Saudamini Tripathy

Others

4  

Saudamini Tripathy

Others

ଏ ଜୀବନ କାଚଘର

ଏ ଜୀବନ କାଚଘର

3 mins
369


ଓଡିଶାର ପ୍ରଖ୍ଯାତ ଅବସରପ୍ରାପ୍ତ ଯନ୍ତ୍ରୀ ଶ୍ରୀଯୁକ୍ତ ନରସିଂହ ଦେଓ ଆଜି ଜୀବନର ଅପରାହ୍ନରେ । ବିଶାଳ ପ୍ରାସାଦର ମାଲିକ, ଅଚଳାଚଳ ସମ୍ପତ୍ତିର ସାଆନ୍ତ, ତେବେ ପାଖରେ ଏବେ ଅଛନ୍ତି ପୁରୁଣା ରୋଷେଇୟା ନିଧି ବୁଢା ,ଯେ ଜୀବନର ଯୌବନ କାଳରୁ ତାଙ୍କରି ଘରେ ଦିନ ରାତି ରୋଷେଇ କରି ସମସ୍ତଙ୍କ ପେଟ ଭରି ଖାଇବାକୁ ଦେଇଛନ୍ତି ବେଳାକୁ ବେଳା । ସ୍ତ୍ରୀ ସୁମିତ୍ରା ଦେବୀ ଏକା ଏକା ଚାରି ପୁଅ ଓ ତିନି ଝିଅଙ୍କ ସହିତ ଗଲା ଆଇଲା,ବନ୍ଧୁବାସ , ଅତିଥି ଅଭ୍ୟାଗତଙ୍କ ସହିତ ପିଲାମାନଙ୍କୁ ଦେଖିବା ସମ୍ଭବ ହେଉ ନଥିଲା । ସରକାରୀ ଜିପ୍ ରେ ସକାଳୁ ବସି ନରସିଂହ ବାବୁ ଫାଇଲ୍ କାଗଜ ପତ୍ର ନେଇ ବାହାରି ଯାଆନ୍ତି ଯେ କେବେ କେବେ ରାତି ଦୁଇଟା ବାଜେ ଘରେ ପହଞ୍ଚିବାକୁ । ପଲାଶା ଠାରୁ କୋରାପୁଟ ଆଡକୁ ପୋଲ ରାସ୍ତା ନିର୍ମାଣ ବିଭାଗର ଯନ୍ତ୍ରୀ ସେ । ଇଚ୍ଛାପୁର ଅଫିସରେ କାମ କରି କଣ୍ଟ୍ରାକ୍ଟର୍ କୁ କାମ ଦେଇ ଦେଖାରେଖା କରିବା ପାଇଁ ସବୁବେଳେ ବ୍ଯସ୍ତ । ଯେତିକି ଆଉ ତା' ଠାରୁ ଅଧିକ ଉପୁରି । ଡେଲି ମଜୁରିଆ, ଗୁମାସ୍ତା, ସୁପରଭାଇଜର୍ ଏମିତି ସ୍ତର ସ୍ତର କରି ପାହିଆ ଲୋକଙ୍କ ସହାୟତାରେ ବଡ ସଂସ୍ଥାର କାମ ଚାଲିଥାଏ। ଘର ଓ ପିଲାମାନଙ୍କୁ ଦେଖିବାକୁ ସମୟ ନଥାଏ। ତା' ସାଙ୍ଗକୁ ବଡ କଡକ୍ ପ୍ରକୃତିର ଲୋକ । ସବୁ କଥାରେ ଗରମ୍ । ପଇସାର ଘମଣ୍ଡରେ ଗର୍ବ ଥାଏ ସରକାରୀ ଯନ୍ତ୍ରୀ ବୋଲି । ତେବେ ପାଖାପାଖି ସାହି ପଡିଶା କାମ କରିବା ଲୋକ ଏପରିକି ପିଲାମାନଙ୍କ ସହିତ ବି କଠୋର କ୍ରୁର ବ୍ଯବହାର ସବୁବେଳ ପାଇଁ । ଦରକାର ହେଲେ ଟିକିଏ ଟିକିଏ ଭୁଲ୍ ପାଇଁ କାମ କରିବା ଲୋକଙ୍କୁ ,ତଳିଆ କର୍ମଚାରୀଙ୍କୁ ଚାପୁଡା ଦେଖାଇ ନାଲି ଆଖି ଦେଖାଇ ଡରାଇ ରଖି ଥାଆନ୍ତି। ପିଲାମାନଙ୍କ ସହିତ ସ୍ନେହ ଶ୍ରଦ୍ଧାରେ କଥାବାର୍ତ୍ତା ହେବା, ଭଲ ମନ୍ଦ ବୁଝିବା  କେହି କେବେ ଦେଖି ନଥାନ୍ତି । ପଇସା ଓ ପାହିଆ ଗର୍ବ ଯୋଗୁଁ ସମସ୍ତେ ଡରିମରି ଥାଆନ୍ତି। କେବଳ ପିଲାମାନଙ୍କ ପଢା ଖର୍ଚ୍ଚ ବାବଦକୁ ଟଙ୍କା ବଢାଇବା, ଘର ଖର୍ଚ୍ଚ ସଉଦା ପତ୍ର ପାଇଁ ଘରର ରଖୁଆଳି ସହିତ କଥା ହେବା ବ୍ଯତୀତ ଅନ୍ଯ କାହାରିକୁ ଖାତିର କରନ୍ତି ନାହିଁ ।

