Lalita Mohan Mishra

Abstract Inspirational

2  

Lalita Mohan Mishra

Abstract Inspirational

ପ୍ରେରଣାଦାୟିନୀ ଶୈଳବାଳା

ପ୍ରେରଣାଦାୟିନୀ ଶୈଳବାଳା

12 mins
2.8K


ନାରୀ ଓ ପୁରୁଷ ସମାଜର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ l ସମାଜର ଉନ୍ନତି ପାଇଁ ପରସ୍ପରର ସାହାର୍ଯ୍ୟ ସହଯୋଗ ନିତ୍ୟାନ୍ତ ଆବଶ୍ୟକ l ସମାଜର ଉନ୍ନତି ପଥରେ ଦୁଇ ଜଣଙ୍କର ଆବଶ୍ୟକତା ନିତାନ୍ତ ପ୍ରୟୋଜନ । ପରସ୍ପରର ଚିନ୍ତାଧାରାକୁ ସମ୍ମାନ ଜଣାଇ ଯାହା ସମାଜ ପାଇଁ ଗ୍ରହଣୀୟ ସ୍ପୃହଣୀୟ ତାହା ଗ୍ରହଣ କରିବା ଉଚିତ୍ । ସାମ୍ପ୍ରତିକ ସମୟରେ ଉଭୟଙ୍କ ସ୍ଥାନ ଅପରିହାର୍ଯ୍ୟ। ଆମେ ଯଦି ପ୍ରାଚୀନ କାଳରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ଅବଲୋକନ କରିବା ତାହାହଲେ ଦେଖିବା - ସମାଜରେ ନାରୀର ସ୍ଥାନ ଅତି ଉଚ୍ଚରେ ଥିଲା,ରହିଛି ଓ ରହିଥିବ l ବୈଦିକ ଯୁଗରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପୁରୁଷ ମାନଙ୍କ ସହ ନାରୀମାନେ ସମାନ ଶିକ୍ଷl ଲାଭ କରୁଛନ୍ତି । ବୈଦିକ ଯୁଗରେ ଘୋଷା, ଗାର୍ଗୀ ,ଆପାଲା, ମୈତ୍ରେୟୀ, ବିଶ୍ଵବାରା ଓ ସିକତା ଆଦି ବହୁ ବିଦୁଷୀ ରମଣୀମାନେ ସେ ଯୁଗରେ ପ୍ରସିଦ୍ଧ ଲାଭ କରିଥିଲେ l ସମୟର ଗତିରେ ନାରୀ ଶିକ୍ଷlର ଗୁରୁତ୍ୱ ବଢିଯାଇଛି l କଥାରେ ଅଛି :- ଯଦି ଜଣେ ବ୍ୟକ୍ତି ଶିକ୍ଷିତ ହୁଏ ତାହାହେଲେ ସେ କେବଳ ନିଜେ ଶିକ୍ଷିତ ହୁଏ କିନ୍ତୁ ନାରୀଟିଏ ଯଦି ଶିକ୍ଷିତ ହୁଏ ତେବେ ନିଜ ସମଗ୍ର ପରିବାରକୁ ଶିକ୍ଷlର ସ୍ରୋତ ରେ ସାମିଲ କରିନିଏ l ତେଣୁ ଆଜିର ଯୁଗରେ ଆମେ ନିଜ ପୁଅ ଝିଅଙ୍କୁ ଶିକ୍ଷlର ସେହି ଅମୁଲ୍ୟ ରତ୍ନ କୁ ଗ୍ରହଣ କରିବା ପାଇଁ ଉତ୍ସାହ ଓ ପ୍ରେରଣା ଦେବା ଉଚିତ୍ l ଗୋଟିଏ ପରିବାର ମଧ୍ୟରେ ପରସ୍ପର ସ୍ନେହ ,ଶ୍ରଦ୍ଧା ଓ ଆପୋଷ ବୁଝାମଣା ଦ୍ୱାରା ହିଁ ସେହି ଗୃହକୁ ସୁଖଶାନ୍ତି ବିରାଜମାନ କରିଥାଏ l ଗୀତାର ତ୍ରୟୋଦଶ ଅଧ୍ୟାୟ ୨୧ତମ ଶ୍ଳୋକରେ ବର୍ଣ୍ଣନା ଅଛି :-

"ପୁରୁଷ ପ୍ରକୃତିସ୍ଥୋ ହି ଭୁଙ୍କ୍ତେ ପ୍ରକୃତିବାନ୍ ଗୁଣାନ୍"

ବେଦରୁ ଧ୍ବନିତ ହୋଇଛି :-

"ଇତେ ରନ୍ତେ ହବ୍ୟେ କାମ୍ୟେ ଜ୍ୟୋତେ                

ଅବିତେ ସରସ୍ଵତୀ ମହିବିଶ୍ରୁତ ଏଡାତେ ଅଘେ ନମାନି            

ଦେବେଭ୍ୟୋ ମା ସୁକୃତଂ।। "

