Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Debabrata Barik Debunu

Romance Inspirational

3  

Debabrata Barik Debunu

Romance Inspirational

ପ୍ରେମ ର ଅନେକ ରଙ୍ଗ

ପ୍ରେମ ର ଅନେକ ରଙ୍ଗ

4 mins
254



ରାଜା ଆଉ ସୀମା ପିଲାଦିନେ ଗୋଟେ ସ୍କୁଲରେ ପାଠ ପଢିଥିଲେ। ଆଉ ତାଙ୍କର ଭଲପାଇବା ସେହି ପିଲା ଦିନରୁ ଥିଲା।। ସୀମାକୁ ବରକୋଳି ବହୁତ ପସନ୍ଦ ସେ ସ୍କୁଲର ପଛରେ ବରକୋଳି ଗଛରୁ କୋଳି ତୋଳି ପାରେନା ସବୁ ବେଳେ ସେ ରାଜାକୁ ଡାକେ। ରାଜା ବି ସେ କଣ୍ଟା ଗଛରେ ଉପରକୁ ଚଢି ସୀମା ପାଇଁ ବର କୋଳି ଆଣି ଦିଏ। ହେଲେ ସେମାନେ ଜାଣିନଥିଲେ ଦୁହେଁ ଦୁହିଁକୁ ଏତେ ଭଲପାଆନ୍ତି। ଦଶମ ପରୀକ୍ଷା ସରିଗଲା ପରେ 

ରାଜା- ତୁ କଣ ଆଗକୁ ପଢ଼ିବୁ ?

ସୀମା- ହଁ। ଆଉ ତୁ ? ରାଜା - ଘରେ ପଇସା ନାହିଁ ପଢିବା ପାଇଁ ବାପା ପରା ମନା କରୁଛନ୍ତି। ଆଉ କଣ କରିବି ଯେ ! ମୋ କଥା ଛାଡ଼। ତୁ ତୋ କଥା କହ ତୁ କୋଉ କଲେଜରେ ପଢ଼ିବୁ ?

ସୀମା - ମୁଁ ଭୁବନେଶ୍ୱରରେ ରହି ପଢ଼ିବି।

ରାଜା - ସେଠି ତୁମର କେହି ବନ୍ଧୁ ବାନ୍ଧବ ଅଛନ୍ତି କି ?

ସୀମା - ନା.. ହଷ୍ଟେଲରେ ରହି ପଢ଼ିବି। 

ରାଜା - ତୁ ଆମ କଲେଜରେ ପଢୁନୁ। 

ସୀମା- ନା.. କଣ ପାଇଁ ? 

ରାଜା- ତୁ ଏକା ହେଇଯିବୁ। ତୋର ଅସୁବିଧା ହେଲେ ତୁ ତ କାହାକୁ କିଛି କହିବୁନି ଖାଲି କାନ୍ଦିବୁ। ସୀମା -ନା କାନ୍ଦିବିନି। ଖାଲି ତୋ କଥା ମନେପଡିବ। 

ରାଜା-(ମନ ଦୁଃଖରେ) ତୁ ସତରେ ପଳେଇବୁ ନା ?ସୀମା- ଏମିତି କଣ କହୁଛୁ ମୁଁ ଛୁଟି ଦିନରେ ଆସିବି। 

କିଛି ଦିନ ପରେ ସୀମା ଭୁବନେଶ୍ୱର ପଳେଇଲା। ଦୁଇ ଜଣ ଦୁହେଁ ଦୁହିଁଙ୍କୁ ବହୁତ ମନେପକେଇଲେ ।ରାଜା ତା ବିନା ଆଉ ରହିପାରିଲାନି। ସେ ବାପାଙ୍କୁ କହିଲା ବାପା ମୁଁ ଭୁବନେଶ୍ୱରରେ କାମ ବୁଝିଛି ସେଠିକି ଯାଇ ରୋଜଗାରକରିବି। ତା ବାପା ବି ଆଉ ଖଟି ପାରୁନଥିଲେ ସେଥିପାଇଁ ରାଜି ହେଇଗଲେ। ରାଜା ସକାଳୁ ସକାଳୁ ବରକୋଳି ଗଛକୁ ଯାଇ କୋଳି ବିଛେଇ ଆଣିଲା ଆଉ ଭୁବନେଶ୍ୱର ଚାଲିଗଲା। 

