STORYMIRROR

Pranabandhu Rout

Romance

4  

Pranabandhu Rout

Romance

ପ୍ରେମ ବିବାହ

ପ୍ରେମ ବିବାହ

8 mins
316


   ଟିଭି ରେଡିଓ ବାରମ୍ବାର ଘୋଷଣା କରୁଛି ,ଅମ୍ପନ ନାମି ସାମୁଦ୍ରିକ ଝଡ ବାତ୍ଯା ର ରୁପ ନେଇ ସାରିଛି, ବଙ୍ଗୋପସାଗର ପାରାଦ୍ୱୀପ ଠାରୁ ସାତଶହ କିଲୋମିଟର ଦୁରରୁ ଉତ୍ତର ପୁର୍ବ ଦିଗକୁ ଘଣ୍ଟା ପ୍ରତି କୋଡିଏ କିଲୋ ମିଟର ବେଗରେ ମାଡି ଆସୁଛି, ଆପଣ ମାନେ ସୁରକ୍ଷିତ ସ୍ଥାନ କିମ୍ବା ବାତ୍ଯା ଆଶ୍ରୟସ୍ଥଳ କୁ ନିଜର ଦରକାରୀ କାଗଜ ପତ୍ର ସୁଖିଲା ଖାଦ୍ୟ ଛୋଟ ପିଲାମାନଙ୍କ ଓୌଷଦ ପତ୍ର ଧରି ଶିଘ୍ର ଚାଲି ଯାନ୍ତୁ, ପ୍ରସାଶନିକ ଗାଡି ମଧ୍ଯ ଡାକବାଜି ଯନ୍ତ୍ର ସାହାୟ୍ଯ ରେ ଠିକ୍ ସେହି କଥା କହୁଛି, କୁଳିଆ ଅଞ୍ଚଳ ଘରେ ଘରେ ଆତଙ୍କିତ ଧାଁଧପଡ, କେମିତି ବା ଆତଙ୍କିତ ନ ହେବେ ଏମାନେ ଭୁକ୍ତ ଭୋଗି, ମହା ବାତ୍ଯା ର ଚିହ୍ନଁ ଏ ଜାଏ ଲିଭିନି , ଏହା ଭିତରେ ଏକୋଇଶ ବର୍ଷ ବିତିଗଲାଣି ପୁଣି ମଝିରେ ବୁଲବୁଲ, ହୁଡହୁଡ, ଫନି ପରି ଝଡର ସାମନା ଏମାନେ କରିଛନ୍ତି, 