ଅର୍ଥାତ୍ - ହେ ନାରୀ ! ତୁମେ ପୂଜନୀୟା, ରମଣୀୟା, କାମନାଯୋଗ୍ୟା, ଆହ୍ଲାଦିନୀ, ଜ୍ୟୋତିଷ୍ମତୀ, ଅଦିତି, ବିଦୁଷୀ, ମହନୀୟା, ପ୍ରଶଂସନୀୟା । ତୁମେ କଦାପି ହିଂସାର ପାତ୍ର ନୁହଁ । ହେ ଦେବୀ ! ତୁମେ ନିଃସର୍ତ୍ତ ସ୍ବରୂପିଣୀ ; ତୁମେ ମୋତେ ଦିବ୍ୟ ଭାବରେ ଉଦ୍ ବୃଦ୍ଧକର । ବାସ୍ତବିକ୍ ନାରୀ ସୃଷ୍ଟିର ଏକ ବିସ୍ମୟ । ପୃଥିବୀର ଆଦିମାତାଙ୍କର ଆହ୍ଲାଦିନୀ ଶକ୍ତି । ଦୟା କ୍ଷମାର ମୂର୍ତ୍ତିମନ୍ତ ପ୍ରତୀକ । ପ୍ରକୃତି ପ୍ରବକ୍ତା ମୃଣ୍ମୟୀ ପିଣ୍ଡଟିଏ । ସେ କନ୍ୟା ରୂପରେ ମାତା-ପିତାଙ୍କର ଗୃହାଙ୍ଗନା, ସ୍ନେହ ଉଦ୍ୟାନରେ ଜନ ହରିଣୀ ପରି ନାଚୁଥିବା, ଦୋଳାୟିତ ଏକ ନବୋଢା କଳି । ଭଗିନୀ ରୂପେ ଭାଇର ବଜ୍ରଶକ୍ତି, ଜାୟା ରୂପେ ସ୍ବାମୀଙ୍କର ପ୍ରେରଣା, ସ୍ନିଗ୍ଧ ଜନନୀ ରୂପରେ ମୁଗ୍ଧ ସନ୍ତାନର ପ୍ରାଣ ସତ୍ତା । ନାରୀବିନା ସମାଜକୁ ଧାରଣ ଓ ପୂରଣ କରିବାର ଦ୍ବିତୀୟ ଶକ୍ତି ଆଉ କେହି ନାହିଁ । ସାମାଜିକ ଅର୍ଥନୈତିକ ଆଧ୍ଯାତ୍ମିକ କ୍ଷେତ୍ରରେ ତଥା ରାଜନୈତିକ କ୍ଷେତ୍ରରେ ଆକାଶରେ ସେ ଏକ ପ୍ରଜ୍ବଳିତ ନକ୍ଷତ୍ର ରୂପେ ଏବେ ବିଦ୍ୟମାନ। ସେ ସ୍ବୟଂ ସମ୍ପୂର୍ଣ୍ଣା । ସ୍ବଚ୍ଛନ୍ଦ ତାର ଗତି । ସ୍ବତନ୍ତ୍ର ତାର ଭିତ୍ତି । ଦାସୀ, କ୍ରୀତଦାସୀ, ଦେବଦାସୀ, ଦୁଷ୍କର୍ମ, ଯୌତୁକ ଯନ୍ତ୍ରଣା, କନ୍ୟା ଭ୍ରୁଣହତ୍ୟା କେହିବି ନାରୀକୁ ତା ସ୍ଥିତିରୁ ତା ମର୍ଯ୍ୟାଦାରୁ ସମୂଳେ ବିନାଶ କରିପାରିବେ ନାହିଁ । କାରଣ - ନାରୀ ହିଁ ସଚରାଚର ସମାଜର ପ୍ରାଣକେନ୍ଦ୍ର। ତେବେ ପରିବାର ହେଉ ବା ସମାଜ ହେଉ ଏ ପର୍ଯ୍ୟନ୍ତ ତା'ର କେହି ବିକଳ୍ପ ନାହାଁନ୍ତି । କାରଣ ସେ ହେଉଛି ମାଟି, ସେ ମାଆ । ନାରୀ ପୁରୁଷର ମିଳନରେ ଏ ଜଗତ୍ ସୃଷ୍ଟିଶୀଳ । ଚିର ନୂତନ ଏବଂ ସୁନ୍ଦର । କିନ୍ତୁ ସ୍ଥାନ କାଳ, ପାତ୍ରର ବିଚାର ସର୍ବଦୌ କରଣୀୟ । ଭକ୍ତ କବି ମଧୁସୂଦନ ରାଓଙ୍କ ଉକ୍ତିରେ : - “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର” ନାରୀ ଇଶ୍ୱରଙ୍କର ଅନବଦ୍ୟ ସୃଷ୍ଟି । ଭଗବାନଙ୍କ ଦ୍ୱାରା ଏକ ସୃଜିତ ସୃଜନଶୀଳତା । ଯୁଗେ ଯୁଗେ ନାରୀକୁ ନେଇ ରଚିତ ଅନେକ ଗଳ୍ପ ,କାବ୍ୟ ଓ କବିତା । ସ୍ଥାନ ,କାଳ ,ପାତ୍ର ବିଶେଷରେ ନାରୀର ବଦଳିଥାଏ ଦାୟିତ୍ୱ । ବାସ୍ନାମୟ କଅଁଳ ପୁଷ୍ପ ପରି ,ନାରୀ ବି ଦିନେ କଢିଟିଏ ପରି ଅନେକ ସମ୍ଭାବନାକୁ ସାଥି କରି ଜନ୍ମ ନିଏ ; ଏ ଦୁନିଆଁ ବଗିଚାରେ । ସେଥିପାଇଁ କୁହାଯାଏ ‘ଝିଅଟିଏ ଫୁଲଟିଏ’ । ଦୁଇ କୂଳକୁ ହିତା । ବଗିଚାରୁ ମନ୍ଦିର ଫୁଲର ଯାତ୍ରା ପରି ଝିଅର ଯାତ୍ରା ବାପ ଘରୁ ଶାଶୂଘର । ଏ ଯାତ୍ରାରେ ତା’ର ଅନେକ ଦୃଶ୍ୟ ; ଖୁବ୍ ନିଷ୍ଠା, ସ୍ନେହ ,ପ୍ରେମ ଓ ଶ୍ରଦ୍ଧାର ଏକ ଚିରସ୍ରୋତା ନଦୀ । ଝିଅଟିର ଦରୋଟି ଓଠର କଥା ,ହସ ଓ ନିରୀହ ଚାହାଣୀରେ ଲେଖେ ଅନେକ ସଂପର୍କ ଏବଂ ଅନେକ ସମନ୍ୱୟର କାହାଣୀ । ନିଜ ପରିବାର ,ସମାଜ ଓ ସନ୍ତାନ ପାଇଁ କେଉଁ ସ୍ଥାନ ରେ କେଉଁ ଭାବରେ ଭିନ୍ନ ନାମ ରେ କଣ କରିପାରେ ତାହାର ମହତ୍ତ୍ୱ :- ନାରୀ:- ନାହିଁ ଯାହାର ଅରି,ସିଏ ହେଉଛି ନାରୀ । ନାରୀ ପାଇଁ ଶତ୍ରୁ ମିତ୍ର ସମାନ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ନାରୀ ସମସ୍ତଙ୍କ ହୃଦୟକୁ ଜିତିପାରେ । ଗୃହିଣୀ:-ନାରୀ ହେଉଛି ଗୃହର ମଣି ସଦୃଶ,ତେଣୁ ତାଙ୍କୁ ଗୃହିଣୀ କୁହାଯାଏ । ମଣି ର ମୂଲ୍ୟ ଯେମିତି ସହଜରେ କଳନା କରିହୁଏନା ଠିକ ସେମିତି ନାରୀର ସ୍ଥାନ ପରିବାର ରେ ସବୁଠାରୁ ଅତି ଉଚ୍ଚ । ଗୃହିଣୀ ର ନିଜ ପରିବାର ପ୍ରତି ସମର୍ପଣ ତ୍ୟାଗ ମନୋଭାବ ଭାଷାରେ ବର୍ଣ୍ଣନା କରିବା ଯେତେ କହିଲେ ବି କମ ହେବ । ଧର୍ମିଣୀ:- ନାରୀ ର ଅନ୍ୟ ନାମ ଧର୍ମିଣୀ । ଧର୍ମ କାର୍ଯ୍ୟରେ ସହଯୋଗ କରୁଥିବାରୁ ତାଙ୍କୁ ଧର୍ମିଣୀ କୁହାଯାଏ । ଅନ୍ୟ କେତେକ ସ୍ୱାମୀ ସହ ମିଶି କାର୍ଯ୍ୟ କରୁଥିବାରୁ ସହଧର୍ମିଣୀ ବି ନାରୀଙ୍କୁ କୁହନ୍ତି । ପତ୍ନୀ:- ଯିଏ ସ୍ୱାମୀ ଙ୍କୁ ପତନ ରାସ୍ତା ରୁ ଉଦ୍ଧାର କରେ ସେ ପତ୍ନୀ । ଯଦି କୌଣସି ସଙ୍ଗ ଦୋଷ ବା ଲୋଭ ବଶତଃ ଯଦି ସ୍ୱାମୀ କୁରାସ୍ତା ରେ ପାଦ ଦିଏ,ପତ୍ନୀ ହିଁ ତାଙ୍କୁ ସତ ରାସ୍ତା କୁ ଫେରେଇ ଆଣିଥାଏ । ମହିଳା:- ମହିୟସୀଙ୍କ ବାଳା ହୋଇଥିବାରୁ ସେ ମହିଳା । ପ୍ରତି ମହିଳା ଙ୍କ ମାଆ ମାନଙ୍କ ସନ୍ତାନ ପାଇଁ ହୃଦୟରେ ଅନେକ ସ୍ନେହ ,ପ୍ରେମ ଭଲ ପାଇବା ଆଦି ଲୁଚି ରହିଥାଏ । ମାଆ ଓ କନ୍ୟା ଦୁହିଁଙ୍କ ସବୁ କର୍ମରେ ମହାନତା ଲୁଚି ରହିଥାଏ । ଆଉ ମହାୟସୀ ମହିଳା ସର୍ବଦା ସମ୍ମାନ ର ପାତ୍ର । କାନ୍ତା:- କାନ୍ତ ର ସ୍ତ୍ରୀ ଲିଙ୍ଗ କାନ୍ତା । ନାରୀଟିଏ ଗୃହର କାନ୍ତା ବା ସୌନ୍ଦର୍ଯ୍ୟ ହୋଇଥିବାରୁ ତାହାର ଅନ୍ୟ ଏକ ନାମ କାନ୍ତା । ଦୁହିତା- ନାରୀଟିଏ ଉଭୟ ପିତୃକୁଳ ଓ ମାତୃକୁଳ ର ସମ୍ପର୍କ କୁ ଯୋଡ଼ୁଥିବା ସେତୁପରି ଅଟେ । ଦୁଇ କୁଳ ର ହିତ କରୁଥିବାରୁ ତାହାକୁ ସ୍ନେହରେ କୁହନ୍ତି ଦୁହିତା । ଦୁହିତା ଦୁଇ କୁଳ କୁ ହିତା । ଅର୍ଦ୍ଧାଙ୍ଗିନୀ:-ନାରୀ ର ଅନ୍ୟ ଏକ ନାମ ଅର୍ଦ୍ଧାଙ୍ଗିନୀ । ପରିବାରକୁ ସୁରୁଖୁରୁରେ ଚଲେଇବା ପାଇଁ ସ୍ୱାମୀ ଓ ସ୍ତ୍ରୀ ର ଭୂମିକା ବହୁତ ବେଶୀ । ଦୁହେଁ ଗୋଟିଏ ଶରୀର ପରି ରହି ସଂସାର ରୂପକ ଡଙ୍ଗା କୁ ଆଗକୁ ନିଅନ୍ତି । ତେଣୁ ନାରୀ ଅର୍ଦ୍ଧାଙ୍ଗିନୀ । ଭାର୍ଯ୍ୟା:- ସୁଖ ହେଉ ବା ଦୁଃଖ ହେଉ ସବୁ ସମୟରେ ନାରୀ ପରିବାର ରେ ସବୁ ସମସ୍ୟା ର ସାମନା କରେ । ଗୃହକୁ ଉତ୍ତମ ରୂପେ ସମ୍ଭାଳୁ ଥିବାରୁ ଭାର୍ଯ୍ୟା । ସ୍ବରୂପା:- ନାରୀ ସଂସାର କୁ ସୁନ୍ଦର ରଖୁଥିବାରୁ ତାହାର ଅନ୍ୟ ଏକ ନାମ ସ୍ୱରୂପା । ସ୍ତ୍ରୀ:- ଗୃହର ସ୍ଥିତି ସର୍ବଦା ନିଜ ତ୍ୟାଗ ଓ ଉତ୍ସାର୍ଗିକୃତ ମନୋଭାବ ଦ୍ୱାରା ସ୍ଥିର ରଖୁ ଥିବାରୁ ସ୍ତ୍ରୀ । ବୋଉ:- ସବୁ ଠାରୁ ପ୍ରିୟ ଡାକ ସନ୍ତାନ ର ବୋଉ । ସନ୍ତାନକୁ ବିପଦରୁ ରକ୍ଷl କରୁଥିବାରୁ ନାରୀ ର ଅନ୍ୟ ରୂପ ବୋଉ । ପ୍ରମୋଦା:-ଗୃହକୁ ପ୍ରମାଦଶୂନ୍ୟ କରୁଥିବାରର ନାରୀ ର ଅନ୍ୟ ନାମ ପ୍ରମୋଦା । ମହାନୀୟା:-ଗୋଟିଏ ପରିବାରର ଶୀର୍ଷ ବା ମସ୍ତକ ସମ ହେଉଛନ୍ତି ନାରୀ । ତେଣୁ ନାରୀ ର ଅନ୍ୟନାମ ମହନୀୟା । ମାଆ:-ମା ରେ ମାଟି ,ଆ ରେ ଆକାଶ । ଯାହାର ହୃଦୟ ମାଟି ଆଉ ଆକାଶ ଠାରୁ ବି ବଡ଼ ସେ ମାଆ । ଆଉ ନାରୀ ର ଶ୍ରେଷ୍ଠ ରୂପ ହେଲା ମାଆ । “ନାରୀ” ନାହିଁ ତୁଳନା ଯାହାର, ରୀତି ନୀତି ଗୁଣଗାରିମା ଅପାର । ନାରୀ ନଦୀପରି ସ୍ରୋତସ୍ୱିନୀ କେବଳ ବୋହିବା ଶିଖିଛି ଅନ୍ୟର ଉପକାରେ । ପଥୁରିଆର ଶକ୍ତ ପ୍ରହାରରେ ପାହାଡ଼ ଛାତିର ସ୍ତବ୍ଧ ପଥର ପରି ସହି ଚାଲିଛି । ଯେତେ ସବୁ ଦୁଃଖ, କଷ୍ଟ, ଯାତନା, ଯନ୍ତ୍ରଣା, ପ୍ରତାରଣା ଓ ଲାଞ୍ଛନା । ଛାତିର କୋହକୁ ଛାତି ଭିତରେ ଜାବୁଡ଼ି ଧରି ଆଖିର ଲୁହକୁ ଅମୃତ ସମ ପାନ କରି ତା ବଦଳରେ ସ୍ନେହ, ପ୍ରେମ, ମମତାର ଡୋରିରେ ବାନ୍ଧି ରଖିଛି ଆପଣାର ଲୋକଙ୍କୁ । କହିବାକୁ ନିଜକୁ ଘୃଣା ଲାଗୁଛି ମାତୃଗର୍ଭର ଅନ୍ଧାରୁଆ କୋଠରୀ ଭିତରେ ବାହାରକୁ ଆସିବାର ରାସ୍ତା ଖୋଜୁଥିବା ଗୋଟେ ଶିଶୁ କନ୍ୟାର ଅନ୍ଧାର ଭିତରେ ହିଁ ଲିଭିଯାଏ ଜୀବନ ଦୀପ । ନାରୀ ଏମିତି ଏକ ଶବ୍ଦ ଯାହା ବିନା ଏ ସଂସାରର ମହକ ନ ଥିବା ଫୁଲ ସଦୃଶ । ପାଣି ନ ଥିବା ଶୁଷ୍କ ଜଳାଶୟ ସଦୃଶ ଏବଂ ଜ୍ୟୋତ୍ସ୍ନା ନ ଥିବା ରାତ୍ରି ସଦୃଶ । ନାରୀ ମମତାର ପ୍ରତୀକ। ସେ ଆଦ୍ୟଶକ୍ତି । ଉପଯୁକ୍ତ ସମୟରେ ସେ ସୀତାଙ୍କ ପରି ରମଣୀୟା, ସାବିତ୍ରୀ ପରି ପବିତ୍ରା, ଅହଲ୍ୟା ପରି ସହନଶୀଳା ବା ଦୁର୍ଗାଙ୍କ ପରି ଶତ୍ରୁ-ବିଧ୍ବଂସୀ । ସେ ହିଁ ଜଗତ୍ଜନନୀ ତଥା ସୃଷ୍ଟି, ସ୍ଥିତି ପ୍ରଳୟକାରୀ । କିନ୍ତୁ ସମୟ କ୍ରମେ ନାରୀର ଏହି ସଂଜ୍ଞାରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବିଶାଳ ହୃଦୟ ଥିବା ନାରୀର ମାନସିକତା ଆଜି ସଂକୀର୍ଣ୍ଣତାରେ ଆବଦ୍ଧ । ଦେବୀ ରୂପେ ମଣ୍ଡପରେ ପୂଜା ପାଉଥିବା ନାରୀ ଆଜି ରାଜରାସ୍ତାରେ ଅତ୍ୟାଚାରିତା, ଶୋଷିତା, ଲାଞ୍ଛିତା । ସମାଜକୁ ଦିଗ୍ଦର୍ଶନ ଦେଉଥିବା ନାରୀ ଆଜି ନିଜେ ଦିଗଭ୍ରଷ୍ଟା । ପବିତ୍ରତା, ସରସତା, ମଧୁରତା, ତଥା ଆକର୍ଷଣର ଚଳନ୍ତି ପ୍ରତିମୂର୍ତ୍ତି ନାରୀ, କାହିଁକି ଆଜି ଅବହେଳିତା ? ? ?  କନ୍ୟା ଭ୍ରୂଣ ହତ୍ୟା, ଯୌତୁକ ପାଇଁ ହତ୍ୟା, ବିବାହ ବିଚ୍ଛେଦ ଆଦି କାହିଁକି.......... ଏହିପରି ଅନେକ କାହିଁକିର ବୁଢିଆଣୀ ଜାଲରେ ସେ ଛନ୍ଦା ! ! ! ପ୍ରକୃତରେ ନାରୀର ଅଧୋପତନ ପାଇଁ ଦାୟୀ କିଏ  ?  ?  ? ଏ ସମାଜ, ଆଧୁନିକ ମାନବର ପାଶବିକ ଚିନ୍ତାଧାରା ନା ନାରୀ ନିଜେ ?  ?  ? ନାରୀ ଆଜି ଯାହା ହରେଇଛି ସେଥିପାଇଁ ଦାୟୀ କେହି ନୁହେଁ, ସିଏ ନିଜେ ଯଦିଓ ସମସ୍ତେ ନୁହନ୍ତି, ଆଜିର ସମାଜରେ ଅଧିକାଂଶ ନାରୀ ଆଧୁନିକତାର ଦ୍ବାହି ଦେଇ, ବିଜ୍ଞାନ ଯୁଗ ସହ ନିଜକୁ ସାମିଲ କରିବାକୁ ଯାଇ ତା’ର ସମସ୍ତ ଆଦର୍ଶକୁ, ଯୁଗ ଯୁଗର ପ୍ରତିଷ୍ଠାକୁ ବିସର୍ଜନ କରିଦେଇଛି । ଆଧୁନିକ ଫେସନ୍ ଯୋଗୁ ସେ ଉଗ୍ର ଆଧୁନିକତାକୁ ଆପଣେଇଛି, ତାହା ସହିତ ବଦଳାଇଦେଇଛି ତା’ର ପାରମ୍ପରିକ ପୋଷାକ । ନାରୀମାନଙ୍କଠାରେ ଦେଖିବାକୁ ମିଳେ ସାଧାରଣ ନାହିଁ । ସରଳ ହୃଦୟା ନାରୀ ଆଜି ଆଧୁନିକତାର ଦ୍ବାହି ଦେଇ କର୍କଶ ହୃଦୟା ହୋଇଯାଇଛି । ନା ସେ ହୋଇପାରୁଛି ଜଣେ ଆଜ୍ଞା ପାଳନକାରୀ କନ୍ୟା, ନା ହୋଇପାରୁଛି ଆଦର୍ଶ ବୋହୂ, ନା ପତିବ୍ରତା ସ୍ତ୍ରୀ, ନା ଜଣେ ମମତାମୟୀ ଜନନୀ । ଶିକ୍ଷିତା ହୋଇ ଶିକ୍ଷାର ଉପଯୁକ୍ତ ବିନିଯୋଗ କରୁନାହିଁ ଆଧୁନିକା ନାରୀ । ଫଳରେ ତାକୁ ମିଳୁଛି ଶାଶୁ, ନଣନ୍ଦଙ୍କଠାରୁ ନିର୍ଯ୍ୟାତନା, ଯେଉଁମାନେ ନାରୀକୁ ନିର୍ଯାତନା ଦେଉଛନ୍ତି , ନିଜେ ମଧ୍ୟ ଜଣେ ଜଣେ ନାରୀ । ପ୍ରତିହିଂସା ପରାୟଣ ହୋଇ ନାରୀ ହିଁ ପରୋକ୍ଷରେ ଆଉ ଜଣେ ନାରୀର ଗୋଡ଼ ଟାଣିବାରେ ବ୍ୟସ୍ତ । ନାରୀ ନାରୀ ମଧ୍ୟରେ ଯଦି ଯୁଦ୍ଧ ଚାଲିଛି ତେବେ କିଏ ଆସି ନାରୀର ସଶକ୍ତିକରଣ କରିବ ?  ?  ? କିଏ ଦେବ ନାରୀକୁ ସୁରକ୍ଷା ? ? ?    ନାରୀ ପୁରୁଷକୁ କ୍ରୀଡ଼ନକ କରିବା ପାଇଁ ଚେଷ୍ଟା କରୁଛି । ସେମାନଙ୍କ ଉପରେ ଅତ୍ୟାଚାର କରୁଛି । ତ୍ୟାଗ ଓ ପ୍ରେରଣା ମାଧ୍ୟମରେ ସମାଜର କଲ୍ୟାଣକାରିଣୀ ନାରୀ ଯେବେ ପ୍ରତିହିଂସା ପରାୟଣ ଓ ଧ୍ବଂସକାରିଣୀ ହୁଏ ସେତେବେଳେ ନାରୀ ତାର ମହନୀୟତା ହରାଇବସେ, ଯାହା ଆଜିର ସମାଜରେ ନାରୀର ସ୍ଥିତିରୁ ସହଜରେ ଅନୁମେୟ । ନାରୀର ବିଭିନ୍ନ ଅବସ୍ଥାକୁ ବିଚାର କଲେ ନାରୀର ଅବସ୍ଥା ଜନ୍ମ ଠାରୁ ଦୁଇବର୍ଷ ବୟସ ପର୍ଯ୍ୟନ୍ତ "ବାଳିକା", ଦୁଇରୁ ଚାରି ବର୍ଷ ବୟସ ପର୍ଯ୍ୟନ୍ତ " କୁମାରୀ", ପାଞ୍ଚରୁ ଦଶ ବର୍ଷ ବୟସ ପର୍ଯ୍ୟନ୍ତ " କନ୍ୟା " କୁହାଯାଏ । ଏହା ସହ ବିଭିନ୍ନ ପୁରାଣ ଓ ଶାସ୍ତ୍ର ରେ କନ୍ୟାଙ୍କୁ ଅଷ୍ଟମ ବର୍ଷରେ " ଗୌରୀ " ଓ ନବମ ବର୍ଷରେ " ରୋହିଣୀ " କୁହାଯାଏ । ଏହା ସହ ଦଶରୁ ପନ୍ଦର ବର୍ଷ ବୟସ ପର୍ଯ୍ୟନ୍ତ " କିଶୋରୀ " ବା " ମୁଗ୍ଧା" କୁହାଯାଏ । ପନ୍ଦର ରୁ ତିରିଶ ବର୍ଷ ବୟସ ପର୍ଯ୍ୟନ୍ତ " ପୌଢା" ଓ ପଚାଶ ରୁ ଉର୍ଦ୍ଧ ହେଲେ " ବୃଦ୍ଧା " ବୋଲି କଥିତ ହୁଏ । ଅନେକ କୁହନ୍ତି :-" Age is just a number." ନାରୀ ଅନବଦ୍ୟ ସୃଷ୍ଟି। ଭଗବାନଙ୍କ ସୃଜିତା/ସୃଜନଶୀଳତା ।  ନାରୀ ସମାଜର ପ୍ରେରଣାର ସ୍ରୋତ। ସେ ସ୍ନେହ ପ୍ରେମ ଶ୍ରଦ୍ଧାର ଏକ ଚିରସ୍ରୋତା ନଦୀ । ସମାଜକୁ ମାନବ ଫସଲ ଦିଏ । ନାରୀ ଆଗାମୀ ସୃଷ୍ଟିର ମାର୍ଗଦର୍ଶିକା । ସମାଜରେ ଏଭଳି କିଛି ନାରୀଙ୍କର ଅବଦାନ ରହିଛି ଯାହା ଦ୍ବାରା କି ସୁସ୍ଥ ସୁନ୍ଦର ସମାଜ ଚାଲିଛି । ସେହିଭଳି ଏକ ନାରୀ..... ଜୀବନର ଲମ୍ବା ରାସ୍ତାରେ ମୋର ପାରିବାରିକ, ସାମାଜିକ, ବୃତ୍ତି, ବନ୍ଧୁ ବାନ୍ଧବ କ୍ଷେତ୍ରରେ ମୁଁ ଭିନ୍ନ ଭିନ୍ନ ଚରିତ୍ରର ସଂସ୍ପର୍ଶରେ ଆସିଅଛି କିନ୍ତୁ ଏମିତି କିଛି ନାରୀ ବ୍ୟକ୍ତିତ୍ବ ମାନସପଟରେ ରହିଯାଇଛନ୍ତି ଯାହାକି ହୃଦୟରୁ କେବେ ବି ପାସୋରି ହେବ ନାହିଁ ।