ସେଠି ପହଁଚି।। ଏ ଭାଇ ଏତେ ବଡ ସହରରେ କୋଉଠି ମୋ ପାଗିଳି ପଢୁଛି ଖୋଜିବି କେମିତି।। ତାର କଲେଜ ନାଁ ଟା ମନେ ଥିଲା। ଲୋକଙ୍କୁ ପଚାରି ପଚାରି କଲେଜ ହଷ୍ଟେଲ ପର୍ଯ୍ୟନ୍ତ ପଳିଆସିଲା । ହେଲେ ସେତେବେଳେ ରାତି ୧୦ ଟା ବାଜିଲାଣି ସେ ହଷ୍ଟେଲର କର୍ମଚାରୀକୁ ସୀମା ସହ ଦେଖା କରିବା ପାଇଁ କହିଲା। ହେଲେ ରାତିରେ ଦେଖା କରିବା ମନା ହଷ୍ଟେଲର କର୍ମଚାରୀମାନେ କହିଲ। ରାଜା ମନ ବହୁତ ଦୁଃଖ ହେଲା ତଥାପି ସେ ତା ସୀମାକୁ ଦେଖିବା ବୋଲି ସେଇ ସୀତ କାକରା ଗେଟ ପାଖରେ ଟିକେ ଶୋଇପଡ଼ିଲା। 

ସକାଳ ହେଲା। ସେ କର୍ମଚାରୀକୁ ପୁଣି ଥରେ କହିଲା। ଏଥର କିନ୍ତୁ ସୀମା ସହ ଦେଖା ହେଇଗଲା। 

ସୀମା- ତୁ କେତେବେଳେ ଆସିଲୁ। 

ରାଜା - ଏବେ ଆସି ପହଁଞ୍ଚିଲି। ତତେ ଛାଡି ରହିପାରିଲିନି ଲୋ। ହେଇ ଦେଖ ତୋ ପାଇଁ କଣ ଆଣିଛି। 

ସୀମା - ମୋ ପସନ୍ଦର କୋଳି। ମତେ ମୋ ଗାଁ କଥା ମନେପଡୁଛି। 

ରାଜା- ତୁ ଆସୁନୁ ମୋ ସହ ।

ସୀମା - ରହ ପରୀକ୍ଷାଟା ସରିଯାଉ। 

ରାଜା - ମୁଁ କିନ୍ତୁ ଯିବିନି। ତୁ ଯେବେ ଯିବୁ ମୁଁ ଯିବି। 

ସୀମା - ତୁ ଏଠି କଣ କରିବୁ ।

ରାଜା - ଆମ ଗାଁ ମୁଣ୍ଡ ସନିଆ ମଉସା ଏଠି ଢାବା ଖୋଲିଛନ୍ତି। ମୁଁ ସେଇଠି କାମ କରିବି। 

ସୀମା- ତୁ ମତେ ଏତେ ଭଲପାଉ ରାଜା। 

ରାଜା - ତୁ ପାଗିଳି ସେ କଥା ଛାଡ଼ ତୋର ଯାହା ଅସୁଵିଧା ହେବ ମତେ କହିବୁ ହେଲେ ଲୁଚି ଲୁଚି ବସି କାନ୍ଦିବୁ ନାହିଁ ବୁଝିଲୁ ପାଗଳି। 

କିଛି ଦିନ ପରେ ସୀମାର ଜନ୍ମ ଦିନ ଥିଲା। ସୀମାର ସାଙ୍ଗମାନେ ତାକୁ ବହୁତ ଦାମୀ ଦାମୀ ଜିନିଷ ଦେଲେ। ରାଜା ବି ତାକୁ ଗୋଟେ ଛୋଟ କଣ୍ଢେଇଟେ ଗିଫ୍ଟ ଦେଲେ। ସେଠି ସୀମାର ସାଙ୍ଗମାନେ ହସିଲେ ସେ ଗିଫ୍ଟ ଦେଖି। ରାଜା ସେଠୁ ମନ ଦୁଃଖରେ ଚାଲିଆସିଲା। ସକାଳୁ ଆସି ଦେଖେ ତା ତାର ସେଇ ଛୋଟ କଣ୍ଢେଇ ଗିଫ୍ଟଟି ଡ଼ଷ୍ଟବିନରେ ପଡିଛି। 

