Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

RAJENDRA DASH

Classics Fantasy

4.4  

RAJENDRA DASH

Classics Fantasy

ପ୍ରବେଶ ପଥ-୩

ପ୍ରବେଶ ପଥ-୩

5 mins
135


"ଭଗବାନ , ଭାଗ୍ୟ ନିୟନ୍ତା, ସ୍ରଷ୍ଟା, ଦୁଖହାରୀ , ଦେବତା ....... ଏଇ ସବୁ ନାମରେ ହିଁ ତ ତାଙ୍କୁ ଡାକ ତୁମେମାନେ । କିଛି ବିଶ୍ଵାସରେ ଯୋଡି ହେଇ ଯାନ୍ତି , କିଛି ବିଶ୍ଵାସ କୁ ନେଇ ବ୍ୟବସାୟ କରନ୍ତି, ତଥା କଥିତ ଆସ୍ତିକ ଏମାନେ। ତାଙ୍କ ମତରେ ମୁକ୍ତି ପାଇବାର ମାର୍ଗ କେବଳ ଭଗବାନଙ୍କୁ ନିରନ୍ତର ଭାବେ ଶ୍ରଦ୍ଧା କରିବା । ଦ୍ଵିତୀୟ ବର୍ଗରେ ଆସନ୍ତି ସେଇମାନେ ଯିଏ ନିଜକୁ ବସ୍ତୁବାଦୀ ବୋଲି ପରିଚୟ କରାନ୍ତି ତୁମେ ମାନେ ତାଙ୍କୁ କୁହ ନାସ୍ତିକ । ସ୍ରଷ୍ଟା ଓ ତାଙ୍କ ସୃଷ୍ଟି ,କରୁଣା ତାଙ୍କ ମାହାତ୍ମ୍ୟ ଅବା ତାଙ୍କ ଅବତାର, ଏ ସବୁ ସତେ ଯେପରି ଏକ ମିଥ୍ୟା ତାଙ୍କ ପାଇଁ। ତୃତୀୟ ବର୍ଗରେ ଆସନ୍ତି ତୁମ ପରି ଲୋକ ଯାହା ପାଇଁ ସବୁ କିଛି ଏକ ପ୍ରହେଳିକା ପରି ଏକ ଅସମାହିତ ପ୍ରଶ୍ନ । ଯିଏ କି ପରିସ୍ଥିତି ଅନୁସାରେ ନିଜର ଆସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରନ୍ତି । ତେବେ ସତ୍ୟ କଣ? ସତ୍ୟ ଏହା ଠାରୁ ବହୁ ଊର୍ଦ୍ଧ୍ଵରେ , ସତ୍ୟ ଯାହା ସର୍ବଦା ମାନବ ସମାଜ ଠାରୁ ଲୁଚାଇ ରକ୍ଷା ଯାଇଛି କେବଳ କ୍ଷମତାର ଲୋଭରେ । କ୍ଷମତା , ଏଇ ଶବ୍ଦ ହିଁ ତ ପ୍ରତିପତ୍ତି କରାଏ ତମକୁ । ସତ୍ୟର ଅନ୍ଧକାରରେ ତୁମ ତଥା କଥିତ ଭଗବାନ ସର୍ବଦା ତମସା ପ୍ରଚ୍ଛନ୍ନିତ ରହି ଆସିଛନ୍ତି ।"

"ତେବେ ସତ୍ୟ କଣ?"

***********************************


2004, ଡିସେମ୍ବର 

"ବୋଉ , ତୁ କଣ ମାଗିଲୁ ଠାକୁରଙ୍କୁ ? ମୋ ପାଇଁ କହିଦେ ଟିକେ ମୁଁ ଯେମିତି ବହୁତ ଭଲ result କରେ 10th  exam ରେ । "

"ଧନରେ , ଭଗବାନ ଯେତେବେଳେ ଯାହା କରନ୍ତି ଭଲ ପାଇଁ ହିଁ କରନ୍ତି ॥ ସେ ତୋ ପାଇଁ ଯାହା କରିବେ ଭଲ କରିବେ । "

ତେବେ ତେବେ ଡିସେମ୍ବର 23,2004 ରେ ମହାବଳୀପୁରମ୍ ମନ୍ଦିରରେ ବଉ କହିଥିବା କଥା ଆଜି ବି ସ୍ବଚ୍ଛ ଭାବେ ମନେ ଅଛି ସନତ୍ କୁ ଆଜି ବି ଏହି ସନ୍ଦେହରେ ଅଛି ସେ ଯେ ବୋଉ କହିଥିବା ଭଗବାନ ତାର କେଉଁ ଭଲ ଉଦ୍ଦେଶ୍ୟ ପାଇଁ ତା ମା ବାପା କୁ ତା ଠାରୁ ଛଡେଇ ନେଇଥିଲେ ।

