STORYMIRROR

Sunanda Mohanty

Romance Tragedy Others

4  

Sunanda Mohanty

Romance Tragedy Others

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

3 mins
280



ଇଏ ସେଇ ଗାଁର କାହାଣୀ ଯୋଉଠି ଘର ସବୁ ସହର ପରି.ଘରେ ତ ଅନେକ ଝରକା. ନହେଲେ ଆଲୋକ ଯିବା ଆସିବା, ବାୟୁ ଚଳାଚଳ ହେବ କେମିତି କିନ୍ତୁ ଆଜିକାଲିକା କମ୍ପାକ୍ଟ ଘରର ଝରକା କୋଉ ଖୋଲି ହୁଏ!ସେପଟେ ପରା ଇଞ୍ଚେ ବି ଜାଗା ନାହିଁ ଝରକା ଖୋଲିବାକୁ ଆଉ ଏପଟକୁ ମାନେ ଘର ଭିତରକୁ ଝରକା ଖୋଲିଲେ ତାଙ୍କର ମାନେ ଡାହାଣ ଓ ବାମ ପଟର ପଡୋଶୀ ଯଦି ସେଇ ସିଧା ବା ଟିକେ ତୀର୍ଯ୍ୟକ ଝରକା ଖୋଲି ତା ଘର ପଟକୁ କବାଟ ଆଉଜେଇ ବା ଖୋଲା ରଖିଥାଏ ତ କଥା ସଇଲା.ଏପଟର ସୋରିଷ ଫୁଟଣ ସେପଟକୁ ବାସିବ ଓ ପ୍ରସରି ଯିବ ସାରା ଗାଁକୁ.ପୁଣି ଗାଁରୁ ସହରକୁ.ଖାଲି କଣ ସେତିକି ଦି ପଟର ପଡୋଶୀଙ୍କର ଯଦି ବଢିଲା ପୁଅ ଝିଅ ଅଛନ୍ତି ତ କଥା ସରିଲା ଜାଣ.ପୁଅ ପଟ ଘରେ ନିଶ୍ଚୟ ନବଗ୍ରହକୂଟ କପଟ ଗୋଟି ଚାଳନା କରିବେ ଏମିତି ତ ସେପଟ ପଡୋଶୀର ଝିଅ ଏପଟକୁ ବୋହୁ ହୋଇ ଆସିବ ନହେଲେ ତ କୋର୍ଟ କଚେରୀ ମାମଲା ଲାଗିରହି ଜୀଵନ ବରବାଦ ହେଲା ଜାଣ. ଏତିକି କଣ! ଆହୁରି କେତେ କଥାର ନଥା ଅଛି. ତେଣୁ ଝରକା ଆଜି ଘରେ ଗୋଟେ ଦିଟା ବା କାଁ ଭାଁ ଦେଖିବାକୁ ମିଳୁଥିବା ବେଳେ ମନଝରକା କିନ୍ତୁ ଖୋଲା. ଖାଲି କବି କି ଲେଖକଙ୍କ ପାଇଁ ନୁହେଁ ସାଧାରଣ ମଣିଷ ସଭିଏଁ ଏ ଝରକା ଦେଇ ଦେଖନ୍ତି. କଣ!ଏଇ ସ୍ମୃତି, ପ୍ରେମ,ପ୍ରଣୟ, ବିରହ, ପ୍ରତାରଣା ସବୁକିଛି.ମିନା କିନ୍ତୁ ଦେଖେ ତା ପିଲାଦିନ.ସତରେ ସେ ଯାହା ଶୁଣିଛି ତା ବୋଉ ବି କାଳେ ଏଇ ଝରକାର ଶୀକାର ହୋଇ ବାପାଙ୍କ ଘରଣୀ ସାଜିବା ପରେ ତା ନିଜ ଘର ତାର ପଡୋଶୀ ତ ପଡୋଶୀ ଏକଦମ ବାସନ୍ଦ ହୋଇଗଲା. ଜାତିର ବ୍ୟତିକ୍ରମ ଯୋଗୁଁ ସେମାନେ ଝିଅକୁ ଶୁଦ୍ଧି ହୋଇପଡିଲେ ଆଉ ବୋଉ!ଜୀଵନ ଯୁଦ୍ଧରେ କୋଉପଟର ହୋଇନପାରି ବିଚାରୀ ବାପାଙ୍କ ଅଭାବୀ ସଂସାରରେ ସ୍ୱାର୍ଥ ଓ ସର୍ତ୍ତ ତ୍ୟାଗ କରି ରୋଗୀଣା ହୋଇଗଲା ବେଳେ କହେ କେବଳ ଗୋଟିଏ କଥା ମୋ ପାଇଁ ମୋ ବୋଉ ନାଲି ପାଟ କିଣି ରଖିଥିଲା କିନ୍ତୁ ତାକୁ ପିନ୍ଧିବା ମୋ ଭାଗ୍ୟରେ ନାହିଁ. ସେପଟ ପଡୋଶୀ ହୋଇ ଅଜା ଆଈ ଡାକି ପାରୁନଥିବା ବୁଢା ବୁଢ଼ୀ ଦିଟା ବାହୁଡ଼ି ଗଲା ଦିନ ବୋଉ ଢେର କାନ୍ଦିଥିଲା. ଏପଟେ ତା ଶାଶୁ ଶଶୁର ଉଲୁଗୁଣା ଦେଲେ ବି ସେ ସାହିଯାଉଥିଲା ସବୁ କିଛି. ଗାଁରେ ବର୍ଷକୁ ଥରେ ଯୋଉ ଦୋଳ ମେଳଣ ବସେ ବାପା ବୋଉକୁ ନେଇ ବୁଲିବାକୁ ଗଲାବେଳେ ବୋଉ ସମ୍ବଲପୁରୀ ଷ୍ଟଲରେ ପଡ଼ିଥିବା ନାଲି ପାଟ ଆଡକୁ ଚାହିଁ ରହେ କିନ୍ତୁ କିଣି ଆଣେ ନିଜ ଶାଶୁ ଶଶୁରଙ୍କ ମନ ପସନ୍ଦର ଶାଢ଼ୀ ଓ ସମ୍ବଲପୁରୀ ଧୋତି.