ତଥାପି ତା ମନରେ ସୀମା ପ୍ରତି ଟିକେ ବି ରାଗ ଆସିନଥିଲା। ମୋ ପାଗିଳିକୁ ପସନ୍ଦ ହେଲାନି ବୋଧହୁଏ । କିଛି ଦିନ ଗଲା । ସୀମା ନୂଆ ନୂଆ ସାଙ୍ଗକୁ ପାଇଁ ଆଉ ନିଜ ଆତ୍ମସମ୍ମାନକୁ ଦେଖି 

ରାଜା ଠାରୁ ଧୀରେ ଧୀରେ ଦୂରେଇବାକୁ ଲାଗିଲା। ଆଉ ଦେଖା ବି ଦେଲାନି। କାହିଁକି ନା ସେ ଗୋଟେ ବଡ଼ଲୋକିଆ ପୁଅକୁ ଭଲପାଉଥିଲା। ରାଜା ବହୁତ ତାକୁ ମନେ ପକାଉଥିଲା। ଆଉ ତାର ଚିନ୍ତା ରହୁଥିଲା ସେ ଯେବେ ଜାଣିପାରିଲା କି ସୀମା ଜାଣିଶୁଣି ତା ସହ ଦେଖା କରିବାକୁ ଚାହୁଁନି। ସେବେଠୁ ସେ ତା ଖୁସି ପାଇଁ ଆଉ ତା ସାମ୍ନାକୁ ଗଲାନି। ତା ପରେ ରାଜା ସନିଆ ମଉସାର ଢ଼ାବାକୁ ବଡ ହୋଟେଲରେ ପରିଣତ କରିଦେଲା। 

ଗୋଟେ ବର୍ଷ ପରେ ସୀମାର ଜନ୍ମ ଦିନ ଥିଲା ସବୁ ସାଙ୍ଗ ବି ଦାମୀ ଜିନିଷ ଦେଉଥିଲେ ରାଜା ବି ତାକୁ ଗୋଟେ ଗିଫ୍ଟ ଦେଲା ହେଲେ ସୀମା ଆତ୍ମସମ୍ମାନ ଭୟରେ ରାଜାର ଗିଫ୍ଟ ଖୋଲିଲା ନାହିଁ। 

ସମସ୍ତଙ୍କ ଗିଫ୍ଟ ଖୋଲା ହେଲା ହେଲେ ରାଜାର ଗିଫ୍ଟ ନ ଖୋଲାହେବାରୁ ସେ ମନ ଦୁଃଖରେ ପଳିଆସିଲା। 

ତା କିଛି ଦିନ ପରେ କଲେଜରେ 

ସୀମା ଆଉ ତାର ପ୍ରେମିକ ବହୁତ ବୁଲା ବୁଲି କଲେ। ପାଖରେ ବରକୋଳି ଗଛ ଥିଲା। ସୀମା ଜ଼ିଦ କଲା ବରକୋଳି ଖାଇବ ବୋଲି। 

ପ୍ରେମିକ - ଏତେ କଣ୍ଟା ଏ ଗଛରେ ତମେ ମତେ ମାରିବନା କଣ। 

ସୀମା- ମନ ଦୁଃଖ ହେଲା। 

ଏମିତି ବହୁତ କିଛି ଯାହା ସୀମାକୁ ପସନ୍ଦ ଥିଲା ହେଲେ ତା ପ୍ରେମିକର ନାପସନ୍ଦ ଥିଲା। ତା ପରେ ଦୁହେଁ ଗୋଟେ ହୋଟେଲକୁ ଗଲେ । ସୀମାକୁ ଜଣା ନଥିଲା ସେ ହୋଟେଲର ମ୍ୟାନେଜେର ରାଜା ଥିଲା ବୋଲି। 

