Saudamini Tripathy

Fantasy

4  

Saudamini Tripathy

Fantasy

ଆଞ୍ଜୁଳାଏ ଆଶା

ଆଞ୍ଜୁଳାଏ ଆଶା

4 mins
350


ସନ୍ଧ୍ୟା ସମୟ ଉପସ୍ଥିତ l ନଦୀ କୂଳରେ ସୁଲୁସୁଲିଆ ପବନ ବୋହୁଛି l ବାଲି ଉପରେ ଅନ୍ୟମନସ୍କ ହୋଇ ବସି ପଡ଼ିଛନ୍ତି ରତିକାନ୍ତ ବାବୁ l କେତେ କେତେ କଥା ମନେ ପଡ଼ି ଯାଉଛି ଆଜି l ଦିନ ଥିଲା ସୁରମା ତାକୁ ନ ଦେଖିଲେ ପାଗଳୀ ହୋଇ ଉଠୁଥିଲା, ଆଜି ସେ ଭୁଲି ଯାଇଛି l ପୁଣି ନୂଆ ଜୀବନ ଗଢି ନେଇଥିବ l ରତିକାନ୍ତ ଆଜି ଏକା ଆଉ ଏକା, ସାଙ୍ଗରେ ଅଛି ସେହି ସମୟର ସ୍ମୃତି l ଏ ଥିଲା କାଶ୍ମୀରର ଘଟଣା l

           ଫାଲଗୁନର ଫଗୁ ଖେଳ, ସମସ୍ତେ ଅଳ୍ପ ବହୁତରେ ରଙ୍ଗ ଖେଳନ୍ତି l ସେହି ଦିନ ଠାରୁ ଆମ ଗାଁ ରେ ରାସ କ୍ରୀଡା ରାଧା ଗୋବିନ୍ଦଙ୍କର  ଆରମ୍ଭ ହୋଇଥାଏ l ଭାଗବତ ଘରେ ଦୋଳ ମଣ୍ଡପରେ ଗାଁ ଲୋକମାନେ ଏକାଠି ହୋଇ ଛୋଟ ଛୋଟ ରାସ ରଚାନ୍ତି ପିଲାମାନଙ୍କୁ ନେଇ ,ଆଠ ଦଶ ବର୍ଷ ରୁ ଅଠର ବର୍ଷ ପର୍ୟ୍ୟନ୍ତ ଯେତେ ଗାଁ ପିଲା ଅଛନ୍ତି ରାତି ନଅ ଟାରୁ ବାରଟା ଯାଏଁ ରାସ କ୍ରୀଡା ଗୀତି ନାଟ୍ୟ ଢଙ୍ଗରେ ପରିଚାଳନା ହୁଏ l ସମସ୍ତେ ଗାଁ ଲୋକ ଦୋଳ ମଣ୍ଡପ ଚାରି ପଟେ ବସି ଶ୍ରୀକୃଷ୍ଣ ଲୀଳା ଓ ଗୋପ ଗୋପାଳୁଣୀ ରହସ୍ୟରୁ କଂସ ବଧ ଯାଏ ଚାରି ମାସ ଧରି ପ୍ରୋଗ୍ରାମ ଚାଲୁ ଥିବାର ଦେଖନ୍ତି ,ସବୁଦିନ ରାତିରେ l ହେଲେ ସେ ଦିନ କଥା ଥିଲା ନିଆରା l ଗାଁ ପିଲା ବଡ ଲୋକେ ସବୁ ଗୋଟିଏ ପରିବାର ଲୋକ ଭଳି ମିଳି ମିଶି ଚଳନ୍ତି ଭକ୍ତି ରସରେ ବୁଡି ରହି l

        ରତିକାନ୍ତ ସେହି ବର୍ଷ ଦ୍ଵାଦଶ ପରୀକ୍ଷା ଦେଇଥାଏ l ପରୀକ୍ଷା ସରିବା ପୂର୍ବରୁ ଆର୍ମି ,ଦେଶର ସୈନିକ ବିଭାଗରେ ଚାକିରି କରି ଚାଲିଗଲା କାଶ୍ମୀରକୁ l ଭଲ ପାଉଥିଲା ସୁରମା କୁ ମନେ ମନେ l ଗୁଡିଆ ଘରର ଝିଅ ସେ l ଦେଖିବାକୁ ଚମ୍ପା ଫୁଲ ଭଲି ସୁନ୍ଦର ,ଆଖି ଲାଖି ଯାଏ ଯେମିତି ତା ରୂପରେ ସମସ୍ତଙ୍କର l ଖୁବ୍ ଗେଲ ବସର ହୋଇ ଥାଏ ସେ l ବାପା ମା ର ଗୋଟିଏ ଝିଅ l ଦଶମ ଶ୍ରେଣୀ ରେ ପଢୁ ଥାଏ l ରତିକାନ୍ତ ଗରିବ ଘରର ପୁଅ ହେଲେ ବି ଖୁବ୍ ଭଲ ପଢୁ ଥାଏ l ସୁରମାକୁ ଷଷ୍ଠ ଶ୍ରେଣୀ ରୁ ପାଠପଢ଼ା ରେ ରତିକାନ୍ତ ସାହାଯ୍ୟ କରେ ସୁରମାର ବାପା ମା କହି ଥିବାରୁ l ସୁରମାର ବାପା ବଦଳରେ ରତିକାନ୍ତ ଘରେ ପନିପରିବା, ଆଉ କେତେବେଳେ ସ୍କୁଲ ଚାନ୍ଦା, ଖାତା ପତର କିଣି ଆଣି ଦେଇ ସାହାଯ୍ୟ କରି ଥାନ୍ତି l ରତିକାନ୍ତର ମନରେ ସେଥି ପାଇଁ ଖୁବ୍ ସମ୍ମାନ ଥାଏ ସୁରମା ପରିବାର ପ୍ରତି l ବେଳେ ବେଳେ ସ୍କୁଲ ଫି ବି ଦେଇ ଥାନ୍ତି l କଷ୍ଟେମଷ୍ଟେ ଟିଉସନ୍ କରି ରତିକାନ୍ତ ପାଠପଢି ଦ୍ଵାଦଶ ପାସ କଲା l ଚାକିରି ରେ ନିଯୁକ୍ତି ହେଲା, ମନରେ ଥାଏ ସୁରମା ପରିବାରକୁ ସାହାଯ୍ଯ କରିବାକୁ l ହେଲେ କାଶ୍ମୀର ଚାକିରିରେ ଚାଲିଗଲା, ମନ କଥା କାହାକୁ କହିବା କଷ୍ଟକର ହେଲା l

             ଏହା ମଧ୍ୟରେ ଛଅମାସ ବିତି ଯାଇଛି l ସୁରମାର ବାହାଘର ତା ବାପା ଠିକ୍ କରିଚନ୍ତି l ବର ପକ୍ଷ କିଛି ନେବେ ନାହିଁ କହି ବାହାଘର ଠିକ୍ କଲେ l ସୁରମା ବାହା ଘର ପାଖେଇ ଯାଉ ଥାଏ l ବର ପକ୍ଷ ଲୋକେ ଗୋଟିଏ ପରେ ଗୋଟିଏ ଜଉତୁକ ପାଇଁ ଦାବି କରିବାକୁ ଲାଗିଲେ l ସୁରମାର ସରଳିଆ ବାପା ଡରି ମରି ଖର୍ଚ ବାବଦକୁ ଟଙ୍କା ଦେଉଥାଏ l ବାହାଘର ଦିନ ବର ଆସି ପହଞ୍ଚିଲା, ହେଲେ ତାର ଭଉଣୀ ଭିଣୋଇ କହିଲେ କାର୍ ପାଇଁ ଟଙ୍କା ନ ଦେଲେ ବର ବେଦୀକୁ ଆସିବ ନାହିଁ, ଫେରେଇ ନେବୁ l ଟଙ୍କା ଦେଇ ନ ପାରିବାରୁ ଗଣ୍ଡଗୋଳ କରି ବର ଫେରି ଗଲା ଆଉ ଅନ୍ୟ ଜାଗାରେ ବାହା ହୋଇଗଲା l ଚିନ୍ତାରେ ସୁରମାର ବାପା ରକ୍ତ ଚାପରେ ଶିକାର ହୋଇ ପାରାଲିସିସ୍ ହୋଇ ଗୋଟିଏ ପଟର ହାତ ଗୋଡ଼ ଅଚଳ ହୋଇ ମୁହଁ ବୁଲିଗଲା ବଙ୍କା ହୋଇ l ଘରେ ଦୁଃଖର ଛାଇ ଖେଲିଗଲା l ବାପାକୁ ଭଲ କରିବାକୁ ଲାଗି ପଡିଲେ ମା ଝିଅ l ଆଉ ବାହାଘର କଣ ହେବ, ଜମି ବାଡି ବନ୍ଧା ପକେଇ ଚିକିତ୍ସା କରେଇଲେ l ଦୁଃଖରେ କାନ୍ଦି ବୋବେଇ ଦିନ କଟୁ ଥାଏ l ଛଅ ମାସ ପରେ ରତିକାନ୍ତ ଫେରିଲା ଗାଁ କୁ l ଆସି ପହଞ୍ଚିଲା ଗାଁ ରେ l ସୁରମା ଘର ଦୁଃଖ ଶୁଣି ତା ମୁଣ୍ଡ ଘୁରି ଗଲା l ମନ ଦୁଃଖରେ କାହାକୁ କିଛି ନ କହି ନଇ ପଠା ଆଡ଼େ ଯାଇ ବସି ଭାବୁଛି ଅନ୍ୟମନସ୍କ ହୋଇ l

