Saudamini Tripathy

Inspirational

3  

Saudamini Tripathy

Inspirational

ଅପରାହ୍ଣ ର ଅବଶୋଷ

ଅପରାହ୍ଣ ର ଅବଶୋଷ

2 mins
188


ଗ୍ରୀଷ୍ମର ପ୍ରଚଣ୍ଡ ତାତି ପ୍ରକୋପରେ ଛଟପଟ ସମସ୍ତେ l ଏକଡ ସେକଡ ହୋଇ କର ଲେଉଟାଇ ଝାଳ ଗାମୁଛାରେ ପୋଛୁପୋଛୁ ହଠାତ୍ ଧୂମ ପବନ କଳାହାଣ୍ଡିଆ ମେଘ ମାଡି ଆସିଲା ଢୁ ଢୁ ସବ୍ଦ କରି l

କୁଆ ପଥର ସହ ଘଣ୍ଟାଏ ଯାଏଁ ବରଷି ଗଲା l ତଳୁ ଉପର ଉପରୁ ତଳ ପବନ ଚକ୍ରରେ l


ଓହୋ କି ଶାନ୍ତି ଲାଗୁଛି ଭାରାକ୍ରାନ୍ତ ଜୀବନଟା ଅପରାହ୍ଣ ବେଳାରେ l ଶାନ୍ତ ହୋଇଛି କାଳ ବୈଶାଖୀର ପ୍ରକୋପ l