  ସରକାରୀ ଚାକିରୀ କରିଥିଲେ ବି ବାପାଙ୍କୁ ସଂସାର ଚଲେଇବା କଷ୍ଟ ହେଉଥିଲା. ରୋଗୀଣା ବାପା ମାଆଙ୍କ ପାଇଁ ଭାବୁ ଭାବୁ ମୋର ପାଠ ପଢ଼ା

ଖର୍ଚ୍ଚ ବଢିଚାଲିଥିଲା କିନ୍ତୁ ବୋଉର ଦେହ ମଧ୍ୟ ଭିତରେ ଭିତରେ କେତେ ଖରାପ ହେଉଛି କେହି ବୁଝିଲେ ବି ବୋଉ କହୁଥିଲା ତାର ତ ଯନ୍ତ୍ରଣା କିଛି ନାହିଁ କାହିଁକି ଡାକ୍ତରଙ୍କ ପାଖକୁ ଯାଇ ଟଙ୍କା ଗଣିବା. ବୋଉ କିନ୍ତୁ ମୋ ପ୍ରଥମ ମାସର ଦରମା ଦେଖିବା ପୂର୍ବରୁ ଆରପାରିକୁ ବାଟ କାଟିଥିଲା. ବୋଉ ବଞ୍ଚିଥିଲା ପର୍ଯ୍ୟନ୍ତ ବନ୍ଦ ଥିବା ଝରକା କିନ୍ତୁ ଦରଆଉଜାରୁ ଏବେ ସମ୍ପୂର୍ଣ୍ଣ ଖୋଲାଥିଲା. ଖାଲି ଖୋଲା ନୁହେଁ ସମ୍ପର୍କ ଯୋଡି ହୋଇଯାଇଥିଲା. ମାମୁଁ ମାଇଁ ମାଉସୀଙ୍କ ସ୍ନେହ ଭିତରେ ମୁଁ ମୋ ବୋଉ ମୁହଁ ଖୋଜୁଥିଲି ବିକଳରେ.

