Kamal Kumar Dash

Abstract

0.8  

Kamal Kumar Dash

Abstract

ପୋଡା ରୁଟି

ପୋଡା ରୁଟି

1 min
404


 ଦିନେ ସଂଧ୍ୟାରେ ନିତା ରୁଟି କରୁଥିଲା ରୋଷେଇ ଘରେ | 4 ବର୍ଷ ର ପୁଅ ଆଲ୍ଫା ପାଖ ଘରେ ବସି ଖେଳୁଥିଲା ଏକI ଏକI ଓ ଡ୍ରଇଁ ରୁମ୍ ରେ ଶାଶୁ ମା ବସି ଟିଭି ଦେଖୁଥିଲେ | କ ଣ ହେଲା କେଜାଣି ଆଲ୍ଫା ଜୋରରେ କାନ୍ଦି ଉଠିଲା , ନିତା କଣହେଲା ପଚାରି ଦୌଡ଼ିଗଲା ତା ପାଖକୁ | ଗୋଟେ ଜନ୍ଦା ତା ହାତକୁ କାମୁଡି ଦେଇଥିଲା , ନିତା ଜନ୍ଦା କୁ ଛଡ଼Iଇ ଦେଲା ତା ହାତରୁ | ସେ ଚୁପ ହୋଇ ଗଲା | ଶାଶୁ ପାଟି କଲେ ନିତା ତୋ ରୁଟି ଜଳିଗଲା | ନିତା ରୋଷେଇ ଘରକୁ ଦୌଡିଲା ,ରୁଟି ଅଧା ପୋଡିଯାଇଥିଲା ,ତାକୁ ଓଲଟାଇ ସେକି ରୁଟି ଡ଼ବାରେ ରଖିଲା ସେ | ସମସ୍ତଙ୍କ ପାଇଁ ରୁଟି ଠିକ ହୋଇଗଲା |ସେ ପୋଡା ରୁଟି ଜାଗାରେ ଆଉ ଗୋଟେ ରୁଟି କରିବାକୁ ଭାବିଲା , ହେଲେ ଆଉ ଅଟା ନଥିଲା | କିଏ ଫୁଣି ଅଟା ଚକଟୁଛି ସେଇ ପୋଡା ରୁଟିଟିକୁ ଖାଇଦେବି ଭାବି ରହିଗଲା ନିତା | ଶାଶୁ କହିଲେ ଆଲ୍ଫା ଗୋଟିଏ ପିଲା ବୋଲି  ସବୁବେଳେ ଏକା ଏକା ଖେଳୁଛି ଓ କାନ୍ଦୁଚି ତାର ଯଦି ଭାଇ ଭଉଣୀ ଥାଆନ୍ତେ ସେ ଖୁସିରେ ଖେଳନ୍ତା | ନିତା ହସିଲା ଓ କହିଲା ଗୋଟେ ପିଲାଂକୁଟ ସଂଭାଳି ହେଉନି ଆଉ ଦି ତିନିଟା କଣ କରିବା | ଶାଶୁ ମା ଚୁପ ହୋଇଗଲେ | ନାତିକୁ ଆଣି ପାଖରେ ବସାଇଲେ ଓ ତାକୁ କାହାଣୀ ଶୁଣାଇଲେ | 

     ପୁଅ ରାକେଶ ଆସିଲା ପରେ ସମସ୍ତେ ଏକାଠି ବସି ଖାଇଲେ | ଖାଇଲା ବେଳେ ମା କହିଲେ ନିତା ମା ସେ ପୋଡା ରୁଟିଟା ମୋତେ ଦେ ମୁଁ ଖାଇଦେବି ,ନିତା  କହିଲା ମା ମୁଁ ସେଇଟା ଟିଫିନ କରି ଦେଇଛି | ରାକେଶ କହିଲା କଣ ହେଲା ,ନିତା ସବୁ ବୁଝାଇଦେଲା ଓ କହିଲା ମା କହୁଛନ୍ତି ଆଲ୍ଫା ର ବିଟା ଓ ଗାମା (ଭାଇ, ଭଉଣୀ ) ଦରକାର | ସେ ହସି ହସି ସେଠୁ ଚାଲିଗଲା | 

   


Rate this content
Log in

Similar oriya story from Abstract