               ଠିକ୍ ସେତିକି ବେଳେ ସୁରମା ସନ୍ଧ୍ୟା ବେଳ ହେବା ଆଗରୁ ଅନ୍ୟ ଦୁଇ ସାଙ୍ଗ ସହିତ ନଇ ପଠାକୁ ଆସିଥାଏ, ସନ୍ଧ୍ୟା ବେଳା ଆଗରୁ ଝାଡ଼ା ଯାଇ ଧୂଆ ଧୁଇ ହୋଇ ପାଣି ଗରାଏ ନେଇ ଘରକୁ ଫେରିବାକୁ l ସୁଯୋଗ ପାଇ ରତିକାନ୍ତ ସବୁ କଥା ପଚାରିଲା l ସୁରମା କାନ୍ଦି କାନ୍ଦି କିଛି କହି ପାରିଲାନି l ହୃଦୟର କୋହକୁ ଚାପି ଚାପି ରଖିଥିଲା ଏତେ ଦିନ ଧରି l ବାପା ପାଇଁ ଦୁଃଖ କରି, ଆଉ ବାହାଘର ଭାଙ୍ଗି ଯିବା ଦୁଃଖ ସବୁ ମା ଆଗରେ କାନ୍ଦି ନ ଥିଲା l ସୁଯୋଗ ପାଇବାରୁ କାନ୍ଦି କାନ୍ଦି ବସି ପଡ଼ିଲା ନଇ କୂଳେ l

             ରତିକାନ୍ତ ଛୋଟ ପିଲାକୁ କୋଳେଇଲା ପରି ତାକୁ ଉଠେଇ କୋଳରେ ଧରି ଲୁହକୁ ପୋଛି ପୋଛି ବହୁତ ବୁଝେଇଲା l ଆଉ ପର ଦିନ ଦଶହରା ରେ ଦୂର୍ଗା ପୂଜା ଦେଖିବାକୁ ପାଖ ସହରକୁ ନେଇ ଯିବ ବୋଲି ଆସିବାକୁ କହିଲା l ହେଲେ ସୁରମା ରାଜି ହୋଇ ନ ଥିଲା l ଡରି ଯାଇଥିଲା ଏ ସମ୍ପର୍କର ନଦୀ ତୀରେ ଯୋଡ଼ିବାକୁ ଭାବ l ହେଲେ ରତିକାନ୍ତ ପୁରୁଣା ସମ୍ପର୍କକୁ ନଦୀର ଜୁଆରରେ ଭାସିବାକୁ ନ ଦେବା ପାଇଁ ଜିଦି ଧରି ଥାଏ l ନଦୀର ଏ ପାଖରେ ପୁରୁଣା ସମ୍ପର୍କ ଆଉ ଅନ୍ୟ ପାଖରେ କରଣ ଘରର ଗରିବ ପୁଅ l ପଇସା ସମ୍ବଳ ସାହାଯ୍ୟ ନ କରି ପାରିଲେ ତ ଝିଅର ଜୀବନ ରକ୍ଷା କରି ପାରିବ ତାକୁ ମାନସିକ ଶାରୀରିକ ସହଯୋଗ କରି ,ପାରିବାରିକ ସମ୍ପର୍କ ଯୋଡି l ନଦୀର ଦୁଇ ପାଖରେ ସମ୍ପର୍କର ନଦୀ ତୀରେ ଦୁଇଟି ଅବସ୍ଥା l କଣ କରିବ ନଦୀ କୂଳରେ ବସି ଭାବୁ ଭାବୁ ଅସରାଏ ବର୍ଷା ମାଡି ଆସିଲା ହୁ ହୁ କରି ତାର ସ୍ଵପ୍ନ କୁ ଭାଙ୍ଗି ଦେଲା l ପିଲା ବେଳେ ରାସ କ୍ରୀଡା ରେ ସେ କୃଷ୍ନ ଆଉ ସୁରମା ରାଧା ରୂପରେ ଗୀତି ନାଟ୍ୟ ରୂପକ ରାସ ପରିବେଷଣ କରିଥିଲେ l ସେତେବେଳକୁ ସେ ଚଉଦ ବର୍ଷର ଆଉ ସୁରମା ଆଠବର୍ଷର i ସୁରମାକୁ ଭଲ ପାଇବା ଏ ପର୍ଯ୍ୟନ୍ତ ଏକ ପାଖିଆ ହୋଇ ରହିଛି ,ସାହାର୍ଯ୍ୟ କରିବା ପାଇଁ ମନରେ ଅଛି lହେଲେ ନିଷ୍ପତ୍ତି ନେବ ତା ଘରେ ଗାଁ ରେ କହି ତାକୁ ବିବାହ କରି ତାର ଜୀବନ ରେ ଖୁସି ଭରିଦେବା ପାଇଁ l ସୁରମାର ଜୀବନକୁ ସୁନ୍ଦର କରି ତୋଳିବାକୁ l ଚାକିରିକୁ ଯିବା ଆଗରୁ ସମ୍ପର୍କର ନଦୀ ତୀରେ ଭାବନାକୁ ମଜବୁତ୍ କରି ତୋଳିବାକୁ l ସ୍ଵରୂପ ସାକାର କରି ସମ୍ପର୍କର ରୂପକୁ ଆଞ୍ଜୁଳାଏ ଆଶା ନେଇ l


Rate this content
Log in

Similar oriya story from Fantasy