ସ୍ପନ୍ଦନ
ସ୍ପନ୍ଦନ
ରାସ୍ତା କଡରେ ଲୋକ ଭିଡ l ତିନି ବର୍ଷର ଝିଅଟି କାନ୍ଦୁଛି ସ୍କୁଟି ସହିତ ପଡିଯାଇ l ମା ବେହୋସ୍ l ଆଖି ଖୋଲି ଚାହୁଁ ନାହିଁ l ଲୋକେ ଉଠାଇ ଆମ୍ବୁଲାନ୍ସ ଡକାଇ ହସପିଟାଲକୁ ପଠାଇ ଦେଲେ l ଝିଅଟିର ଚିକିତ୍ସା ହୋଇଛି ମା ପାଖରେ ନର୍ସ ଦାୟିତ୍ଵ ରେ ଅଛି l ଝିଅ ଟି ଖୁବ୍ କାନ୍ଦୁଛି l ଶିଶୁ ବିଶେଷଜ୍ଞ ସୀମା ମାଡାମ ଆସିଲେ ସାନ ଝିଅଟିକୁ ଆଉ ଟିକେ ଦେଖାଇ ଦେବେ l ତେବେ ସୀମା ଆସିଛି ଭିତରକୁ l ଅପରାହ୍ନ ବେଳକୁ ସୀମା ବାହାରକୁ ଆସୁଛି ଦେଖିଲା ତାଙ୍କ ଗାଁର ନକୁଳ ମହାନ୍ତି ବଡ ବାପାଙ୍କୁ l
ଦିଲ୍ଲୀରୁ ବଦଳି ହୋଇ ଚାରି ଦିନ ହେବ ଜଏନ୍ କରିଛି l ଗାଆଁ ସହରରୁ କୋଡ଼ିଏ ପଚିଶି କିଲୋମିଟର l ଆଶା କରି ନାହିଁ ଗାଁ ଲୋକେ ଏତେ ଶୀଘ୍ର ଦେଖି ମିଶି ପାରିବ ବୋଲି l ହଠାତ୍ ଦେଖି ଖୁସି ହୋଇ ଗଲା l ପ୍ରାୟ ଦଶ ବର୍ଷ ହେବ ଗାଁ ଆଡ଼େ ଯାଇ ନାହିଁ l ତେଣୁ ଖୁସିରେ ଡାକି ଦେଲା ବଡବାପା , ଆଉ ସେ ବି ତାର ସାଙ୍ଗ ରାନୁର ବାପା l ଯୋଉ ରାନୁ ସାହାଯ୍ୟରେ ପାଠ ପଢି ଆଜି ଡାକ୍ତର ହୋଇଛି, ତାର ଇଚ୍ଛା ପୂରଣ ହୋଇଛି l ପଚାରିଲା ବଡବାପା ରାନୁ କୋଉଠି ଅଛି କେମିତି ଅଛି ? କାନ୍ଦି ପକାଇଲେ ନକୁଳ ବାବୁ l ରାନୁ ଏଇ ହସ୍ପିଟାଲରେ ଅଛି ସୀମା ଆଡମିଟ୍ ହୋଇଛି ତିନି ଦିନ ହେଲା l ତୁ ଏଠାରେ କେବେ ଠାରୁ ଜଏନ୍ କଲୁ ? ଚାରିଦିନ ହେଲା l ରାନୁର ଗାଡି ହମ୍ପସ୍ ରେ ପଡି ହେଲମେଟ ନ ପିନ୍ଧି ଥିବାରୁ ମୁଣ୍ଡ ମାଡ ହୋଇ ଅଚେତ୍ ଅବସ୍ଥାରେ ଅଛି ତିନି ଦିନ ହେଲା l ଝିଅଟି କାନ୍ଦୁଛି ବିକଳ ହୋଇ ବୁଝୁ ନାହିଁ lଶିଶୁ ବିଶେଷଜ୍ଞ ଆସିଲେ ଦେଖି ଯାହା କହିବେ ,ଅପେକ୍ଷା କରିଛି l ସୀମା ହେଉ ଝିଅକୁ ଆଣ ମୁଁ ଦେଖିଦେବି l ବିଚିତ୍ର ଏ ଦୁନିଆ l ଅନ୍ୟମନସ୍କ ହୋଇ ପଡିଛି ସୀମା ରାନୁକୁ ଦେଖିବା ପରେ l ସୀମାର ବାପା ସପ୍ତମ ଶ୍ରେଣୀ ପରୀକ୍ଷା ଦେବା ସମୟରେ କୁଆଡେ ଖଣିରେ ପଥର କଟା କାମକୁ ଯାଇଥିଲେ ଆଉ ଫେରିଲେ ନାହିଁ l ମା ପାଞ୍ଚ ସାତ ଘରେ କାମ କରି ଯାହା ପଇସା ଆଣି ଚଳାଏ l ଆଉ ପଇସା ଯୋଗାଇ ନ ପାରି ସାନ ଦୁଇ ଭାଇଙ୍କୁ ପଢ଼ାଏ ତାଙ୍କୁ ଜଗେ , ବୋଉ କହେ,ଘର କାମ କର ମୁଁ କାମକୁ ଯାଉଛି l କିନ୍ତୁ ସୀମା ଖୁବ୍ ଭଲ ପଢ଼େ l ସାଙ୍ଗ 'ରାନୁ 'ବଡ ଘର ପିଲା ହେଲେ ବି ଏତେ ମୁଣ୍ଡ ଶକ୍ତି ନାହିଁ l ସୀମା