       ପଢା ବହି ଖାତା ପତ୍ର ସଜାଡ଼ି ବାରେ ବ୍ଯସ୍ତ ରାଗିଣୀ, ଯୁକ୍ତ ତିନି କଳା ଶେଷ ବର୍ଷ ଛାତ୍ରି ରାଗିଣୀ, ସଟ୍ ଡାଉନ ପାଇଁ ପୁର୍ଣ୍ଣ ପରୀକ୍ଷା ସରିନି, ବାତ୍ଯା ପୁର୍ବରୁ ତା ବହି ଖାତା ର ଯତ୍ନ ନବ ନା ନାହିଁ,ଏଇ ଅକ୍ଟୋବର କୁ ରାଗିଣୀ ବାଇଶିବର୍ଷ ରେ ପାଦ ଦବ, ବାପା ମା ଙ୍କ ଚିନ୍ତା ,ବଢିଲା ଝିଅ ରାତିବିକାଳିକଥା, କେମିତି ଝିଅ ଟାକୁ ଵାତ୍ୟା ଆଶ୍ରୟ ସ୍ଥଳ କୁ ନେବେ, ଗରିବ ହରିଜନ ଲୋକ, ବାପା ମାଲିକ ର କାମକୁ ଗଲେ ମୁଲ ମିଳେ, ରାଗିଣୀ ପରିବାର ସେଇ ମୁଲ ମଜୁରି ରୁ ଚଳି ଯାନ୍ତି ,ଛୋଟ ପରିବାର ବାପା ମା ସାନ ଭାଇ, ଗରିବ ହୋଇ ପାରନ୍ତି କିନ୍ତୁ ଭାରି ସ୍ବାଭିମାନି, ରାଗିଣୀ ଘର ଜାତିରେ ଝିଅ ମାନଙ୍କୁ କମ ବୟସରେ ବାହାଘର କରିଦିଅନ୍ତି କିନ୍ତୁ ରାଗିଣୀ ର ବାପା କୁହନ୍ତି ,ମୁଁ ମୁରୁଖ ଲୋକ ଖଟି ଖିଆ ମୋ ଝିଅ ମହାବାତ୍ଯାରେ ଜନ୍ମ ହୋଇଛି ,କେତେ କଷ୍ଟ ମୁଁ ପାଇଛି, ମା ଛୁଆ ଙ୍କୁ ବଞ୍ଚାଇବା ପାଇଁ ନିଜେ ଉପବାସ ରହି ମାଗି ଯାଚି ଧାର କରଜ କରି ଏମାନଙ୍କୁ ବଞ୍ଚାଇଛି ମୋ ଝିଅ ପାଠ ପଢୁଛି ଛୋଟ ଝିଅ, ସାହୁ ଘର ଟିଭିରେ କହୁଥିଲା ପୁଅଝିଅ ସମାନ ଝିଅ ମାନେ ରେଳ ଗାଡି, ଉଡାଜାହାଜ ଚଲେଇ ଲେଣି ପାଠ ପଢ଼ି ମୋ ଝିଅ ନା କରିବ ହରିଜନ ବସ୍ତିରେ ମୋ ନା ରହିବ, ରାଗିଣୀ ର ମା ମଧ୍ଯ ସେମିତି ! କିଏ ଝିଅ ବାହାଦବା କଥା କହିଲେ କହି ଉଠେ ତମ ଝିଅ ବାହାକରି ଦଉନ , ମୋ ଝିଅ କୋଟି କରେ ଗୋଟିଏ, କୋଉ ପୁଅକୁ ଆଡ ଆଖି ରେ ଅନାଏନିମ କାହା ଜିଭରେ ହାଡ ଅଛି ମୋ ଛିଅ ନାରେ କହିବ, ଖାଲି ଆମର ଘର ଖଣ୍ଡେ ଜାହା ନାହିଁ, ଯୋଗଣି ଖିଆ ସରପଞ୍ଚ ଘର ଖଣ୍ଡେ ପାଇଁ ଆଗ ପାଞ୍ଚ ହଜାର ମାଗୁଛି , କହୁଛି ଘର ହେଲେ ଆଉ ପନ୍ଦର ହଜାର ନବ କୋଉଠୁ ଆଣିବୁ ଯେ ଘର କରିବୁ, ଏ ରାଇଜଳା ବାତିଆକୁ ମରଣ ହୋଉନି କାହିଁକି, ମୁଁ ଯାଏ ଲୋ ମା ମୋର ଏଣେ କେତେ କାମ, 

    ରାଗିଣୀ ଯେତେବେଳେ ମାଟ୍ରିକ ପାସ କଲା ନୁଆ ନୁଆ ପାଖ କଲେଜ ସାଇକେଲ ଚଢି ଗଲା, ସବୁ ପୁଅଙ୍କ ନଜର, ରାଗିଣୀ ର ଡଉଲଡାଉଲ ଚେହେରା ପୁରିଲାପୁରିଲା ଗାଲ ଗୋରା ଚେହେରା ମିଠା କଥା ହସହସ ମୁହଁ, ଉର୍ନତ ବକ୍ଷସ୍ଥଳ, ପାଗଳ କଲାପରି ଠାଣି ! ରାଣ୍ତିଛୁଆ ମାନେ କଲେଜ ବାଟରେ ଟାହିଟାପରା କରନ୍ତି ରାଗିଣୀ ଅନେଇଲେ ବୁଲି ପଡନ୍ତି, କେହି କେହି କହନ୍ତି ଅଛୁଆଁ ହରିଜନ ଝିଅ ହୋଇ ଏତେ ଠାଣି !,ଦାନ୍ତ କଡ଼ମଡ଼ କରନ୍ତି ହେଲେ କିଛି କରି ପାରନ୍ତି ନାହିଁ, ରାଗିଣୀ ରୁପରେ ଯେମିତି ଗୁଣରେ ସେମିତି ପାଠ ପଢୁଛି ଦୁନିଆ ର ଭଲମନ୍ଦ ବୁଝି ଲାଣି ସେ ,ବା , କାହିଁକି ବାତରା ଛତରା ପିଲାମାନଙ୍କୁ ଅନାଇବ, ରାଗିଣୀ ର ଗୋଟିଏ ନଜର ପାଠ ପଢିବା ,ସାହିରେ ସାଇକେଲ ଚଢି କଲେଜ ଜିବାଝିଅ ସେ ଏକା ଜଣେ, କେବେ କୋଉ ପୁଅର ପାଲରେ ପଡିନି କିନ୍ତୁ କାହିଁକି କେଯାଣି ଘର ପାଖ ସାହୁ ଘର ପୁଅ ରାଜିବ ଭାଇ ତାକୁ ଭାରି ଭଲ ଲାଗନ୍ତି ମାଟ୍ରିକ ପରିକ୍ଷା ସମୟରେ ରାଜିବ ଭାଇ ବହୁତ ସାହାୟ୍ଯ କରିଛନ୍ତି, ତାଙ୍କ ପୁରୁଣା ବହି ଖାତା ମତେ ଦିଅନ୍ତି, ପାଠ ବୁଝାଇ ଦିଅନ୍ତି, କୁହନ୍ତି ରାଗିଣୀ ତୁ ମନ ଦେଇ ପାଠ ପଢ ଭଲ କିଛି କରିବୁ ତୋ ବାପା ମା ଙ୍କ ନା ରହିବ, ରାଜିବ ଭାଇ ଘର ବଡଲୋକ , ବାପା ମାର ଏକୋଇ ର ବଳା ବିଶିକେଶନ, 

ମୋ ଠାରୁ ପାଞ୍ଚ ବର୍ଷ ବଡ ପାଠ ସାରି ତିନି ବର୍ଷ ହବ ସହରରେ  ବଡ ଚାକିରି କରନ୍ତି, ଏଇ ତିନି ବର୍ଷ ହବ ରାଜିବ ଭାଇ ଙ୍କୁ ରାଗିଣୀ ଦେଖିନଥିଲା, ଲକ ଡାଉନ୍ ପାଇଁ ଅଫିସ ଛୁଟି ହବାରୁ ଗାଁକୁ ଆସିଛନ୍ତି, ଯୋଉ ଦିନ ରାଜିବ ଭାଇ ମତେ ଦେଖିଲେ ହଟାତ ବଡ ପାଟିରେ ଡାକିଲେ ରାଗିଣୀ , ମୁଁ ଯାଇ ନମସ୍କାର କଲି ଠିଆ ଠିଆ ପଚାରିଲି ଗାଁକୁ କାହିଁକି ଆସୁନାହାନ୍ତି, ସେ କହିଲେ ଅଫିସ କାମ ତୁ ଜାଣିନୁ ଅନେକ ଦାଇତ୍ୱ କେମିତି ଆସିବି, ଅଫିସ ବନ୍ଦ ପାଇଁ ଘରକୁ ଆସିଲି, ଆଉ ରାଗିଣୀ ତୋ ଖବର କଣ ତୁ କଣ ଆଗଭଳି ନାହୁଁ ଏବେ ବଡ ପିଲା ହେଇଗଲୁଣୁ, ପରିକ୍ଷା କେମିତି ହୋଇଛି, ମୁଁ କହିଲି ଭଲ , ଆଜି କାହିଁକି କେଯାଣି ବହୁଦିନ ପରେ ରାଜିବ ଭାଇ ଙ୍କୁ ଦେଖି ମୋ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି , ଲାଜ ମଧ୍ଯ ଲାଗୁଛି ତଳକୁ ମୁଁହ କରି ଠିଆ ହୋଇ ଥାଏ, ମୋ ପିଠିକୁ ଥାପୁଡାଇ କହିଲେ ଘର ଆଡେ ଆସିବୁ କଥା ଅଛି, ମୋ ଆଡେ ଅନାଇଁ ଅନାଇଁ ହସିହସି ତାଙ୍କ ଘର ଆଡକୁ ଚାଲିଗଲେ ରାଜିବ ଭାଇ!! 

