STORYMIRROR

Saudamini Tripathy

Drama

4  

Saudamini Tripathy

Drama

ସମ୍ପର୍କର ରଙ୍ଗ

ସମ୍ପର୍କର ରଙ୍ଗ

3 mins
334

ସନ୍ଧ୍ୟା ର ପୂର୍ବାଭାସ। ଝରକା ପାଖରେ ବସିଛନ୍ତି ସୁଲଗ୍ନା ଦେବୀ। ଚାରିଟା ବେଳୁ ସେ ବସି ଯାଇଛନ୍ତି ଚୁପ୍ ଚାପ୍ ଓ ଲୁଚେଇ ଲୁଚେଇ ଲୁହ ପୋଛୁଥାନ୍ତି କାନିରେ। ଝିଅ ବେବି ଆସିଥିଲା ଚାରିଦିନ ପାଇଁ କଟକରୁ। ଦୋଳ ଛୁଟି ହୋଇଛି। ଭାଇ ଭାଉଜ ଆଉ ପିଲାମାଙ୍କର ସାଙ୍ଗରେ ବାପ ଘରେ ଖୁସିରେ ଚାରିଦିନ ରହି ଯିବ ବୋଲି। ତା ସାଙ୍ଗରେ ପୁଅ ଆଠ ବରଷର ଆଉ ଝିଅ ପାଞ୍ଚ ବରଷର। ହେଲେ ବୁବୁନ୍ ତାର ଭାଇ ହୋଇ କଣ କଲା? ଝିଅ ଟା ମୋର ପିଲାଙ୍କୁ ଧରି କାନ୍ଦି କାନ୍ଦି ଘରୁ ଗଲା। ମୁଁ ମା ଟିଏ ହୋଇ ଦେଖିଲି ଯାହା, ମତେ ମରଣ ହୋଇ ନ ଗଲା କାହିଁକି?

           ଶେଖର ବାବୁ ସାଧାରଣ କିରାଣୀ ହେଲେ ବି ଦୁଇ ପୁଅ ଆଉ ଦୁଇ ଝିଅଙ୍କୁ ସୁଖ ଶାନ୍ତିରେ ଭଲରେ ବଢ଼ାଇଥିଲେ ସ୍ନେହ ମମତାରେ। ଡାଲି ଚାଉଳ,ତେଲ ଲୁଣ ଯାହା ଘରେ ଆସେ ସମସ୍ତେ ମିଳିମିଶି ଖୁସିରେ ଖାଇ ବଡ ହୋଇଗଲେ।ବଡ ପୁଅ ବିସ୍କୁଟ କମ୍ପାନୀ କଲିକତାରେ ଚାକିରି। ସେ ତାର ପିଲାଙ୍କୁ ଧରି କଲିକତାରେ। ବଡ ଝିଅ ବି ରେଳ ବିଭାଗରେ ଚାକିରି କରୁଥାଏ ବୋଲି ବିଶାଖାପାଟଣାରେ ତା ପରିବାର ଧରି ରହୁଛି। ସାନ ପୁଅ ଏବେ ଚାରି ବର୍ଷ ହେବ ବାହା ହୋଇ ଝିଅ ଟିଏ ତିନି ବର୍ଷର। ଝିଅ ବେବୀ କଟକରେ ବାହାଘର ପରେ ତାର ପରିବାର ସହିତ ରହିଛି ।ଆଉ ନିଜେ ବିଏ ସି ବିି ଇ ଡ, ସ୍ବାମୀ ଦୂରରେ ବଦଳି ହେବାରୁ ଶଯ୍ୟାଶାୟୀ ଶାଶୁଙ୍କୁ ଓ ପିଲାମାନଙ୍କୁ ଘର ଭଡ଼ା ନେଇ ଶାଶୂଙ୍କ ଚିକିତ୍ସା ପାଇଁ ରହୁଛି କଟକରେ। ସ୍କୁଲ ପିଲାମାନଙ୍କୁ ଟିଉସନ କରି ଭଲ ରୋଜଗାର କରୁଛି।

              ସାନ ଭାଇ ବୁବୁନ ଖୁବ୍ ଭଲ ପାଏ ବେବିକୁ। ତଳ ଉପର ଭାଇ ଭଉଣୀ। ବେବୀ ସବୁଥିରେ ଭାଇ ପଟିଆ ହୋଇ ତାକୁ ମାଡ ଗାଳି ରୁ ବଞ୍ଚାଏ ପିଲାବେଳେ। କେହି ଗାଳି ଦେଲେ ବି ସହି ନପାରି ତାର ସମସ୍ତ କାର୍ଯ୍ୟ କରି ଦେଇଥାଏ ଉପରେ ପଡ଼ି ।ଆଜି ଭାଇର ଅଫିସ ଛୁଟି। ସ୍ତ୍ରୀ ତାର କହିଥାଏ ୱାଶିଂ ମେସିନ ଚଳାଇ ଛାତ ଉପରେ କପଡା ସବୁ ଶୁଖାଇ ଆସିବାକୁ। ହେଲେ ବେବୀ ସେ ସବୁ ଭାଇକୁ କରିବାକୁ ନ ଦେଇ ନିଜେ କରି ଦେଇଥିଲା। ଆଉ ଭାଉଜ ଡ୍ରେସ କୁ ଭୁଲି ଯାଇ ବାଲ୍ ଟିରେ ଛାଡ଼ି ଗଲା ସୁଖେଇବାକୁ। ସେ କପଡା ବାଲଟି ରେ କିଛି ସମୟ ରହି କଲର ଛାଡ଼ି ଯାଇ ଅନ୍ୟ ଡ୍ରେସ ରେ ଲାଗିଗଲା। ବେବୀ ପୁଅ ଝିଅଙ୍କ ଖାଇବା ପିଇବା କାମରେ ଲାଗି ଅନ୍ୟ ମନସ୍କ ହୋଇ ଯାଇଥିଲା। ଦିନ ଦୁଇଟା ପରେ ଡ୍ରେସ ର ଅବସ୍ଥା ଦେଖି ସାନ ଭାଉଜ ଖୁବ୍ ରାଗ ତମ ତମ ହୋଇ ଡ୍ରେସ କୁ ବାହାରେ ଫିଙ୍ଗି ଦେଇଥ ଲାି କଚାଡି, ଆଉ ସାନ ଭାଇକୁ ଖୁବ୍ ଗାଳି କରିଥିଲା। ସାନ ଭାଇ କୁ ଗାଳି କରିବା ଦେଖି ବେବୀ ଭାଉଜଙ୍କୁ ବୁଝାଇବାକୁ ଚେଷ୍ଟା କଲା। ମାତ୍ର ଭାଉଜର ରାଗ ଖୁବ୍ ବେଶି ଚଢ଼ି ଯାଇଥିଲା,। କାହିଁକି ମୋ ସ୍ବାମୀ କୁ ମୁଁ କହିଲି ଭଉଣୀ କାହିଁକି ଭାଇ ପଟିଆ ହୋଇ କହୁଛି। ଆମେ ସ୍ବାମୀ ସ୍ତ୍ରୀ ଦୁହେଁ ଚାକିରିଆ। ଦୁଇ ଜଣ ମିଳିମିଶି ସବୁ କାମ କରିଥାଉ। ଭଉଣୀ ଆସି ଭାଇର ଅଭ୍ୟାସ ଖରାପ କରିଦେଲା। ମାତ୍ର ବେବିର ଉଦ୍ଦେଶ୍ୟ ତାହା ନ ଥିଲା। ଭାଇ ବାହାରକୁ ସଉଦା, ପନିପରିବା ପାଇଁ ସକାଳୁ ଯାଇଥିଲା,କିଛି ଖାଇ ନ ଥିଲା, ଆସିକି ପୁଣି କାମ କରିବ ବୋଲି ଭାଇର କାମ ହାଲ୍କା କରିବାକୁ କରିଥିଲା। କିନ୍ତୁ ତାହା ଏଭଳି ରୂପ ନେବ ବୋଲି ସେ ଭାବି ନ ଥିଲା। ଭାଉଜ ପାଟିତୁଣ୍ଡ କରିବା ଦେଖି ବେବୀ କହିଲା ଆଉ ଗୋଟେ ଡ୍ରେସ ଆମେ ଏଇଭଳି କିଣିଦେବ। ।