   ସମୟ ଗଡି ଚାଲିଲା, ପିଲାମାନେ କେବଳ ପଇସା ବଳରେ ଖାଇ ପିଇ ପାଠ ପଢି ବଡ ହୋଇ ଆଗକୁ ମାଡି ଚାଲିଲେ । ନା ପିତାଙ୍କ ସ୍ନେହର ଛାପ ପାଇଲେ ନା ପିତାଙ୍କୁ ଆଦର୍ଶ ମାନିଲେ। ନରସିଂହ ବାବୁ କେବଳ ସମ୍ପତ୍ତି ବଢାଇ, ଘର ଦ୍ବାର ବଢାଇବା ଲକ୍ଷ୍ଯରେ ରହିଲେ । ପତ୍ନୀ ସୁମିତ୍ରା ଦେବୀ କେବଳ ଘରର କଣ୍ଢେଇ, ବା ପିଲା ଜନ୍ମ କରିବା ମେସିନ୍ ହୋଇ ରଖିତା ଭଳି ରହିଥାନ୍ତି ପରିବାରରେ । ତେବେ ବୟସ ବେଳାରେ କାମ ଧନ୍ଦାର ସୁଅରେ ସମୟ ଗଡି ଚାଲିଲା । ସମସ୍ତଙ୍କୁ ରକ୍ତ ଜୋରରେ ବସ୍ ଉଠ୍ କରି ନାଲି ଆଖି ଦେଖାଇ ଧମକାଇ ଚମକାଇ ।

