STORYMIRROR

Saudamini Tripathy

Inspirational

3  

Saudamini Tripathy

Inspirational

ଗୌତମ ବୁଦ୍ଧ

ଗୌତମ ବୁଦ୍ଧ

2 mins
160


ଖ୍ରୀଷ୍ଟପୂର୍ବ 566ପବିତ୍ର ବୈଶାଖ ପୂର୍ଣ୍ଣିମା ତିଥିରେ ନେପାଳର କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଗ୍ରାମର ଶାକ୍ୟ ବଂଶର ରାଜା ଶୁଦ୍ଧୋଦନ ଓ ରାଣୀ ମାୟାଦେବୀଙ୍କ ଗର୍ଭରୁ ଏହି ଦେବ ଶିଶୁ ଜନ୍ମଗ୍ରହଣ କରିଥିଲେ ତଥାଗତ ବୁଦ୍ଧଦେବଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧାର୍ଥ । ବାଲ୍ୟକାଳୁ ତାଙ୍କ ଠାରେ ଦୈବି ଲକ୍ଷଣ ପ୍ରକାଶ ପାଇଥିଲା । ଜନ୍ମର ସାତଦିନ ପରେ ତାଙ୍କର ମାତୃବିୟୋଗ ଘଟିଥିଲା ସିଦ୍ଧାଥିଙ୍କ ଲାଳନପାଳନର ଦାୟିତ୍ୱ ଗୌତମୀ ନାମ୍ନୀ ମାଉସୀଙ୍କ ଉପରେ ନ୍ୟସ୍ତ ଥିଲା ତେଣୁ ତାଙ୍କୁ ଗୌତମ ନାମ ଦିଆଯାଇଥିଲା। ଶୁଦ୍ଧୋଦନ ଜାଣିଥିଲେ ଏହି ଶିଶୁ ଦିନେ ସନ୍ୟାସୀ ହୋଇଯିବ ନଗର ଭ୍ରମଣରେ ବୃଦ୍ଧାବସ୍ଥା, ରୋଗଗ୍ରସ୍ତ ମଣିଷ, ଶବ ଓ ସନ୍ୟାସୀଙ୍କୁ ଦେଖିବାପରେ ସେ ସନ୍ୟାସୀ ହେବା ପ୍ରକୃଷ୍ଟପନ୍ଥା ଭାବେ ଗ୍ରହଣ କରିବାପାଇଁ ମନସ୍ଥ କଲେ । 16 ବର୍ଷ ବୟସରେ ତାଙ୍କର ବିବାହ ଯଶୋଧାରାଙ୍କ ସହିତ ହୋଇଥିଲା ତାଙ୍କର ପୁତ୍ର ରାହୁଳଙ୍କ ଜନ୍ମଦିବସରେ ସେ ଗୃହତ୍ୟାଗ କରିଥିଲେ । ମଗଧ ରାଜଧାନୀ ରାଜଗିରି ନିକଟବର୍ତ୍ତୀ ଥିବା ଗୁମ୍ଫାରେ ଥିବା ସାଧୁଙ୍କୁ ଗୁରୁ ଭାବେ ବରଣ କଲେ କିନ୍ତୁ ତାଙ୍କୁ ଆତ୍ମସନ୍ତୋଷ ଲାଭ ହେଲା ନାହିଁ ତେଣୁ କଠୋର ତପସ୍ୟା ପାଇଁ ବୋଧଗୟା ଆସିଲେ ୬ ବର୍ଷ କୃଚ୍ଛ୍ର ସାଧନା କରି ଶରୀର କଷ୍ଟ ଅନୁଭବ କଲେ । ଶେଷରେ ନିରଞ୍ଜନ ନଦୀ କୂଳରେ ବୋଧିଦ୍ରୁମ ତଳେ ଧ୍ୟାନମଗ୍ନ ହୋଇ ସମାଧିସ୍ଥ ହେବାପରେ ତାଙ୍କୁ ଜ୍ଞାନା ଲୋକ ପ୍ରାପ୍ତି ହେଲା ଭାରତବର୍ଷ ଭ୍ରମଣ କରି କାମନାର ବିନାଶରେ ଦୁଃଖର ବିନାଶବାଣୀ ପ୍ରଚାର କରିଥିଲେ। ଅଜ୍ଞାନ ଅବିଦ୍ୟା ଦୂର କରିବା ଦୁଃଖ କଷ୍ଟରୁ ମୁକ୍ତିଲାଭ କରିବା ଲକ୍ଷ୍ୟ ଥିଲା l ସେ ଯେଉଁ ଦିନ ଜନ୍ମଗ୍ରହଣ କରିଥିଲେ ବନାରସର ପ୍ରୟାଗରେ ଅଶ୍ଵତ୍ଥ ବୃକ୍ଷ ମୂଳରେ ସେହିଦିନରେ ହିଁ ତାଙ୍କର ଜ୍ଞାନ ପ୍ରାପ୍ତି ଓ ମହାନିର୍ବାଣ ବା ବୋଧିସତ୍ତ୍ଵ ପ୍ରାପ୍ତି ହୋଇଥିଲା l

"କାମନାର ବିନାଶରେ ଦୁଃଖର ବିନାଶ" l  ପାର୍ଲି ଭାଷାରେ  ବୌଦ୍ଧ ଧର୍ମ ପ୍ରଚାର କରିଥିଲେ l କୁଶୀ ନଗର ଠାରେ 80 ବର୍ଷ ବୟସରେ 45 ବର୍ଷ ଧର୍ମ ପ୍ରଚାର ପରେ ଇହଲିଳା ସମ୍ବରଣ କରିଥିଲେ l ପରେ ପୁତ୍ର ମହେନ୍ଦ୍ର ଓ ତୀର୍ଥଙ୍କର ପ୍ରଚାରକଙ୍କ ଦ୍ଵାରା ଦେଶର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର ହୋଇଥିଲା ଏବେ ମଧ୍ୟ ବୌଦ୍ଧସ୍ଥଳ ବୌଦ୍ଧ ସ୍ତୂପ ଦେଖିବାକୁ ମିଳିଥାଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational