STORYMIRROR

Samar Ballav Bhoi

Romance

3  

Samar Ballav Bhoi

Romance

ପ୍ରେମରେ ଦୁଇଟି ରଙ୍ଗ

ପ୍ରେମରେ ଦୁଇଟି ରଙ୍ଗ

1 min
146



ପ୍ରେମରେ ସବୁବେଳେ ଦୁଇଟି ଭାବନା ଥାଏ। ପ୍ରେମ କେତେବେଳେ ସ୍ବର୍ଗ ଠୁଁ ସୁନ୍ଦର ତ କେତେବେଳେ ନର୍କ ଠୁଁ ହୀନ। 

ଗୋଟିଏ ଛୋଟ ଗାଁ ଅମରାବତୀ, ସୁରଭି ଓ ସରୋଜ ଦୁହେଁ ସେହି ଗାଁ ର ପିଲା ବେଳୁ ସାଙ୍ଗ। ସାଙ୍ଗସାଥି ଜୀବନ ଭିତରେ ଦୁହେଁ ଦୁହିଁଙ୍କୁ ପରସ୍ପର ମନକୁ କିଣି ନେଇଥିଲେ। ସମୟ ସ୍ରୋତରେ ଦୁହେଁ ଅତି ନିଜର ହୋଇଗଲେ। ଦୁହେଁ ଦୁହିଁଙ୍କୁ ଦିନେ ନ ଦେଖିଲେ ଦିନଟା ଭାରି କଷ୍ଟରେ ବିତେ। ସୁରଭି ଦିନେ ସରୋଜ କୁ କହିଲା, ସତରେ ସରୋଜ ତୁମକୁ ନ ଦେଖିଲେ ମୁଁ କେବେ ନିଜକୁ ଆୟତ କରିପାରୁନି। ସରୋଜ କହିଲା , ଖାଲି ତୁମେ ନୁହଁ ମୋର ବି ସମାନ ଅବସ୍ଥା। ଏମିତି କିଛି ଦିନ ବିତିଗଲା, ସୁରଭି ର ବିବାହ ପ୍ରସ୍ତାବ ପାଇଁ ଘରେ ସମସ୍ତେ ବ୍ୟସ୍ତ ହୋଇପଡିଲେ। ବିବାହ ପାଇଁ ପାତ୍ର ଟିଏ ଯୋଗାଡ଼ କଲେ। ସୁରଭି ନିଜର କଥା ପରିବାର ସାମ୍ନାରେ କହିପାରୁ ନଥିଲା। କୁଆଡେ଼ କିଛି ଅଘଟଣ ଘଟିବ।

ସରୋଜ ବି ଜାଣି ପାରି ନିଜ ଆହତ ହୃଦୟ କୁ ଆୟତ୍ତ କରିବାକୁ ଯଥା ଚେଷ୍ଟା ପ୍ରୟାସ କରୁଥାଏ।

ଇତି ମଧ୍ୟରେ ସୁରଭି ବିବାହ କରି ଚାଲି ଗଲା। ସରୋଜ ପ୍ରେମର ପ୍ରତୀକ ହୋଇ ରହିଗଲା। ତେଣୁ ପ୍ରେମ ର ରଙ୍ଗ ରୂପ ଦୁଇ ପ୍ରକାର। 

ପ୍ରେମ କେତେବେଳେ ଆପଣାର ତ କେତେବେଳେ ହୋଇଥାଏ ପର। ପ୍ରେମ ର ଦୁଇ ରଙ୍ଗ। ଗୋଟିଏ ସଫଳ ପ୍ରେରଣା ଓ ଦ୍ବିତୀୟ ଟି ଦୁଃଖର ଯନ୍ତ୍ରଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance