STORYMIRROR

Pranabandhu Rout

Others

3  

Pranabandhu Rout

Others

ଅହଂକାର

ଅହଂକାର

1 min
180

ଅହଂକାରର ସୂକ୍ଷ୍ମ ସୂତାଟି ଛିଣ୍ତିଗଲା ପରେ  

ନିସ୍ତବ୍ଧ ଅନ୍ଧାର କେବଳ ଦୁଇ ମୁଠା ଚିତା ଭସ୍ମ। । 

ପାରିବାପଣିଆର ଡିମ୍ ଡିମ୍ ନାଗରା  

ଛାୟାମାନଙ୍କ ଭିଡ ଭିତରେ ପ୍ରଭୁତ୍ୱ 

ଈଶ୍ୱର ହେବାର ମୋହ। । 

ବାଯୁ ଜଳ ଅଗ୍ନି ଆକାଶ ମାଟିକୁ ମୂଲ ଦେଇ ନିଜର କରିବାର

ଦୁର୍ବାର ଅଭିସନ୍ଧି ରକ୍ତଶୋଷା ଚାଣ୍ଡାଳତ୍ୱ।। 

ମଧୁଶାଳାର ଉଲଗ୍ନ ମୂର୍ତ୍ତିଗୁଡିକରୁ ରକ୍ତ ପାନର ମୋହ

ଭୃତ୍ୟମାନଙ୍କୁ କର୍କଶ ରଡିର ଗର୍ଜନ ତର୍ଜନ।। 

ନା ନା ମୋ ପରି କିଏ ଥିଲେ ନା ଅଛନ୍ତି ନା ରହିବେ

ମୁଁ କିଣି ପାରେ ସୁନ୍ଦରୀର ସତୀତ୍ୱ କଉଡି ଗଣ୍ତାକେ।। 

ମୂର୍ଖ ଗୁଡା ବୁଝି ପାରନ୍ତି ନାହିଁ ମନ୍ଦିର ଗଢିଛି ଚରିତାର୍ଥ 

କରିବା ପାଇଁ ଗୁପ୍ତ ଇଚ୍ଛା ସବୁ ନିଶା ଖାଅ ଶୋଇ ରୁହ  

କଙ୍କାଳ ଗୁଡା ମୁଠେ ମୁଢି ପାଇଁ।। 

ନୋଟ ଭୋଟର ଖେଳ ମୁଁ ଦାନି ଆସ ନେଇ ଯାଅ ଖାଲି

ମୁଠା ମୁଠା ମରିଚିକା ମରୁ ବାଲି ସ୍ୱପ୍ନ।। 

ଅଙ୍ଗ ତସ୍କରୀ ରାତୀକେ ହାତୀ ଏ କଙ୍କାଳ ଗୁଡା

ତୁମଠି କି କାମ ମର ସବୁ ନିଶା ପାଇଁ।। 

ହେଇ ଦେଖ ଭୋକିଲାର ଥାଳ ଛଡାଇ ବାର ଆନନ୍ଦ

ମୁଁ ଈଶ୍ୱର ହାତ ପାତ ସାନିଧ୍ୟ ପାଇବ।। 

କେହି ବୁଝି ପାରିବେନି ମୋର ଅସଲ ଚେହେରା  

ବୁଝିଲେ ମଧ୍ୟ ଖୋଲିପାରିବେ ନାହିଁ ମୁହଁ।। 

ମୁଁ ବଡ ବହୁତ ବଡ ମୃତ୍ୟୁ ଠାରୁ ଆହୁରି ବଡ  

ଜୟ ଜୟ କାର କର ମୁଁ ଅହଂକାର।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