ସେ ଜନ୍ମଦାତ୍ରୀ ବୋଉ ଶୈଳବାଳା ମିଶ୍ର ହେଉ କି ସେ ନୀତିଶିକ୍ଷା ପ୍ରଦାୟିନୀ ଶାଶୁ (ବୋଉ) ଶୈଳବାଳା ଆଚାର୍ଯ୍ୟ ହୁଅନ୍ତୁ ଅଥବା ପ୍ରେରଣାଦାୟିନୀ ନୂତନ ଦିଶାଦାୟିନୀ ପ୍ରଧାନ ଶିକ୍ଷୟିତ୍ରୀ ଶୈଳବାଳା ମହାପାତ୍ର ହୁଅନ୍ତୁ । ଯେ ଜନ୍ମ ଦେଇ ସଂସାରରେ ପାଦ ଥାପିବାର ବତାଇଥିଲା ଶିଖାଇଥିଲା ଏବଂ ଆଗକୁ ବଢିବାର ହାତଧରି ଚଲାଇଥିଲା ସେ ଶୈଳବାଳା ବୋଉ ତ ଆଜି ନାହିଁ ଯାହାର ପ୍ରେରଣା ମୋ ପାଇଁ ଅବିସ୍ମରଣୀୟ । ଅତୀତର ସ୍ମୃତିର ଗଣ୍ଠିଲିରୁ ଏକ ସୁତାଖିଅର ଅବତାରଣା କରୁଛି :- ମନେ ପଡେ - ସଙ୍ଗ ଦୋଷରେ ପଡି କୁମାର ପୂର୍ଣ୍ଣିମାରେ ଗାଁ ରେ ପଇସା ଖେଳୁଥିଲୁ ଗୋଟିଏ ପରିତ୍ଯକ୍ତ ଘରେ । ଆମ ଗାଁ ରେ ସେତେବେଳେ ପଇସା ଖେଳି ସର୍ବସ୍ବ ହାରିଥାଏ ଅବନୀ ପାଢୀ ଏବଂ ସୁବାଷ ପାଢୀ । ନନା ଆମର ଭାରି ରାଗି ଲୋକ । ବୋଉ ନନାଙ୍କୁ କହିଦେଲା ଏବଂ ନନା ସେ ଖେଳ ସ୍ଥାନ ଠାରୁ ପିଟିପଟି ଘରକୁ ଆଣିଥିଲେ । ଏବଂ ସେ ଦିନ ବୋଉ ମୁଣ୍ଡ ଛୁଆଁଇ କହିଥିଲା ; ଆଉ କେବେ ପଇସା ଖେଳିବୁ ନାହିଁ । ଖେଳିଲେ ମୋ............ ମୁହଁ ଦେଖିବୁ । ଜୀବନରେ କେବେ ଆଉ ଖେଳିନି । ଖେଳ ଦେଖିଲେ ବୋଉର ସେ କଥା ଏବେ ବି ମନେପଡେ । ଅତ୍ଯନ୍ତ ଶ୍ରଦ୍ଧା ନିଚ୍ଛକ ସ୍ନେହଶୀଳା ସରଳ ହୃଦୟା ଶାଶୁ (ବୋଉ) । ଗ୍ରାମ୍ୟ ଜୀବନଠାରୁ ଆରମ୍ଭ କରି ସହରୀ ଜୀବନ ପର୍ଯ୍ୟନ୍ତ ବିଭିନ୍ନ ରୀତି ନୀତି ପରମ୍ପରା ସଂସ୍କୃତି ସଭ୍ୟତା ଯାହାର ଆଦର୍ଶରେ ମହିମାନ୍ଵିତ ସେ ମୋର ବୋଉ (ଶାଶୁ) ଶୈଳବାଳା । ଯାହାର ସାନିଧ୍ୟ ଏବଂ ନୀତିଶିକ୍ଷା ବୟସର ଅପରାହ୍ନରେ ମଧ୍ୟ ଶତ ସହସ୍ରର ପ୍ରେରଣା ଯୋଗାଉ ଅଛି । ତୃତୀୟ ଶୈଳବାଳା ହେଉଛନ୍ତି - ମାତା ସ୍ବରୂପିଣୀ, ପ୍ରେରଣାଦାୟିନୀ, ଆଦର୍ଶ ଦାୟିନୀ, ଶ୍ରେଷ୍ଠ ସ୍ବରୂପିଣୀ, ସର୍ବ ସୁଖକାରିଣୀ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଶୈଳବାଳା ମହାପାତ୍ର । ଯାହାଙ୍କୁ ମୁଁ ସମ୍ବୋଧନ ରେ ମ୍ୟାଡାମ୍ ବୋଲି ଆହ୍ଵାନ କରେ । ଜୀବନ ରୂପକ ଡଙ୍ଗା ମୋର ଯେତେବେଳେ ସମାଜ ରୂପକ ଅତଳ ସାଗର ଗର୍ଭରେ ବୁଡି ବୁଡି ଯାଉଥିଲା ସେତେବେଳେ ଏହି ଶୈଳବାଳା ମ୍ୟାଡାମ୍ ଭଗବାନଙ୍କର ଦୂତ ସାଜି ସମୁଦ୍ରର ଅତଳ ଗର୍ଭରୁ ମୋତେ ଉଦ୍ଧାର କରିଥିଲେ । ବୁଡି ଯାଉଥିବା ଡଙ୍ଗାକୁ ନୂତନ ଦିଶା ଦେଖାଇଥିଲେ । ନୂତନ ଆଦର୍ଶ ପରମ୍ପରାର ଭାବଧାରା ବତାଇଥିଲେ । ପରକୁ ଆପଣାର କରିବାର ତରିକା ଶିଖାଇଥିଲେ । ସଚ୍ଚୋଟତା କାର୍ଯ୍ୟପ୍ରଣାଳୀର ଧାରା ନୀତିଶିକ୍ଷା ଦେଇଥିଲେ । ନିଷ୍ଠା ଏବଂ ଏକାଗ୍ରତା ସହିଦ କାର୍ଯ୍ୟକରିବାର ଦକ୍ଷତା କହିଥିଲେ । ଜୀବନରେ ଭୁଲ୍ ସମସ୍ତଙ୍କର ହୁଏ ଏବଂ ଭୁଲ୍ ମଧ୍ୟ ସମସ୍ତେ କରିବେ କିନ୍ତୁ ଭୁଲ୍ କୁ ତର୍ଜମା କରି ପରିମାର୍ଜିତ କରି ସୁଚିନ୍ତିତ ମତାମତ ନେଇ ସୁଧୁରି ଆଗକୁ ବଢିବାର କୌଶଳ ଜ୍ଞାନ ଦେଇଥିଲେ । ମ୍ୟାଡାମ୍ ଦାମ୍ପତ୍ୟ ଜୀବନର ଅନୁଭୂତି ନ ଥିଲେ ମଧ୍ୟ ସୁଖୀ ଦାମ୍ପତ୍ୟ ଜୀବନର ମାର୍ଗଦର୍ଶକ ଥିଲେ । ବିବାହ ବୟସରେ ମ୍ୟାଡାମ୍ ସମାଜରେ ଘଟୁଥିବା ଘଟଣା ଗୁଡିକୁ ଦେଖି ବିତସ୍ପୃହ ହୋଇଥିଲେ । ବୋହୁଟି ପ୍ରତି ନିଷ୍ଠୁର ନିର୍ଯାତନା, ଅକଥନୀୟ ଅତ୍ୟାଚାର, ବୋହିଟି ଶିକ୍ଷିତ ହୋଇ ମଧ୍ୟ ଚାରିକାନ୍ଥ ମଧ୍ୟରେ ରହି ସଢିବାର ଦୃଶ୍ୟ । ଅଥବା ନିଜ ଭଗିନୀର ଶାଶୁ ଘରେ ଭଗିନୀକୁ ପ୍ରତି ହେଉଥିବା ମାନସିକ ନିର୍ଯାତନା ମ୍ୟାଡାମ୍ ଙ୍କୁ ବ୍ୟଥିତ କରିଥିଲା । ଯାହାଦ୍ୱାରା କି