Saudamini Tripathy

Inspirational

3.4  

Saudamini Tripathy

Inspirational

ପୋଷାକରୁ ପରିଚୟ

ପୋଷାକରୁ ପରିଚୟ

2 mins
198


ଝୁନି ଦଶ ବର୍ଷର ଝିଅଟିଏ। ମାଉସୀର ବାହାଘରରେ ଯାଇଥାଏ। ଖୁବ୍ ଚୁଲବୁଲି, ଖୁବ୍ ଚଞ୍ଚଳ। ପାଞ୍ଚ ପୁଅରେ ଗୋଟିଏ ଝିଅ, ତେଣୁ ଭାଇମାନଙ୍କ ସାଙ୍ଗରେ ଖେଳି ବୁଲି ପୁଅମାନଙ୍କ ଭଳି ନିଜକୁ ଭାବୁ ଥାଏ। ଖେଳ କୁଦ କରୁଥାଏ, ପିନ୍ଧିବା ପୋଷାକ ଭାଇମାନଙ୍କ ଭଳି ବି ପିନ୍ଧୁଥାଏ। ଝିଅ ପୋଷାକ ଦେଲେ ପିନ୍ଧେ ନାହିଁ। ମାଉସୀ ବାହାଘରରେ ଅନ୍ୟ ମାଉସୀ,ମାମୁଙ୍କ ଝିଅ ବି ଆସିଥାନ୍ତି। ସମସ୍ତେ ଝିଅମାନଙ୍କର ପୋଷାକ ପିନ୍ଧି ମୁଣ୍ଡରେ ସୁନ୍ଦର୍ ରଙ୍ଗୀନ ରିବନ୍ ଟିକିଲି,ଚୁଡ଼ି ଆଦି ପିନ୍ଧି କଣ୍ଢେଇ ଭଳି ସଜେଇ ହୋଇଥାନ୍ତି । କିନ୍ତୁ ଝୁନୀ ଭାଇମାନଙ୍କ ଭଳି ପିନ୍ଧି ପୁଅମାନଙ୍କ ସାଙ୍ଗରେ ଖେଳୁଥାଏ। ହଠାତ୍ କେହି ଜଣେ ନ ଜାଣି ଡାକି ଦେଲେ ଏ ପୁଅ ଯାଇକି ଭାସ୍କର ବାବୁଙ୍କୁ ଡାକି ଦେ। ଝୁନୀ ତୁରନ୍ତ କହିଦେଲା ମୁଁ ପୁଅ ନୁହେଁ ଝିଅ ,ମତେ ପୁଅ କାହିଁକି କହୁଛ?ବୁଢା ଲୋକଟି ଆବାକାବା ହୋଇ ଚାହିଁ ରହିଲେ ଆଉ ପଚାରିଲେ ତୁ କାହା ଝିଅ ତୋ ମାଆକୁ ଡାକିଲୁ, ତୁ କଣ କିନ୍ନର କି? ବୁଝିପାରିଲା ନାହିଁ ଝୁନି ଏ ବୁଢା ଲୋକ ଏମିତି କଅଣ ଗୋଟେ ଭୁଲ ଭାଲ କଥା କହୁଛନ୍ତି। ଖୁବ୍ ଅଭଦ୍ର ଲୋକ, ଭଦ୍ରାମୀ ଜାଣନ୍ତି ନାହିଁ। ତା ପରେ ତା ମାଆ ତାକୁ ବୁଝେଇ ସୁଝେଇ ନେଇ ଗଲେ ପରିସ୍ଥିତିକୁ ସମ୍ଭାଳି।

       ଝୁନି ମାଇନର ସ୍କୁଲକୁ ଷଷ୍ଠ ପଢିବାକୁ ଗଲା ଗାଆଁ ପାଖ ସ୍କୁଲକୁ। ବାପା ତାର ପୁରୁଣା ଖାତିରଦାର ଖାନଦାନି ପରିବାରର, ପୋଲିସ ଚାକିରି କରିଛନ୍ତି। ତେଣୁ ଯାହା ପୋଷାକ ପିନ୍ଧିଲେ ବି ସନମାନ ଜଣାଇ କେହି କିଛି କହନ୍ତି ନାହିଁ।ବଡ କ୍ଲାସ ହେବାରୁ ସାଙ୍ଗମାନେ ଝିଅ ପୋଷାକ ପିନ୍ଧୁଥିବାରୁ ସେ ବାଧ୍ୟ ହେଲା ଝିଅ ପୋଷାକ ପିନ୍ଧିବାକୁ। ଆଉ ଚୁଟି ଭାଇମାନଙ୍କ ଭଳି ନ ରଖି ଲମ୍ବା କରି ବେଣୀ ବାନ୍ଧିବାକୁ । ସ୍କୁଲର ନିୟମ ଓ ୟୁନିଫର୍ମକୁ ମାନି ଚଳିଲା। 


