Lalita Mohan Mishra

Romance

2  

Lalita Mohan Mishra

Romance

ପ୍ରେମ ଏକ ନିରବ ସ୍ମୃତି

ପ୍ରେମ ଏକ ନିରବ ସ୍ମୃତି

2 mins
417



  - ମନ ଭିତରେ ଆଜି ବି ସେଇ ରୋମାଞ୍ଚ, ସେଇ ଅସ୍ଥିରତା , ସେଇ ବ୍ଯାକୁଳତା । ବୟସ ବଦଳି ଗଲେ ପ୍ରେମ ବଦଳି ଯାଏନି । ମୁଁ ଆଜି ସିନା ବୟସର ଅପରାହ୍ନରେ । ଦେହ ମନରେ ବୟସର ଛାପ ଏବେ ବି କିଛି ନା କିଛି ରହିଯାଇଛି । ବାପା, ମାଆ, ଭାଇ, ଭାଉଜ, ସ୍ବାମୀ ସ୍ତ୍ରୀ ସହିତ ଘର ସଂସାର । ସୁବର୍ଣ୍ଣ ଶୃଙ୍ଖଳାରେ ବନ୍ଧା ମୋର ଦାମ୍ପତ୍ୟ ଜୀବନ ।


- ଲୋଭନୀୟ ଯେତେ ବନ୍ଧନ ଅଛି, ସେ ଭିତରେ ତୁମକୁ ଖୋଜେ। ନିଜର ଖୁସି ସମସ୍ତଙ୍କୁ ବାଣ୍ଟି ଚାଲିଛି ମୁଁ । ଜୀବନ ଜୀବିକାର ବ୍ଯସ୍ତତା ଭିତରେ ବି ଅତି ସନ୍ତର୍ପଣରେ ଅବିଚଳିତ ଭାବରେ ଗୋପନରେ ପ୍ରେମ ଟିକକ ସାଇତି ରଖିଛି କେବଳ ତୁମ ପାଇଁ । ତୁମର ସେ ଜାଗା କେହି ନେଇ ପାରିବେନି ।


- କେହି କଣ କେବେ କାହାର ଜାଗା ନେଇ ପାରେ...? ତୁମପାଇଁ ମୋ ବିଶୁଦ୍ଧ ପ୍ରେମ ଯେଉଁଠାରେ କିଛି ଦେବା ନେବାର ହିସାବ ନାହିଁ, ଦାବି ନାହିଁ ,ଅସନ୍ତୋଷ ନାହିଁ କି ଲାଳସା ନାହିଁ ସେ ପ୍ରେମ


- ଜୀବନରେ ଅନେକ ବାଟ ଆଗେଇ ଆସିଲିଣି । ପାରିବାରିକ ଆକର୍ଷଣ, ସାମାଜିକ ପ୍ରତିଷ୍ଠା, ସାସାଂରିକ ଜଞାଳ ବଳୟ ମୋତେ ମୋହଗ୍ରସ୍ତ କରିଛି । ଏତେ ପାଇବା ଭିତରେ ବି ବେଳେବେଳେ ଏକାଏକା ଲାଗେ । ଏକ ନିଃସଗଂତାବୋଧ ଘାରେ । ତୁମକୁ ବିକଳଭାବେ ଖୋଜେ । ଘଣ୍ଟା ଘଣ୍ଟା ଧରି ତୁମରି ସ୍ମୁତିରେ ଭିଜେ । ଆପେ ଆପେ ଆଖି ରୁ ଦି'ଟୋପା ଲୁହ ଝରିପଡେ।


- ସମବେଦନା ଓ ଆଶ୍ଵାସନାର ପ୍ରେମମୟ ତୁମର ସେ ହାତର ସ୍ପର୍ଶକୁ ଖୋଜେ । ଆଜି ବି ତୁମକୁ ଗଭୀର ଭାବେ ଭଲପାଏ ଓ ବିଶୁଦ୍ଧ ପ୍ରେମ କେବଳ ଏକ ଭାବ, ଗୋପନୀୟ ଭାବ, ଏକ ନିଆରା ସ୍ମୃତି, ପ୍ରିୟ ଉପଲବ୍ଧି । ଯାହାକୁ ମୁଁ ଇଛା ମୁତାବକ ଭେଟିଛି , ଝୁରି ହେଉଛି, ବିକଳ ହେଉଛି ।