************************************

ବର୍ତମାନ ସମୟ  

"ଅଦ୍ଭୁତ ପୂର୍ବ ତୁମର ଏଇ ଗବେଷଣା ବର୍ତମାନ ଦୁନିଆକୁ ଏକ ନୂଆ ବିଶଲ୍ୟକରଣୀ ଯୋଗେଇଦେବା ଡାଃ ସନତ । 4 ମାସ ର ତୁମର ଅକ୍ଲାନ୍ତ ପରିଶ୍ରମ ଏକନିଷ୍ଠ ଉଦ୍ୟମ .... ଧନ୍ୟ ତୁମେ । ଆମେ କରିଥିବା human trial ର report କାଲି ସକାଳ ସୁଦ୍ଧା ଆସିଯିବ । ମୁଁ ବହୁତ ଆଶାବାଦୀ ଅଛି ଏହା ନିଶ୍ଚିତ ରୂପେ ଆମକୁ ସଫଳତା ଦେବ ବୋଲି । "

"ହାଁ sir, ଯଦି ଆମର ଏଇ ପ୍ରୟାସ ସଫଳ ହୁଏ , ମାନବ ଜଗତ ଯୁଝୁଥିବା ଏଇ ଅଦମ୍ୟ ଭୂତାଣୁ ଠାରୁ ସଂସାର ତ୍ରାହି ପାଇବ । "


******************************

"ଯାହା ହେଉ ତୁମ ଅକ୍ଲାନ୍ତ ପରିଶ୍ରମ ଭଗବାନଙ୍କ ଦୟାରୁ ଆଜି ତୁମେ ନୂଆ ପ୍ରତିଷେଧକ ର formula ପାଇ ପାରିଛ । ଦେଖିବା କିଛି ଦିନ ଭିତରେ ସବୁ ପରିସ୍ଥିତି ଠିକ ହେଇଯିବ । ଜୀବନଚର୍ଯ୍ୟା ପୁଣି ସାମାନ୍ୟ ହେଇଯିବ , ପୁଣି ଦୁନିଆ ପୁଲକିତ ହେଇଯିବ "


"କିନ୍ତୁ ଏଥିରେ ଭଗବାନଙ୍କୁ ଧନ୍ୟବାଦ ଦେବାର ତାତ୍ପର୍ଯ୍ୟ କଣ ନିମିଷା ? ତମେ ଭଲ ଭାବେ ଜାଣ ଯେ ମୁଁ ବସ୍ତୁବାଦୀ ବୋଲି , କର୍ମ ଉପରେ ବିଶ୍ୱାସ କରେ,  ନିଜ ନିଷ୍ଠା ରେ ଏବଂ ନିଜ ସାଥି ମାନଙ୍କ ସହଯୋଗ ରେ ହିଁ ଯାହା କିଛି ପରୀକ୍ଷା ସଫଳ ହେଇପାରିଛି । ହୁଏତ ଏଇ ବ୍ୟବହାର ପାଇଁ ତୁମେ ମୋତେ ଅହଙ୍କାରୀ କହିପାର , ଗର୍ବୀ ବୋଲି ଅଭିଯୋଗ କରିପାର କିନ୍ତୁ ମୁଁ ଏବେ ବି କହୁଛି ଭଗବାନ ଙ୍କ concept କେବଳ କଳ୍ପନା ବ୍ୟତୀତ ଆଉ କିଛି ନୁହେଁ । "


"କଥା ରେ ଅଛି ବିଶ୍ୱାସରେ ଭଗବାନ । ମୁଁ ତୁମକୁ ଭଗବାନଙ୍କ ଅବସ୍ଥିତି ବିଷୟରେ ପ୍ରମାଣ ଦେଇ ପାରିବିନି , କିନ୍ତୁ ତୁମେ ଠାରେ ବିଶ୍ଵାସ କରିଲେ ଉପଲବ୍ଧି କରିପାରିବ ଭଗବାନ ଯାହା କରନ୍ତି ଭଲ ପାଇଁ କରନ୍ତି । ଖାଇ ନେବ । ଶୁଭ ରାତ୍ରି । " 

Phone କଟିଯାଇଥିଲା ଅପର ପାର୍ଶ୍ଵରେ

***************************************

"କଣ ଏବେ ଯାଏଁ ବି ସେଇ ଏକା ସନ୍ଦେହ ରେ ନିଜ ସହ ନିଜେ ଲଢେଇ କରୁଛ? ନିଜକୁ ଚିହ୍ନିବାକୁ ଚେଷ୍ଟା କର ସନତ୍ , ସମୟ ନାହିଁ  ଏବେ ,ବିନାଶ ଦ୍ଵାରଦେଶରେ "