    ଧୀରେ ଧୀରେ ବାତ୍ଯା ଅମ୍ପନ ତାର କମ୍ପନ ଆରମ୍ଭ କଲାଣି, ପବନର ବେଗ ବଢିଲାଣି, ଲୋକ ମାନେ ଯେଝା, ଜିନିଷ ପତ୍ର ଧରି ଆଶ୍ରୟସ୍ଥଳ ଅଭିମୁଖେ ବାହାରି ଗଲେଣି , ରାଗିଣୀ ବାପା ମା ଭାଇ ସହିତ ବାହାରି ପଡେ ଆଶ୍ରୟସ୍ଥଳ ଅଭିମୁଖେ, ରାଜିବ ଭାଇ ତାଙ୍କ ମା ଘର ଆଗରୁ କିଛି ସୁଖିଲା ଜାଳ କାଠ ଏକାଠି କରି ଘରକୁ ନେଉ ଥାନ୍ତି, ମୋତେ ଦେଖି ରାଜିବ ଭାଇ ଡାକିଲେ ରାଗିଣୀ ତୁ ସେଠାକୁ ଯାନି ତାଙ୍କ ମା ମଧ୍ଯ କହିଲେ ଝିଅ ଆମର ଏତେ ବଡ ଘର ଅଛି ତୁ ପାଠ ପଢା ଝିଅ ଟା ଏଇଠି ରହିଯା, ରାଗିଣୀ ମା ମଧ୍ଯ କହିଲେ ମାରେ ତୁ ଏଇଠି ରହିଯା ପବନ କମିଲେ ଆମେ ଆସିବୁ, ରାଗିଣୀ ରହିଯାଏ ରାଜିବ ଭାଇ ଙ୍କ ଘରେ, ରାଜିବ ର ମା ଙ୍କୁ ରାଗିଣୀ କୁହେ ମାଉସୀ ଆପଣ ଘରକୁ ଯାନ୍ତୁ, ମୁଁ ରାଜିବ ଭାଇ ଙ୍କ ସହିତ କାଠ ନେଇ ଯାଉଛି, ମାଉସୀ ଘର ଭିତରକୁ ଚାଲି ଯାନ୍ତି, ଛୋଟ କାଠ ଖଣ୍ଡ ଗୁଡାକୁ ବିଡା ସଜାଡନ୍ତି ରାଜିବ ଓ ରାଗିଣୀ ହଟାତ ଦୁହିଁଙ୍କ ମୁଣ୍ଡ କୁ ମୁଣ୍ଡ ପିଟି ହୋଇ ଯାଏ ରାଗିଣି ଚିତ୍କାର କରିଉଠେ ମା ଲୋ ଓ ହୋ, ରାଜିବ ର ହାତ ଆଉଁସି ପକାଏ ରାଗିଣୀ ର ମଥାକୁ, ରାଜିବ ହାତର ସ୍ପର୍ଶ ପାଇ ରାଗିଣୀ ଲାଜେଇ ଯାଏ ,ଶରିରରେ କମ୍ପନ ଆସିଯାଏ , ରୁମ ମୁଳ ଟାଙ୍କୁରି ଉଠେ, ସତେ ଯେମିତି ଜାଦୁଗର ର ଜାଦୁବାଡିର ସ୍ପର୍ଶ!! 

   ପବନର ବେଗ ବଢିବାରେ ଲାଗିଛି ସବୁ ଘରେ ତାଟି କବାଟ ବନ୍ଦ, ବଡବଡ ଗଛ ଉପୁଜିବାର ବିକଟାଳ ଶବ୍ଦ ରେ କାନ ଅତଡା଼ ପଢୁଛି, ଘୋଘୋ ଗର୍ଜନ ସତେଯେମିତି ବାତ୍ଯା ନୁେହଁ ,ପ୍ରଳୟଙ୍କାରୀ ମହାବିନାଶ କାରୀ ନଟରାଜ ତାଣ୍ଡବାୟନେ ରତ, ରାଜିବ ଭାଇ ଙ୍କ ଦାଣ୍ତ ପଟ ଘରେ ରାଗିଣୀ ଏକା ,ସେ ଘରେ ଅବଶ୍ଯ ଖଟ ଖଣ୍ଡେ ପଡିଛି ରାଗିଣୀ ଖଟରେ ନ ବସି କବାଟ ଫାଙ୍କ ରେ ଏକା ଲୟରେ ପଦାକୁ ଚାହିଁ ରହିଛି, ପବନର ଚାଣ୍ତବ ସାଙ୍ଗ କୁ ଗଛ ଉପୁଡିବାର ବୀଭିଷିକା ମନକୁ ଆନ୍ଦୋଳିତ କରେ, ଡର ଲାଗୁଛି, ବିଜୁଳି ଘଡ଼ଘଡ଼ି ଶବ୍ଦ ରେ ଡରିଯାଉଛି ରାଗିଣୀ, ଠିକ୍ ସେହି ସମୟରେ ରାଜିବ ଭାଇ ଏକ କେକ୍ ଏବଂ ମିନରାଲ ପାଣି ବୋତଲ ଆଣି ମୋତେ କହିଲେ ରାଗିଣୀ ତତେ ଭୋକ ହବଣି ନେ କେକ ଖାଇଦେ, ନା ମୋତେ ଭୋକ ହଉନି ଘଡ଼ଘଡ଼ି ପାଇଁ ଡର ଲାଗୁଛି, ତୁ ପାଗେଳିଟା ଡରନି ମୁଁ ପରା ଅଛି, ଡର କଣ ତୋ ପରି ସାହସୀ ଝିଅ ପୁଣି ଡର ହା ହା ହା, ହସୁହସୁ ରାଜିବ ଭାଇ କେକ୍ ରୁ ଖଣ୍ଡେ ମୋ ପାଟିରେ ଦେଇ ଦିଅନ୍ତି ମୁଁ କୁହେ ଥାଉ ମୁଁ ପରେ ଖାଇବି, ଅନୁଭବ କରେ ସତେ ଯେମିତି ରାଜିବ ଭାଇ ଙ୍କ ହାତରେ ଅମ୍ରୁତ ଖଣ୍ଡେ , ଅନାବିଳ ସ୍ନେହପୂର୍ଣ୍ଣ ଭାବାବେଗ ରେ ରାଗିଣୀ ବିମୋହିତ, ସତରେ ଅନ୍ୟ କୁ ଭଲପାଇବା ର ଯେଉଁ ପରିଭାଷା ରାଜିବ ଭାଇ ଙ୍କ ପାଖରେ ଅଛି ,ଆଜିର ଦୁନିଆଁ ରେ ତାହା ବିରଳ, ବାହାରେ ଅମ୍ପନ ରାଜିବ ମନ ଭିତରେ କମ୍ପନ କେମିତି କହିବ ମନର କଥା ରାଗିଣୀ କୁ ନିରବରେ ଭାବୁଥାଏ, କିଛି ମିନିଟ୍ ର ନିରବତା ଭଙ୍ଗ କରି ରାଗିଣୀ କୁହେ ରାଜିବ ଭାଇ କଣ ଭାବୁଛ ନିରବ କାହିଁକି, ନାଇଁ କିଛି ନାହିଁ ହଁ କଣ କୁହ ତତେ କହି କିଛି ଲାଭ ନାହଁ, ଲାଭ ନାହିଁ ତ ନ କୁହ ମୋ ସାଙ୍ଗ ରେ କଥା ହବନି ଯା, ନାକ ଅଗରେ ରାଗ ଦେଖେଇଲା ରାଗିଣୀ, ରାଗେନି ଲୋ ତୁ ରାଗିଲେ ମତେ ଭାରି କଷ୍ଟ ହବ କହି ରାଗିଣୀ ହାତକୁ ଚାପି ଧରେ ରାଜିବ, ଇତସ୍ତତଃ ତାରେ ରାଗିଣୀ ନରମି ଯାଇ କୁହେ ,ଅଫିସର ହେଲଣି ଛୁଆ ଙ୍କ ପରି କଣ ହୋଉଛ କୁହ, ପାଟି ଖନି ବାଜିଯାଏ ଲୁହ ଟମଟମ ହୋଇଯାଏ, ମୁଁ ତତେ ମୋ ଜୀବନ ଠାରୁ ଅଧିକ ଭଲପାଏ ରାଗିଣୀ, ହାତକୁ ଛାଟି ନେଇ ରାଗିଣୀ କୁହେ "ରାଜିବ ଭାଇ " ଏହା ସମ୍ଭବ ନୁହେଁ ମୁଁ ଛୋଟ ଯାତିର ଝିଅ ତୁମର ସମାଜରେ ମାନ ସମ୍ମାନ ଅଛି ଗାଁ ଲୋକ ଛିଛାକର କରିବେ ତୁମ ବାପା ମା ମୋତେ ଗ୍ରହଣ କରିବେ ନାହିଁ, ମୋତେ କ୍ଷମା କର ରାଜିବ ଭାଇ, ନା ରେ ପାଗେଳି ମୁଁ ପାଠ ପଢିଛି ଆଜି ଅଫିସର ଅନେକ ଲୋକ ମୋ ତଳେ କାମ କରନ୍ତି କିନ୍ତୁ ମୁଁ କାହାକୁ ଛୋଟ ଭାବେନି ଆମେ ସମସ୍ତେ ମଣିଷ, ଦୁଇ ଟି ଯାତି କୋଟେ ପୁରୁଷ ଆଉ ନାରୀ," ଏ ଦେଶ ଗାନ୍ଧୀ ମହାତ୍ମା ର ଦେଶ " ଆମ ସମ୍ବିଧାନ ସମସ୍ତ ଙ୍କୁ ସମାନ ଅଧିକାର ଦିଏ ତୁ କେମିତି ଛୋଟ ହେଲୁ ମୁଁ କେମିତି ବଡ ହେଲି, ଏଇ କଥା ପଦକରେ ବରଫ ତରଳିଲା ପରି ତରଳି ଯାଏ ରାଗିଣୀ ର କଠିନ ମନ ଓ ପ୍ରାଣ, 