ସ୍କୁଲର ଗୃହ କାର୍ୟ ( home ଟାସ୍କ) କରି ରାନୁ କୁ ଦିଏ ଶିକ୍ଷକଙ୍କ ଗାଳି ରୁ ବଞ୍ଚାଇ ଥାଏ l କିନ୍ତୁ ତାର ପଢିବାକୁ ବହୁତ ଇଚ୍ଛା, ବଡ ହୋଇ ଡାକ୍ତର ହେବାକୁ ଇଚ୍ଛା l ରାନୁ ବାପାଙ୍କ ଠାରୁ ପକେଟ ଖର୍ଚ ଯାହା ଆଣେ ସେହି ପଇସାରେ ସୀମାକୁ ଖାତା ବହି କଲମ ଯୋଗାଏ ନିଜର ଦରକାର କହି ଘରୁ ମାଗି l ତା ଟିଉସନ ସାର୍ ଙ୍କୁ କହି ସୀମାର ଅବୁଝା କଥା ସନ୍ଦେହ ଦୁରେଇ ଥାଏ l ପରୀକ୍ଷା ବେଳକୁ ସୀମା କଷ୍ଟରେ ଯାଇ ପରୀକ୍ଷା ଦେଇ ଭଲ ନମ୍ବର ରଖି ପାସ୍ କଲା l ଗାଁ ରେ ଦୁଇଟି ପିଲା ଧରାଧରି ହୋଇ ନଦୀ ପାଣିରେ ବୁଡି ଯାଉଥିଲେ ସୀମା ଭାଇ ସହିତ ନଇକୁ ଯାଇଥିଲା l ବୁଡୁଥିବା ପିଲାଙ୍କୁ ଗାମୁଛା ପକାଇ ପାଣି ଭିତରେ ପଶି ଯାଇ ବଞ୍ଚାଇଲା, ପହଁରା ନ ଜାଣି, ସାହାସ କରି l ଯାହା ହେଉ ସରକାରଙ୍କ ପାଖରୁ ସାହସିକତା ପାଇଁ ପୁରସ୍କାର ଓ ଆଗକୁ ପଢିବାକୁ ସୁବିଧା ପାଇଲା l
ରାନୁର ସହାୟତା ତା ପଢିବା ପାଇଁ ବେଶି ରହିଛି l ତେଣୁ ସେ ଯେମିତି ହେଲେ ରାନୁକୁ ବଞ୍ଚାଇବ ଚେଷ୍ଟା କରିବ l ସମସ୍ତ ଚେଷ୍ଟା କରୁଥାଏ ତାକୁ ହୋସ ଆଣିବାକୁ, ଅନ୍ୟ ଡାକ୍ତର ବି ଆଶା ଛାଡ଼ି ଦେଲେ କୋମା କୁ ଯାଇଛି କହି l ସୀମା ନିଜେ ଯାଇ ରାନୁକୁ ଚିପିଚିପି ଦେଖିଲା ଶିରା ପ୍ରଶିରା ସବୁକୁ l ରାନୁ ସୀମାକୁ ସୀମାର ବନ୍ଧୁତ୍ୱକୁ ଖୋଜୁଥିଲା ମନେ ମନେ l ତା ପରେ ଆଉ ଥରେ ଯାଇ ଆଖି ପତା ଉଠାଇ ଦେଖି, ତାର ବେକ ମୁଣ୍ଡା , ହାତ କୁ ଉଠାଇ ଉପର ତଳ କରି ଚଳାଇ, କାନ୍ଧ ପାଖ ଚିପା ଚିପି କରି ଦେଖୁଥାଏ ସୀମା l ଠିକ୍ ସେହି ସମୟରେ ଯେମିତି ରାନୁ ହାତ ଉଠାଇ କିଛି ଚେଷ୍ଟା କରିବାକୁ ଯାଇ ସୀମା ହାତକୁ ଧରିଥିଲା ଜାବୁଡି lଖୁସି ହେଲେ ସମସ୍ତେ ରାନୁର ଅବସ୍ଥା ପରିବର୍ତ୍ତନ ଦେଖି l ସୀମା ରାନୁର ଝିଅକୁ ଉଠାଇ ଜାଣି ଜାଣି ସେଠାରେ ଫୋପାଡି ଦେଲା , ଝିଅ କାନ୍ଦିବା ଶୁଣି ରାନୁ ଆଖି ଖୋଲି ଚାହିଁ ପିଙ୍କି ବୋଲି ଡାକିଲା l ସୀମା ଯୋଗୁ ରାନୁ ଚେଇଁ ଉଠିଲା ,ହୃଦୟ ସ୍ପନ୍ଦନ ଯେପରି ଦୌଡିଲା ସୀମା ସଂସସ୍ପର୍ଶରେ l ପ୍ରକୃତ ବନ୍ଧୁର ମୂଲ୍ୟ ଘନିଷ୍ଠତା ଯେମିତି ଆହୁରି ମଜଭୁତ ହୋଇ ଉଠିଲା ପରସ୍ପରକୁ ମିଶିଲା ପରେ l ରାନୁ ର ଉଠିବା ଦେଖି ଅନ୍ୟ ଡାକ୍ତର ମାନେ ଆଶ୍ଚର୍ଯ ହୋଇ ଗଲେ ଯେମିତି l ବନ୍ଧୁତ୍ୱର ଶକ୍ତି ଜଗାଇ ଦେଲା ସୁପ୍ତା ରାନୁକୁ l