ସାଂସାରିକ ମାୟା ବନ୍ଧନରେ ବାନ୍ଧି ହେବା ପାଇଁ ଇଛା ପ୍ରକାଶ କରି ନ ଥିଲେ । ନାରୀ ଦେବୀ ନୁହେଁ କି ଦାସୀ ନୁହେଁ । ନାରୀ ପୁରୁଷର ସହଧର୍ମିଣୀ, ସହକର୍ମିଣୀ । ପୁରୁଷର ସମଗ୍ର ଜୀବନକୁ ପ୍ରଭାବିତ କରୁଥିବା ମାନବୀ, ଅର୍ଦ୍ଧାଙ୍ଗିନୀ । ସେ ମାଆ ରୂପରେ ମମତାମୟୀ, ଭାର୍ଯ୍ୟା ରୂପରେ ପ୍ରେମମୟୀ, ଭଗ୍ନୀ ରୂପରେ ସ୍ନେହମୟୀ ଓ ବାନ୍ଧବୀ ରୂପରେ ପ୍ରେରଣାଦାୟିନୀ ଭାବରେ ପୁରୁଷକୁ ତାର ଜୀବନ ପଥରେ ଅନୁପ୍ରାଣିତ କରେ । ଆମ ସମାଜ ବ୍ୟବସ୍ଥା ଭିତରେ ନାରୀ ସ୍ପର୍ଶକାତର, ସମ୍ବେଦନଶୀଳ ଇଲାକାରା ଅଧିଶ୍ବର । ଜାୟା, ଜନନୀ, ଭଗିନୀ, ମାଆ, ବୋଉ, କନ୍ୟା ଭାବରେ ତାର ଭୂମିକା ବିଚିତ୍ରବର୍ଣ୍ଣା । ପ୍ରକୃତି ସହ ନାରୀର ସଂଘର୍ଷ । ସାମାଜିକ ଉତ୍ପାଦନ ଓ ବିବର୍ତ୍ତନ ଭିତରେ ତାର ଚିନ୍ତା ଚେତନାର ଉତ୍ତରଣ । ବ୍ୟକ୍ତି ଓ ଦୃଷ୍ଟିର ଦ୍ବନ୍ଦ, ଦୁଃଖ ନୈରାଶ୍ୟ, ଆନନ୍ଦ-ବିଷାଦ, ଆସକ୍ତି-ଭ୍ରାନ୍ତି, ଜାଗରଣ ଏବଂ ପରିବର୍ତ୍ତନ ପାଇଁ ତାର ଶ୍ରେଣୀହୀନ ସଂଗ୍ରାମ ସବୁକିଛି ଏହି ବାସ୍ତବତାର ପରିସରଭୁକ୍ତ । ମ୍ୟାଡାମ୍ ଜୀବନସାରା ଛାତ୍ରଛାତ୍ରୀ ମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବା ସହ ସମାଜର ଉନ୍ନତି ଦିଗରେ ନିଜକୁ ନିୟୋଜିତ କରିଥିଲେ । ସ୍ଥାନ ବିଶେଷରେ କାଳ ବିଶେଷରେ ମ୍ୟାଡାମ୍ ପରକୁ ଆପଣାର କରିବା କଳାରେ ସିଦ୍ଧହସ୍ତ । ମଧୁର ବଚନ ଏବଂ ସୁମଧୁର ବ୍ୟବହାର ଦ୍ଵାରା ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖନ୍ତି । ମ୍ୟାଡାମ୍ ନିଜର ଜୀବନ ମାର୍ଗରେ ବିଭିନ୍ନ ଝଡ ଝଞ୍ଜା ଏବଂ ସମସ୍ୟାକୁ ଅତିକ୍ରମ କରି ଏକାକି ଆଗକୁ ବଢିବାର ପ୍ରୟାସ ଜାରି ରଖିଥିଲେ । ସେ ଛାତ୍ର ଅବସ୍ଥାରେ ହେଉ ବା ଯୌବନାବସ୍ଥାରେ ହେଉ ଅଥବା ଶିକ୍ଷକତା ଜୀବନରେ ହେଉ ନିଜେ ନିଜକୁ ସମାଜରେ ପ୍ରତିଷ୍ଠିତ କରିବାରେ ସିଦ୍ଧହସ୍ତ ଅଟନ୍ତି । ମ୍ୟାଡାମ୍ ରାମଗିରିରେ ପ୍ରଧାନ ଶିକ୍ଷୟିତ୍ରୀ ଥିଲାବେଳେ ଗୋଟିଏ କଥା ମନେପଡେ - ବିଦ୍ୟାଳୟର ଗୋଟିଏ ଛାତ୍ର ଯେତେବେଳେ ବିଜୁଳି ଆଘାତରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲା । ସେତେବେଳେ ମ୍ୟାଡାମ୍ ନିଜେ ରାତି ଗୋଟାଏ ସମୟରେ ଢୁ ଢୁ ବର୍ଷା ଅନ୍ଧାରରେ ଫୋନ୍ ଲାଗୁ ନ ଥାଏ । ଗୋଟିଏ ପିଅନକୁ ସାଥିରେ ନେଇ ଘଞ୍ଚ ଅରଣ୍ୟ ଅତିକ୍ରମ କରି ରା. ଉଦୟଗିରିରେ ପହଞ୍ଚି ଡାକ୍ତରଙ୍କୁ ନେବା ସହିତ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିଥିଲେ । ଆହୁରି ମନେପଡେ ଯେତେବେଳେ ସେ ରାଇରଙ୍ଗପୁରେ ଥିଲେ ସେତେବେଳେ କିଛି ସ୍ଥାନୀୟ ଖଳ ପ୍ରକୃତିର ଯୁବକ କୌଣସି ଏକ ଘଟଣାକୁ ନେଇ ବିଦ୍ୟାଳୟର ଗୋଟିଏ ଛାତ୍ର ଉପରେ ମାରଣାସ୍ତ୍ର ଦ୍ଵାରା ଆକ୍ରମଣ କରୁଥିଲେ । ଛାତ୍ରଟି ରକ୍ତରେ ଯୁଡୁବୁଡୁ ହୋଇ ଛଟପଟ ହେଉଛି ଏହି ଦୃଶ୍ୟ ଦେଖି ମ୍ୟାଡାମ୍ ବିଗଳିତ ହୋଇଯାଇଥିଲେ ଏବଂ ସଙ୍ଗେସଙ୍ଗେ ଅନୋନ୍ୟ ଉପାୟ ନ ପାଇ ଛାତ୍ରକୁ ଉଦ୍ଧାର କରିବାକୁ ଯାଇ ତା ଉପରେ ଶୋଇ ପ୍ରତିରୋଧ କରିଥିଲେ । ଏହି ସାହାସୀ ମହିଳାଙ୍କୁ ଦେଖି ଆକ୍ରମଣକାରୀ ମାନେ ପଛଘୁଞ୍ଚା ଦେଇ ପଳାଇଯାଇଥିଲେ ଏବଂ ଛାତ୍ରଟିର ଜୀବନ ରକ୍ଷା କରିଥିଲେ । ମ୍ୟାଡାମ୍ ନାରୀ ପୁରୁଷ ମଧ୍ୟରେ ପ୍ରଭେଦ ଅନୁଭବ କରି ନାହାଁନ୍ତି । ଜୀବନରେ ସମସ୍ତଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବା ଏବଂ ଉତ୍ତରୋତ୍ତର କାମନା କରନ୍ତି । କର୍ମ ହିଁ ଭଗବାନ ଏବଂ କର୍ମ କଲେ ଲକ୍ଷ୍ମୀ ସଦୟ ହେବେ ବୋଲି ପରାମର୍ଶ ଦିଅନ୍ତି । ହୀନମନ୍ୟତା ଭାବ ନ ରଖି ସକାରାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାନ୍ତି ।