ରାଗିଣୀ ଦୁନିଆ ର ସମସ୍ତ ସୁଖ ଅଜାଡି ଦେବି ତୋ ପାଦ ତଳେ, ମତେ ନିଜର କରିନେ , ସପଥ ନେଉଛି ବଂଚିବି ମରିବି ତୋ ସହିତ, ତୁ ପର କରିଦେଲେ ସତ କହୁଛି ମୁଁ ମରି ଯିବି, ରାଜିବ ପାଟିରେ ହାତ ଦେଇ ରାଗିଣୀ କୁହେ ସେମିତି କୁହନି, ଠିକ୍ ଏହି ସମୟରେ ଉଭୟ ଙ୍କ ପ୍ରେମକୁ ସ୍ବିକାର କରନ୍ତି ଆକାଶ ର ମେଘ ଖଣ୍ଡ, ଘଡଘଡି ର ବିରାଟ ଛାତି ଫଟା ଆବାଜ ହୁଏ, ରାଗିଣୀ ଆଉଜି ପଡେ ରାଜିବ ଛାତି ଉପରେ, ରାଜିବ ଭିଡିଧରେ ରାଗିଣୀ କୁ ନିଜ ବାହୁ ବନ୍ଧନରେ, ଛାତିକୁ ଛାତି ମନକୁ ମନ ନିଶ୍ବାସ କୁ ନିଶ୍ବାସ ଏକାକାର ହୋଇ ଯାଏ, ଦୁଇ ମନ ଓ ପ୍ରାଣ!! 