"କେଉଁ ବିନାଶ ? କିପରି ବିନାଶ । ଯଦି ଆମେ ସତରେ ବିନାଶର ଦ୍ଵାର ଦେଶରେ ତେବେ ଆପଣ ସବୁ କଥା ଏକା ସାଙ୍ଗେ କହୁ ନାହାନ୍ତି କାହିଁକି ? କଣ ପାଇଁ ଏଇ ସ୍ଵପ୍ନ ର ଲୁଚକାଳିରେ ମୋ ଉତ୍କଣ୍ଠାକୁ ବଢେଇ ଚାଲିଛନ୍ତି । ସବୁ କଥା ସଫା ସଫା କହୁନାହାନ୍ତି କାହିଁକି ? "


"ସମୟ.. ସନ ତ୍ । ସମୟ .. ସମୟ ହିଁ ତ ମୋତେ ସଙ୍କୁଚିତ କରିଛି। ମୁଁ କେବଳ ଏକ ନିର୍ଦିଷ୍ଟ ସମୟରେ ହିଁ ତୁମ ସହ ମୋ ବାର୍ତ୍ତାଳାପ ରଖିପାରିବି କିନ୍ତୁ ମୁଖ୍ୟ ବିଷୟ କୁ ଆସିବା ପାଇଁ ତୁମେ ଏବେ ପ୍ରସ୍ତୁତ ନୁହେଁ । ତୁମ ପ୍ରଶ୍ନ ତୁମ ସନ୍ଦେହର ଜୁଆର ମୋତେ ତୁମକୁ ମୁଖ୍ୟ ବିଷୟକୁ ଆଣିବା ଠାରୁ ବିରତ କରାଏ ।

ଭଗବାନ , ଭାଗ୍ୟ ନିୟନ୍ତା, ସ୍ରଷ୍ଟା, ଦୁଖହାରୀ , ଦେବତା ଏଇ ସବୁ ନାମ ରେ ହିଁ ତ ତାଙ୍କୁ ଡାକ ତୁମେମାନେ, କିଛି ବିଶ୍ଵାସ ରେ ଯୋଡି ହେଇ ଯାନ୍ତି ।କିଛି ବିଶ୍ଵାସ କୁ ନେଇ ବ୍ୟବସାୟ କରନ୍ତି, ତଥା କଥିତ ଆସ୍ତିକ ଏମାନେ। ତାଙ୍କ ମତ ରେ ମୁକ୍ତି ପାଇବା ର ମାର୍ଗ କେବଳ ଭଗବାନ ଙ୍କୁ ନିରନ୍ତର ଭାବେ ଶ୍ରଦ୍ଧା କରିବା । ଦ୍ଵିତୀୟ ବର୍ଗ ରେ ଆସନ୍ତି ସେଇମାନେ ଯିଏ ନିଜକୁ ବସ୍ତୁବାଦୀ ବୋଲି ପରିଚୟ କରାନ୍ତି ତୁମେ ମାନେ ତାଙ୍କୁ କୁହ ନାସ୍ତିକ । ସ୍ରଷ୍ଟା ଓ ତାଙ୍କ ସୃଷ୍ଟି, କରୁଣା , ତାଙ୍କ ମାହାତ୍ମ୍ୟ ଅବା ତାଙ୍କ ଅବତାର, ଏ ସବୁ ସତେ ଯେପରି ଏକ ମିଥ୍ୟା ତାଙ୍କ ପାଇଁ। ତୃତୀୟ ବର୍ଗ ରେ ଆସନ୍ତି ତୁମ ପରି ଲୋକ, ଯାହା ପାଇଁ ସବୁ କିଛି ଏକ ପ୍ରହେଳିକା ପରି, ଏକ ଅସମାହିତ ପ୍ରଶ୍ନ , ଯିଏ କି ପରିସ୍ଥିତି ଅନୁସାରେ ନିଜର ଆସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରନ୍ତି । ତବେ ସତ୍ୟ କଣ? ସତ୍ୟ ଏହା ଠାରୁ ବହୁ ଊର୍ଦ୍ଧ୍ଵ ରେ ସତ୍ୟ ଯାହା ସର୍ବଦା ମାନବ ସମାଜ ଠାରୁ ଲୁଚାଇ ରକ୍ଷା ଯାଇଛି କେବଳ କ୍ଷମତା ର ଲୋଭ ରେ । କ୍ଷମତା ଏଇ ଶବ୍ଦ ହିଁ ତ ପ୍ରତିପତି କରାଏ ତମକୁ । ସତ୍ୟର ଅନ୍ଧକାରରେ ତୁମ ତଥା କଥିତ ଭଗବାନ ସର୍ବଦା ତମସା ପ୍ରଚ୍ଛନିତ ରହି ଆସିଛନ୍ତି ।

ମାନବ ଜଗତ ର ଶାରୀରିକ, ବୌଧିକ, ଆଧ୍ୟାତ୍ମିକ ଗତ ୧୦୦୦୦ ବର୍ଷ ମଧ୍ୟରେ ହେଇଥିବା ଚରମ ଉନ୍ନତି କଣ କେବଳ ଏକ ସଂଯୋଗ ମାତ୍ର ?