- ତୁମ ବାପାଙ୍କର ନାପସନ୍ଦ , ତୁମ ଘରର ଇଜ୍ଜତ ଆଉ ତୁମର ପ୍ରତ୍ୟାଖ୍ୟାନର କ୍ଷତକୁ ସମୟ ଲିଭେଇ ପାରିନି । ଜ୍ବଳନର ଦାହରେ ଜଳୁଛି , କେବେ ଈଶ୍ବରଙ୍କୁ ଗାଳି ଦେଉଛି, ତ କେବେ ନିୟତିକୁ ।


- କାଳକ୍ରମେ ମୁଁ ବାର୍ଧକ୍ୟ ଆଡକୁ ଗତି କରୁଛି । ମୋ ମୃତ୍ୟୁ ସାଥେ କେତେ ସନ୍ତରପଣରେ ସାଇତି ରଖିଥିବା ମୋ ପ୍ରେମ ପବନରେ ମିଳେଇ ଯିବ । ମୋ ଚାରିପାଖର ପୃଥିବୀ ସୁରାକ ବି ପାଇବନି । କେବେ କେବେ ଅଜବ ସନ୍ତୁଷ୍ଟି ଆସେ ଯେ ତୁମେ ମୋ ପାଖରେ ନ ଥାଇ ବି ମୁଁ ପୂର୍ଣ୍ଣତାର ସହ ତୁମକୁ ପାଇଛି ।


- ତୁମ ମନରେ ବି ମୋ ପରି ବ୍ଯାକୁଳତା ଥିବ, ଆପଣାପଣର ଭଲପାଇବା ଥିବ । ତୁମ ଭଲପାଇବାର ଗଭୀରତା ଉପଲବ୍ଧି କରିଛି ମୁଁ । ତୁମ ସ୍ବଭାବ ସୁଲଭ ଚାଞ୍ଚଲ୍ଯ ମନ କେବେ କେମିତି ନୀରବରେ ମୋତେ ଝୁରି ହେଉଥିବ ? ?


- ଆମର ସମ୍ପର୍କକୁ ସାମାଜିକ ସ୍ବୀକୃତି ଦେଇଥିଲେ ହୁଏତ ତେଲ ଲୁଣର ହିସାବରେ ଭଲପାଇବାର ମହକ ହଜି ଯାଇଥାଆନ୍ତା , ଏହା ବୋଧେ ଈଶ୍ବର ଚାହିଁଲେନି । କେଉଁ ଏକ ଅସତର୍କ ମୁହୂର୍ତ୍ତରେ ତୁମେ ମତେ ଖୋଜିବ । ସେଇ ଗୋଟିଏ ମୂହୁର୍ତ୍ତ ହିଁ ତୁମ ହୃଦୟରେ ବ୍ୟାପ୍ତ ହୋଇ ରହିଯିବି ସାମ୍ରାଜ୍ୟର ରାଣୀ ପରି ।


- ତୁମର କଥା ବେଶି ମନେ ପଡୁଛି ! ଏତିକି କହିବି ହଜାର ପରିଚୟ ଭିତରେ ତୁମେ ମୋର ସେହି ରାଧା ଆଉ ମୁଁ ତୁମର ସେହି କୃଷ୍ଣ ଏହି ଭାବ ଏବେ ବି ମରିନାହିଁ । ଈଶ୍ବରଙ୍କ ନିକଟରେ ଏତିକି ପାର୍ଥନା କରୁଛି - ତୁମ ଜୀବନରେ ଦୁଃଖ କଷ୍ଟ ତୁମକୁ ଛୁଇଁବା ଆଗରୁ ମୋ ଉପର ଦେଇ ବହିଯାଉ... । ଈଶ୍ବର ତୁମକୁ ସଦାସର୍ବଦା ସୁଖୀ ରଖନ୍ତୁ .....


Rate this content
Log in

Similar oriya story from Romance