   ବାହାରେ ଅମ୍ପନ

          ଭିତରେ କମ୍ପନ!

  ଦୁଇ ମନ ଦୁଇ ପ୍ରାଣ

       ହଜିଯାଏ ଅନୁ କ୍ଷଣ!

    କିଏସେ ରୁପଶି

          ପ୍ରୀତିର ପିୟୁଷି

     ମୋ ଜୀବନେ

           ଦେଲ ପ୍ରାଣ!

     ପ୍ରୀତିର ପରଶେ

         ସୁଧା ମଧୁ ରସେ

       ଭିଜାଇଲ ମନ ପ୍ରାଣ!   

   ଭିଜାଇଲ ମନ ପ୍ରାଣ!

ଧୀରେ ଧୀରେ ପବନର ବେଗ କମିଲାଣି ରାଜିବ ର ବାପା (ସାହୁକାର) ପୁଅ କୁ ଖୋଜି ଖୋଜି ଆସି ଦାଣ୍ତ ଘରର କବାଟ ପେଲି ଯାହା ଦେଖେ ତା ମୁଣ୍ଡ ଗରମ ହୋଇଯାଏ, ଶିବଙ୍କ ତ୍ରୁତିୟ ନେତ୍ର ପରି ଅଗ୍ନି ପ୍ରଜ୍ବଳିତ ହୁଏ ଦୁଇ ନୟନ ରୁ ଛୋଟ ଜାତିର ଝିଅ ଟା ତା ପୁଅର ଛାତିରେ ଛାତି ରକ୍ଷି ଶୋଇଛି, 

ଚିତ୍କାର କରି ଉଠେ ବୁଢ଼ା, କୁଳାଙ୍ଗାର ମୋ ନା ପାଣି ସାରିଲୁ ଗାଁ ସାହି ରେ ମୋ ନାକ କାଟିଲୁ, ମୋ ମୁଣ୍ଡ ତଳକୁ କଲୁ ସାହିଭାଇରେ ମୁଁ କ'ଣ କହିବି, ତୋ ପରି ପୁଅ ମୋର ଦରକାର ନାହିଁ ଛୋଟ ଜାତିର ଏଇ ଝିଅ ପାଇଁ ଆଜି ମୋ ଇଜତ୍ ଗଲା,ବାହାରିଯାଇ ମୋ ଘରୁ, ଦୁଇ ଜଣ ହାତ ଯୋଡି ପାଦ ତଳେ ପଡିଲେ ବାପା ଦୋଷ ମୋର ମତେ ଯେତେ ଦଣ୍ଡ ଦିଅ ରାଗିଣୀ ର କିଛି ଦୋଷ ନାହିଁ, ତାକୁ କିଛି କୁହନି, ମୁଁ ତାକୁ କଥା ଦେଇଛି ତାକୁ ହଁ ବାହାହେବି, ବାହାହବୁ ଅବି ମୋ ଘରୁ ବାହାର ମୁଁ ଘର ପ୍ରତିଷ୍ଠା କରିବି (ବୁଢାର କି ଗରମ ରେ ବାବା) ପାଟି ଶୁଣି ସାହିପଡିଶ ଗଦା ହେଲେଣି କଥାଟା କାହାକୁ ଅଛପା ରହିଲା ନାହିଁ, ଏକୋଇର ବଳା ବିଶିକେଶନ ର ଗୁଣ ଦେଖି ମା ହତବାକ, ମା ମନ ତ ବୁଝିବ କେମିତି ସାହାସ କରି କହିଲା ତୁମେ ପାଟି କରନି ସାହି ଭାଇ ଶୁଣୁଛନ୍ତି କଣ ହେଇଛି ବୁଝିବା, କଣ ହେଇଛି ଛେନା ଗୁଡ ହେଇଛି ପାଠ ପଢେଇ ଚାକିରି କରେଇଲି ମୋ ମୁଣ୍ଡ ତଳକୁ କରିବ ବୋଲି ତୁ ବଜାତ ମାଇକିନା, ଏମାନଙ୍କୁ ମୁହଁ ଦେଇ ଖରାପ କରିଛୁ ,ମା ପୁଅ ଅବି ମୋ ଘରୁ ବାହାର, ଦୁନିଆଁ ରେ ମା ଠାରୁ ବଡ କିଏ ଶେତ ସର୍ବମ୍ ସ୍ବାହା ମା ଧରିତ୍ରୀ ନାରୀ ନାରୀର କଷ୍ଟ ବୁଝି ପାରିବ, ରାଗିଣୀ ମୁହଁ କୁ ଚାହିଁ କହିଲା ମାରେ ତୁ ମୋ ପୁଅର ପସନ୍ଦ ମାନେ ମୋର ପସନ୍ଦ ମୋ ପୁଅର ଖୁସି ରେ ମୋର ଖୁସି, ଏ ବୁଢା କଣ କରିବ ମୋ ପୁଅ କଣ ଅଯୋଗ୍ୟ ମୁଁ ତୁମ କୁ ବାହାଘର କରିବି, ଏବେ ଚାଲ କୋଟ ନ ହେଲେ ମନ୍ଦିର ରେ ବାହାଘର କରିବି,  ଏ ବୁଢା ଏଠି ଏକୁଟିଆ ଥାଉ , ସାହିପଡିଶା କଥା ହେଉଥାନ୍ତି, ମା ହବ ତ ରାଜିବର ମା ପରି, ବିଚରା ସାହୁକାର ଏକୁଟିଆ ହେଇ ଯାଉଥିବା ଦେଖି କହିପକେଇଲା ଆଲୋ ରାଜିବ ମା ଏତେ ଦିନ ମୋ ସାଙ୍ଗ ରେ ସଂସାର କଲୁ ମୋତେ ଛାଡି ଚାଲି ଯାଉଛୁ, ମୁଁ ବା ଆଉ କେତେଦିନ ବଞ୍ଚିଥିବି, 