ଏଥିରେ ଆସ୍ତିକ ନାସ୍ତିକ କଥା ଉଠେ ନାହିଁ , ନା ବିଶ୍ୱାସ ର କଥା ଉଠେ । ତୁମକୁ ସତ୍ୟ ସହ ପରିଚୟ କରେଇବାକୁ ଚାହେଁ ମୁଁ, ଯାହା ମାନବ ସମାଜକୁ ଲୁଚେଇ ରଖା ଯାଇଛି ଆଜି ଯାଏଁ ।

ତୁମେ ଅତି ଆତୁର ଭାବେ ଖୋଜୁଥିବା ଜିନିଷ ହଠାତ ମିଳିଯିବା ଅବା ତୁମେ ଚାହୁଁଥିବା କିଛି ପ୍ରାପ୍ୟ ତୁମକୁ ମିଳିଯିବା ତୁମେ ମନେ ପକାଉଥିବା କେହି ନିଜର ତୁମକୁ phone କରିଦେବା , ଏ ସଂସାର ରେ ଘଟୁଥିବା କୌଣସି ଘଟଣା ସଂଯୋଗ ବଶତଃ ନୁହେଁ । ସବୁ ଘଟଣା ପରସ୍ପର ସହ ଅନୁବନ୍ଧିତ । ତୁମେ ପିଲା ବେଳେ ଦେଖୁଥିବା ଜାତାକ ବି ଏଇ କଥା ହିଁ କୁହେ ତୁମେ କେଉଁ ରୂପରେ ତୁମର mastercell ସହ ଜଡିତ । ସେ ତ ମନୁଷ୍ୟ ଯେ ଅପଭ୍ରଂଶ କରିଛି ସତ୍ୟ କୁ । "    


"ତେବେ ସତ୍ୟ କଣ?"

ଏକ ଉଜ୍ବଳ ଆଲୋକ ରେ ଚତୁର୍ଦିଗ ଆଲୋକିତ ହେଇଗଲା ତତକ୍ଷଣାତ । 



ସମଗ୍ର ପୃଥିବୀ ଜଳମୟ ଲାଗୁଥିଲା ସତେ ଯେପରି କେବଳ ୧୦ ପ୍ରତିଶତ ହିଁ ପ୍ରୁଷ୍ଠ ଦେଶ ଥିଲା। ସେଇ ପୃଷ୍ଟଭାଗରେ ଥିଲେ କିଛି ପଶୁପକ୍ଷୀ , କିଛି ବିରାଟ ସରୀସୃପ । ହଟାତ ଆକାଶ ମାର୍ଗରୁ ଆସିଲା ଏକ ପ୍ରଚଣ୍ଡ ଶବ୍ଦ ଓମ ଏପରି ଲାଗୁଥିଲା ସେ ଶବ୍ଦ ଅନନ୍ତ ବିର୍ସ୍ତୁତ ଥିଲା । ଗଗନ ଚିରି ଏକ ବିଶାଳ ପଦ୍ମପତ୍ର ପୃଥିବୀ ର ଜଳ ଭାଗ ରେ ଅବତରିତ ହେଲା। ସେ ପଦ୍ମ ପତ୍ର ରୁ ଏକ ଅଦ୍ଭୁତ ମାନବ ପରି କିଛି ଦୃଶାୟମାନ ହେଲା । ଜଣେ ନଥିଲେ ସେ,ଥିଲେ ତିନିଜଣ । ପଦ୍ମ ପତ୍ର ରେ ଠିଆ ହୋଇ ଏକ ସଙ୍ଗେ ସେ ଅଦଭୁତ ମାନବଙ୍କ ସ୍ଵର ଗୁଞ୍ଜରିତ ହେଉଥିଲା ଏକ ଶବ୍ଦ ଯାହା ପ୍ରତୀତ ହେଉ ଥାଏ ବାର୍ତ୍ତା ଥିଲା ସତେ ଯେପରି ଆଉ ଏକ ଅଜଣା ପର ଲୋକ କୁ । ସେ ତିନି ମହାମାନବ ଙ୍କ ବାହୁ ରେ କିଛି ସଙ୍କେତ ପରି ଦିଶୁଥିଲା



ଆଖି ଖୋଲିଗଲା ସନତର cellphone ର କିଞ୍ଚିତ ଶବ୍ଦ

ରେ ,

1 message received

'HUMAN TRIAL FAILED'


To be continued…………



       


Rate this content
Log in

More oriya story from RAJENDRA DASH

Similar oriya story from Classics