  ଆଜି ମାମୁଁ ଠିକ କରିଥିବା ପ୍ରସ୍ତାବର ବ୍ୟାଙ୍କ ଅଫିସର ପୁଅ ସଙ୍ଗେ ମୋର ବାହାଘର ହେଉଛି. ମୁଁ ମଧ୍ୟ ବ୍ୟାଙ୍କ ଚାକିରୀ ପାଇ ବାପାଙ୍କୁ କାନ୍ଧ ଦେଇପାରୁଛି କିନ୍ତୁ ମୋ ବୋଉ ନଥିବା ଘରେ ମାମୁଁ, ମାଇଁ, ମାଉସୀଙ୍କ ଉପସ୍ଥିତି ମତେ ଅଣନିଶ୍ଵାସୀ କରିପକାଉଛି କାହିଁକି. ମୋ ବାହାଘର ପାଇଁ ମାଇଁ, ମାଉସୀ ସମସ୍ତେ ଭଲ ଟ୍ରଲି ବ୍ୟାଗରେ ଭଲ ଭଲ ଜିନିଷ ଉପହାର ଦେଇଛନ୍ତି ହେଲେ ସେସବୁ ମୋର ଆଜି କିଛି ଆବଶ୍ୟକତା ନାହିଁ. ମୋର ଯାହା ଆବଶ୍ୟକ ତାହା ମୋ ବୋଉ, ତାର ଭଲପାଇବା ଓ ତା ନିଆରା ଆଶୀର୍ବାଦ ମୁଁ ଖୋଜି ପାଉନଥିବା ବେଳେ ମାଉସୀ କହିଲେ ମନ ଦୁଃଖ କରନା ମିନା, ଦେଖିଲୁ ତୋ ପାଇଁ ଯୋଉ ନାଲି ପାଟ ଆଣିଛି କେମିତି ଲାଗୁଛି ତତେ. ମତେ ଖୁବ ଭଲ ଲାଗୁଛି ମାଉସୀ କିନ୍ତୁ ମୋର ଅଲଗା କିଛି ମାଗୁଣୀ ଥିଲା. କହ ମିନା କହ. ତୁ ଆମ ନାନୀର ଏକମାତ୍ର ଅଲିଅଳି ଝିଅ. ତୁ ଯାହା ମାଗିବୁ ମୁଁ ବା ଆମେ ଦେବୁ. ମୁଁ ସେହି ନାଲି ପାଟ ଶାଢ଼ୀଟା ଚାହେଁ ମାଉସୀ ଯୋଉଟା ଆଈ ମୋ ବୋଉ ପାଇଁ କିଣି ରଖିଥିଲେ ବି ବୋଉ ଭାଗ୍ୟରେ ନଥିଲା. ମାଉସୀ ହତ ଚକିତ ହେଲେ କହିଲେ ସେଇ ଶାଢୀରେ ମୁଁ ବିଦା ହେଇଥିଲି. ଆଉ ସେଇଟା ପୁରୁଣା ହେଲାଣି ମିନା. ହଉ ପୁରୁଣା. ମତେ ସେଇଟା ଦେଇପାରିବ ମାଉସୀ. ମାଉସୀ ମିନା ଆଖିରୁ ବର୍ଷା ବାରି ପରି ଖସିପଡୁଥିବା ବରକୋଳିଆ ଟୋପା ସବୁକୁ ଆଞ୍ଜୁଳିରେ ଧରି କହୁଥିଲେ ନିଶ୍ଚୟ. ମୁଁ କହୁଥିଲି ସେଥିରେ ମୋ ବୋଉ ଅଛି ମାଉସୀ. ସେ ଶାଢ଼ୀ ଖଣ୍ଡକ ମୋ ପାଇଁ ସବୁଠୁ ମୂଲ୍ୟବାନ. ତାକୁହିଁ ପିନ୍ଧି ମିନା ଯେବେ ବିଦା ହେଲା ମାଉସୀ କଣ ସମସ୍ତେ ଅନୁଭବ କରିଥିଲେ ଏଘରର ଝରକା ସେଇଦିନୁ ଖୋଲା ରଖିଥିଲେ କ୍ଷତି କଣ ହୋଇଥାନ୍ତା!ବୋଉ କଥା ଭାବି ମିନା ଶାଶୁଘରେ ମାଣ ବସାଉ ବସାଉ ଅରୁଆ ଚାଉଳ ବଟା ପୀଠଉରେ ଲୁହ ଗୁଡା ମିଶିଯାଉଥିଲା. ବୋଉ ହିଁ କହେ ଝିଅ ଯେତେ ପାଠ ପଢି ସୁନ୍ଦରୀ, ଶିକ୍ଷିତା ଓ ରୋଜଗାରକ୍ଷମ ହେଉ ପଛେ ସଂସ୍କୃତି ପରମ୍ପରା ମାନିବା ତାର ପରମ ଧର୍ମ।


Rate this content
Log in

Similar oriya story from Romance