କୋଟ ମନ୍ଦିର ଯିବା ଦରବାର ନାହିଁ ମୋ ସମୁଦି ସମୁଦୁଣି ଙ୍କୁ ଖବର ଦିଅ ମୋ ତୁଳସୀ ଚଉରା ମୁଳେ ମୋ ପୁଅ ବୋହୁ ଙ୍କ ବାହାଘର ମୁଁ ନିଜ ହାତରେ କରିବି ମୋ ଭୁଲ ମୁଁ ବୁଝି ପାରିଛି ମୋତେ କ୍ଷମା କର ରାଜିବ ମା ପରଂପରାଗତ କଠୋରତା ଜାତି ବାଦ ପାଇଁ ଆଜି ମୋ ଘର ଭାଙ୍ଗି ବାକୁ ବସିଥିଲା, ଆଜି ଠାରୁ ଆମେ ସମସ୍ତେ ଗୋଟିଏ ଜାତି ମଣିଷ ଜାତି, ଉପସ୍ଥିତ ସମସ୍ତେ ଏକ ସ୍ବର ରେ କହି ଉଠିଲେ, ଜୟ ଗାନ୍ଧୀ ମହାତ୍ମା କୀ ଜୟ!! 

    ଏଇ ମାତ୍ର ହସ୍ତ ଗତ ଇଉରିନ୍ ରିପୋର୍ଟ ଅନୁସାରେ ରାଗିଣୀ ମା ହବାକୁ ଯାଉଛି ,ସାହୁକାର ଘରେ ନୂତନ ସୁର୍ଯ୍ୟ ର ନୁତନ ଆଲୋକ ସମ୍ଭାର ଅପେକ୍ଷା ରେ, ନମସ୍କାର, ଜୟ ପତିତ ପାବନ ଜୟ ଜଗନ୍ନାଥ!! 



Rate this content
Log in

Similar oriya story from Romance