁତ ଭଲ ପଢ଼ୁଥିଲା ଆଉ ଦେଖିବାକୁ ଖୁବ୍ ସୁନ୍ଦର ଥିଲା।ତାକୁ ସେଇ କଲେଜ ର ଜଣେ ସିନିୟର୍ ଭଲ ପାଇ ବସିଲା।ପ୍ରେମ ରେ ଛଳନା କରି ତାକୁ ଧର୍ଷଣ କରି ତା ପ୍ରେମିକ ଆଉ ତାର ସାଙ୍ଗମାନେ ମାରି କୁଆଡେ ସେ ଅଧା ତିଆରି ଘର ତଳେ ପୋତି ଦେଇଥିଲେ।ଏ ସବୁ ପରେ ତା ବାପା ଆଉ ମାଆ ମାନସିକ ଭାରସାମ୍ୟ ହରେଇ ବିଷ ପିଇ ଆତ୍ମହତ୍ୟା କଲେ।ଆଉ ତା ଘରେ କେହି ବଞ୍ଚି ନଥିଲେ କାରଣ ସେ ବାପା ମାଆଙ୍କର ଗୋଟିଏ ସନ୍ତାନ ଥିଲା। ସେଦିନ ଠାରୁ ସେମାନଙ୍କୁ ମାରିବାର ସେ ସୁଯୋଗ ଉଣ୍ଡୁଛି।

    ସେସବୁ ସତ କି ମିଛ ଭାବି ସେ କହିଥିବା ପୁରା ଘଟଣା କୁ ଇଣ୍ଟରନେଟ୍ ରେ ଖୋଜିଲେ।ଆଉ ସେ କହିଥିବା ଦିନ,ତାରିଖ ଆଉ ଘଟଣା ସବୁ ସତ ଜାଣି ପାଦତଳୁ ମାଟି ଖସିଯିବା ଭଳି ଲାଗୁଥାଏ।ଏସବୁ ଶୁଣି ଖାଲି ଦୁଃଖ ଲାଗୁଥାଏ,ହେଲେ ହାତରେ କିଛି ନାହିଁ କରିବା ପାଇଁ।ତାର କିଛି ମାସ ପରେ ଖବର ଶୁଣିବାକୁ ମିଳିଲା ପ୍ରେତାତ୍ମା ର ଆତଙ୍କ।ଆଉ ସେ କୋଉ ଗୋଟେ କଲେଜ ର ୪ ଜଣ ପିଲାଙ୍କୁ ମାରିସାରିଲାଣି।


   ହେଲେ ହଷ୍ଟେଲର ଛାତ ଉପରେ ଇପ୍ସା ଦେଖିଲା ସେ ଅଧା ଗଢା କୋଠା ରେ ଗୋଟେ ଝିଅ ନୀଳ ରଙ୍ଗର ସାଲୱାର ପିନ୍ଧି ଯେମିତି ଖୁବ୍ ଜୋର ରେ ହସିକି କହୁଥିଲା ଆଜି ମୋ ଆତ୍ମାକୁ ଶାନ୍ତି ମିଳିଛି,ମୋ ଶତୃଙ୍କୁ ମାରି ମୁଁ ମୋ ନିଜର ପ୍ରତିଶୋଧ ପୁରା କରିଛି।ନିଜର ଭ୍ରମ କି କଣ ବୋଲି ଭାବି ସେ ନିଜ ଆଖିକୁ ବନ୍ଦ କରି ଆଉ ଥରେ ଦେଖେତ କେହି କୁଆଡେ ନଥିଲେ।ସେ ଅଣନିଶ୍ୱାସୀ ହେଇ ଛାତ ଉପରୁ ରୁମକୁ ଦଉଡ଼ି ଆସି ଜୋର୍ ରେ ଥରୁଥିଲା।ପାଦ ତାର ଥଣ୍ଡା ପଡ଼ିଯାଇଥିଲା।ଦେହରୁ ଗମଗମ୍ ଝାଳ ବାହାରୁଥିଲା ଆଉ ବେକମୁଣ୍ଡା ଭାରି ଲାଗୁଥିଲା।

    ସତେଯେମିତି କେହି ତାକୁ ମାଡିବସିଛି ଜୋର୍ କରି। ତା ପରେ ତାକୁ ଭୀଷଣ ଜ୍ଵର ହେଲା।ଜମା ବି ଜ୍ଵର ଛାଡିଲାନି।କେତେ ଔଷଧ ଖାଇବା ପରେ ବି ଜ୍ଵର ଛାଡ଼ିଲାନି।ଶେଷକୁ କେହି ଜଣେ କହିଲା ମୁସଲିମ ଗୁଣିଆ ପାଖେ ଝଡ଼ାଫୁଙ୍କା କରି ତାବିଜ୍ ଆଣିବାକୁ।ଅବଶ୍ୟ ସେ ତାବିଜ ଆଣି ସାରିବା ପରେ ଆଉ କେବେହେଲେ ହଷ୍ଟେଲ ପାଖର ସେ ଅଧା ଗଢା କୋଠରୀରେ ସିଏ ସେ ଝିଅକୁ ଆଉ କେବେହେଲେ ଦେଖିନି।ସେ ପ୍ରେତାତ୍ମା ଆଉ କୋଠି ସତେ ଯେମିତି କାଳ ସ୍ବପ୍ନ ଥିଲା।



Rate this content
Log in

More oriya story from ଅରୁନ୍ଧତୀ ଜେନା

Similar oriya story from Horror