ଆଦିବାସୀ ହରିଜନ ଉନ୍ନୟନ ବିଭାଗରେ କାର୍ଯ୍ୟ କରି ସେମାନଙ୍କର ଉନ୍ନତିରେ ସଦାସର୍ବଦା ମନୋନିବେଶ କରୁଥିଲେ । ପରଠାରୁ ଆଶା ନ ରଖି କାର୍ଯ୍ୟ କରିବା ଏବଂ ନିଜର ଜୀବନ ପ୍ରଣାଳୀକୁ ସଂଶୋଧିତ କରି ଆଗକୁ ବଢିବାର ପ୍ରେରଣା ବାସ୍ତବିକ୍ ପ୍ରଶଂସନୀୟ । ମ୍ୟାଡାମ୍ ଙ୍କର କର୍ମ ଦକ୍ଷତା, କାମ କରିବାର ସ୍ବତନ୍ତ୍ର ମୁକ୍ତ ଚିନ୍ତାଧାରା ପ୍ରଣାଳୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ମ୍ୟାଡାମ୍ ଯେଉଁ ଅନୁଷ୍ଠାନରେ ରହି କାର୍ଯ୍ୟ କରିଛନ୍ତି ଏବଂ ଯେଉଁ ଯେଉଁ ବ୍ୟକ୍ତି ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସମସ୍ତଙ୍କ ହୃଦୟରେ ସଦା ବିରାଜମାନ କରୁଅଛନ୍ତି । ସେହିଭଳି ବ୍ୟକ୍ତିତ୍ବ ବିରଳ । ସେହିପରି ବ୍ୟକ୍ତିତ୍ବଙ୍କ ସଂସ୍ପର୍ଶରେ ଆସି ମୁଁ ନିଜକୁ ଧନ୍ୟ ମନେ କରୁଅଛି । ଧନ୍ୟ ସେ.....ଧନ୍ୟ ତାଙ୍କର ପ୍ରତିଭା.... .ଧନ୍ୟ ତାଙ୍କର ଗୁଣଗ୍ରାହୀ .....ସେ ଚିର ବନ୍ଦନୀୟା.... ଚିର ନମସ୍ୟା... ଚିର ସ୍ମରଣୀୟା...... ଚିର ପୂଜନୀୟା...... ଅବସର ପରେ ମ୍ୟାଡାମ୍ ସମାଜିକ କାର୍ଯ୍ୟରେ ଏବଂ ସାହିତ୍ୟ ସାଧନାରେ ନିଜକୁ ବ୍ରତୀ କରିଛନ୍ତି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ସେହିଭଳି ନାରୀକୁ ସମ୍ମାନ ଜଣାଇବା ଏବଂ ଉଦଣ୍ଡ ଚରିତ୍ରର ନାରୀମାନଙ୍କର କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା । ତାହା ହେଲେ ହୋଇପାରିବ ନାରୀ ସମାଜ ସୁରକ୍ଷିତ । ସଂଯତ ଭାବ, ସୁମଧୁର ବାକ୍ୟାଳାପ ଏବଂ ମାର୍ଜିତ ପୋଷାକ ପରିଧାନ ମଧ୍ୟରେ ଆମେ ନାରୀକୁ ଅତ୍ୟାଚାରିତା ହେବାରୁ ବଞ୍ଚାଇପାରିବା । କାରଣ ନାରୀର କେହି ଶତ୍ରୁ ନାହାଁନ୍ତି । ନାରୀ ବଞ୍ଚିଲେ ସୃଷ୍ଟି ବଞ୍ଚିବ, ନାରୀ ହସିଲେ ସୃଷ୍ଟି ହସିବ ।    "ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ। ଯତ୍ରୈତାସ୍ତୁ ନ ପୂଜ୍ୟନ୍ତେ ସର୍ବସ୍ତତ୍ରାଫଳାକ୍ରିୟାଃ ll " ସମ୍ପ୍ରତି ଭାରତରେ ନାରୀ ନିଜର ଅଧ୍ୟବସାୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷର ସମକକ୍ଷ ହୋଇପାରିଛି । ପୁରୁଷ ପ୍ରଧାନ ସମାଜରେ ନାରୀ ଆଉ ଆଗଭଳି ଅବଳା, ଦୁର୍ବଳା ହୋଇ ରହିନାହିଁ । ଦେଶର ଜନସଂଖ୍ୟାର ଅର୍ଦ୍ଧେକ ନାରୀ ବା ମହିଳାଙ୍କ ସଂଖ୍ୟା । ନାରୀ ଉନ୍ନତି ଓ ପ୍ରଗତି ବିନା ଦେଶର ଉନ୍ନତି ଅସମ୍ଭବ । ମହର୍ଷି ଦୟାନନ୍ଦ ସରସ୍ୱତୀ, ରାଜା ରାମମୋହନରାୟ ଙ୍କ ଭଳି ମହାପୁରୁଷମାନେ ଏକଥା କେବଳ ହୃଦୟଙ୍ଗମ କରିଥିଲେ ତାହା ନୁହେଁ, ଏଥିପାଇଁ ବହୁ କଷ୍ଟ ସ୍ୱୀକାର କରି ସମାଜରୁ ନାରୀ ନିର୍ଯାତନା ହ୍ରାସ କରାଇ ପାରିଥିଲେ । ନାରୀ ଅବଳା ଦୁର୍ବଳା ନୁହେଁ ; ସେ ବିରବାଳା । ନାରୀ ପୁରୁଷକୁ ଦୂର୍ବଳ କରେ ନାହିଁ, ସେ ଦୂର୍ବଳତାକୁ ଅତିକ୍ରମ କରିବାରେ ସାହାର୍ଯ୍ଯ କରେ । ନାରୀ ସୃଷ୍ଟିର ଏକ ବିସ୍ମୟ । ପୁରୁଷର କର୍ମମୟ ଜୀବନରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ନାରୀ ଓ ସମାଜ ଅଙ୍ଗାଙ୍ଗୀଭାବେ ଜଡିତ ।


Rate this content
Log in

Similar oriya story from Abstract