ତାହା ମଧ୍ୟ ଭାଉଜ ମିନୁ ର ଆହୁରି ରାଗ ଚଢ଼ି ଯାଇଥିଲା। କହିଲା ପଇସା ବାଲା ଦେଖଉଛ। ନଷ୍ଟ କରିବା କିଛି ଖରାପ ଲାଗୁ ନାହିଁ। ଭାଉଜକୁ ସାନ ଭାଇ ଡରିକି କିଛି କହି ନ ପାରି ଭଉଣୀକୁ ଚୁପ୍ କରିବାକୁ ପଦେ ହକ ଜମାଇ ଭାଇ କହିଦେଲା ,ତୁ ଚୁପ୍ ରହ, ଶାଶୂ ଘର ଝିଅ ସେ ତାକୁ ସାନ ଭାଇ ଭାଉଜ ଆଗରେ କିଛି କହିଲେ ତ ଖରାପ ଲାଗିବ ନା?ଭାଉଜ ବି ଏତେ ରୋଜଗାର ,କରୁଛି ଟିକେ ସମ୍ଭାଳିବା ନାହିଁ। କାହା ମନରେ କଷ୍ଟ ହେବ କିଛି ଭାବନା ନାହିଁ।ମା ବା କ ଅଣ କରିବ ଛୋଟ ଛୋଟ କଥାକୁ ନେଇ ଆଜିକାଲିର ବୋହୂ ମାନେ ଏମିତି ଅବସ୍ଥା କରୁଛନ୍ତି ଘରର। ଡର ନାହିଁ କି ଭୟ ନାହିଁ। ଘରେ ବଡ ସାନ ଭାବିବା ନାହିଁ। ତେବେ ସମ୍ପର୍କ ଭଲ ରହିବ କେମିତି। ମୋ ଝିଅ ତା ମନ ଦୁଃଖରେ କାନ୍ଦି କାନ୍ଦି ଘରୁ ଗଲା। କେତେ ଟା ଟଙ୍କାର ଡ୍ରେସ ପାଇଁ ଅମୂଲ୍ୟ ଭାଇ ଭଉଣୀ ସମ୍ପର୍କରେ ଫାଟ ପଡ଼ିଲା। ଏମିତି ଭାବୁ ଭାବୁ ଶୁଲଗ୍ନା ଦେବୀ ଙ୍କ ଆଖିରୁ ଦୁଇ ଧାର ଲୁହ ଗଡି ପଡ଼ିଲା ଗାଲ ଉପର ଦେଇ। ଆଉ ନାତୁଣୀ ଟା ଗୁଲୁରୁ ଗୁଳୁରୁ କଣ ମେଞ୍ଚେ ଅବୁଝା କଥା କହି କୋଳରେ ଆସି ବସି ପଡିଲା ଗେହ୍ଲେଇ ହୋଇ। ବାଧ୍ୟ ହୋଇ ସୂଲଗ୍ନା ଦେବୀ ତାକୁ କୋଳକୁ ଆଉଜେଇ ନେଲେ ଲୁଗା କାନିରେ ଲୁହକୁ ପୋଛି ଦେଇ।


Rate this content
Log in

Similar oriya story from Drama