      ବଡ ପୁଅ ଓ ବଡ ଝିଅ ଦୁହେଁ ଯାଆଁଳା । ତେଣୁ ଦୁହିଁଙ୍କର ପାଠପଢା, ଝିଅ ବାହାଘର ସରିଲା । ବଡପୁଅ ତିନି ଜଣ ଚାକିରୀ କରି ବଡ ବଡ ପୋଷ୍ଟରେ ସରକାରୀ କ୍ବାର୍ଟର୍ ରେ ରହିଲେ । ଝିଅ ମଧ୍ଯ ସମସ୍ତେ ଭଲ ଭଲ ପ୍ରତିଷ୍ଠିତ ପରିବାରରେ ଉଚ୍ଚ ପଦସ୍ଥ ଅଫିସରଙ୍କୁ ବିବାହ ହୋଇ ଘର ଖାଲି ହେବାକୁ ଲାଗିଲା । ସାନ ଝିଅର ବାହାଘର ଓ ସାନ ପୁଅର ବିଦେଶରେ ଚାକିରୀ ସହିତ ସୁମିତ୍ରା ଦେବୀଙ୍କ ଶରୀରରେ ସବୁବେଳେ ଚିନ୍ତା  ଓ ଭୟ କାରଣରୁ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇ ଅଳ୍ପ ଦିନରେ ସମସ୍ତଙ୍କୁ ଛାଡି ବିଦାୟ ନେଲେ । ଇତି ମଧ୍ଯରେ ଘରର ଶିରୀ ତୁଟିବାକୁ ଲାଗିଲା । ମାଆଙ୍କର ମୁହଁକୁ ଚାହିଁ କେତେକ କାମ କରିବା ଲୋକ ଘରେ କାମ କରୁଥିଲେ। ମାଆ ସୁମିତ୍ରା ଦେବୀଙ୍କ ବିଦାୟ ପରେ ସମସ୍ତେ ଲୋକ ନରସିଂହ ବାବୁଙ୍କ ଘର ଛାଡିବାକୁ ଲାଗିଲେ । ଘରର ମୁହଁ ଦେଖିବା ଛାଡିଦେଲେ । ପୁଅ ତିନି ଜଣ ବାହା ହୋଇ କ୍ବାର୍ଟର୍ ରେ ବା କେହି ଦୂରରେ ପୋଷ୍ଟିଂ ହୋଇ ରହିଲେ ସିନା ବାପାଙ୍କୁ ଦେଖିବାକୁ ବର୍ଷକୁ ଥରେ ବି ଆସିଲେ ନାହିଁ । ଘରର ଶିରୀ ତୁଟି ଉଭେଇଗଲା ଯେମିତି । ରିଟାୟର୍ଡ ହେଲା ପରେ ହାତରେ ପ୍ରଚୁର ପଇସା ଥାଏ ସିନା ମଣିଷ ବଳ ଭାଙ୍ଗିଗଲା ନରସିଂହ ବାବୁଙ୍କର । ବିଶାଳ ପ୍ରାସାଦ ଭିତରେ ମାତ୍ର ଏକା ରୋଷେଇୟା ସହିତ ରହୁଥାନ୍ତି ନରସିଂହ ବାବୁ । ଦେହ ଅସୁସ୍ଥ ହେଲେ ମଧ୍ଯ କେହି ପୁଅ ଝିଅ ମୁହଁ ଦେଖିବାକୁ ଆସୁ ନଥାନ୍ତି। ଏମିତି କୋଡିଏ ବର୍ଷ ଗଲା । ପିଲାମାନଙ୍କର ପିଲାମାନେ ବଡ ହେବାକୁ ଲାଗିଲେ । ସେମାନେ ନିଜ ନିଜର ପଇସା ବଳରେ ଦୂରରେ ରହିଲେ କିନ୍ତୁ ବାପାଙ୍କ ସମ୍ପତ୍ତି ପାଇଁ ଆକର୍ଷିତ ହେଲେ ନାହିଁ କି ଆସିଲେ ନାହିଁ । ଖବର ପଠାଇଲେ ନରସିଂହ ବାବୁ ପୁଅମାନେ ସମସ୍ତେ ଆସ ଘରକୁ ସମ୍ପତ୍ତି ବାଣ୍ଟି ଦେବି ବୋଲି ।କିନ୍ତୁ ସଫା ସଫା ମନା କରିଦେଲେ ସେ ସମ୍ପତ୍ତି ଅନାଥ ଆଶ୍ରମକୁ ବା ମଠକୁ ଦାନ କରି ଦିଅନ୍ତୁ । ସେ ସମ୍ପତ୍ତି କାହାର ଦରକାର ନାହିଁ । ଆସ୍ତେ ଆସ୍ତେ ନରସିଂହ ବାବୁ ବୟସର ଅପରାହ୍ନରେ ପହଞ୍ଚିବାକୁ ଲାଗି ଅଚଳ ହେଲେ । ଉଦାସୀ ହୋଇ ଏକା ଏକା ନିରୁତ୍ସାହିତ ହୋଇ ନିରାଶ ପୂର୍ଣ୍ଣ ଜୀବନରେ ରହିଲେ । ଶେଷକୁ ସ୍ଥିର କଲେ ଯେ କ୍ଷଣ ଭଙ୍ଗୁର ସଂସାରେ ଜୀବନଟା ଗୋଟିଏ କାଚଘର ସଦୃଶ । କିଛି ମୂଲ୍ଯ ନାହିଁ ପଇସା ସଞ୍ଚୟ କରି ପଇସାର ଘମଣ୍ଡ କରିବାର । ସ୍ନେହ ମମତା ଦେଇଥିଲେ ପାଇ । ମୂଲ୍ଯହୀନ ଅସାର ସଂସାରରେ କାଚଘରର ଜୀବନ କେତେବେଳେ ଯେ ଭାଙ୍ଗି ଧୂଳିସାତ୍ ହେବ ତାହା କିଏ କହିବ ? କାଚଘରର କାଚ ଉପରେ ନିରାସିଆ ଧୂଳି ପରସ୍ତ ପଡିଗଲେ ଜୀବନରେ ଛାଇ ଢାଙ୍କି ହୋଇ ଯିବ ସିନା ଜୀବନର କିଛି ମୂଲ୍ଯ ବା ଉପଭୋଗର ମଜା ରହିବ ନାହିଁ ।ତେବେ ବହୁ ଗାଳି ଗୁଲଜ ଧମକ ଚମକ ଖାଇ ନିଧି ବୁଢା ପଡି ରହିଥିଲା ଆରମ୍ଭରୁ ଶେଷ ସମୟ ପର୍ଯ୍ୟନ୍ତ ମାଟି କାମୁଡି, ଧଡ ସହି । ଆଉ ଏବେ ପାଞ୍ଚ ସାତ ବର୍ଷ ହେବ ନିଧି ବୁଢାର ନିକମା ବେରୋଜଗାରିଆ ପୁଅଟି ମଧ୍ଯ ନରସିଂହ ବାବୁଙ୍କ ଦେଖା ରଖା କରିବା ଔଷଧ ପତ୍ର ଆଣିବା, ଗାଡିରେ ଡାକ୍ତରଖାନା ନେଇ ଯିବା ଆଦି କାମ କରି ବିଶ୍ବାସ ଭାଜନ ହୋଇଛି । ଶେଷରେ ନିରାଶ୍ରୟ ହୋଇ ନିଜ ପିଲାମାନଙ୍କୁ ସମ୍ପତ୍ତି ନଦେଇ ନିଧି ବୁଢାର ପୁଅ ଗୋବରା ନାମରେ ସମସ୍ତ ସମ୍ପତ୍ତି ଦାନ କରି ହାଁ ପେଲିଦେଇ ନରସିଂହ ବାବୁ ଅଶାନ୍ତିରେ ଇହଲୀଳା ସମ୍ବରଣ କଲେ ।


Rate this content
Log in