ରାଜା ହଠାତ୍ ସୀମାକୁ ଅନ୍ୟ ଗୋଟେ ପିଲା ସହ ଦେଖି ଆଶ୍ଚର୍ଯ୍ୟ ହେଇଗଲା। 

ସେଦିନ ସେ ଜାଣିପାରିଲା କି ଆଉ ତା ପାଗିଳି ତାର ହେଇକି ନାହିଁ। ଆଉ ତାକୁ ବହୁତ କଷ୍ଟ ହେଲା। ହୋଟେଲରେ ରାଜାକୁ ଦେଖି ସୀମା ହୋଟେଲରୁ ଫେରି ଆସିଲା ଆଉ ତା ଅଜଣାତରେ ଘରକୁ ଆସି ରାଜା ଦେଇଥିବା ସେଇ ଗିଫ୍ଟକୁ ଖୋଲିବାକୁ ଗଲା ସେ ଗିଫ୍ଟରେ ଥିଲା ହୋଟେଲର ମାଲିକାନା ପତ୍ର । ସବୁଠାରୁ ଦାମୀ ଉପହାର ଆଉ ତା ସହ ଗୋଟେ ଚିଠି। 

ଚିଠିରେ ଲେଖା ଥିଲା 

"ପାଗିଳି ତୁ ମୋ ସହ ଦେଖା କରୁନୁ ବୋଲି ମୋର ରାଗ ଅଭିମାନ ନାହିଁ ହେଲେ ତତେ ଏକା ଛାଡିବାକୁ ମତେ ଆଉ ଠିକ ଲାଗୁନି। ଦେଖ ତୋ ପାଇଁ କଣ ପଠେଇଛି । ମୁଁ ଜାଣିଛି ମୋ ପାଗିଳିଟା ଟିକେ ପଇସା ଲୋଭି ହେଇଗଲାଣି । ଭବିଷ୍ୟତରେ ବି ମୋର ସବୁକିଛି ତୋର ହେଇଥାନ୍ତା। ତୋ ସାଙ୍ଗ ମାନଙ୍କୁ କହିଦେ ତୋ ହିରୋ ସବୁଠୁ ଦାମୀ ଉପହାର ଦେଇଛି। ଆଜି ତୋ ଜନ୍ମଦିନରେ ସବୁଠୁ ମୁଁ ଖୁସି ହେବି। 

ଏ ସବୁ ପଢି ସୀମାର ଆଖିରେ ଲୁହ ଆସିଗଲା । 

ସେହି ସମୟରେ ରାଜା ଆସି ପହଁଚିଲା। ସଂଗେ ସଂଗେ ତାକୁ ଛାତିରେ ଜାବୁଡି କହିଲା, ଏ ପାଗିଳି କଣ ହେଇଛି କାନ୍ଦୁଛୁ କାହିଁକି। ମୁଁ ଜାଣିଥିଲି ପରା ତୁ କାନ୍ଦିବୁ ମୋ ଛଡା ତୋ ଦୁଃଖକୁ ଆଉ କାହାକୁ କହିବୁନି। 

ସୀମା - (କାନ୍ଦିକି) ମୋର ଏ ହୋଟେଲ ଦରକାର ନାହିଁ। ମତେ ତୁମେ ଦରକାର। 

ରାଜା- ଆଲୋ ପାଗିଳି। ମୁଁ ପା ତୋର। ତତେ ଛାଡି ମୁ କେମିତି ରହିପାରିଥାନ୍ତି । ଗାଁକୁ ଯାଇଥିଲି ଭାବିଲି ତୋ ପସନ୍ଦର ବରକୋଳି ନେଇଆସେ।। 

ତୁ ଖାଇବୁ ତ ଏଇ ନେ। ସେତେବେଳେ ଝିଅ ବୁଝିଗଲା କି ଦାମୀ ଜିନିଷ ବି ନିଜ ପସନ୍ଦର ଜିନିଷ ଆଗରେ ଫିକା ପଡିଗଲା। ଆଉ ତାର ଆତ୍ମସମ୍ମମାନ ତା ଭଲପାଇବାକୁ ବହୁତ ଦୂରକୁ ନେଇଯାଉଥିଲା । ସେ ସବୁ ଭୁଲି ଦୁଇ ଜଣ ବିବାହ କଲେ। ଆଉ ଆଜିବି ସେମାନେ ବହୁତ ଖୁସିରେ ଅଛନ୍ତି।। 


  



Rate this content
Log in

More oriya story from Debabrata Barik Debunu

Similar oriya story from Romance