  ସ୍କୁଲରେ ସ୍କାଉଟ ଗାଇଡରେ ମିଶିଲା। ଖେଳରେ ବି ଭଲ ଖେଳିଲା। କିନ୍ତୁ ସମୟାନୁସାରେ ନିଜକୁ କିଛି ବଦଳାଇଲା। ବଡ ହୋଇ ମହାବିଦ୍ୟାଳୟର ପଢା ସାରିଲା। ଆଉ ଇଚ୍ଛା କଲା ବଡ ଶାସନ କ୍ଷେତ୍ରର ଉଚ୍ଚ ଅଧିକାରୀ ଅଫିସର ଚାକିରି ପାଇଁ। ମାତ୍ର ତାର ଭାଇମାନଙ୍କର ପୋଷାକ ପିନ୍ଧିବାକୁ ବାରଣ କରାଯାଇ ଥିଲା। ସେ କଥା ମନରେ ଛାପ ପଡିଯାଇଥିଲା। ପୋଷାକ ପିନ୍ଧାରୁ ପୁଅ ଝିଅ ଫରକ୍ ବୋଲି ଜଣାଯାଏ ଏ କଥାଟା ମନରେ ଥାଏ। ଆଉ ଝିଅମାନଙ୍କୁ ପୋଷାକ ପିନ୍ଧାର କଣ୍ଟ୍ରୋଲ ନ କରାଯାଉ ବୋଲି ତା ମନରେ ଥାଏ।

 

ଆଗକୁ ପଢ଼ା ପଢ଼ିରେ ଧ୍ୟାନ ଦେଇ ସେ ଉଡା ଜାହାଜ ଚାଳକ ପାଇଲଟ୍ ପାଠ ପଢିବା ଟ୍ରେନିଂ ନେବାର ସୁଯୋଗ ପାଇଲା। ତାର ଇଚ୍ଛା ପୂରଣ ହେବାକୁ ଲାଗି ପଡ଼ିଲା। ଆଉ କରିକି ବି ଦେଖାଇଲା। ପୋଷାକ ପିନ୍ଧି ଯେ ଜଣେ ନିଜକୁ ଉଦ୍ଧତ ଅସାମାଜିକ ହୋଇ ଯାଏ ତାହା ଭୁଲ ପ୍ରମାଣ କରିବାକୁ ତା ମନରେ ଜିଦି ରହିଥିଲା। ସତକୁ ସତ ସେ ପାଇଲଟ ହୋଇ ବାହାରିଲା, କିନ୍ତୁ ତାର ଭାଇ ମାନେ ଭଲ ପରିବାରର ଆଉ ଭଲ ଶିକ୍ଷା ପାଇଥିଲେ ବି ଏତେ ଉଚ୍ଚ ପଦବୀ ବା ଉଚ୍ଚ ସମ୍ମାନର ଅଧିକାରୀ ହୋଇ ପାରି ନ ଥିଲେ।ସାଧାରଣ କିଛି କାମ ଦାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଝୁନି ସୁରକ୍ଷା ମନ୍ତ୍ରୀଙ୍କ ପ୍ରାଇଭେଟ୍ ହେଲିକେପ୍ଟର ଚାଳକ ହୋଇ ତାପରେ ସୈନିକ ବିଭାଗର ସୁରକ୍ଷା କମାଣ୍ଡର ପଦବୀରେ ନିଯୁକ୍ତି ପାଇଲା। ତାର ବେଶ ପରିପାଟୀ ଆଉ ପୋଷାକ ସଭ୍ୟତା ଦେଖି ଜଣେ ଦେଶର ସୁଯୋଗ୍ୟ ସନ୍ତାନ ବୋଲି ଜାଣିପାରିବ। ତାର ବାପା ଓ ଗ୍ରାମବାସୀ ଗର୍ବ ଅନୁଭବ କରୁଥିଲେ ତା ପାଇଁ।।ତେବେ ଯେଉଁମାନେ ଝିଅ ବୋଲି ବେଖିଆଲ୍ କରି ଖରାପ କହୁଥିଲେ ଓ ଝିଅଙ୍କ ପୋଷାକ ଝିଅ ମାନେ ପିନ୍ଧିଲେ ଶୃଙ୍ଖଳିତ ଓ ସୁସଞ୍ଜତ ହୋଇ ଥାନ୍ତି ବୋଲି ବାଛୁଥିଲେ ସେମାନଙ୍କ ମୁହଁ ତଳକୁ ହୋଇଥିଲା।କିନ୍ତୁ ଝୁନି ଗାଁକୁ ଫେରିଲା ବେଳେ ବଡରୁ ଛୋଟ ସମସ୍ତଙ୍କ ପାଇଁ ଉପହାର ଚକୋଲେଟ୍ ଆଦି ଆଣି ସମସ୍ତକୁ ଦେଇ ଖୁସି କରାଉଥିଲା ଓ ସମ୍ମାନ ଦେଉଥିଲା। ସମସ୍ତେ ତା ପାଇଁ ଗର୍ବ ଅନୁଭବ କରୁଥିଲେ। ଗାଁ ଲୋକଙ୍କ ମନରୁ ଖରାପ ଧାରଣା ଉଠିଗଲା ଓ ସେ ପୁଅ ଝିଅ ଫରକ ଦେଖିଲେ ନାହିଁ। ବାଃ ବାଃ କଲେ ଝୁନିକୁ।



Rate this content
Log in

Similar oriya story from Inspirational