        ବୈଷ୍ଣବ ବାବୁଙ୍କ ଜୀବନଟା ଠିକ୍ ଆମ୍ବ ଗଛ ଭଳି ହୋଇଛି l ଅଶୀ ବର୍ଷ ବୟସରେ ଆଉ କଣ ବା ଅଛି ? ଜୀବନର ଅପରାହ୍ଣରେ ପହଞ୍ଚ ଗଲେଣି l ତଥାପି ତଳେ ପଡିଥିବା ଭଙ୍ଗା ଡାଳ ଓ ଆମ୍ବ ଫଳ ଭଳି ସାଉଁଟି ନେଇଛନ୍ତି ତାଙ୍କର ଜୀବନର ସମ୍ପତ୍ତିକୁ ସୁଖ ଶାନ୍ତିକୁ ପୁଅମାନେ l କାଳ ବୈଶାଖୀ ଝଡ଼ ଭଳି ଅତ୍ୟାଚାର କରି l ଦିନ ଥିଲା ସୂର ମା' କୋଳରେ ଚାରିଟା ପୁଅ ଆଉ ଦୁଇଟା ଝିଅ ଖେଳାଉ ଥିଲା ମୋରି ପଇସା ବଳରେ ସହଯୋଗରେ l ଘର ସମ୍ପତ୍ତି ସବୁ ହେଲା ପରେ ପୁଅ ଝିଅ ସବୁ ବାହା ତୋଳା ହୋଇ ଘର କରି ଭଲରେ ରହିଲା ପରେ ସୁର ମାଆ ଛାଡି ଚାଲିଗଲା ମତେ ଏକା କରି l ସୁର ପାଖରେ ଗାଁ ରେ ବୈଷ୍ଣବ ବାବୁ ବୃଦ୍ଧ ଅବସ୍ଥାରେ ଅଛନ୍ତି ନିଜର ସମସ୍ତ ସମ୍ପତ୍ତି ପୁଅ ମାନଙ୍କ ଭିତରେ ବାଣ୍ଟି ଦେଇ l ତିନି ପୁଅ ସହରରେ ଘର କରି ଆଡ଼ମ୍ବରରେ ରହୁଥିବା ବେଳେ ଗାଁରେ ଚାଷ ଜମି ଦେଖି ପଡିରହିଥିବା ପୁଅ ପାଖରେ ଗାଁ ପରିବେଶ ଭିତରେ ଗାଁ ଲୋକଙ୍କ ପାଖରେ ରହି ଯାଇଛନ୍ତି ସବୁଦିନ ପାଇଁ ସେ l ଆଗର ପ୍ରତିପତ୍ତି ଆଉ ନାହିଁ l ତେବେ ଅସୁବିଧାରେ ନ ଥିଲେ ବି ସାନ ପୁଅ ଅବହେଳା କରି ନ ଥାଏ ବାପାଙ୍କ କାମରେ l କିଛି ସମ୍ପତ୍ତି ବାପାଙ୍କ ନାମରେ ରହି ଯାଇଥିଲା ଯାହା ପୁଅମାନେ ସହରରେ ରହି ନ ପଚାରୁ ଥିବାରୁ ସାନ ବୋହୂ ନାମରେ କରିଦେଲେ ସେବାରେ ଖୁସି ହୋଇ l ଭିବିଷ୍ୟତକୁ ମନପ୍ରାଣ ଦେଇ ସେବା କରିବ ଓ ବନ୍ଧୁବାନ୍ଧବଙ୍କ ସହିତ ସୁସମ୍ପର୍କ ରଖି ଚଳାଇବ ବୋଲି l ମଝିଆ ପୁଅ କାଳ ବୈଶାଖୀର ଚକ୍ରବାକ ଭଳି ମାଡିଆସିଲା ଗାଳି ମନ୍ଦ କରି l ସମ୍ପତ୍ତି ସବୁ ନେବା ପାଇଁ ଗାଁ ଦାଣ୍ଡରେ ଅପମାନିତ କରି, କେଶ୍ କରିବି କହି l ଝଗଡ଼ା କରି ହୁଲସ୍ତୁଲ କରି କମ୍ପାଇଲା ଘଣ୍ଟା ଘଣ୍ଟା ଧରି ପ୍ରହସନ କଲା ଦୁନିଆ ଆଗରେ l ସମସ୍ତେ ଗାଁ ଲୋକେ ଦେଖି ମଜା ମାରୁଥାନ୍ତି ମୁରୁକି ମୁରୁକି ହସି l ମନେ ମନେ ଜୀବନକୁ ଧିକ୍କାର କରୁଥାନ୍ତି ବୈଷ୍ଣବ ବାବୁ l ସାରା ଜୀବନ ବେଶ ପ୍ରତିପତ୍ତି ପ୍ରତିଷ୍ଠାରେ ଧନ ସୁନାମ ଅର୍ଜନ କରି ସୁର' ମା ଆଉ ମୁଁ ଦିନ ରାତି ଏକାଠି କରି ପକ୍ଷୀ ଶାବକରୁ ପକ୍ଷୀକୁ ବଡ କରି ଉଡାଇ ଦେଲୁ l ଆଜି ସେହି ମାନେ ଜୀବନର ଅପରାହ୍ଣରେ ସାଥ ନ ଦେଇ କାଳ ବୈଶାଖୀର ଝଡ଼ ଭଳି ମାନ ସମ୍ମାନ ସବୁ ଗାଁ ଦାଣ୍ଡରେ ଧୂଳିରେ ମିଶାଇ ଦେଇଗଲେ ଶତୃ ଭଳି lଆମ୍ବ ଗଛ ତଳେ ଲୋଟିବା ଭଳି ଇଜ୍ଜତ୍ ସବୁ ଧୁଳିସାତ୍ ହୋଇଗଲା l ବଞ୍ଚିବା ଧିକ୍ l ଏବେ ବି ଆମ୍ବ ଭଳି ଲୁଟି ସାଉଁଟି ନେବାକୁ ମାନସିକ ଆକ୍ରମଣ କରିଛନ୍ତି ଜୀବନର ସନ୍ଧ୍ୟା ପୂର୍ବରୁ l ସୁର ମା ତୁ ଆଗରେ ଚାଲିଗଲୁ ଶାନ୍ତିରେ ଶାନ୍ତିରେ ଆଉ ମୁଁ ଜୀବନର ଅପରାହ୍ନରେ ଡହଳ ବିକଳ ହୋଇ ବଞ୍ଚୁଛି ଖରା ଦ୍ଵିପ୍ରହରରେ ଝାଞ୍ଜି ପବନରେ l ଓଠକୁ ଲୁହରେ ଭିଜାଇ ଭିଜାଇ କୋହକୁ ଚାପି ଚାପି କାନ୍ଦୁଛି ସନ୍ତୁଳି ସନ୍ତୁଳି l କିଏ ବା ଜାଣେ ସାନ ପୁଅ ବୋହୂ ଘରୁ ବାହାର କରିଦେବେ ଅନ୍ୟ ପୁଅ ମାନଙ୍କ ଭଳି l ମୁଁ କଣ ଅନ୍ୟାୟ କରିଛି କହ  ? ତୁ ଏହି ଘରୁ ଗଲୁ କୋକେଇରେ.... ଆଉ ମୁଁ ବି ଯିବି ଏହିଠାରୁ ରହିଛି ସେହିଦିନ ଅପେକ୍ଷାରେ l ତେବେ ସେମାନେ ସମ୍ପତ୍ତି ନେଇ ଟିକେ ବି ପଚାରିଲେ ନାହିଁ , ଦିନେ ଦୁଆରକୁ ଉଠାନ୍ତି ନାହିଁ ,ଏହି ବୋହୂ ପୁଅ ମତେ ଓ ସମସ୍ତଙ୍କୁ ଦେଖୁଛନ୍ତି l ମୋ ନାମରେ ଥିବା ସମ୍ପତ୍ତି ମୁଁ ଦେଲି କଣ ଭୁଲ୍ କଲି  ? ପଚାରୁଛି ସୁର ମା କହ, ମୁଁ କିଛି ଭୁଲ୍ କରିନାହିଁ ମତେ ଲାଗୁଛି l ଠିକ୍ କରିଛି ଅନ୍ତର କହୁଛି l ଆଖିରୁ ଲୁହ ପୋଛୁପୋଛୁ ଧକେଇ ଧକେଇ କାନ୍ଦୁ ଥାନ୍ତି , ସେତିକି ବେଳେ ସାନ ନାତି ଆସି ଜେଜେ କାହିଁକି କାଶୁଛ ? ପାଣି ଆଣୁଛି କହି ଡିବିରି ଲଗେଇ ପାଣି ଗ୍ଲାସ ଧରେଇ ଦେଲା ପାଖରେ ବସି l ଆଜି ବର୍ଷା ହୋଇଛି କରେଣ୍ଟ ଆସିବ ନାହିଁ କହି l


Rate this content
Log in

Similar oriya story from Inspirational